ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂବିଧାନ ପ୍ରଦତ୍ତ ୧୦% ସ୍ଥାନ ସଂରକ୍ଷଣ ଲାଗୁ କରିନାହାନ୍ତି ନବୀନ ସରକାର

ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ସଂବିଧାନ ପ୍ରଦତ୍ତ ୧୦% ସ୍ଥାନ ସଂରକ୍ଷଣ ଲାଗୁ କରିନାହାନ୍ତି ନବୀନ ସରକାର

Share :

ବିଗତ ଦିନରେ ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ରାଜନୈତିକ ସଂଗଠନ ଥିଲା ବିଜେଡି। ଏହାର ରାଜନୈତିକ ବ୍ୟାପାର କମିଟି, ରାଜ୍ୟ କାର୍ଯ୍ୟନିର୍ବାହୀ ଓ ପାର୍ଲାମେଂଟାରୀ ବୋର୍ଡ ହିଁ ଦଳର ପ୍ରାଥୀ କିଏ ହେବ ସ୍ଥିର କରେ। ବିଜେଡିର ପୁରୁଣା ନେତାଙ୍କୁ ପଚାରିଲେ ପାର୍ଲାମେଂଟାରୀ ବୋର୍ଡର କିଏ ସଦସ୍ୟ ଅଛନ୍ତି ତାହା ତାଙ୍କୁ ଜଣାନାହିଁ। ତାଙ୍କର ବୈଠକ ହେଲା କି ନାହିଁ, ବୈଠକରେ କ’ଣ ନିଷ୍ପତି ହେଲା ତାହା ମଧ୍ୟ ବିଜେଡି ନେତାମାନେ ଅନଭିଜ୍ଞ। ଏପରିକି ପାର୍ଲାମେଂଟାରୀ ବୋର୍ଡ ନିଷ୍ପତି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ବି ଜାଣନ୍ତି ନାହିଁ। ଏହାଛଡ଼ା ଓଡିଶାର କ୍ୟାବିନେଟ୍ ବସୁଛି କି ନାହିଁ, ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଖରେ ଚିଠା ପହଂଚୁଛି କି ନାହିଁ, ସେମାନେ ଯୋଗ ଦେଉଛନ୍ତି କି ନାହିଁ ତାହା ବି ବିଜେଡି ନେତାଙ୍କୁ ଜଣାନାହିଁ। ବିଜେଡିର ଆଭିମୁଖ୍ୟ ଓ ଭାବାବେଗ, ଆବଶ୍ୟକତା ବାସ୍ତବରେ କେଉଁଠି ବନ୍ଧା ପଡିଛି ତାହା ସାରା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ବିଜେଡି ଦଳରେ ମାତ୍ର ୨ଟି ଲୋକ ଦେଖାଯାଉଛନ୍ତି। ପ୍ରଶାସନର ଉପରଠୁ ତଳ ପର୍ଯ୍ୟନ୍ତ ପିସି ଓ ଭ୍ରଷ୍ଟାଚାର ଚାଲିଛି। ଓଡ଼ିଶାରେ ମାଫିଆ ରାଜ୍ ଚାଲିଛି। ଏହାକୁ ବାହାରୁ ଆସୁଥିବା ଲୋକମାନେ ବି ଅନୁଭବ କରିପାରୁଛନ୍ତି। ଏନେଇ ବିଜେଡି କବଳରୁ ଓଡ଼ିଶାକୁ ମୁକୁଳାଇବାକୁ ଓଡ଼ିଶାର ଜନସାଧାରଣ ଓ ଭୋଟରମାନଙ୍କୁ ବିଜେପି ନିବେଦନ କରୁଛି। ଓଡ଼ିଶା ମୁକୁଳିଲେ ବିକଶିତ ଓଡ଼ିଶା ଗଠନ ସମ୍ଭବ ହେବ। ଏହା ହିଁ ମୋଦି ଗ୍ୟାରେଂଟି। ଯେଉଁଠି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଓଡ଼ିଶାର ବିକାଶ ଅଟକିଯାଉଛି ତାକୁ ଗତିଶୀଳ କରିବା ମୋଦି ଗ୍ୟାରେଂଟି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଛନ୍ତି ଯେ, ବିଜେଡି ସରକାର ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ବିଭ୍ରାନ୍ତ କରୁଛି। ବିଜେଡି ନେତାମାନେ ଅପପ୍ରଚାର କରୁଛନ୍ତି ଯେ, ବିଜେପି ସରକାରକୁ ଆସିଲେ ବିଏସ୍‌କେୱାଇ ବନ୍ଦ ହୋଇଯିବ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବନ୍ଦ ହୋଇଯିବ। ମାତ୍ର ଏସବୁ ଭ୍ରାନ୍ତ ଧାରଣାରୁ ଦୂରେଇ ରହିବାକୁ ଓଡ଼ିଶାବାସୀଙ୍କୁ ବିଜେପି ନିବେଦନ କରୁଛି। ବିଜେପି ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଆମ ଦଳ ସରକାର ଗଢ଼ିଲେ କୌଣସି ଯୋଜନା ବନ୍ଦ ହେବ ନାହିଁ ବରଂ ସମୃଦ୍ଧ ହେବ। ଅପରପକ୍ଷେ ଓଡ଼ିଶାର ଲୋକେ ଆୟୁଷ୍ମାନ ଭାରତର ଯୋଜନାର ଲାଭ ପାଇବେ, ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର ଅଧିକ ଉନ୍ନତ ହେବ, ମହିଳାମାନେ ସ୍ୱାବଲମ୍ବୀ ହେବେ। ବିଜେପି ସର୍ବଦା ବିକାଶରେ ବିଶ୍ୱାସ କରେ। ବିଜେପି ସରକାର ତରଫରୁ ପିଏମ୍ ସୂର୍ଯ୍ୟଘର ଯୋଜନାରେ ଉପଭୋକ୍ତାମାନଙ୍କ ବିଜୁଳି ଛାଡ଼ ହେବା ସହ ରୋଜଗାର ମଧ୍ୟ ବଢ଼ିବ। ସେମାନଙ୍କୁ ବିଲ୍ ଦେବାକୁ ପଡ଼ିବନି। ଗାଁରୁ ସହର ସମସ୍ତେ ସୂର୍ଯ୍ୟଘର ଯୋଜନାର ଲାଭ ପାଇପାରିବେ। ବିଦ୍ୟୁତ ବିଲ୍ ପାଇଁ ଟଙ୍କା ଖର୍ଚ୍ଚ ହେବନି, ବରଂ ରୋଜଗାର ହେବ। ଏହି ସୂର୍ଯ୍ୟଘର ଯୋଜନାରେ ଏ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଛନ୍ତି। ବିଜେପିର ବିଭିନ୍ନ ଯୋଜନାକୁ ବିଜେଡି ପୂର୍ବରୁ କପି ପେଷ୍ଟ କରିଥିବାବେଳେ ଏବେ ସୂର୍ଯ୍ୟଘର ଯୋଜନାକୁ ମଧ୍ୟ କପି କରିଛି। ପିଏମ୍ ସୂର୍ଯ୍ୟଘର ଯୋଜନା ଆସିବା ପରେ ଦେଖି ବିଜେଡି ଜୁଲାଇ ମାସରୁ ମାଗଣା ବିଜୁଳି ଘୋଷଣା କରିଛି। ସେହିପରି ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜେପି “ସୁଭଦ୍ରା ଯୋଜନା” ଘୋଷଣା କରିଛି। ଏହି ଯୋଜନାରେ ମା’ମାନେ ୨ବର୍ଷ ଭିତରେ ନିଜ ଇଚ୍ଛା ଅନୁସାରେ ୫୦ ହଜାର ଟଙ୍କାର ଭାଉଚରକୁ ଖର୍ଚ୍ଚ କରିପାରିବେ। ବିଜେପି ସରକାରକୁ ଆସିଲେ ଚାଷୀଙ୍କ ଆୟ ଦିଗୁଣିତ କରିବା ସହ ଶୀତଳଭଣ୍ଡାର, ମଣ୍ଡିର ବ୍ୟବସ୍ଥା କରିବ। ଏଥିସହ ଚାଷୀଙ୍କ ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୩୧୦୦ ଟଙ୍କା କରିବ। ଏହି ଟଙ୍କା ୨ ଦିନରେ ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ପଂହଚିଯିବ। ଏଥିସହ ଯୁବକଙ୍କୁ ରୋଜଗାର ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଓଡ଼ିଶାରେ ପଛୁଆ ଶ୍ରେଣୀ ବା ଓବିସି ୫୪ ପ୍ରତିଶତ ରହିଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଅବହେଳା କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ଆଇନ ପାରିତ ହୋଇଛି ସେ ଆଇନର ୨୭% ସଂରକ୍ଷଣ ଦିଆଯାଇଛି। ମାତ୍ର ସେଥିରୁ ମଧ୍ୟ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବଂଚିତ କରିଛନ୍ତି। କେନ୍ଦ୍ର ସରକାର ୨୦୧୯ରେ ଆର୍ଥିକ ଦୃଷ୍ଟିରୁ ଯେଉଁମାନେ ଦୁର୍ବଳ ଅଛନ୍ତି ଇଡବ୍ଲ୍ୟୁଏସ୍ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ରାଜ୍ୟରେ ତାହା ଲାଗୁ କରି ନାହାନ୍ତି। ଜନବିରୋଧୀ ସରକାର ଏବେ ମାଫିଆ ରାଜରେ ପରିରଣ ହୋଇଛି। ଓଡ଼ିଶାରୁ ବିଜେଡିକୁ ବିତାଡ଼ିତ କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଓଡ଼ିଶାବାସୀ ପୀଡ଼ିତ ହୋଇଛନ୍ତି ତାହାର ଜବାବ ଭୋଟ ମାଧ୍ୟମରେ ବିଜେଡିକୁ ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଆର୍ଥିକ ଅନଗ୍ରସର ବର୍ଗର ରାଜ୍ୟ ସଂଯୋଜକ କୁଳମଣି ମିଶ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ବିବେକାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Share :