ଆପାର୍ଟମେଣ୍ଟ ନିଶା

ଆପାର୍ଟମେଣ୍ଟ ନିଶା

Share :

ସଂଜୟ କୁମାର ଶତପଥି ଦୀର୍ଘ ବର୍ଷ ରାଉରକେଲାରେ ରହିବା ପରେ ସମୀର ସାର୍‌ ଶଶୁର ପାଖରୁ ମିଳିଥିବା ଜମି ଉପରେ ଦୁଇ ମହଲା ଘର ତିଆରିକରି ସସ୍ତ୍ରୀକ ରହିଲେ! ଗୁଣରେ ବହୁତ ବଦଖର୍ଛୀ! ଲକ୍ଷ୍ମୀଛଡ଼ା ଗୁଣ, ସ୍ବାମୀ ଓ ସ୍ତ୍ରୀ ଦୁହିଁଙ୍କର ! ବାପାର ଏହିଗୁଣ ପାଇଁ ପୁଅ ଟଙ୍କା ପଠେଇବା ବନ୍ଦ କରିଦେଲା! ଫୁଟାଣି ନକହିଲେ ନସରେ। କିଛିଦିନ କଷ୍ଟେ ମଷ୍ଟେ ଚଳାଇନେଲେ। ଶେଷକୁ ଗୋଟାଏ ବିଲଡର ହାବୁଡ଼ରେ ପଡ଼ିଗଲେ! କୋଡ଼ିଏ ଡେସିମିଲ ଜାଗା ବାବଦକୁ 50 ଲକ୍ଷ ଟଙ୍କା ଦବ ଏବଂ ଚାରିଟା, ତିନି ଶୋଇବା ବଖରା ଥିବା ଘର ଦବ! ଏତେ ଟଙ୍କା ପାଇବାର ସ୍ବପ୍ନ ଦେଖି ତାଙ୍କର ପାଟିରୁ ଲାଳ ବୋହିଲା। ସାଙ୍ଗ ଓ ବନ୍ଧୁ ବାନ୍ଧବ ମନାକଲେ, କହିଲେ ଏହିବୁଢ଼ା ବୟସରେ ଏହି ଦୁର୍ବୁଦ୍ଧି କର ନାହିଁ! ତାଙ୍କୁ ଖାଲି ଟଙ୍କା ଦିଶିଲା, କାହା କଥା ଶୁଭିଲା ନାହିଁ। ସ୍ତ୍ରୀ କଥାରେ ପଡ଼ି ଜମି ଓ ଘର ବିକିବାର ସ୍ଥିର ହେଲା! ଘର ଭଙ୍ଗା ସମୟରେ ଆଉ ଗୋଟାଏ ଘରେ ଦଶ ହଜାର ଟଙ୍କାରେ ଭଡ଼ା ନେଇ ରହିଲେ ! ତିନ ମାସ ଗଲା, ଚାରି ମାସ ଗଲା, ଏପରିକି 6 ମାସ ପରେ ମଧ୍ୟ କିଛି କାମ ଆଗେଇଲା ନାହିଁ! ସମୀର ସାର୍‌ ବ୍ୟସ୍ତ ହୋଇପଡ଼ିଲେ! ଚିନ୍ତାରେ ରକ୍ତଚାପ ବଢିଗଲା, ଡାକ୍ତରଖାନାରେ ବାରମ୍ବାର ଭର୍ତ୍ତି ହାବାକୁ ପଡ଼ିଲା। ଡାକ୍ତର କହିଲେ ଆପଣଂକର କିଡ୍ନୀ ଖରାପ ହୋଇଗଲାଣି, ଡାୟାଲିସିସ ନକଲେ ବହୁତ ଅସୁବିଧାରେ ପଡିବେ! ତାଙ୍କର ବୟସ ଆସି ଅଶି ପାଖାପାଖି ହବ। ପୁଅ ଓ ପତ୍ନୀ ମନାକଲେ, କହିଲେ ଯେତେଦିନ ଚାଲୁଚି ଚାଲୁ, ଆଉ କଷ୍ଟ ଦିଅନାହିଁ। ଯାହଉ, ଭେନସ ଏନକ୍ଳେଭ ସଂପୂର୍ଣ୍ଣ ହବା ପର୍ଯ୍ୟନ୍ତ ସମୀର ସାର୍‌ ଟାଣିନେଲେ! ମାସକୁ ମାସ ଚାରି ହଜାର ସୋସାଇଟିକୁ ଦେବାକୁ ପଡିଲା, ବହୁତ ବାଧିଲା। କାର୍‌ କାଢିଲା ବେଳକୁ ଝଗଡା, ରଖିଲା ବେଳକୁ ଝଗଡା! ରାତିରେ ଉପର ଛାତବାଲା ଘରେ ରୋଷେଇ ଘରୁ ଶବ୍ଦ, ଧଡ଼ ଧାଡ଼! ବାଣ ଫୁଟିଲା ଭଳି ଶବ୍ଦ ଶୁଭିଲା! ରାତିଅଧରେ ହାର୍ଟ ଆଟାକ୍‌ରେ ଡାକ୍ତରଖାନାରେ ଭର୍ତ୍ତ ହୋଇ ପାଞ୍ଚ ଲକ୍ଷ ଟଙ୍କା ଗଣିଲେ, ଯେହେତୁ ତାଙ୍କର ଜୀବନ ବୀମା ନବୀକରଣ ହୋଇ ନଥିଲା! ଜ୍ୟୋତିଷ କହିଲେ, ଆପାର୍ଟମେଣ୍ଟାଟା ଉତ୍ତରମୁହାଁ, ଆପଣଂକୁ ବସ୍ତୁଶାସ୍ତ୍ର ଅନୁସାରେ ଦାନ ଧର୍ମ ଓ ସତ୍ୟନାରାୟଣ ପୂଜା ପ୍ରତି ଗୁରୁବାର କରିବାକୁ ପଡିବ! ଇମିତି ଏଗାରଟା ଗୁରୁବାର। ଦାନ ଧର୍ମ କରିବା ସତ୍ତ୍ବେ ସାତ ଗୁରୁବାର ଦିନ ସମୀର ସାର୍‌ ସ୍ବର୍ଗ ଦ୍ବାରକୁ ବୁହାହୋଇଗଲେ ! କିଛି ଲୋକେ କହିଲେ ବହୁତ ଧର୍ମ କରିଥିଲା ତ, କାର୍ତ୍ତିକ ମାସ ଗୁରୁବାରରେ ଗଲା! ପଟିଆ, ଭୁବନେଶ୍ବର

Share :