ତମେ

ତମେ

Share :

ମାୟାଧର ମାନସିଂହ ସକଳେ ଡାକନ୍ତି ତମେ ତମେ ବୋଲି ସେ ତମେର ମୂଲ ନାହିଁ ତୁମେ ଯେବେ ମୋତେ ତମେ ବୋଲି କହ ଏତେ ମିଠା କାହିଁ ପାଇଁ? କାଳ ବୈଶାଖୀର ମାଦକତା ପରି ସେ ତମେର ଆକର୍ଷଣ ଜ୍ୟେଷ୍ଠର ପ୍ରଦୋଷ ତୁମର ସେ ତମେ ପ୍ରଶାନ୍ତିର ଆବାହନ !! ସେ ତମେରୁ ଝରେ ମୌସୁମୀ ବର୍ଷାର ଶାଶ୍ୱତ ଶୀତଳ ସ୍ପର୍ଶ ଯେତେ ଅସନ୍ତୋଷ ବୈଶାଖରେ ଥାଏ ଭରିଦିଏ ସବୁ ଶୋଷ! ଆଷାଢ଼ ଆକାଶେ ସେ ତମେ ଝଲସେ ଇନ୍ଦ୍ରଧନୁ ସାତ ରଙ୍ଗେ ଶ୍ରାବଣର ଧାରା ପତିତ ବିନ୍ଦୁର ଗୁରୁ ଗମ୍ଭୀରତା ରାଗେ! ତମେ ପରା ସେହି ନିର୍ମଳ ଭାଦ୍ରବ ଖୋଲା ପୁସ୍ତକ ଭାଷ୍ୟ ସମ୍ପର୍କ ନଦୀର ଆଶ୍ୱିନ ପଠାରେ କାଶତଣ୍ଡୀ ସ୍ମିତହାସ୍ୟ! ଶ୍ୱେତାଙ୍ଗ ତୁଷାର ତମେ ଯେ ଘାସର କାର୍ତ୍ତିକ ମୁକୁଟ ସାଜି ମାର୍ଗଶୀର ପକ୍କ୍ୱ-ଧାନର ସୁଗନ୍ଧେ ପାଏ ମୁଁ ତମେକୁ ଖୋଜି! ପୌଷ ସକାଳର କୁହୁଡ଼ିରେ ତମେ ପ୍ରତୀକ୍ଷିତ ସୂର୍ଯ୍ୟରଶ୍ମୀ ଫିକା ପଡ଼ିଯାଏ ମାଘର ଜଡ଼ତା ତମେ ଉତ୍ତପ୍ତତା ଘେନି! କୋକିଳ କଣ୍ଠର ପଞ୍ଚମ ମୂର୍ଚ୍ଚନା ଫାଲଗୁନ ମଳୟେ ତମେ ଦୃଶ୍ୟମାନ ତମେ ପୂର୍ଣ୍ଣତା ଠାଣିରେ ଚ‌ଇତ୍ରର ଆଗମନେ! ତମେ ତ ମୋ ପାଇଁ ସବୁଯାକ ଋତୁ ସବୁ ମାସ ସବୁ ବର୍ଷ ତୁମ ଉଚ୍ଚାରଣେ ସେ ତମେର ମାନ ବଢ଼ିଯାଏ ଶତକୋଷ!

Share :