ପିତୃସ୍ବପ୍ନର ପଛେ ପଛେ-୯

Apr 8, 2019 - 03:46
 694
ପିତୃସ୍ବପ୍ନର ପଛେ ପଛେ-୯
ବିଶ୍ବଜିତ ମହାନ୍ତି ଦୁର୍ନୀତିର ନନ୍ଦନକାନନ ଉୁମ୍ୱାଇର ଏକ ସମ୍ଭ୍ରାନ୍ତ ରାସ୍ତା କଡ଼ରେ ଥିବା ଏକ ବିଏମଡବ୍ଲୁ ଶୋରୁମ୍ରେ ଆସି ପହଂଚିଲେ ଜଣେ ଅଜଣା ଆଗନ୍ତୁକ। ତାଙ୍କ ବେଶଭୂଷାରୁ ସେ ଯେ ବିଏମଡବ୍ଲୁ ଭଳି ଦାମୀ ଗାଡ଼ି କିଣିବାକୁ ଆସିଛନ୍ତି ତାହା ଜଣାପଡ଼ୁ ନଥିଲା। ତେଣୁ ସେ ଯେତେବେଳେ ଏକ ଚକ୍ଚକ୍ କରୁଥିବା କଳା ବିଏମଡବ୍ଲୁ କାର୍କୁ ହାତରେ ସାଉଁଳେଇବାରେ ଲାଗିଲେ ଜଣେ ସେଲ୍ସମ୍ୟାନ ଆସି କହିଲା, ସାର୍, ଏ କାର୍ର ଦାମ ଢେର ଅଧିକ! ଆଗନ୍ତୁକ ଜଣକ ଶୋରୁମ୍ର ମ୍ୟାନେଜରଙ୍କ ନିକଟକୁ ଗଲେ। ମ୍ୟାନେଜର ମଧ୍ୟ ଆଗନ୍ତୁକଙ୍କ କିଣିବା କ୍ଷମତା ଉପରେ ସନ୍ଦେହ କରୁଥିଲେ। ଆଗନ୍ତୁକ ଜଣକ ଏ ଗାଡ଼ି କିଣିବେ ବୋଲି କହିବାରୁ ମ୍ୟାନେଜର କହିଲେ, ସାର୍, ଏହାର ଦାମ ହେଉଛି ୭୨ ଲକ୍ଷ ଟଙ୍କା! କିନ୍ତୁ ସମସ୍ତଙ୍କୁ ଚମତ୍କୃତ କଲା ଭଳି ଢଙ୍ଗରେ ଆଗନ୍ତୁକ ଜଣକ କହିଲେ, କେବଳ ଏଇ କାର୍ଟି ନୁହେଁ ଶୋରୁମ୍ରେ ଯେତେ ଏଇଭଳି କାର୍ ଅଛି ସବୁ ଦିଅ। କ୍ରେତା ଜଣକ ସବୁ ଯାକ କାର୍ ଓଡ଼ିଶାରେ ଡେଲିଭରି ନେବାକୁ କହିଲେ। ସନ୍ଧ୍ୟା ସୁଦ୍ଧା କାର୍ଗୁଡ଼ିକର ଦାମ ଦାମ ବାବଦରେ କେଇ କୋଟି ଟଙ୍କା ହସ୍ତାନ୍ତରିତ ହୋଇଗଲା। ଖୁସିର ଖଣି ରାସ୍ତା କଡ଼ରେ ଲାଗିଥିବା ବଡ଼ ବଡ଼ ହୋର୍ଡିରେ ଲେଖାଥିଲା, ଆମେ ଓଡ଼ିଶା ମୁହଁରେ ହସ ଫୁଟାଉ। ଆଉ କେଉଁ ହୋର୍ଡ଼ିଂରେ ଲେଖା ହେଉଛି, ଓଡ଼ିଶାବାସୀଙ୍କ ପାଇଁ ଆମେ ଖଣିରୁ ଖୁସି ଖୋଳୁ! କହିବା ବାହୁଲ୍ୟ, ଏସବୁ ବିଜ୍ଞାପନର ଭାଷା ହେଉଛି କେତେକ ଖଣି କମ୍ପାନୀଙ୍କର। ୨୦୦୩-୦୯ ମଧ୍ୟରେ ହିଁ ଘଟିଥିଲା ଓଡ଼ିଶାର ବ୍ୟାପକ ଖଣି ଦୁର୍ନୀତି। ଏହି ଅବଧିର ଅଧିକାଂଶ ସମୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲା ଉଭୟ ଖଣି ଓ ଜଙ୍ଗଲ ବିଭାଗ। ଏହି ସମୟ ମଧ୍ୟରେ ଖଣି କମ୍ପାନୀଗୁଡ଼ିକ ରାଜ୍ୟର ଖଣିଜ ସଂପଦ ଲୁଟ୍ କରିବାକୁ ପ୍ରାୟ ସବୁ ଆଇନ ଉଲ୍ଲଙ୍ଘନ କଲେ। ନେତା ଓ ପ୍ରଶାସକମାନେ ବିପୁଳ ପରିମାଣର ଲାଞ୍ଚ ନେଇ ଚୁପ୍ ରହିଲେ। ଖଣି ମାଲିକମାନଙ୍କ ଖୁସି ବ୍ୟାଙ୍କ ବାଲାନ୍ସରେ ପରିଣତ ହେଲା। ଏତେବେଳେ ଖଣି କମ୍ପାନୀଙ୍କ ସ୍ଲୋଗାନ ‘ମାଇନିଂ ହାପିନେସ ଫର ଓଡ଼ିଶା’ ବା ଓଡ଼ିଶା ପାଇଁ ଖୁସି ଖୋଳିବା ନହୋଇ ‘ଅଣ୍ଡରମାଇନିଂ ହାପିନେସ ଫର ଓଡ଼ିଶା’ ବା ଓଡ଼ିଶାର ଖୁସି ଖୋଳିନେବା ହେବା ଦରକାର ଥିଲା। ଖଣି ଲୁଟ୍ର ଶୀର୍ଷ ସମୟରେ ଲୁହା ପଥର ଦର ଟନ୍ ପିଛା ୭ ହଜାର ଟଙ୍କା ଥିଲା। ସେତେବେଳେ ଓଡ଼ିଶା ସରକାର ଗୋଟିଏ ଟନ୍ ଲୁହା ପଥର ଉପରୁ ମାତ୍ର ୪୦୦ ଟଙ୍କା ରାଜଭାଗ ପାଉଥିଲେ। ଗୋଟିଏ ଟନ୍ ଲୁହା ପଥର ଖୋଳିବା ଖର୍ଚ୍ଚ ଥିଲା ୨୦୦ ଟଙ୍କା ତଳେ। ଅର୍ଥାତ ସବୁ ଖର୍ଚ୍ଚବାର୍ଚ୍ଚ ବାଦ ଖଣି କମ୍ପାନୀଙ୍କର ଲାଭ ଥିଲା ପ୍ରାୟ ୧୦୦୦ ପ୍ରତିଶତ! ଦୋଷୀଙ୍କୁ ସୁରକ୍ଷା ଓଡ଼ିଶାରେ ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିର ବିପୁଳ ଖଣି ସ୍ୱାର୍ଥ ରହିଛି। ଓଡ଼ିଶାରେ କମ୍ପାନୀ ୮ଟି ଲୁହା ଓ ମାଙ୍ଗାନିଜ ଖଣି ଲିଜ୍ ନେଇଛି। ଆଦିତ୍ୟା ବିର୍ଲା ଗୋଷ୍ଠୀର ଏହି କମ୍ପାନୀର ଆଇନ ଉଲ୍ଲଙ୍ଘନ କରିବା ଅଭ୍ୟାସ ରହିଛି। କମ୍ପାନୀର ଜିଲିଂ ଲଙ୍ଗଳଲତା ଲୁହା ଓ ମାଙ୍ଗାନିଜ ଖଣିର ଜଙ୍ଗଲ ମଂଜୁରୀ ନଥିଲା। ଏହାକୁ ଗୋଟେ ଅସ୍ଥାୟୀ କାମ ଅନୁମତି ମିଳିଥିଲା। ଏଇ ଅସ୍ଥାୟୀ ଅନୁମତିକୁ ଆଳ କରି କିନ୍ତୁ କମ୍ପାନୀ ଖଣିରୁ ବ୍ୟାପକ ଖଣିଜ ପଦାର୍ଥ ଉେତ୍ତାଳନ କରିନେଇଥିଲା। ୨୦୦୮ ମସିହା ଡିସେମ୍ୱରରେ କମ୍ପାନୀ ଆଇନ ଉଲ୍ଲଙ୍ଘନ କରିଥିବା ଧରିଲେ ବନଖଣ୍ଡ ଅଧିକାରୀ। କମ୍ପାନୀକୁ ଜଙ୍ଗଲ ମଂଜୁରୀ ଦେବା ପାଇଁ ବନ ବିଭାଗ କରିଥିବା ସୁପାରିଶ ତୁରନ୍ତ ପ୍ରତ୍ୟାହାର କରିବାକୁ ୨୦୦୯ ଜାନୁଆରୀ ୩୦ ତାରିଖରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ପିଏନ ପାଢ଼ୀଙ୍କୁ ଚିଠି ଲେଖିଲେ ପିସିସିଏଫ ବା ପ୍ରମୁଖ ମୁଖ୍ୟ ବନପାଳ ସୁରେଶ ଚନ୍ଦ୍ର ମହାନ୍ତି। ତୁରନ୍ତ ସୁପାରିଶ ପ୍ରତ୍ୟାହାର କରିବେ କ’ଣ ପାଢ଼ୀ ଏଇ ଫାଇଲ ଉପରେ ୪୦ ଦିନ ଧରି କୌଣସି ନିଷ୍ପତ୍ତି ନେଲେ ନାହିଁ। ୨୦୦୯ ମାର୍ଚ୍ଚ ୧୩ ତାରିଖରେ ଯାଇଁ ସେ ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କଲେ। କିନ୍ତୁ ଏହି ସମୟ ମଧ୍ୟରେ ଏସେଲ କମ୍ପାନୀ ଲାଗିପାତି କେନ୍ଦ୍ରରୁ ଜଙ୍ଗଲ ଅନୁମୋଦନ ହାସଲ କରିସାରିଥିଲା। ଓଡ଼ିଶା ସରକାରଙ୍କର ଏ ଉଦ୍ୟମ ନିÀଳ ହୋଇଗଲା। ସିରାଜୁଦ୍ଦିନ ହେଉଛି ଅନ୍ୟ ଏକ ଆଇନ ଉଲ୍ଲଙ୍ଘନକାରୀ କମ୍ପାନୀ। ଏହି କମ୍ପାନୀକୁ ଦିଆଯାଇଥିବା ବଲଦା ବ୍ଲକ ଖ ଖଣିରେ ବ୍ୟାପକ ଆଇନ ଉଲ୍ଲଙ୍ଘନ ହୋଇଥିଲା। ଏ ସଂପର୍କରେ ୨୦୦୯ ଅଗଷ୍ଟ ୫ ତାରିଖରେ ଏଇ ଲେଖକ ଏ ବିଷୟରେ ଅଭିଯୋଗ କରିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଏକ ଦଳ ଆସି କ୍ଷେତ୍ର ପରିଦର୍ଶନ କରି ଆଇନ ଉଲ୍ଲଙ୍ଘନ ହୋଇଥିବା ହୃଦବୋଧ କଲେ। ଏଇ ଖଣିର ଜଙ୍ଗଲ ମଂଜୁରୀ ବାତିଲ କରିବାକୁ ତଦନ୍ତକାରୀ ଦଳ ସୁପାରିଶ କଲେ। କିନ୍ତୁ ରାଜ୍ୟ ଓ କେନ୍ଦ୍ର ସରକାର ମିଶି କମ୍ପାନୀକୁ ସୁରକ୍ଷା ଦେଲେ ଓ ୨୦୧୨ ମାର୍ଚ୍ଚ ୧୨ ତାରିଖରେ ଏହାକୁ ମିଳିଥିବା ଜଙ୍ଗଲ ଅନୁମୋଦନର ନବୀକରଣ ହୋଇଗଲା। କେନ୍ଦୁଝରର ଠାକୁରାଣୀ ଲୁହା ପଥର ଖଣି ଲିଜ୍ ପାଇଛି ସାରଦା ଗୋଷ୍ଠୀ। ଖଣିଟି ୯୪୭ ହେକ୍ଟର ପରିବ୍ୟାପ୍ତ। ଖଣି ଭିତରେ ଅତି ଉନ୍ନତ ମାନର, ନିର୍ଦ୍ଦିଷ୍ଟ ଭାବରେ କହିଲେ ୬୪ ପ୍ରତିଶତ ଲୁହା ଥିବା ୯୦ ନିୟୁତ ଟନ୍ର ପଥର ଗଚ୍ଛିତ ଥିଲା। ଏହାର ମୂଲ୍ୟ ହେବ ୪୫ ହଜାର କୋଟି ଟଙ୍କା। ଏଇ ଖଣି ପରିସରରେ ୨୦୦୦ ମସିହାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ବା ଜେଏସପିଏଲ ଏକ କ୍ରସର ପକାଇଲା। ଏହା ବେଆଇନ ଥିଲା। ନିୟମ ଅନୁସାରେ ଗୋଟେ କମ୍ପାନୀର ଖଣିରେ ଅନ୍ୟ ଗୋଟେ କମ୍ପାନୀର କ୍ରସର ପଡ଼ିବ ନାହିଁ। ଏ ସଂପର୍କରେ ଅଭିଯୋଗ ହେବାରୁ ସରକାରଙ୍କର ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଆଇନ ଉଲ୍ଲଙ୍ଘନ ହୋଇଥିବା ସ୍ୱୀକାର କଲେ ଏବଂ ଖଣିଲିଜ ବାତିଲ ପାଇଁ ସୁପାରିଶ କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଏ ସୁପାରିଶ ଗ୍ରହଣ କଲେ ନାହିଁ, ଆଉ ଗୋଟେ କମିଟି ବସାଇଲେ। ଉଦ୍ଦେଶ୍ୟ ଥିଲା ସାରଦା ମାଇନ୍ସକୁ ସୁରକ୍ଷା ଦେବା। ତାହା ହିଁ ହେଲା। ଏ କାରବାରରେ ୪୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଆକଳନ କରାଯାଇଥିଲା। ଉଲିବୁରୁ ଖଣି ଦୁର୍ନୀତି ଏହି ପର୍ଯ୍ୟାୟର ଅନ୍ୟ ଏକ ଆଇନ ଉଲ୍ଲଙ୍ଘନ ଘଟଣା। ଏ ଦୁର୍ନୀତିରେ ରାଜ୍ୟ ସରକାରଙ୍କର ୧୯୦୦ କୋଟି ଟଙ୍କାର କ୍ଷତି ହୋଇଥିଲା। ଉଲିବୁରୁ ଖଣିର ମୂଳ ପଟ୍ଟାଦାର ହେଉଛନ୍ତି ବିକେ ମହାନ୍ତି। ତାଙ୍କଠାରୁ ପାୱାର ଅଫ୍ ଆଟର୍ଣ୍ଣି ବା କ୍ଷମତାପତ୍ର ହାସଲ କରି ଦୀପକ ଗୁପ୍ତା ଖଣିର ପରିଚାଳନା ଭାର ନେଇଥିଲେ। ୨୦୦୭ ମସିହା ବେଳକୁ ଖଣିର ସମସ୍ତ ଗଚ୍ଛିତ ଲୁହା ପଥର ଉେତ୍ତାଳନ କରିସାରିଥିବା ବିକେ ମହାନ୍ତି ଖଣିକୁ ରାଜ୍ୟ ସରକାରଙ୍କୁ ଫେରାଇ ଦେବାକୁ ଚାହିଁଥିଲେ। କିନ୍ତୁ ଗୁପ୍ତା ଏଥିରେ ହସ୍ତକ୍ଷେପ କରି ଏ ସଂପର୍କୀତ ଦରଖାସ୍ତା ପ୍ରତ୍ୟାହାର କରାଇନେଲେ। ଏଇ ଖଣି ଆଳରେ ସେ ତା’ ପାଖରେ ଉଲିବୁରୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଖଣି ଖୋଳିବାରେ ଲାଗିଲେ ଏବଂ ସରକାରୀ ଅନୁମତିରେ ବେଆଇନ ଭାବେ ଉେତ୍ତାଳିତ ସମସ୍ତ ଖଣିଜ ପଦାର୍ଥ ବାହାରକୁ ଚାଲାଣ କରିଦେଲେ। ଏହି ବେଆଇନ ଖଣି କାରବାର ଚାଲିଥିବା ସମୟରେ ପ୍ରଦୀପ ରାଜ କରାଟ, ଶରତ ଚନ୍ଦ୍ର ମହାନ୍ତି ଏବଂ ବିକ୍ର ସିଂହ କେନ୍ଦୁଝର ବନ ଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଏ ତିନି ଜଣଙ୍କ ବିରୋଧରେ ଭିଜିଲାନ୍ସ ମକଦ୍ଦମା ଦାଏର ହେଲା। ଏମାନଙ୍କ ମଧ୍ୟରୁ କରାଟ ୨୦୦୯ ମସିହାରେ ଉଲିବୁରୁ ଖଣି ତଦନ୍ତ କମିଟିର ସଦସ୍ୟ ଥିଲେ। ତାଙ୍କୁ୨୦୧୩ ଅଗଷ୍ଟ ମାସରେ ସସ୍ପେଣ୍ଡ କରାଗଲା। ପରେ ତାଙ୍କୁ ପୁଣି ଚାକିରିରେ ବାହେଲ କରାଗଲା। ସିଂହ ଏକ ଅନ୍ତର୍ଜାତୀୟ ସଂସ୍ଥାକୁ ଡେପୁଟେସନରେ ପଳାଇଲେ। ଏବେ ସେ ରାଜ୍ୟ ସରକାରଙ୍କ ହାତ ପାଆନ୍ତାରେ ନାହାନ୍ତି। ତେବେ ୨୦୧୫ ମସିହାରେ ସବୁଆଡ଼ୁ ଦୋଷ ଧରାପଡ଼ିବା ପରେ ସରକାର କେବଳ କରାଟଙ୍କ ବିରୋଧରେ ମାମଲା ଆରମ୍ଭ କଲେ। ଓଡ଼ିଶା ଖଣି ଶିଳ୍ପ କ୍ଷେତ୍ରରେ ଏକ ବଡ଼ ଧରଣର ଭୂମିକା ନିର୍ବାହ କରିଛି ତ୍ରିବେଣୀ ଆର୍ଥ ମୁଭର୍ସ ପ୍ରା. ଲି.। ଏହାର ମାଲିକ ହେଉଛନ୍ତି ବି. ପ୍ରଭାକରନ। ସେ ଜଣେ ଠିକାଦାର। ମୂଳ ଘର ତାମିଲନାଡ଼ୁ। ସେ ଓଡ଼ିଶାର ୬ଟି ଖଣିରୁ ଖଣିଜ ପଦାର୍ଥ ଉେତ୍ତାଳନ ଠିକା ନେଇଥିଲେ। ପ୍ରାୟ ୧୦୦୦ କୋଟି ଟଙ୍କାର ଏକ ବେଆଇନ ଖଣି କାରବାରରେ ଭିଜିଲାନ୍ସ ପୁଲିସ ତାଙ୍କ ବିରୋଧରେ ମାମଲା ଆରମ୍ଭ କରିଥିଲା। ପ୍ରଭାକରନଙ୍କର ଶାସକ ବିଜେଡି ସହିତ ସଂପର୍କ ରହିଛି। ୨୦୧୪ ଜୁନ ୨ ତାରିଖରେ ତ୍ରିବେଣୀ କମ୍ପାନୀର ଏକ ବିମାନରେ ବିଜେଡିର ୫ ଜର ଏମପି ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ୨୦୧୪ ଜୁଲାଇ ୨୯ ତାରିଖରେ ଅଭିଯୋଗ କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଏମପି ସିଦ୍ଧାନ୍ତ ମହାପାତ୍ର ତ୍ରିବେଣୀ ବିମାନରେ ଦିଲ୍ଲୀ ଯାଇଥିବା ସ୍ୱୀକାର କରିଥିଲେ, କିନ୍ତୁ ଏହା ଭୁଲ ଥିଲା ବୋଲି ମାନି ନଥିଲେ। ବେଆଇନ ଭାବେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଖଣିଜ ଉେତ୍ତାଳନ କରିଥିବାରୁ ରାଜ୍ୟ ସରକାର ସଂପୃକ୍ତ ଖଣି କମ୍ପାନୀଗୁଡ଼ିକ ଉପରେ ୬୮,୭୦୦ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ। ତତ୍କାଳୀନ ଖଣି ସଚିବ ଡିକେ ସିଂହ ୨୦୧୨ ଜୁଲାଇ ୨୩ ତାରିଖରେ ଏହି ନିଦ୍ଦେର୍ଶ ଦେଇଥିଲେ। ଏଥିଯୋଗୁଁ ଖଣି ଲବି ତାଙ୍କ ବିରୋଧରେ ଲାଗିଗଲେ। ସରକାର ଖଣି ଲବି ଚାପରେ ପଡ଼ି ତାଙ୍କୁ ତୁରନ୍ତ ବଦଳି କରିଦେଲେ। ସେ ମାତ୍ର ୨ ମାସ ପାଇଁ ଏହି ପଦରେ ଥିଲେ। ତେବେ ୨୦୧୨ ସେପ୍ଟେମ୍ୱର ଓ ୨-୧୩ ମାର୍ଚ୍ଚ ମାସରେ ଆଇନ ଉଲ୍ଲଙ୍ଘନକାରୀ ଖଣି କମ୍ପାନୀଙ୍କ ଉପରେ ଜରିମାନା ନୋଟିସ ଜାରି ହେଲା। କିନ୍ତୁ କୌଣସି ଖଣି କମ୍ପାନୀ ଜରିମାନା ଜମା କଲେ ନାହିଁ। ତା’ ଭିତରେ ଚାରିଟି ନୋଟିସର କାର୍ଯ୍ୟାବଧି ସରିଗଲା। ରାଜ୍ୟ ସରକାର ଖଣି କମ୍ପାନୀଙ୍କ ସହିତ ମିଶିଗଲେ। ଜରିମାନା ଦେବାକୁ ସେମାନଙ୍କୁ ବାଧ୍ୟ କରାଗଲା ନାହିଁ। ବାର୍ଷିକ ୧୨ ପ୍ରତିଶତ ସୁଧ ହିସାବ କରାଗଲେ ସାଢ଼େ ତିନି ବର୍ଷରେ ଜରିମାନା ଉପରେ କେବଳ ସୁଧ ଦେୟ ୩୨,୯୭୬ କୋଟି ଟଙ୍କା ହିସାବ ହୁଏ। ଏପରିକି ରାଜ୍ୟ ସରକାରଙ୍କ ଅଧୀନସ୍ଥ ଓଡ଼ିଶା ଖଣି ନିଗମ ମଧ୍ୟ ଜରିମାନା ପଇଠ କଲା ନାହିଁ। ଯଦିଓ ଏହାର ଜରିମାନା ନୋଟିସ ଉପରେ କୌଣସି ରହିତାଦେଶ ଜାରି ହୋଇ ନଥିଲା। ଜରିମାନା ନୋଟିସ ବିରୋଧରେ କେତେକ ଖଣି କମ୍ପାନୀ ଦିଲ୍ଲୀର ଖଣି ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ। ଅଥଚ ବାରମ୍ୱାର ନୋଟିସ ସେତ୍ତ୍ୱ ରାଜ୍ୟ ସରକାର ଜବାବ ଦାଖଲ କଲେ ନାହିଁ। ସେଥିପାଇଁ ଟ୍ରିବ୍ୟୁନାଲ ଜରିମାନା ନୋଟିସର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ। ତେବେ ସବୁ ଖଣି କମ୍ପାନୀ ଟ୍ରିବ୍ୟୁନାଲ ଯାଇ ନଥିଲେ। ସେମାନଙ୍କ ନୋଟିସ ଉପରେ ରହିତାଦେଶ ଜାରି ହୋଇନଥିଲା। କିନ୍ତୁ ସରକାର ସେମାନଙ୍କଠାରୁ ମଧ୍ୟ ଜରିମାନା ଆଦାୟ କଲେ ନାହିଁ। ଆଳ କଲେ ରହିତାଦେଶ। ସରକାର ସେମାନଙ୍କ ସହିତ ହାତ ମିଳାଇଥିବା ନେଇ ଏହାଠାରୁ ଆଉ ବଳିଷ୍ଠ ପ୍ରମାଣ କ’ଣ ହୋଇପାରେ? ଗଣ ସମାଧି ସମସ୍ତେ ଜାଣନ୍ତି ଖଣି ଦୁର୍ନୀତି ୨୦୦୯ ମସିହାରେ ଲୋକଲୋଚନକୁ ଆସିଲା। କିନ୍ତୁ ଏହାର ବର୍ଷକ ପୂର୍ବରୁ ୨୦୦୮ ମସିହାରେ କେନ୍ଦୁଝର ବିଧାୟକ ଉପମୁଖ୍ୟ ସଚେତକ ମୋହନ ମାଝୀ ଇଏମଆଇଏଲ କମ୍ପାନୀ ବିରୋଧରେ ଖଣି ଦୁର୍ନୀତି ଅଭିଯୋଗ ଉଠାଇଥିଲେ। କିନ୍ତୁ, ଏହି ଅଭିଯୋଗ ଉପରେ ଅଧିକ ଗୁରୁତ୍ୱ ନଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଚାପ ପକାଇଥିଲେ ବୋଲି ଶୁଣାଯାଏ। ଏହାର ଦୁଇ ବର୍ଷ ପୂର୍ବରୁ ମଧ୍ୟ ଖଣି ଦୁର୍ନୀତି ବିଷୟରେ ରାଜ୍ୟ ସରକାରଙ୍କ ଅବଗତ କରାଯାଇଥିଲା। ୨୦୦୬ ଡିସେମ୍ୱର ୧୮ ତାରିଖରେ ପରିବେଶ ମନ୍ତ୍ରଣାଳୟ ରୁଙ୍ଗଟାର ୬ଟି ଖଣିରେ ଅଧିକ ପରିମାଣର ବେଆଇନ ଖଣିଜ ଉେତ୍ତାଳନ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ୨୦୦୭ ଡିସେମ୍ୱର ୨୪ ତାରିଖରେ ମଧ୍ୟ ଏଇ ଲେଖକ ରୁଙ୍ଗଟାର ବେଆଇନ ଖଣିଜ ଉେତ୍ତାଳନ ସଂପର୍କରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ କରିଥିଲେ। ତଥାପି ଯେଉଁ ଅଧିକାରୀ ଏହି ବେଆଇନ ଖଣିଜ କାରବାରକୁ ଅନୁମତି ଦେଇଥିଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ୨୦୦୭ ମାର୍ଚ୍ଚ ପହିଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଜଣେ ପରିବେଶ ଯନ୍ତ୍ରୀ ଏକ କମିଟିର ନିଷ୍ପତ୍ତି ଆଧାରରେ ରୁଙ୍ଗଟାର ସିଲିଯୋଡ଼ା-କାଲିମାଟି ଖଣି ବନ୍ଦ ନିଦ୍ଦେର୍ଶ ଜାରି କରିବାକୁ ସୁପାରିଶ କଲେ। ବୋର୍ଡ଼ ଅଧ୍ୟକ୍ଷ ବନ୍ଦ ନିଦ୍ଦେର୍ଶରେ ଦସ୍ତଖତ କଲେ ନାହିଁ। ଠିକ ସେହିପରି ୨୦୦୫-୦୬ ବର୍ଷ ପାଇଁ ସାନ ଇନ୍ଦୁପୁର ଖଣିର କାର୍ଯ୍ୟାଦେଶ ଅନୁମତି ପ୍ରତ୍ୟାଖ୍ୟାତ ହୋଇଥିଲେ ମଧ୍ୟ ଏହି ଖଣି ବନ୍ଦ ପାଇଁ ନିଦ୍ଦେର୍ଶ ଦିଆଗଲା ନାହିଁ। ଏଥିରୁ ଖଣି ଲବି କିପରି ସରକାରଙ୍କର ଏପରି ସଂସ୍ଥାଗୁଡ଼ିକୁ କବÔା କରିଛନ୍ତି ତାହା ସାବିତ ହୋଇଯାଉଛି। ଲକ୍ଷାଧିକ କୋଟି ଟଙ୍କାର ଏଭଳି ଖଣି ଦୁର୍ନୀତି ତଦନ୍ତ ପାଇଁ ଭିଜିଲାନ୍ସକୁ ନିଦ୍ଦେର୍ଶ ଦିଆଗଲା। ଭିଜିଲାନ୍ସ ବିଭାଗ ମାତ୍ର କେଇ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଓ ୫-୧୦ ହଜାର ଟଙ୍କାର ଲାଞ୍ଚ କାରବାର ଉପରେ ତଦନ୍ତ କରିଥାଏ। ତାହା କୋଟିକୋଟି ଟଙ୍କାର ଖଣି ଦୁର୍ନୀତିର ତଦନ୍ତ କରିଥାନ୍ତା କିପରି? ଓଡ଼ିଶା ଖଣି ଦୁର୍ନୀତିର ତଦନ୍ତ ପାଇଁ ୨୦୧୦ ମସିହାରେ ଶାହା କମିଶନ ଗଠିତ ହେଲା। କମିଶନ କ୍ଷେତ୍ର ପରିଦର୍ଶ ଓ ଶହଶହ ପାଇଲ ଯାଞ୍ଚ କରିବା ପରେ ୧୪ଟି ଖଣିର ବେଆଇନ କାରବାର ଉପରେ ସିବିଆଇ ତଦନ୍ତ ନିଦ୍ଦେର୍ଶ ଦେଲେ। ଏହି ତାଲିକାରେ ଥିଲେ ସାରଦା ମାଇନ୍ସ, ଇଏମଆଇଏଲ, ମେସ୍କୋ, ଇନ୍ଦ୍ରାଣୀ ପଟ୍ଟନାୟକ, ସିରାଜୁଦ୍ଦିନ, କଳିଙ୍ଗ ମାଇନିଂ କର୍ପୋରେସନ ଓ ରାମ ବାହାଦୂର ଠାକୁର ଆଦି କମ୍ପାନୀ। ଶାହା କମିଶନଙ୍କ ଓଡ଼ିଶା ଖଣି ଦୁର୍ନୀତି ରିପୋର୍ଟକୁ ତୃତୀୟ ମହଲାର ବାବୁମାନେ ମୁଖ୍ୟମନ୍ତ୍ରୀଙ୍କଠାରୁ ଲୁଚାଇ ରଖିଲେ। ସୂଚନା ଅଧିକାର ଆଇନ ବଳରେ ଏଇ ଲେଖକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହା ସ୍ୱୀକାର କଲା। ଲୋକେ ଚାହୁଁଥିଲେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ମଧ୍ୟ ଶାହା କମିଶନଙ୍କ ସୁପାରିଶ ଭିତ୍ତିରେ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିଦ୍ଦେର୍ଶ ଦେଲେ ନାହିଁ। ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ସାଧାରଣ ସଭାରେ ନରେନ୍ଦ୍ର ମୋଦି ଓ ରାଜନାଥ ସିଂହ ବଡ଼ ପାଟିରେ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଆସିଲେ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିଦ୍ଦେର୍ଶ ଦିଆଯିବ। କିନ୍ତୁ ଖଣି ଲବିର ପ୍ରସାଦ ସେବନ କରିବା ପରେ ବୋଧହୁଏ ସେମାନଙ୍କର ହୃଦୟ ପରିବର୍ତ୍ତନ ହୋଇଗଲା। ୨୦୧୪ ଅଗଷ୍ଟ ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ସେ କହିଲେ, ସିବିଆଇ ତଦନ୍ତ ଆବଶ୍ୟକ ନୁହେଁ ବୋଲି ଓଡ଼ିଶା ସରକାର କହୁଥିବାରୁ କେନ୍ଦ୍ର ସରକାର ସେପରି ନିଦ୍ଦେର୍ଶ ଦେବେ ନାହିଁ। ଛଅ ମାସ ପରେ କେନ୍ଦ୍ର ସରକାରଙ୍କ ସହିତ ବିଜେଡି ସରକାରଙ୍କ ଅସାଧୁ ମେଣ୍ଟ ବିଷୟ ମଧ୍ୟ ଜଣାପଡ଼ିଗଲା। ୨୦୧୫ ମାର୍ଚ୍ଚ ୨୦ ତାରିଖରେ କେନ୍ଦ୍ର ସରକାର ଏମଏମଡିଆର ଆଇନରେ ସଂଶୋଧନ ଆଣିଲେ। ରାଜ୍ୟସଭାରେ ଏହି ସଂଶୋଧନ ବିଲ୍କୁ ବିଜୁ ଜନତା ଦଳ ସମର୍ଥନ କଲା। ସଂଶୋଧନ ଅନୁସାରେ ଲିଜ ଅବଧି ୧୫ ବର୍ଷ ଯାଏଁ ସ୍ୱତଃ ବୃଦ୍ଧି ପାଇଲା। ଅନେକ ଖଣି କମ୍ପାନୀ ବେଆଇନ ଖଣିଜ ଉେତ୍ତାଳନ କରିଥିବାରୁ ଲିଜ୍ ହରାଇବା କଥା। କିନ୍ତୁ ଏହି ସଂଶୋଧନ ବଳରେ ସମସ୍ତଙ୍କର ଖଣି ଲିଜ୍ ରହିଗଲା। କେନ୍ଦ୍ର ଓ ରାଜ୍ୟରେ କେଉଁ ଦଳ କ୍ଷମତାରେ ଅଛି ତାହା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ସବୁ ଦଳ ଖଣି କମ୍ପାନୀଙ୍କ ତାଳରେ ଥେଇ ଥେଇ ନାଚନ୍ତି। ଓଡ଼ିଶା ଖଣି ନିଗମ ଷଡ଼ଯନ୍ତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖଣି କାରବାର ଶିଖରରେ ପହଂଚିଥିବାବେଳେ ଘରୋଇ ଖଣି କମ୍ପାନୀମାନେ କିପରି ସର୍ବାଧିକ ଫାଇଦା ପାଇବେ ଓ ସରକାରୀ ଖଣି କମ୍ପାନୀ ଓଡ଼ିଶା ଖଣି ନିଗମର କାରବାର କମିବ ସେ ଦିଗରେ ଏକ ଷଡ଼ଯନ୍ତ୍ର ହୋଇଥିଲା। ଓଡ଼ିଶା ଖଣି ନିଗମ ବା ଓଏମସି ନିକଟରେ ୧୮ଟି ଲୁହା ଓ ମାଙ୍ଗାନିଜ ଖଣିର ଲିଜ୍ ଅଛି। ସୂଚନା ଅଧିକାରୀ ଆଇନ ବଳରେ ମିଳିଥିିବା ସରକାରୀ ତଥ୍ୟ ଅନୁସାରେ ୨୦୧୫ ଜୁନ ସୁଦ୍ଧା ଏହି ୧୮ ଖଣିରୁ ମାତ୍ର ୪ଟି ଚାଲିଥିଲା। ବାକି ଖଣିଗୁଡ଼ିକ ଜଙ୍ଗଲ ଅନୁମୋଦନ ନଥିବାରୁ ଚାଲିପାରି ନଥିଲା। ଓଏମସିର ଏସବୁ ଖଣି କିପରି ଜଙ୍ଗଲ ମଂଜୁରୀ ପାଇବେ ସେଦିଗରେ ସରକାରୀ ସ୍ତରରେ କୌଣସି ତପିରତା ପ୍ରକାଶ ପାଇ ନଥିଲା। ଏହା ଫଳରେ ୨୦୦୯-୧୦ରୁ ୨୦୧୩-୧୪ ପାଂଚ ବର୍ଷ ଭିତରେ ଓଏମସି ଆନୁମାନିକ ୨୦୦ ନିୟୁତ ଟନର ଖଣିଜ ଉେତ୍ତାଳନ ହରୋଇଥିଲା। ଏହି ଖଣିଜ ଉେତ୍ତାଳିତ ହୋଇ ବିକ୍ରି ହୋଇଥିଲେ ଓଏମସି ପ୍ରାୟ ୭୩,୫୦୦ କୋଟି ଟଙ୍କା ରୋଜଗାର କରିଥାନ୍ତା। ଏହା ହୋଇଥିଲେ ନିଗମ ଡିଭିଡେଣ୍ଡ ଆକାରରେ ୬୨,୪୭୫ କୋଟି ଟଙ୍କା ପାଇଥାନ୍ତା। ଏ ନେଇ ୨୦୧୪ ଜୁଲାଇ ୨୧ ତାରିଖରେ ଏଇ ଲେଖକ ଏକ ଅଭିଯୋଗପତ୍ର ଦାଖଲ କରିଥିଲେ। କିନ୍ତୁ କାହାରି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ନିୟନ୍ତ୍ରଣକାରୀ ସଂସ୍ଥା ସହିତ ବୁଝାମଣା ଭୁବନେଶ୍ୱରରେ ଅବସ୍ଥାପିତ କେତେକ ବରିଷ୍ଠ ବନ ଅଧିକାରୀ ପୁରୁଣା ଆମ୍ୱାସଡର ଗାଡ଼ି ଚଢ଼ି ଚଢ଼ି ବିରକ୍ତ ହୋଇଯାଇଥିଲେ। ନୂଆ କାର୍ କିଣିବା ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦେବା ନିରର୍ଥକ ବୋଲି ସେମାନେ ଜାଣିଥିଲେ। କାରଣ ୨୦୦୧ ମସିହାର ଆଥିର୍କ କଟକଣା ନିୟମ ହଟିନାହିଁ। ଜରୁରୀ ଦରକାର ଥିଲେ ନୂଆ ଗାଡ଼ି କହିଲେ କେବଳ ଜିପ୍ କିଣିହେବ। ତେଣୁ ସେମାନେ ଖଣି ଓ ଶିଳ୍ପ ସଂସ୍ଥା ଉପରେ ଏ ଦାୟିତ୍ୱ ପକାଇଦେଲେ। ସେମାନେ ବନ ଅଧିକାରୀମାନଙ୍କୁ କାର୍, କମ୍ପ୍ୟୁଟର ଓ ଏସି ଆଦି ଯୋଗାଇଦେଲେ। କୁହାଗଲା ଏଥିରେ ସେମାନେ କ୍ଷତିପୂରଣ ବାବଦରେ ସୃଷ୍ଟି ହେଉଥିବା ଜଙ୍ଗଲ ଜଗିବେ! ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ତଥ୍ୟ ଅନୁସାରେ ୨୦୦୮ ସୁଦ୍ଧା ଏଭଳି ଢଙ୍ଗରେ ୧୭ଟି କାର୍ ଆସିଥିଲା। କିନ୍ତୁ ଗୋଟିଏ ହେଲେ କାର୍ ଭୁବନେଶ୍ୱର ଛାଡ଼ି ନଥିଲେ କି ଜଙ୍ଗଲ ଜଗିବା କାମରେ ଲାଗି ନଥିଲେ। ଖଣି ମାଫିଆଙ୍କ ଗାଡ଼ି ଚଢ଼ି କିଏ କେବେ ଖଣି ଇଲାକାରେ ଚଢ଼ାଉ କରେ? ଏନେଇ ଲେଖକ ଏକ ମକଦ୍ଦମା କରିବା ପରେ ରାଜ୍ୟର ତତ୍କାଳୀନ ମୁଖ୍ୟ ସୂଚନା ଅଧିକାରୀ ଡିଏନ ପାଢ଼ୀ ଟାଟା ଷ୍ଟିଲ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସଂସ୍ଥା ଦେଇଥିବା ଦୁଇଟା ଗାଡ଼ି ଫେରାଇବାକୁ ନିଦ୍ଦେର୍ଶ ଦେଇଥିଲେ। ଖଣି ଦୁର୍ନୀତି କଥା ଉଠିଲା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା’ ଉପରେ ଭିଜିଲାନ୍ସ ତଦନ୍ତ ନିଦ୍ଦେର୍ଶ ଦେଇ କଥାଟାକୁ ସଫଳତାର ସହିତ ଘୋଡ଼ାଇ ପକାଇଲେ। ତଦନ୍ତ ଆଠ ବର୍ଷରୁ ଅଧିକ କାଳ ଚାଲିଲା। ଭିଜିଲାନ୍ସବାଲା କୌଣସି ଜଣେ ହେଲେ ନେତା କିମ୍ୱା ଆଇଏଏସ ଅଧିକାରୀଙ୍କୁ ଜେରା କଲେ ନାହିଁ। ବନ୍ଦ ହୋଇଥିବା ଖଣି ବ୍ୟବସାୟ ଅଳ୍ପ କେଇ ଦିନ ପରେ ପୁଣି ଚାଲିଲା। ନବୀନ ଚାହିଁଥିଲେ ଫାଷ୍ଟ ଟ୍ରାକ୍ କୋର୍ଟ ମାଧ୍ୟମରେ ବର୍ଷକ ଭିତରେ ଏହି ଅପରାଧର ବିଚାର ଶେଷ କରିପାରିଥାନ୍ତେ। କିନ୍ତୁ ବିଜୁ ଜନତା ଦଳକୁ ହାତଖୋଲା ପାଣ୍ଠି ଯୋଗାଉଥିବା ଖଣି କମ୍ପାନୀଙ୍କ ବିରୋଧରେ ସେ କେମିତି ହାତ ଉଠାଇଥାନ୍ତେ? ଗନ୍ଧିଆ ସଂପର୍କ ୨୦୧୦ ନଭେମ୍ୱର ମାସରେ ରାଜ୍ୟରେ ୭୦୦ କୋଟି ଟଙ୍କାର ଡାଲି ଦୁର୍ନୀତି କଥା ଉଠିଲା। କଥା ଉଠାଇଲେ ବିଜେଡି ବିଧାୟକ ଦେବାଶିଷ ନାୟକ। ପୁଷ୍ଟି ସହାୟତା ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁମାନଙ୍କୁ ପଚା ଓ ପୋକରା ଡାଲି ଖାଇବାକୁ ଦିଆଯାଉଥିଲା। କଥା ପ୍ରଘଟ ହେବା ପରେ ପରେ ୨୦୧୧ ଫେବୃଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାଲି ଯୋଗାଣ ଦାୟିତ୍ୱରେ ଥିବା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବରଖାସ୍ତ କରିଥିଲେ। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ମନିଟରିଂ କମିଟିର ସଦସ୍ୟ ଥିଲେ ପ୍ରମିଳାଙ୍କ ଭାଇ ତଥା ବିଶ୍ୱ ନାମକ ଏନଜିଓର ମୁଖ୍ୟ କ୍ଷୀରୋଦ ମଲ୍ଲିକ। ସେ ଏହାର କେଇ ଦିନ ଆଗରୁ କମିଟିରୁ ଇସ୍ତଫା ଦେଇଥିଲେ। ଏହି ଦୁର୍ନୀତିରେ ସରକାର ୩୨ ଜଣଙ୍କ ବିରୋଧରେ ମକଦ୍ଦମା କଲେ ଏବଂ ଡାଲି ଯୋଗାଇଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କଲେ। ଭିଜିଲାନ୍ସ ବିଭାଗ ୫ ଜିଲ୍ଲାରେ କରିଥିବା ତଦନ୍ତ ନେଇ ହାଇକୋର୍ଟରେ ଜୁଲାଇ ୨୦ ତାରିଖରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ। ପଚା ଓ ପୋକରା ଡାଲି ଯୋଗାଣ ଦୁର୍ନୀତିରେ ସରକାରୀ ଅଧିକାରୀମାନେ ୧୯.୬୨ କୋଟି ଟଙ୍କାର ଆଥିର୍କ ମୁନାଫା ପାଇ ଡାଲି ବ୍ୟବସାୟୀ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଥିବା ଭିଜିଲାନ୍ସ ବିଭାଗ ଦର୍ଶାଇଲା। ଏହି ଦୁର୍ନୀତିରେ ନବୀନଙ୍କ ତଥାକଥିତ ନିର୍ମଳ ଭାବମୂର୍ତ୍ତି ବେଶ୍ କ୍ଷତିଗ୍ରସ୍ତ ହେଲା। କିନ୍ତୁ ତୃତୀୟ ମହଲାର ବାବୁମାନେ ଏହି ଦୁର୍ନୀତିକୁ ମଧ୍ୟ ଦବାଇ ଦେଲେ। ଡାଲି ଦୁର୍ନୀତିରେ ଅଭିଯୁକ୍ତ ହୋଇଥିବା କେତେକ ଜିଲ୍ଳାର ଜିଲ୍ଲାପାଳଙ୍କୁ ପରେ ପଦୋନ୍ନତି ଦିଆଯାଇ ବଡ଼ବଡ଼ ବିଭାଗର ସଚିବ ପଦରେ ଅବସ୍ଥାପିତ କରାଗଲା। ପାରିବାରିକ ରୁପା ଉପହାର କଥାଟା ଆଶ୍ଚର୍ଯ୍ୟଜନକ ବୋଧ ହେଲେ ବି ସତ। ନବୀନ ତାଙ୍କର ଶେଷ ତିନି ଥରର ବିଜୟ ଉତ୍ସବ ପାଳନ କରିପାରି ନାହାନ୍ତି। ୨୦୦୪ ନିର୍ବାଚନ ଜିତିବା ପରେ ପରେ ବେଦାନ୍ତ ଆଲୁମିନା ଦୁର୍ନୀତି କଥା ଉଠିଲା ଓ ସେ ବଦନାମ ହେଲେ। ୨୦୦୯ ମସିହାରେ ତାଙ୍କର ଦଳ ୧୦୩ ଆସନ ଜିତିଲେ ମଧ୍ୟ ଖଣି ଦୁର୍ନୀତିରେ ସରକାର ବଦନାମ ହେଲେ। ୨୦୧୪ ନିର୍ବାଚନରେ ବିଜେଡି ୧୧୭ ଆସନ ଜିତିଲେ ବି ବ୍ୟାପକ ଜମି ଦୁର୍ନୀତି କଥା ପଦାକୁ ଆସିବାରୁ ସେ ବଦାନମ ହେଲେ। ବିଜୟର ଉଲ୍ଲାସ ବଦନାମର ବିଷାଦରେ ପରିଣତ ହେଲା। ଜମି ଦୁର୍ନୀତି କଥା ପ୍ରଘଟ ହେଲା ପରେ ୨୦୧୪ ଡିସେମ୍ୱର ୧୮ ତାରିଖରେ କ୍ୟାବିନେଟ ବୈଠକ ବସି ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରେ ୧୯୯୫ ଜାନୁଆରୀ ପହିଲାରୁ କଟକ ଓ ଭୁବନେଶ୍ୱରରେ ଯେତେ ପ୍ଲଟ ଆବଣ୍ଟିତ ହୋଇଥିଲା ସବୁ ରଦ୍ଦ କରାଗଲା। ଏସବୁ ଆବଣ୍ଟନ ଉପରେ ତଦନ୍ତ କରିବାକୁ ୨୦୧୪ ଅଗଷ୍ଟ ମାସରେ ତାରା ଦତ୍ତ କମିଟି ଗଠିତ ହୋଇଥିଲା। ଏହି କମିଟିର ସୁପାରିଶକୁ ସରକାର ଗ୍ରହଣ କଲେ। କଟକ ଓ ଭୁବନେଶ୍ୱରରେ ସରକାର ଇଚ୍ଛାଧୀନ କୋଟା ଜରିଆରେ କେତେକ ନେତା, ଆଇଏଏସ ଓ ଆଇପିଏସ ଅଧିକାରୀ, ବିଚାରପତି, ସାମ୍ୱାଦିକଙ୍କୁ ପ୍ରିୟାପ୍ରୀତି ତୋଷଣ ନୀତି ଅବଲମ୍ୱନ କରି ମୂଲ୍ୟବାନ ପ୍ଲଟ ପ୍ରଦାନ କରିଥିଲେ। ୨୦୧୪ ଜୁଲାଇ ମାସରେ ଜଣେ କଂଗ୍ରେସ ବିଧାୟକ ବିଜେଡିର ତତ୍କାଳୀନ ରାଜ୍ୟସଭା ସଭ୍ୟ କଳ୍ପତରୁ ଦାସଙ୍କ ପରିବାରକୁ ଏକାଧିକ ପ୍ଲଟ ଓ ଘର ଦିଆଯାଇଥିବା ଅଭିଯୋଗ କରିଥିଲେ। କଳ୍ପତରୁ ଓ ତାଙ୍କ ପୁଅଙ୍କ ବିରୋଧରେ ଘଙ୍ଗାପାଟଣା ଜମି ଦୁର୍ନୀତି କଥା ମଧ୍ୟ ଉଠିଥିଲା। ସେମାନେ ଜମି କାଗଜପତ୍ର ଜାଲ କରି ସେଠାରେ ଅନେକ ଏକର ଜମି ଦଖଲ କରିଥିଲେ। ଏହି ଦୁର୍ନୀତି କଥା ଉଠିଲା ପରେ କଳ୍ପତରୁଙ୍କ ପୁଅ ତଥା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ଦୁଇଟି ଘର ଫେରାଇବାକୁ ବାଧ୍ୟ ହୋଇଥିଲେ। ଏହି ଦୁର୍ନୀତିରେ କଳ୍ପତରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନବୀନ ମୂଳରୁ ରାଜି ହେଉ ନଥିଲେ। କିନ୍ତୁ ଜନମତ ସଂଗଠିତ ହେବାରୁ କଳ୍ପତରୁ ସୁରକ୍ଷା ଲୋଡ଼ିବାକୁ ନବୀନ ନିବାସ ଯାଇଥିଲେ। ମାତ୍ର, ନବୀନ ତାଙ୍କୁ ଦେଖାଦେଲେ ନାହିଁ। ଏହା ପରେ ୨୦୧୪ ସେପ୍ଟେମ୍ୱର ୧୨ ତାରିଖରେ କଳ୍ପତରୁ ବିଜେଡିର ରାଜ୍ୟସଭା ନେତା ପଦରୁ ଇସ୍ତଫା ଦେଲେ। ୨୦୧୨ ଜାନୁଆରୀ ୩ ତାରିଖରେ ଇଣ୍ଡିଆନ ଏକ୍ସପ୍ରେସ ଇଚ୍ଛାଧୀନ କୋଟା କେଳେଙ୍କାରି କଥା ପ୍ରଘଟ କଲା। ଏହି କୋଟାରେ ୮୩୨ ପ୍ଲଟ ବଣ୍ଟା ଯାଇଥିଲା। ତନ୍ମଧ୍ୟରେ କେତେକ ସାମ୍ୱାଦିକ ମଧ୍ୟ ହିତାଧିକାରୀ ଥିଲେ। ୨୦୦୭ରେ ଲେଖକ ଏ ନେଇ ଆରଟିଆଇ ଆଇନ ବଳରେ ସାଧାରଣ ପ୍ରଶାସନ ବିଭାଗକୁ ପ୍ରଶ୍ନ କରିଥିଲେ। ଉତ୍ତର ମିଳିଥିଲା, ଏହି ବ୍ୟବସ୍ଥାରେ ପ୍ଲଟ ଆବଣ୍ଟନ ନେଇ ସେମିତି କୌଣସି ବୈଧାନିକ ନିୟମ ନାହିଁ। ଜମି ଦିଆଯିବ କି ନଯିବ ସେ ନିଷ୍ପତ୍ତି ନେବାକୁ ସରକାର ଚୂଡ଼ାନ୍ତ କର୍ତ୍ତୃପକ୍ଷ। ଇଚ୍ଛାଧୀନ କୋଟା ନେଇ ବିବାଦ ଉଠିବାରୁ ସରକାର ୨୦୧୧ ମସିହାରେ ଏହି ବ୍ୟବସ୍ଥା ରଦ୍ଦ କରିଥିଲେ। ୨୦୧୧ ନଭେମ୍ୱର ମାସରେ ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣେ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଏସବୁ ବେଆଇନ ଆବଣ୍ଟନର ତଦନ୍ତ କରାଇବାକୁ ଏବଂ ଦୋଷୀ ଅଧିକାରୀଙ୍କୁ ଦଣ୍ଡଦେବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ସିଏଜି ରିପୋର୍ଟ ୨୦୦୦-୧୨ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ୩୩୭ ମାମଲାରେ ଘର, ହୋଟେଲ, ଡାକ୍ତରଖାନା, ଶିକ୍ଷା ସଂସ୍ଥା ଓ ଏନଜିଓ ଆଦି ପାଇଁ ମୋଟ ୪୬୪.୪୭ ଏକର ଜମି ଆବଣ୍ଟନ କରିଥିଲେ। ଏହି ବିଭାଗର ମନ୍ତ୍ରୀ ହେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଅନୁମତିରେ ଘରୋଇ ସଂସ୍ଥା ଓ ବ୍ୟକ୍ତି ରାଜଧାନୀରେ ୧୮୩.୪୪ ଏକର ଜମି ନେଇଗଲେ। କେତେକ ନେତା, ବାବୁ ଓ ସାମ୍ୱାଦିକ ମିଥ୍ୟା ସତ୍ୟପାଠ ଦାଖଲ କରି ଏକାଧିକ ପ୍ଲଟ ନେଇଥିଲେ। ସିଏଜି ଏସବୁ ବିଷୟ ଧରିଥିଲେ ଏବଂ ଜମି ଆବଣ୍ଟନ ବାତିଲ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ। ଏହି ସମୟ ମଧ୍ୟରେ ସାଧାରଣ ପ୍ରଶାସନ ବିଭାଗ ପୋସ୍କୋ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ମନ୍ନେଟ ଇସ୍ପାତ ଆଣ୍ଡ ଏନର୍ଜି, ଭୂଷଣ ଷ୍ଟିଲ, ରୁଙ୍ଗଟା ମାଇନ୍ସ, ଏସ୍ସାର ଷ୍ଟିଲ ଆଦି କମ୍ପାନୀଙ୍କୁ ରାଜଧାନୀରେ ଜମି ଯୋଗାଇଛି। ଏଥିପାଇଁ କୌଣସି ନାହିଁ। ସରକାର ବି ସର୍ବସାଧାରଣରେ ବିଜ୍ଞାପନ ପ୍ରକାଶ କରି ଏହି ଜମି ଆବଣ୍ଟନ କରି ନାହାନ୍ତି। ଆଇଟିସି ସୋନାର ବାଂଲାକୁ ଦିଆଯାଇଥିବା ଜମି ପାଇଁ ସରକାର ଏକର ପିଛା ମାତ୍ର ୩୫ ଲକ୍ଷ ଟଙ୍କାର ମୂଲ୍ୟ ନେଇଛନ୍ତି। ଏହି ଜମିର ବଜାର ମୂଲ୍ୟ ଏକର ପ୍ରତି ୧.୫୦ କୋଟି ଟଙ୍କା ହେବ। ଏ ଜମିରେ ହୋଟେଲ ନିର୍ମାଣ ଆରମ୍ଭ ହୋଇ ନଥିବାରୁ ସରକାର ଜମି ଆବଣ୍ଟନ ବାତିଲ କରିବା କଥା। କିନ୍ତୁ ତାହା ହୋଇନାହିଁ। ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ମେ ଫେୟାର ହୋଟେଲକୁ ୩.୨୩୭ ଏକର ଜମି ଦିଆଯାଇଛି। ଏଥିପାଇଁ ଜମି ବ୍ୟବହାର ଯୋଜନା ନଥିଲା କି କୌଣସି କମିଟିର ସୁପାରିଶ ନଥିଲା। ଦତ୍ତ ରିପୋର୍ଟ ଗତ ୨୦ ବର୍ଷରେ ଇଚ୍ଛାଧୀନ କୋଟାରେ ମୋଟ ୧୭୯୧ ପ୍ଲଟ/ଘର ଆବଣ୍ଟନ ହୋଇଥିବା ତାରା ଦତ୍ତ କମିଟି ତଦନ୍ତ କରି ଜାଣିବାକୁ ପାଇଥିଲେ। ଏକାଧିକ ପ୍ଲଟ/ଘର ପାଇଥିବା ୩୦୨ ଘଟଣାରୁ ୫୪ଟି ଇଚ୍ଛାଧୀନ କୋଟାରେ ଆବଣ୍ଟିତ ହୋଇଥିଲା। ସେହିପରି ସରକାରଙ୍କଠାରୁ ପ୍ଲଟ/ଘର ନେଇ ବିକ୍ରି କରିଥିବା ଘଟଣା ଥିଲା ୩୭୭୬। ତାରା ଦତ୍ତ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ ବା ବିଡିଏ, କଟକ ଉନ୍ନୟନ ପ୍ରାଧିକରଣ ବା ସିଡିଏ ଏବଂ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ଼ ବା ଓଏସଏଚବି ଆଦି ସଂସ୍ଥା ଲଟେରି, ନିଲାମ, ଆବଣ୍ଟନ ଓ ଇଚ୍ଛାଧୀନ କୋଟା ଆଦି ସଂପର୍କରେ କୌଣସି ଫାଇଲ ରଖିନାହାନ୍ତି କି କମିଟିକୁ ପ୍ରଦାନ କରିନାହାନ୍ତି। ଏସବୁ ଆବଣ୍ଟନ ମଧ୍ୟରେ କେହି ଜଣେ ହେଲେ ଉଲ୍ଲେଖନୀୟ କ୍ରୀଡ଼ାବିତ, ଶହୀଦ କି ନିଷ୍ପେଷିତ ପରିବାର ନାହାନ୍ତି। ସରକାରଙ୍କ ଏହି ବଦାନ୍ୟତାର ହିତାଧିକାରୀଙ୍କ ତାଲିକାରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ବାଚସ୍ପତି ନିରଜଂନ ପୂଜାରୀ, ରାଜ୍ୟସଭା ସଦସ୍ୟ କଳ୍ପତରୁ ଦାସ, ଅନେକ ବିଚାରପତି, ଆଇଏଏସ ଓ ଆଇପିଏସ ଅଫିସର ଏବଂ ସାମ୍ୱାଦିକଙ୍କ ନାମ ରହିଥିବା ଦର୍ଶାଇଥିଲେ ତାରା ଦତ୍ତ। ଦତ୍ତ ତାଙ୍କ ରିପୋର୍ଟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ହିଁ ଏଭଳି ସର୍ବାଧିକ ଆବଣ୍ଟନ କରିଥିଲା। ଭୁବନେଶ୍ୱରରେ ନିଜର ଘର ଥିଲେ ମଧ୍ୟ ପୂର୍ବତନ ମୁଖ୍ୟ ସୂଚନା କମିଶନର ତରୁଣକାନ୍ତି ମିଶ୍ର ଏକାଧିକ ପ୍ଲଟ ପାଇଥିଲେ। ଏସବୁ ପ୍ଲଟ ପାଇବା ପରେ ମିଶ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ। ଉନ୍ନୟନ କମିଶନର ୟୁଏନ ବେହେରାଙ୍କର ପଟିଆ ମୌଜାରେ ୧୯୯୭ ମସିହାରୁ ପ୍ଲଟ ରହିଛି। ଏହା ସେତ୍ତ୍ୱ ତାଙ୍କ ପତ୍ନୀ ଅନୁସୂୟା ବେହେରାଙ୍କୁ ୧୯୯୧-୯୨ରେ ଘାଟିକିଆରେ ମିଳିଥିବା ଏକ ଲଟେରି ପ୍ଲଟକୁ ଭରତପୁର ମୌଜାକୁ ବଦଳାଯାଇଥିଲା। ବେହେରା ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିଥିଲେ। ଦତ୍ତଙ୍କ ରିପୋର୍ଟ ଅନୁସାରେ ସାଧାରଣ ପ୍ରଶାସନ ବିଭାଗର ଜମି ଆବଣ୍ଟନ ଫାଇଲ୍ ନଂ. ଏଲଡି/୩(ଏ/ଏଲ)-୨୨୫/୧୯୯୧ ଭିତରୁ ୧୨ ପୃଷ୍ଠା କୁଆଡେ଼ ଗାଏବ ହୋଇଯାଇଥିଲା। ଏ ସଂପର୍କରେ ଏତଲା ଦିଆଗଲା ନାହିଁ। ୨୦୧୫ ମସିହାରେ ନବୀନବାବୁ ବେହେରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ଦେଲେ। ତା’ ପରେ ସେ ତାଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମ ଆୟୋଗର ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା। ୨୦୦୮ ଓ ୨୦୧୧ରେ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ଉତ୍ତର ଅନୁସାରେ ପ୍ଲଟ ପାଇବାବେଳେ ୧୦ ଜଣ ବିଚାରପତି କାର୍ଯ୍ୟରତ ଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ହାଇକୋର୍ଟ ବିଚାରପତି ଡିପି ମହାପାତ୍ର ମଧ୍ୟ ଇଚ୍ଛାଧୀନ କୋଟାରେ ପ୍ଲଟ ପାଇଥିଲେ। ହାଇକୋର୍ଟର ପୂର୍ବତନ ବିଚାରପତି ଏମଏମ ଦାସ ଓ ନିତ୍ୟାନନ୍ଦ ପୃଷ୍ଟି ମଧ୍ୟ ହିତାଧିକାରୀ ଥିଲେ। ବିଡିଏ ଅଧ୍ୟକ୍ଷଙ୍କ ଇଚ୍ଛାଧୀନ କୋଟା କ୍ଷମତା ବିରୋଧରେ ୧୯୯୩ ମସିହାରେ ଏକ ମକଦ୍ଦମା ରୁଜୁ ହୋଇଥିଲେ ହେଁ ୨୦୦୨ ମସିହା ଯାଏଁ ଏହାର ରାୟ ପ୍ରକାଶ ପାଇନଥିଲା। ମାର୍ଚ୍ଚ ୨୦୦୦ ମସିହାରେ ବିଚାରପତି ପିକେ ମହାନ୍ତିଙ୍କୁ ସିଡିଏରେ ଏକ ପ୍ଲଟ ଇଚ୍ଛାଧୀନ କୋଟାରେ ଦିଆଯାଇଥିଲା। ଏହି ମାମଲାର ଶୁଣାଣି କରିଥିବା ଦୁଇ ଜଣ ବିଚାରପତିଙ୍କ ମଧ୍ୟରେ ପିକେ ମହାନ୍ତି ଜଣେ। ଶେଷରେ କୋର୍ଟ ଇଚ୍ଛାଧୀନ କୋଟାକୁ ବେଆଇନ ଘୋଷଣା କରିଥିଲେ ମଧ୍ୟ ସମୟ ଗଡ଼ିଗଲାଣି ବୋଲି କାରଣ ଉଲ୍ଲେଖକରି ଏହା ପୂର୍ବରୁ ଇଚ୍ଛାଧୀନ କୋଟାରେ ହୋଇଥିବା ଆବଣ୍ଟନ ରଦ୍ଦ କରି ନଥିଲେ। ୨୦୧୨ ମସିହାରେ ନିଜ ପ୍ଲଟ ସଂପର୍କରେ ପ୍ରତିକ୍ରିୟା ରଖି ବିଚାରପତି ପିକେ ମହାନ୍ତି କହିଥିଲେ ଯେ ମାମଲା ବିଡିଏ ସଂପର୍କରେ ଥିଲା, ତେଣୁ ସେ ସିଡିଏରୁ ପ୍ଲଟ ନେବା ସ୍ୱାର୍ଥର ସଂଘର୍ଷ ବା କନଫ୍ଲିକ୍ଟ ଅଫ ଇଣ୍ଟେରେଷ୍ଟ ନଥିଲା। ତାରା ଦତ୍ତଙ୍କ ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେନେଇ ୨୦୧୪ ଡିସେମ୍ୱର ୧୮ ତାରିଖରେ ସରକାର ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ବା ଏଟିଆର ପ୍ରସ୍ତୁତ କଲେ। ରିପୋର୍ଟ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଗଲା। କିନ୍ତୁ ଏହାର ବର୍ଷକ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କେବଳ କେତେକ ନୋଟିସ ଜାରି ଭିତରେ ସୀମୀତ ରହିଥିଲା। ଏକର ଏକର ବ୍ୟାବସାୟିକ ଜମିକୁ ସାଧାରଣ ପ୍ରଶାସନ ବିଭାଗ ବଜାର ଦରର ଏକ ଦଶମାଂଶରୁ ଆହୁରି କମ ଦରରେ ଆବଣ୍ଟନ କରିଥିଲେ। ଏହି ବିଭାଗର ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ତାହା ଉପରେ ତଦନ୍ତ ନିଦ୍ଦେର୍ଶ ଦେଲେ ନାହିଁ। ସେହିପରି ଶିଳ୍ପ ଭିତ୍ତିଭୂମି ନିଗମ ବା ଇଡକୋ ମଧ୍ୟ ବଜାର ଦରଠାରୁ କମ ଦରରେ ଜମି ଆବଣ୍ଟନ କରିଛି ଏବଂ ବୈଧାନିକ କ୍ଷମତା ନଥାଇ ମଧ୍ୟ ଜବରଦଖଲ ଜମିକୁ ନିୟମିତ କରିଛି। ଇଡକୋ ଜମି ନେଇଥିବା ସଂସ୍ଥା ମଧ୍ୟ ଏହି ଜମିକୁ ବେଆଇନ ଭାବେ ବନ୍ଧକ ରଖି ବିପୁଳ ପରିମାଣର ଋଣଉଠାଇଛନ୍ତି। ସେଥିପାଇଁ ଇଡକୋ ତରଫରୁ ବେଆଇନ ଭାବେ ଏନଓସି ଜାରି ହୋଇଛି। ଶିଳ୍ପ ଜମି ଆବଣ୍ଟନ ଓ ପୁନଃ ଆବଣ୍ଟନ ନେଇ ତଦନ୍ତ କରିବାକୁ ଦତ୍ତଙ୍କୁ ଅନୁମତି ଦିଆଯାଇ ନଥିଲା। ଦତ୍ତ ଏହି ଜମି ଦୁର୍ନୀତିର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଣ୍ଡ ଦେବାକୁ ଚାହୁଁଥିଲେ। ସେଥିପାଇଁ ସେ ନୀରବରେ ୬ ମାସ ଅପେକ୍ଷା କଲେ। ଏହା ପରେ ନୀତିନିଷ୍ଠ ତାରା ଦତ୍ତଙ୍କୁ ଗୋପବନ୍ଧୁ ପ୍ରାଶସନିକ ଏକାଡେମୀକୁ ମହାନିଦ୍ଦେର୍ଶକ ଭାବେ ବଦଳି କରାଗଲା। ଏହି ପଦଟି ଅଫିସରମାନଙ୍କ ପାଇଁ ଏକ ଦଣ୍ଡ-ପଦ ଭାବେ ଚର୍ଚ୍ଚିତ ହୋଇଥାଏ। ଦତ୍ତ ସେତେବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ। ଜମି ସଂକ୍ରାନ୍ତରେ ସିଏଜି ତାଙ୍କ ରିପୋର୍ଟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଥିଲେ। ଭୁବନେଶ୍ୱରରେ ଜମି ଦର ଛାତ ଫଟେଇ ଉପରକୁ ଉଠିଥିଲେ ମଧ୍ୟ ସରକାର ୧୯୯୮ ମସିହାରୁ ୨୦୦୯ ମସିହା ଯାଏଁ ୧୧ ବର୍ଷ ଧରି ଜମିଦର ବୃଦ୍ଧି କରିନଥିଲେ। ସେଥିପାଇଁ ଅନେକ ପ୍ରଭାବଶାଳୀ ଅଫିସରଙ୍କୁ ଲାଞ୍ଚ ଦିଆଯାଇଥିଲା। ଶେଷରେ ସିଏଜି ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ୨୦୧୪ ଡିସେମ୍ୱର ୨୪ ତାରିଖରେ ଭୁବନେଶ୍ୱରରେ ସରକାରୀ ଜମି ଦର ବୃଦ୍ଧି କଲେ। ନେବାର କଳା ପ୍ରସିଦ୍ଧ ଶିକ୍ଷାବିତ ତତା କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ୨୦୧୩ ମସିହାରେ ଆର୍ଟ ଅଫ ଗିଭିଂ ବା ଦେବାର କଳା ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଥିଲା ସମଗ୍ର ବିଶ୍ୱରେ ଏପରି ଏକ ପ୍ରଥମ କାର୍ଯ୍ୟକ୍ରମ। ତେବେ ସେ ମଧ୍ୟ ନେବାର କଳାରେ ଦକ୍ଷତା ଅର୍ଜନ କରିଥିଲେ। ବିଜୁ ଜନତା ଦଳ ସରକାର ସମୟରେ ୨୦୦୦ ମସିହାରୁ ୨୦୧୪ ମସିହା ଯାଏଁ କିଟ୍କୁ ଇଡ଼କୋର ଏକାଧିକ ପ୍ଲଟ ଆବଣ୍ଟନ କରାଯାଇଛି। ଏସବୁ ପ୍ଲଟ ଆବଣ୍ଟନ ନେଇ ହୋଇଥିବା ଅନିୟମିତତା ସଂପର୍କରେ ସିଏଜି ରିପୋର୍ଟରେ ତଥ୍ୟ ରହିଛି। ବଜାର ଦର ଏକର ପିଛା ୨ କୋଟି ଟଙ୍କା ଥିଲାବେଳେ କିଟ୍ ପାଇଥିବା ଜମି ବାବଦକୁ ଇଡକୋକୁ ଏକର ପିଛା ହାରାହାରି ୨୧.୩୮ ଲକ୍ଷ ଟଙ୍କା ଦେଇଛି। କିମ୍ସକୁ ପାଇଥିବା ୧୦.୭୭୯ ଏକର ଜମି ବାବଦରେ ବଜାର ମୂଲ୍ୟର ମାତ୍ର ୧୦ ପ୍ରତିଶତ ଦର ଦାଖଲ କରାଯାଇଛି। ଚମା ଦରରେ କିଟ୍ ମେଡିକାଲ, ଇଂଜିନିଅରିଂ ଓ ମ୍ୟାନେଜମେଣ୍ଟ ଶିକ୍ଷା ସେବା ଦେଇଥାଏ। ତେଣୁ ଏହି ସଂସ୍ଥାକୁ ସରକାର ଏପରି ଶସ୍ତାରେ ଜମି ଦେବାର କୌଣସି ଯୁକ୍ତି ନାହିଁ। ବେଞ୍ଚମାର୍କ ମୂଲ୍ୟ ଯେତେବେଳେ ଏକର ପିଛା ୧.୫୦ କୋଟି ଟଙ୍କା ଥିଲା ସେତେବେଳେ ଏହାର ୧୭ ପ୍ରତିଶତ ବା ନିର୍ଦ୍ଦିଷ୍ଟ ଭାବରେ ୨୫ ଲକ୍ଷ ଟଙ୍କା ଦରରେ ସାଧାରଣ ପ୍ରଶାସନ ବିଭାଗ ଜମି ଆବଣ୍ଟନ କଲା। ଏହିପରି ଜିଏ ଜମି ଆବଣ୍ଟନରେ ରାଜ୍ୟର ରାଜସ୍ୱ କ୍ଷତି ହେଲା ମୋଟ ୩୩.୭୦ କୋଟି ଟଙ୍କା। କେବଳ କିଟ୍କୁ ଦିଆଯାଇଥିବା ବିଭିନ୍ନ ଜମି ବାବଦରେ ରାଜ୍ୟ ସରକାର ମୋଯ ଉପରେ ୨୫୦ କୋଟି ଟଙ୍କା ହରାଇଛନ୍ତି ବୋଲି ସିଏଜି ରିପୋର୍ଟ କରିଛନ୍ତି। ଇଡକୋର ପ୍ରାୟ ୧୪ ଏକର ଜମି ଜବରଦଖଲ କରିଥିଲା କିଟ୍। ୨୦୧୪ ଜୁଲାଇ ୨୫ ତାରିଖରେ ଏହି ଜମିକୁ କିଟ୍ ନାମରେ ଆବଣ୍ଟନ କରିଦେଲେ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ କମିଟି। ଏହା ବେଆଇନ ଥିଲା। ୧୯୭୨ ମସିହାର ଓଡ଼ିଶା ଜମି ଜବରଦଖଲ ନିରୋଧୀ ଆଇନ ଅନୁସାରେ ଜବରଦଖଲକାରୀ ଯଦି ଭୂମିହୀନ ହୋଇ ନଥାନ୍ତି ତେବେ ଜବରଦଖଲରେ ଥିବା ଜମି ତାଙ୍କୁ ଦିଆଯାଇ ପାରିବ ନାହିଁ। ୨୦୦୪ ଏପ୍ରିଲ ମାସରେ ଇଡକୋର ୬୫ତମ ବୋର୍ଡ଼ ବୈଠକ ବସିଥିଲା। ଚନ୍ଦକା ଶିଳ୍ପାଂଚଳରେ ଆଉ ଜବରଦଖଲ ଜମି ଆବଣ୍ଟନ କରାଯିବ ନାହିଁ ବୋଲି ସେହି ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ହାସଲ କରିଥିବା ତଥ୍ୟ ଅନୁସାରେ ୨୦୦୫ ଏପ୍ରିଲ ୨୯ ତାରିଖରୁ ୨୦୦୯ ଜୁଲାଇ ୧୭ ତାରିଖ ମଧ୍ୟରେ ଏହି ଶିଳ୍ପାଞ୍ଚଳରେ ଇଡକୋ କିଟ୍ ଜବରଦଖଲରେ ଥିିବା ୧୬.୩୯୭ ଏକର ଜମି ଏହି ସଂସ୍ଥା ନାମରେ ଆବଣ୍ଟନ କରିଛି। ଏ ସରକାରଙ୍କ ଅମଳରେ ଏହିପରି ଭାବେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଛି। ଅନେକ ମୂଲ୍ୟବାନ ଆବାସିକ ଓ ବ୍ୟାବସାୟିକ ଜମି ମାମୁଲି ଦରରେ ହସ୍ତାନ୍ତର କରାଯାଇଛି। ତେବେ ଡାଲି ଓ ଖଣି ଦୁର୍ନୀତି ପରି ନବୀନ ପଟ୍ଟନାୟକ ଏହି ଜମି ଦୁର୍ନୀତିକୁ ମଧ୍ୟ ଘୋଡ଼ାଇ ପକାଇଛନ୍ତି। ଗଭୀର ଜଳରେ ନବୀନଙ୍କ ଶାସନ କାଳରେ ସବୁଠୁ ସ୍ୱଚ୍ଛ ଦୁର୍ନୀତି ହେଉଛି ଘରୋଇ ବନ୍ଦର ଦୁର୍ନୀତି। ରାଜ୍ୟରେ ୧୨ଟି ସାମୁଦ୍ରିକ ବନ୍ଦର ବିକାଶ କରାଇବାକୁ ସରକାର ଘରୋଇ କଂପାନୀଙ୍କ ସହିତ ବୁଝାମଣା କରିଥିଲେ। ଏଥିପାଇଁ କେବଳ ପ୍ରଥମ ବନ୍ଦରକୁ ଛାଡ଼ି ଅନ୍ୟ କୌଣସି ବନ୍ଦର ପାଇଁ ଟେଣ୍ଡର ପ୍ରକ୍ରିୟାର ସହାୟତା ନିଆଯାଇ ନଥିଲା। ଯିଏ ପ୍ରଥମେ ଆସିଲା ତା’ ସହିତ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେଲା। ଏହି ଦୁର୍ନୀତି ଉପରେ ସିବିଆଇ ତଦନ୍ତ କରାଇବାକୁ ଲେଖକ ମୁଖ୍ୟମନ୍ତ୍ରୀଙ୍କୁ ୨୦୧୧ ଏପ୍ରିଲ ୨ ତାରିଖରେ ଚିଠି ଲେଖିଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଦୃଷ୍ଟିରୁ ଏ କ୍ଷେତ୍ରରେ ଆଉ କୌଣସି ବୁଝାମଣାପତ୍ର ସ୍ୱାକ୍ଷର ହୋଇପାରିନଥିଲା। ଏନେଇ ୨୦୧୧ ମାର୍ଚ୍ଚ ୩୧ ତାରିଖରେ ଲେଖକ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏହି ମାମଲାରେ ଜାରି ହୋଇଥିବା ସ୍ଥଗିତାଦେଶ ଦୃଷ୍ଟିରୁ ଜଟାଧର ମୁହାଁଣ ବନ୍ଦର ବିକାଶ ପାଇଁ ପୋସ୍କୋ ସହିତ ହୋଇଥିବା ବୁଝାମଣାପତ୍ରର ନବୀକରଣ ବି ହୋଇପାରି ନଥିଲା। ଏହି ବୁଝାମଣାପତ୍ରର କାର୍ଯ୍ୟକାଳ ୨୦୧୦ରେ ଶେଷ ହୋଇଯାଇଥିଲା। ଯେଉଁ ତିନୋଟି ବନ୍ଦର ବିକାଶ ପାଇଁ ସରକାର ବୁଝାମଣାପତ୍ର ସ୍ୱାକ୍ଷରକରିଥିଲେ ସେଥିରୁ ସରକାର ୫୪ ହଜାର କୋଟି ଟଙ୍କା ଆୟ କରିବା କଥା। ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇନଥିବା ଅନ୍ୟ ୮ଟି ବନ୍ଦରରୁ ମଧ୍ୟ ୩୦ ବର୍ଷରେ ୧୪୪,୦୦୦ କୋଟି ଟଙ୍କା ଆୟ ହେବାର ଥିଲା। ବନ୍ଦର କ୍ଷେତ୍ରରେ ଅନ୍ୟ ଏକ ଦୁର୍ନୀତି ହେଲା ଧାମରା ବନ୍ଦରର ଅଂଶଧନ ବିକ୍ରି। ୨୦୧୪ ମେ ମାସରେ ଧାମରା ବନ୍ଦରର ଅଂଶଧନ ଏହାର ମୂଳ ମାଲିକ ଟାଟା ଷ୍ଟିଲ ଓ ଲାର୍ସନ ଆଣ୍ଡ ଟ୍ୟୁବ୍ରୋ କମ୍ପାନୀ ଆଦାନୀ ବନ୍ଦର କଂପାନୀକୁ ବିକିଦେଲେ। ଧାମରା ବନ୍ଦର ଜମିର ମାଲିକ ହେଉଛନ୍ତି ରାଜ୍ୟ ସରକାର। ବନ୍ଦର ବିକାଶ ପାଇଁ ରାଜ୍ୟ ସରକାର ହିଁ ଅଧିକାର ପ୍ରଦାନ କରିଥିଲେ। କିନ୍ତୁ ଏହାର ଅଂଶଧନ ହସ୍ତାନ୍ତରରୁ ମିଳିଥିବା ଲାଭରେ ରାଜ୍ୟ ସରକାର କୌଣସି ଅଂଶ ପାଇଲେ ନାହିଁ। ଏହି ବନ୍ଦରର ବିକାଶରେ ଟାଟା ଷ୍ଟିଲ ଓ ଏଲ ଆଣ୍ଡ ଟି କଂପାନୀ ୩,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଆଦାନୀ କମ୍ପାନୀକୁ ଏହି ବନ୍ଦର ମୋଟ ୫୫୦୦ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ତେଣୁ ଏହି ବିକ୍ରିରୁ ଲାଭ ମିଳିଥିଲା ୨୫୦୦ କୋଟି ଟଙ୍କା। ଏହି ଲାଭରେ ରାଜ୍ୟ ସରକାର ତାଙ୍କର ଭାଗ ଆଦାୟ କରନ୍ତୁ ବୋଲି ଲେଖକ ୨୦୧୪ ଜୁନ ୯ ତାରିଖରେ ଏକ ଚିଠି ଲେଖିଥିଲେ। କିନ୍ତୁ ୩ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ଭାଗ ୧୨୫୦ କୋଟି ଟଙ୍କା ଆଦାୟ କରିବା ପାଇଁ ଟାଟା ଷ୍ଟିଲକୁ ନୋଟିସ କଲେ ନାହିଁ। ଆନ୍ଧ୍ର କାର୍ଟେଲ ଝରଣା, କେନାଲ ଓ ସ୍ପିଲେୱ ଆଦିରେ ଛୋଟଛୋଟ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରି ବିଦ୍ୟୁତ ଉପିାଦନ ପାଇଁ ରାଜ୍ୟ ସରକାର ଆଗ୍ରହୀ ଥିଲେ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ପାହାଡ଼ରୁ ତଳକୁ ଖସୁଥିବା ଝରଣା ଏଥିପାଇଁ ସର୍ବୋତ୍କୃଷ୍ଟ ବିବେଚିତ ହୋଇଥିଲା। ଏସବୁ ପ୍ରକଳ୍ପ ନିମନ୍ତେ ୨୦୦୩ ମସିହାରେ ଏକ ଜଳବିଦ୍ୟୁତ ଶକ୍ତି ନୀତି ପ୍ରଣୀତ ହୋଇଥିଲା। କିନ୍ତୁ ସ୍ୱଚ୍ଛ ପ୍ରକ୍ରିୟା ଅଭାବରୁ ଏଭଳି ଏକ ଉତ୍ତମ ଅଭିଯାନ ବିଫଳ ହୋଇଥିଲା। ଆରଟିଆଇ ଆଇନ ବଳରେ ମିଳିଥିବା ସୂଚନା ଅନୁସାରେ ୨୦୦୨ ଏପ୍ରିଲ ପହିଲାରୁ ୨୦୧୦ ଅଗଷ୍ଟ ୧୮ ତାରିଖ ମଧ୍ୟରେ ସରକାର-ଘରୋଇ ଭାଗିଦାରୀରେ ୪୦୯ ମେଗାୱାଟ ବିଦ୍ୟୁତ ଶକ୍ତି ଉପିାଦନ ପାଇଁ ୩୨ଟି କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ନିମନ୍ତେ ବିଭିନ୍ନ କମ୍ପାନୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ କୌଣସି ମୁକ୍ତ ଟେଣ୍ଡର ଆହ୍ୱାନ କରାଯାଇ ନଥିଲା। ଏହା ପରେ ଆଉ ୧୫୬ ଏପରି ପ୍ରକଳ୍ପ ଆବଣ୍ଟନ ହେବାର ଥିଲା। ଏସବୁ ପ୍ରକଳ୍ପର କ୍ଷମତା ୨ ମେଗାୱାଟରୁ ଆରମ୍ଭ କରି ୨୫ ମେଗାୱାଟ ମଧ୍ୟରେ ସୀମୀତ ଥିଲା। ଗୋଟେ ଗୋଟେ କମ୍ପାନୀକୁ ଏହିପରି ଏକାଧିକ ପ୍ରକଳ୍ପ ବିକାଶର ଦାୟିତ୍ୱ ଦିଆଯାଇଥିଲା। ଆନ୍ଧ୍ର ପ୍ରଦେଶର କମ୍ପାନୀମାନେ ଏସବୁ ପ୍ରକଳ୍ପର ଅଧାଅଧି ବାଣ୍ଟିନେଲେ। ଗୋଟିଏ ମେଗାୱାଟ ଜଳବିଦ୍ୟୁତ ଶକ୍ତି ଉପିାଦନ ପାଇଁ ୫.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଗଲେ ସରକାର ମୋଟ ଉପରେ ୨୨୫୦ କୋଟି ଟଙ୍କାର ପ୍ରକଳ୍ପ ବିନା ଟେଣ୍ଡରରେ ବାଣ୍ଟିଦେଲେ। ଆରଟିଆଇ ଆଇନ ବଳିରେ ଓରେଡାରୁ ମିଳିଥିବା ସୂଚନା ଅନୁସାରେ ୨୦୦୫ ଏପ୍ରିଲ ପହିଲାରୁ ୨୦୧୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଏଥିପାଇଁ କୌଣସି ମୁକ୍ତ ଟେଣ୍ଡର ପ୍ରକ୍ରିୟା ଅନୁସୃତ ହୋଇ ନଥିଲା। ୨୦୧୧ ଅଗଷ୍ଟ ମାସରେ ଲେଖକ ଏହି ଦୁର୍ନୀତିର ସୁରାକ ପାଇଲେ। ତୁରନ୍ତ ଏହା ଉପରେ ତଦନ୍ତ ଏବଂ ଏସବୁ ଚୁକ୍ତି ବାତିଲ କରିବାକୁ ଚିଠି ମାଧ୍ୟମରେ ଦାବି କଲେ। କିନ୍ତୁ ୬ ବର୍ଷ ପରେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଆଖି ଆଗରେ ଲୁଟ ଆଦିବାସୀ ଅଧ୍ୟୁସିତ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ରେଙ୍ଗାଲି ଜଳଭଣ୍ଡାର ନିକଟରେ ରହିଛି ମୁସାକାଣି ଗାଁ। ଏଇ ଗାଁରେ ରହୁଥିବା ଧୀବର ଜାତିର ମହିଳା ଋକ୍ମିଣୀ ବେହେରାଙ୍କ ଘରର ବିଦ୍ୟୁତ ସଂଯୋଗ କାଟିଦିଆଗଲା। ତାଙ୍କୁ କୁହାଗଲା ଯେ ତାଙ୍କ ଉପରେ ୨୭୦୦ ଟଙ୍କାର ବିଦ୍ୟୁତ ବିଲ୍ ବାକି ରହିଛି। କିନ୍ତୁ ଋକ୍ମିଣୀଙ୍କୁ କୁଡ଼ିଆ ଘର ପାଇଁ ଏତେ ଟଙ୍କାର ବିଦ୍ୟୁତ ବିଲ୍ ଆସିଲ କେମିତି? ସେଠି ତ କୁଲର ଫୁଲର କିଛି ଲାଗି ନାହିଁ! ତେବେ ଋକ୍ମିଣୀଙ୍କ କହିବା କଥା ହେଲା, ଏହା ହେଉଛି ଗୋଟିଏ ବର୍ଷର ବିଲ୍। ବିଦ୍ୟୁତ ବିଭାଗ ଯଦି ପ୍ରତି ମାସ ୨୫୦ ଟଙ୍କାର ବିଲ୍ ଆଦାୟ କରିଥାନ୍ତା ତେବେ ବିଲ୍ ପଇଠ କରିବାରେ ତାଙ୍କୁ କଷ୍ଟ ହୋଇନଥାନ୍ତା କି ତାଙ୍କୁ ପୁଣି ଥରେ ଲଣ୍ଡନ ଉପରେ ନିର୍ଭର କରି ଏକ ବିଦ୍ୟୁତହୀନ ଜୀବନ ବିତାଇବାକୁ ପଡ଼ି ନଥାନ୍ତା। ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ ଯୋଜନାରେ ଅପହଂଚ ଇଲାକାର ଗରୀବ ଲୋକଙ୍କୁ ଏହିପରି ଭାବେ ବିଦ୍ୟୁତ ସଂଯୋଗ ଦିଆଯାଏ, କିନ୍ତୁ ତ୍ରୁଟିପୂର୍ଣ୍ଣ ବିଲ୍ ତିଆରି କରି ସଂଯୋଗ କାଟିଦିଆଯାଏ। ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଭାରତରେ ପ୍ରଥମ। ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୫ ମସିହାରେ ବିଦ୍ୟୁତ କ୍ଷେତ୍ରର ସଂସ୍କାର ହୋଇଥିଲା। ଘରୋଇ କମ୍ପାନୀମାନେ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ୫୧ ପ୍ରତିଶତ ଅଂଶଧନ କିଣି ପରିଚାଳନା ଭାର ନେଇଗଲେ। ୧୯୯୮ ମସିହାରେ େୱସ୍କୋ, ନେସ୍କୋ ଓ ସାଉଥକୋ ଭାର ବିଏସଇଏସ ଲିମିଟେଡ଼କୁ ଦିଆଗଲା। ପରେ ସେସ୍କୋ ଦାୟିତ୍ୱ ଦିଆଗଲା ଆମେରିକାର ଏଇଏସ କମ୍ପାନୀକୁ। ୨୦୦୧ ମସିହାରେ ଏଇଏସ ଏହି ଚୁକ୍ତିରୁ ଓହରିଗଲା। ତା’ପରେ ରାଜ୍ୟ ସରକାର ସେସୁ ନାମରେ ଏହାକୁ ଚଳାଇଲେ। ଅଳ୍ପ ଅଂଶ ଅଧିକ ଶକ୍ତି ଓଡ଼ିଶା ପାୱାର ଜେନେରେସନ କମ୍ପାନୀ ବା ଓପିଜିସିରେ ଏଇଏସ ହେଉଛି ଏକ ଛୋଟ ଅଂଶୀଦାର। ଏହା ନିକଟରେ ରହିଛି କମ୍ପାନୀର ୪୯ ପ୍ରତିଶତ ଅଂଶଧନ। ରାଜ୍ୟ ସରକାରଙ୍କ ନିକଟରେ ରହିଛି ବାକି ୫୧ ପ୍ରତିଶତ। ବଅଁରପାଳରେ ୪୨୦ ମେଗାୱାଟ ବିଦ୍ୟୁତ ଶକ୍ତି ଉପିାଦନ କ୍ଷମତା ବିଶିଷ୍ଟ ଏକ ତାପଜ ବିଦ୍ୟୁତ କେନ୍ଦ୍ରର ପରିଚାଳନା କରେ ଓପିଜିସି। ପ୍ରକଳ୍ପର ତୃତୀୟ ଓ ଚତୁର୍ଥ ୟୁନିଟ ସ୍ଥାପନ ପାଇଁ ଏଇଏସ କୌଣସି ପୁଂଜିନିବେଶ କରି ନଥିଲା। ଓଲଟି କମ୍ପାନୀରୁ ଡିଭିଡେଣ୍ଡ ଆକାରରେ କୋଟିକୋଟି ଟଙ୍କା ଛାଣି ନେଇଥିଲା। ଏଇଏସ ପରିଚାଳନାଧୀନ ଓପିଜିସି ସରକାରୀ ଟଙ୍କାରେ ସରକାରଙ୍କ ବିରୋଧରେ ମାମଲା ଲଢ଼େ। ଓପିଜିସିର ସରକାରୀ ନିଦ୍ଦେର୍ଶକମାନେ ମଧ୍ୟ ତାହାର ପ୍ରତିବାଦ କରନ୍ତି ନାହିଁ। ମୂଳ ଯୋଜନା ଅନୁସାରେ ଓପିଜିସିର ବଅଁରପାଳ ତାପଜ ବିଦ୍ୟୁତ କେନ୍ଦ୍ରରେ ଆଉ ଦୁଇଟି ୟୁନିଟ ଯୋଡ଼ି ଏହାର ଉପିାଦନ କ୍ଷମତା ୧୩୨୦ ମେଗାୱାଟକୁ ବୃଦ୍ଧି କରାଯିବା କାମ ୨୦୦୧ ମସିହା ସୁଦ୍ଧା ଶେଷ ହେବା କଥା। କିନ୍ତୁ କାମ ଆରମ୍ଭ ହେଲା ୨୦୧୩ ମସିହା ଏପ୍ରିଲରେ। ଏଥିପାଇଁ ଓପିଜିସିର ସରକାରୀ ନିଦ୍ଦେର୍ଶକମାନେ ଏଇଏସକୁ ଦାୟୀ କରି ନଥିଲେ କି ୧୨ ବର୍ଷ ବିଳମ୍ୱ ନେଇ କୈଫିୟତ ମାଗି ନଥିଲେ। ଏହିପରି ଭାବେ ରାଜ୍ୟ ଶକ୍ତି ବିଭାଗ କେବଳ ଘରୋଇ କମ୍ପାନୀଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ଅନେକ ଥର ଧରାପଡ଼ିଛି। ରାଜ୍ୟର ପୂର୍ତ୍ତ ବିଭାଗ ରିଲାଏନ୍ସ ଇନଫ୍ରାକୁ ୨୦୧୦ ମସିହାରେ କଳା ତାଲିକାଭୁକ୍ତ କରିଥିଲେ ବି ଶକ୍ତି ବିଭାଗ ଏହା ସହିତ ସଂପର୍କ ସୁଦୃଢ଼ କରିଥିଲା। ୨୦୧୧ ଜୁନ ପହିଲାରେ ଲେଖକ ଶକ୍ତି ବିଭାଗକୁ ଏହା ଅବଗତ କରିବା ସହିତ କମ୍ପାନୀ ସହିତ ସଂପର୍କ ତୁଟାଇବାକୁ ଦାବି କରିଥିଲେ। ଶକ୍ତି ବିଭାଗ ସଚିବ ପ୍ରଦୀପ ଜେନା ଏହି ଅଭିଯୋଗ ଉପରେ ୪ ବର୍ଷ ଧରି ବସି ରହିଲେ। ଆରଟିଆଇ ଆଇନ ବଳରେ ମିଳିଥିବା ସୂଚନା ଅନୁସାରେ ଏହି ଅଭିଯୋଗ ଉପରେ ମନ୍ତବ୍ୟ ଦେବାକୁ ବିଦ୍ୟୁତ ବଣ୍ଟନକାରୀ କମ୍ପାନୀଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ରିଲାଏନ୍ସ ଇନଫ୍ରା ହିଁ ରାଜ୍ୟର ତିନିଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀର ପରିଚାଳନା ଦାୟିତ୍ୱରେ ଥିଲା। ପରେ ପୁଣି ଶକ୍ତି ବିଭାଗ କହିଲା ଯେ କୋର୍ଟଙ୍କ ସ୍ଥଗିତାଦେଶ ଥିବାରୁ ରିଲାଏନ୍ସ ଇନଫ୍ରା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। କିନ୍ତୁ ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା। ଶକ୍ତି ବିଭାଗ ଏ ସଂପର୍କୀତ ଏକ ମାମଲାରେ ପକ୍ଷଭୁକ୍ତ ହୋଇ ନଥିବାରୁ ସ୍ଥଗିତାଦେଶ ବିଭାଗ ପ୍ରତି ଲାଗୁହେଉ ନଥିଲା। ୨୦୧୫ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟ ବିଧାନସଭାରେ ଉତ୍ତ୍ୟକ୍ତ ବିଧାୟକମାନେ ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ ଉପରେ ୟୁନିଟ ପିଛା ୪୦ ପଇସାର ଶୁË ବୃଦ୍ଧି ବିରୋଧରେ ପାଟିତୁଣ୍ଡ କଲେ। ୨୦୦୧ ମସିହାରେ ଚାଷ ପାଇଁ ବିଦ୍ୟୁତ ଦର ୟୁନିଟ ପ୍ରତି ୧.୧୦ ଟଙ୍କା ସ୍ଥିର ହୋଇଥିଲା। କିନ୍ତୁ ତାହାକୁ ୟୁନିଟ ପିଛା ୧.୫୦ ଟଙ୍କାକୁ ବୃଦ୍ଧି କରାଯିବାରୁ ବିଧାୟକମାନେ ରାଗିଥିଲେ। ସରକାର ଏହି ଶୁË ବୃଦ୍ଧି ପ୍ରସ୍ତାବ ସହିତ ସହମତ ହୋଇଥିଲେ। କିନ୍ତୁ ବିଧାୟକଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସରକାର ଓଇଆରସିରେ ରିଭିଉ ପିଟିସନ ପକାଇଲେ। ସରକାର ପୂର୍ବରୁ ଶୁËବୃଦ୍ଧି ପାଇଁ ରାଜି ହୋଇଥିବାରୁ ଏହି ପିଟିସନର କୌଣସି ମୂଲ୍ୟ ନଥିଲା। ରାଜ୍ୟରେ ଯେତେ ବିଦ୍ୟୁତ ବ୍ୟବହୃତ ହୁଏ ତାହାର ମାତ୍ର ୫ ପ୍ରତିଶତ ଚାଷ କାର୍ଯ୍ୟରେ ଲାଗେ। ଏ ବାବଦ ମୋଟ ବିଲ୍ ହେବ ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା। ସରକାର ଏତିକି ଟଙ୍କା କୃଷକଙ୍କ ପାଇଁ ସବସିଡି ଆକାରରେ ଦେଲେ କିଛି କ୍ଷତି ହୁଅନ୍ତା କି? ଏ ସରକାର ସମୟରେ ଏହିଭଳି ବଡ଼ ବଡ଼ ୫ଟି ଦୁର୍ନୀତି ଘଟିଛି। ଏସବୁ ଦୁର୍ନୀତିର ମୂଲ୍ୟ ୨ ଲକ୍ଷ କୋଟି ଟଙ୍କା ଉପରେ। କିନ୍ତୁ ତୃତୀୟ ମହଲାର ଚତୁର ବାବୁ, କେତେକ ଖଣି ମାଫିଆ ଓ ବିରୋଧୀ ଦଳର କେତେକ ନିର୍ଦ୍ଦିଷ୍ଟ ନେତାଙ୍କ ମିଳିତ ପ୍ରୟାସରେ ଏସବୁ ଦୁର୍ନୀତି ଚପି ଯାଇଛି।