ବାଜପେୟୀ ବାଣୀ

Sep 11, 2018 - 05:24
 1434
ବାଜପେୟୀ ବାଣୀ
୧. ବିଶ୍ୱାସ ଭିତ୍ତିରେ ଜଣକ ଉପରେ ଉତ୍ପୀଡ଼ନ ଓ ନିର୍ଦ୍ଦିଷ୍ଟ ଗୋଟେ ପ୍ରକାର ଦୃଷ୍ଟିକୋଣକୁ ସମସ୍ତେ ଗ୍ରହଣ କରିବାର ଜୋରଜବରଦସ୍ତି ଆମର ପ୍ରକୃତି ନୁହେଁ । -ସେପ୍ଟେମ୍ବର ୧୩, ୨୦୦୩, ଦ ହିନ୍ଦୁର ୧୨୫ତମ ବାର୍ଷିକୋତ୍ସବରେ ପ୍ରଦତ୍ତ ଭାଷଣ ୨. ପ୍ରକୃତ ଅର୍ଥରେ ଶିକ୍ଷା ହେଉଛି ନିଜକୁ ଆବିଷ୍କାର କରିବାର ଏକ ପ୍ରକ୍ରିୟା । ଏହା ହେଉଛି ଆତ୍ମ-ସ୍ଥାପତ୍ୟର ଏକ କଳା । ଏହା ବ୍ୟକ୍ତିକୁ ଏକ ନିର୍ଦ୍ଦିଷ୍ଟ ଦକ୍ଷତା କିମ୍ବା ଏକ ନିର୍ଦ୍ଦିଷ୍ଟ ଜ୍ଞାନର ଶାଖାରେ ତାଲିମ ଦେବା ନୁହେଁ, ବରଂ ତା’ର ଅନ୍ତର୍ନିହିତ ପ୍ରତିଭା, କଳାତ୍ମକ ଓ ମାନବବାଦୀ ସାମର୍ଥ୍ୟର ପ୍ରସ୍ଫୁଟନ କରିବା । ଶିଖିବାର ଆଗ୍ରହ ଓ ଶିଖିବାର ଯୋଗ୍ୟତା ସୃଷ୍ଟି କରିବା ହେଉଛି ଶିକ୍ଷା, ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ ନୁହେଁ । -ଡିସେମ୍ବର ୨୮, ୨୦୦୨, ୟୁଜିସି ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଘାଟନୀ ଅଭିଭାଷଣ ୩. ତୁମେ ବନ୍ଧୁ ବଦଳେଇ ପାରିବ, ପଡ଼ୋଶୀ ନୁହେଁ । -ମେ ୨୦୦୩, ସଂସଦୀୟ ଅଭିଭାଷଣ ୪. ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ ଯେ ଉତ୍ତମ ପଡ଼ୋଶୀମାନେ ପରସ୍ପର ସହିତ ଭାଇ ବସିବା ପୂର୍ବରୁ ସେମାନଙ୍କର ସୀମା ଠିକ କରିବା ଉଚିତ । - ଜୁନ ୨୩, ୨୦୦୩, ପେକିଂ ୟୁନିଭର୍ସିଟିରେ ପ୍ରଦତ୍ତ ଭାଷଣ ୫. ମୁଁ ଯଦି ଦଳକୁ ଭାଙ୍ଗି ଦେଇ କ୍ଷମତା ପାଇଁ ନୂଆ ମେଣ୍ଟ ଗଠନ କରେ ତେବେ ମୁଁ ସେହି କ୍ଷମତାକୁ ଗୋଟେ ଷଣ୍ଢୁଆସିରେ ମଧ୍ୟ ଧରିବାକୁ ଚାହିଁବି ନାହିଁ । -୧୯୯୬ରେ ଅନାସ୍ଥା ପ୍ରସ୍ତାବ ଆଲୋଚନାର ଉତ୍ତର ୬. ଆମେ ଭାରତରେ ଏକ ମହାନ ସଭ୍ୟତାର ଉତ୍ତରାଧିକାରୀ ହୋଇଛୁ । ଏହାର ଜୀବନ ମନ୍ତ୍ର ହେଉଛି ଶାନ୍ତି ଏବଂ ଭ୍ରାତୃତ୍ୱ । ଭାରତ ତାହାର ଦୀର୍ଘ ଇତିହାସରେ କେବେ ବି ଏକ ଆକ୍ରମଣକାରୀ, ଉପନିବେଶକାରୀ ରାଷ୍ଟ୍ର ହୋଇନାହିଁ । ଆଧୁନିକ ସମୟରେ ମଧ୍ୟ ଆମେ ଆମ ଅଞ୍ଚଳ ସମେତ ବିଶ୍ୱ ସମୁଦାୟରେ ଶାନ୍ତି, ମୈତ୍ରୀ ଓ ସହଯୋଗର ଉତ୍ତରଦାୟିତ୍ୱ ନିର୍ବାହ କରିବା ପାଇଁ ଜାଗି ରହିଛୁ । -ଜାନୁଆରୀ ୩୧, ୨୦୦୪, ବିଶ୍ୱ ଶାନ୍ତି ଓ ଅହିଂସା ସମ୍ମିଳନୀରେ ଭାଷଣ ୭. ପ୍ରେସ୍ ସ୍ୱାଧୀନତା ଭାରତୀୟ ଗଣତନ୍ତ୍ରର ଏକ ଅବିଭାଜ୍ୟ ଅଙ୍ଗ । ସମ୍ବିଧାନ ଦ୍ୱାରା ଏହା ସୁରକ୍ଷିତ । ଆମ ଗଣତାନ୍ତ୍ରିକ ସଂସ୍କୃତି ଏହାର ମୌଳିକ ପ୍ରହରୀ । ଆମର ଏହି ଜାତୀୟ ସଂସ୍କୃତି କେବଳ ଭାବନା ଓ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ ଦେଉନାହିଁ ଅଧିକନ୍ତୁ ଏହା ବିବିଧ ଦୃଷ୍ଟିକୋଣକୁ ଲାଳନପାଳନ କରୁଛି ଯାହା ବିଶ୍ୱର ଅନ୍ୟତ୍ର ବିରଳ ।