ପିତୃସ୍ବପ୍ନର ପଛେ ପଛେ-୮

Apr 8, 2019 - 03:33
 735
ପିତୃସ୍ବପ୍ନର ପଛେ ପଛେ-୮
ବିଶ୍ବଜିତ ମହାନ୍ତି ମୋଉ ଭୂମି ଓଡ଼ିଶା ସରକାରଙକ୍ର ଜଣେ କୁଖ୍ୟାତ ସଚିବ ଥିଲେ ଯିଏ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଲାଂଚ ନେଇଥିଲେ ଏବଂ ସେଥିପାଇଁ ପ୍ରଶଂସିତ ବି ହୋଇଥିଲେ। ଏଇ ବରିଷ୍ଠ ବାବୁ ଜଣକ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କହିଥିଲେ ଯେ ସେ ଯାହାଙ୍କ ସହିତ ବୁଝାମଣପତ୍ର ସ୍ୱାକ୍ଷର କରିବେ ତାଙ୍କୁ ଜଣେଇ ଦିଅନ୍ତୁ କି ସେ କେବଳ ନିର୍ଦ୍ଦିଷ୍ଟ ଏକ କମ୍ପାନୀର ସଂପୂର୍ଣ୍ଣ ନୂଆ କଲମରେ ଦସ୍ତଖତ କରିବେ। ତାଙ୍କୁ ଖୁସି କରିବାକୁ ଚାହୁଁଥିବା ସେହି ବ୍ୟବସାୟୀ ଜଣକ ସେତେବେଳେ ଜାଣି ନଥିଲେ ଯେ ସଚିବ ଯେଉଁ କଲମ କଥା କହୁଛନ୍ତି ତାହା ହେଉଛି ମଣ୍ଟ ବ୍ଲାଙ୍କ ଯାାହର ଦାମ୍ ହେବ ପ୍ରାୟ ୧ ଲକ୍ଷ ଟଙ୍କା! ତା’ ପର ଦିନ ବାବୁ ଜଣକ ସେହି ଉପହାର କଲମରେ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ ଓ କଲମଟିକୁ ପକେଟରେ ପୂରେଇ ଦେଲେ। ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟମାନେ ତାଳିମାରି ଅଭିନନନ୍ଦନ ଜଣେଇଲେ। ସଚିବ କିନ୍ତୁ ଏହି ଉପହାର ବିଷୟରେ ସରକାରଙ୍କୁ ଜଣେଇଲେ ନାହିଁ। ଏହା ଥିଲା ସେବା ଆଚରଣ ବିଧିର ଉଲ୍ଲଙ୍ଘନ। ସର୍ବଭାରତୀୟ ସେବା ଆଚରଣ ବିଧି ୧୯୬୮ର ୧୧(୨) ଧାରା ଅନୁଯାୟୀ ଅଣସଂପର୍କୀୟଙ୍କଠାରୁ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଉପହାର ଗ୍ରହଣ କରିଥିଲେ ସେ ବିଷୟରେ ସରକାରଙ୍କୁ ରିପୋର୍ଟ କରିବା ଦରକାର। ସେ ତାହା କରି ନଥିଲେ। ଯେଉଁ ପ୍ରକଳ୍ପ ପାଇଁ ସେ ବୁଝାମଣାପତ୍ର ସ୍ୱାକ୍ଷର କଲେ ତାହା ଥିଲା କେଇ ହଜାର କୋଟି ଟଙ୍କାର। ତା’ ତୁଳନାରେ ଏ ଲକ୍ଷେ ଟଙ୍କିଆ କଲମ କିଛି ନଥିଲା! ନବୀନଙ୍କର ପ୍ରଥମ ୯ ବର୍ଷର ଶାସନ କାଳ ମଧ୍ୟରେ ମେମୋରାଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ ବା ଏମଓୟୁ(ମୋଉ) ବା ବୁଝାମଣାପତ୍ର ସଚିବାଳୟର କ୍ଷମତା ଅଳିନ୍ଦରେ ଏକ ବହୁ ପ୍ରଚଳିତ ଶବ୍ଦ ହୋଇଯାଇଥିଲା। ସେହି ସମୟ ମଧ୍ୟରେ ପ୍ରତି ଦିନକ ଛଡ଼ା ଦିନେ ଇସ୍ପାତ, ଆଲୁମିନିୟମ, ବନ୍ଦର ଓ ଶକ୍ତି ପ୍ରକଳ୍ପ ନେଇ ବୁଝାମଣାପତ୍ର ବା ମୋଉ ସ୍ୱାକ୍ଷର କରାଯାଉଥିଲା। ଝାରସୁଗୁଡ଼ା, ସମ୍ୱଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ପରି ଜିଲ୍ଲାର ଜିଲ୍ଲାପାଳମାନଙ୍କର ମୁଖ୍ୟ କାମ ହୋଇଯାଇଥିଲା ଜମି ଅଧିଗ୍ରହଣ। ଏଇସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଶିଳ୍ପପତିମାନେ ବୁଝାମଣାପତ୍ର ସ୍ୱାକ୍ଷର କରୁଥିଲେ। ଅବସର ପାଇଁ ଅଳ୍ପ କେଇ ବର୍ଷ ବାକି ଥିବା ନମନୀୟ ଅଫିସରମାନଙ୍କୁ ଏହିସବୁ ଜିଲ୍ଲାରେ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଉଥିଲା। ଶିଳ୍ପସଂସ୍ଥାଙ୍କଠାରୁ ବିପୁଳ ପରିମାଣର ଲାଞ୍ଚ ନେଇ ସେମାନେ ଦ୍ରୁତଗତିରେ ଜମି ଅଧିଗ୍ରହଣ କରୁଥିଲେ। ଆଇନ ଶୃଙ୍ଖଳା ଓ ଜନ ଅସନ୍ତୋଷକୁ ଭ୍ନକ୍ଷେପ ନକରି ଶିଳ୍ପ ପ୍ରତିଷ୍ଠା କରିବା ସେମାନଙ୍କ ମୁଖ୍ୟ କାମ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିଦ୍ଦେର୍ଶ ଦିଆଯାଇଥିଲା। ରାଜ୍ୟ ଭିତରେ ରାଜ୍ୟ ବାଛବିଚାର ହୀନ ଶିଳ୍ପାୟନ ଓ ଖଣି ପ୍ରକଳ୍ପ ଯୋଗୁଁ ୨୦୦୦ ମସିହାଠାରୁ ଲୋକମାନଙ୍କର ସାମ୍ୱିଧାନିକ ଅଧିକାର ସୁରକ୍ଷା କରିବା ନେଇ ରହିଥିବା ବ୍ୟବସ୍ଥା ରାଜ୍ୟରେ ଦୁର୍ବଳ ହୋଇଗଲଶ। ୨୦୦୪ ମସିହାରେ ପୁଣି ଥରେ ବିଜେଡି-ବିଜେପି ମେଣ୍ଟ ବିଜୟୀ ହେବା ପରେ ଶିଳ୍ପାୟନ ଅଧିକ ଦୃଢ଼ତାର ସହିତ ତ୍ୱରାନ୍ୱିତ ହେଲା। ୨୦୦୯ ମସିହା ନିର୍ବାଚନରେ ବିଜେଡି ଏକାକୀ ୧୦୩ ଆସନ ଓ ସମର୍ଥକ ୧୦ ଆସନ ପାଇବା ପରେ ଏହି ଗତି ଦୁଇ ଗୁଣ ବୃଦ୍ଧି ପାଇଥିଲା। ଦୁର୍ଭାଗ୍ୟବଶତଃ ସରକାରଙ୍କର ଏହି ଶିଳ୍ପପ୍ରୀତିକୁ ଅମଲାତନ୍ତ୍ର ନିଷ୍ଠୁର ଅତ୍ୟାଚାରର ସଂକେତ ଭାବେ ଗ୍ରହଣ କଲା। ସେମାନେ ଜମି ଛାଡ଼ିବାକୁ ପ୍ରସ୍ତୁତ ନଥିବା ଚାଷୀଙ୍କୁ ବେଘର କରିବାକୁ ପଛେଇଲେ ନାହିଁ, ସେମାନଙ୍କ ବର୍ଷବର୍ଷର ଜୀବିକା ଉଜାଡ଼ିବାକୁ ଦି’ଥର ଚିନ୍ତା ବି କଲେ ନାହିଁ। ଲୋକମାନେ ହରେଇଥିବା ଜମିର ଉପଯୁକ୍ତ କ୍ଷତିପୂରଣ ଓ ପ୍ରତିଶ୍ରୁତି ଅନୁଯାୟୀ ଚାକିରି ନପାଇବା ନେଇ ପ୍ରତିବାଦ ଆନ୍ଦୋଳନ ଚଳାଇବା ଭିତରେ କମ୍ପାନୀଗୁଡ଼ିକ ତଡ଼ିତ ବେଗରେ ଅଧିଗୃହୀତ ଜମି ଚାରିପଟେ ପାଚେରୀ ବୁଲେଇବା କାମ ସାରିଦେଲେ। ଏସବୁ କାମର ଠିକା ପାଇଲେ ବିଜେଡି ବିଧାୟକ ବା ବିଜେଡି ସମର୍ଥକମାନେ। ଶିଳ୍ପସଂସ୍ଥାଗୁଡ଼ିକୁ ସରକାରୀ ସ୍ତରରେ ଏଭଳି ସୁବିଧାସବୁ ମିଳିବା ପରେ ୨୦୧୫ ମସିହାରେ ଦେଖାଗଲା ଯେ ୧୨୯ଟି କମ୍ପାନୀଙ୍କୁ ଉପରେ ୬୦୦୦ କୋଟି ଟଙ୍କାର କେବଳ ଜଳକର ବାକି ରହିଛି। ଏସବୁ କମ୍ପାନୀଙ୍କ ମଧ୍ୟରୁ ମାତ୍ର ୧୩ଟି କମ୍ପାନୀ ରାଜ୍ୟ ସରକାରଙ୍କ ଜଳକର ଦାବି ବିରୋଧରେ ହାଇ କୋର୍ଟ ଗଲେ ଓ ସ୍ଥଗିତାଦେଶ ଆଣିଲେ। ଅଥଚ, ଆଶ୍ଚର୍ଯ୍ୟର କଥା, ରାଜ୍ୟ ସରକାର ବାକି ୧୧୬ କମ୍ପାନୀଙ୍କଠାରୁ ମଧ୍ୟ ଜଳକର ଆଦାୟ କଲେ ନାହିଁ କି ସେମାନଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଶିଳ୍ପସଂସ୍ଥାଙ୍କୁ ଖୁସି କରିବା ନିମନ୍ତେ ରାଜ୍ୟ ସରକାର କେତେକ ଶିଳ୍ପର ଜମି ଅଧିଗ୍ରହଣ ପାଇଁ ୧୮୯୪ ମସିହାର ଜମି ଅଧିଗ୍ରହଣ ଆଇନର ୧୭(୪) ଧାରାରେ ଥିିବା ଜରୁରୀ ବ୍ୟବସ୍ଥା ଲଗାଇଲେ। ଏସବୁ ଶିଳ୍ପ ସଂସ୍ଥା ହେଲେ ପୋସ୍କୋ, ଆଦିତ୍ୟ ଆଲୁମିନିୟମ, ଭୂଷଣ ପାୱାର, ବେଦାନ୍ତ ଆଲୁମିନା ଓ ଧାମରା ପୋର୍ଟ କମ୍ପାନୀ। ସରକାରଙ୍କର ଏହି ଭୁଲ ଧରିଥିଲେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ। ସେ ତାଙ୍କ ରିପୋର୍ଟରେ କହିଥିଲେ, ୧୭(୪) ଧାରାର ଜରୁରୀ ବ୍ୟବସ୍ଥାର ଦୁରୁପଯୋଗ ହୋଇଛି ଏବଂ ଉପଯୁକ୍ତ ସର୍ତ୍ତାବଳି ପୂରଣ ବିନା ଓ ଯଥାର୍ଥତା ପ୍ରତିପାଦ ନକରି ଏହାକୁ ଏକତରଫା ଭାବେ ବ୍ୟବହାର କରାଯାଇଛି। ସୌଭାଗ୍ୟବଶତଃ ବେଦାନ୍ତ ବିଶ୍ୱବିଦ୍ୟାଳୟର ପୁରୀ ପ୍ରକଳ୍ପ ଓ ପୋସ୍କୋର ପାରାଦୀପ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ ସରକାରଙ୍କର ଏପରି ଜରୁରୀ ଜମି ଅଧିଗ୍ରହଣ ଉପରେ ହାଇ କୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ୨୦୦୨ରୁ ୨୦୧୫ ମଧ୍ୟରେ ଓଡ଼ିଶାରେ ହୋଇଥିଲା ସବୁଠୁ ବଡ଼ ଜମି ହଡ଼ପ ଯୋଜନା। ଏହି ଯୋଜନାରେ ହଜାର ହଜାର ଏକର ଚାଷ ଜମି ଅଧିଗୃହୀତ ହେଲା। ବିଭିନ୍ନ କମ୍ପାନୀଙ୍କୁ ଏକର ପିଛା ମାତ୍ର ୨-୧୦ ଲକ୍ଷ ଟଙ୍କା ଦରରେ ପ୍ରାୟ ୩୮ ହଜାର ଏକରର ଘରୋଇ ଓ ସରକାରୀ ଜମି ହସ୍ତାନ୍ତର କରାଗଲା। ଓଡ଼ିଶା ଭୂ ସଂସ୍କାର ଆଇନ ୧୯୬୦ର ଅନେକ ଧାରା ଉଲ୍ଲଙ୍ଘନ କରି ବହୁ ଶିଳ୍ପାନୁଷ୍ଠାନ ଅନେକ ଘରୋଇ ଜମି କିଣି ନେଲେ। ଜମି ସିଲିଂ ବା କିଏ କେତେ ସର୍ବାଧିକ ଜମିର ମାଲିକ ହୋଇପାରିବ ସେନେଇ ରହିଥିିବା ଆଇନ କେହି ମାନିଲେ ନାହିଁ। ସ୍ଥାନୀୟ ଲୋକଙ୍କ ବାରମ୍ୱାର ଅଭିଯୋଗ ସେତ୍ତ୍ୱ ସଚିବାଳୟ ଚାପର ସମ୍ମୁଖୀନ ହୋଇ ଜିଲ୍ଲାପାଳମାନେ ଚୁପ ବସି ରହିଲେ। ଉଚ୍ଚରେ ଉଡ଼ିଲା ପତାକା ଭାରତର ସର୍ବାଧିକ ଇସ୍ପାତ ଉପିାଦନକାରୀ ଜିନ୍ଦଲ ଷ୍ଟିଲର ମୁଖ୍ୟ ନବୀନ ଜିନ୍ଦଲ ସଚିବାଳୟର ଜଣେ ନିୟମିତ ଆଗନ୍ତୁକ। ସେ ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ ଉପିାଦନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ କାରଖାନା, ୮୧୦ ମେଗାୱାଟର ଏକ ଶକ୍ତି ପ୍ରକଳ୍ପ ଏବଂ କୋଇଲାରୁ ପେଟ୍ରୋଲ ବାହାର କରିବା ପାଇଁ ଅନ୍ୟ ଏକ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ତାଙ୍କର ବ୍ୟାବସାୟିକ ପ୍ରଗତି ପାଇଁ ଓଡ଼ିଶା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ତାଙ୍କର ଛତିଶଗଡ଼ରେ ଥିବା ଏକ ଇସ୍ପାତ କାରଖାନା ପାଇଁ ଓଡ଼ିଶାର ଠାକୁରାଣୀ ଲୁହା ପଥର ଖଣିରୁ ଲୁହା ପଥର ଯୋଗାଣ ହୁଏ। ଅନୁଗୁଳରେ ଥିବା ତାଙ୍କ କାରଖାନା ପରିସରରେ ୭୫ ଫୁଟ ଉଚ୍ଚର ଏକ ସ୍ତମ୍ଭ ଉପରେ ଉଡେ଼ ଭାରତର ତ୍ରିରଙ୍ଗା ପତାକା। ଏହା ଓଡ଼ିଶାର ସବୁଠୁଁ ବଡ଼ ପତାକା ସ୍ତମ୍ଭ। ଓଡ଼ିଶାରେ ଜିନ୍ଦଲ କାମ କରିବା ଆରମ୍ଭ ଦିନରୁ ବିବାଦ ପରେ ବିବାଦ ସୃଷ୍ଟି କରି ଚାଲିଛି। ଜିନ୍ଦଲ କମ୍ପାନୀ ପରିବେଶ ମଂଜୁରୀ ସଂପର୍କୀତ ଅନେକ ସର୍ତ୍ତ ଉଲ୍ଲଙ୍ଘନ କରିଛି। ଏନେଇ ଏ ଲେଖକ ଅନେକ ବାର ଅଭିଯୋଗ କରିଛି। ଏପରି କେତେକ ଅଭିଯୋଗ ଉପରେ ତତ୍କାଳୀନ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଜୟରାମ ରମେଶ ତଦନ୍ତ କରାଇଥିଲେ। ତା’ପରେ କମ୍ପାନୀ ଉପରେ ଏହି ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନ ସ୍ୱରୂପ ଅନୁମୋଦନ ସର୍ତ୍ତ ବଦଳି ଥିଲା। ତେବେ ଏସବୁ ନିୟମ ଉଲ୍ଲଙ୍ଘନ ପାଇଁ ୧୯୮୬ ପରିବେଶ ସୁରକ୍ଷା ଆଇନ ଅନୁସାରେ ଜିନ୍ଦଲ ବିରୋଧରେ ମାମଲା ରୁଜୁ କରିବାକୁ କେନ୍ଦ୍ର ଦେଇଥିବା ନିଦ୍ଦେର୍ଶକୁ ରାଜ୍ୟ ସରକାର ମାନିଲେ ନାହିଁ। ଜଣେ ଅମଲା ଫାଇଲରେ ଲେଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ କିଛି ସୁଫଳ ମିଳିବ ନାହିଁ, ମାମଲା ବହୁଦିନ ଧରି ଚାଲିବ। ଏହି ଫାଇଲରେ ମୁଖ୍ୟମନ୍ତ୍ରୀ ଲେଖିଲେ ଯାହା କିଛି କରିବା ଦରକାର କେନ୍ଦ୍ର ସରକାର କରନ୍ତୁ, ଏବଂ ଫାଇଲକୁ ଅନୁମୋଦନ କଲେ। ୨୦୦୦ ମସିହାରେ ଓଡ଼ିଶାରେ ବିଜେଡି କ୍ଷମତାକୁ ଆସିଲା। ଏହା ପରେ ଜିନ୍ଦଲ କମ୍ପାନୀ ରାଜ୍ୟରେ ଘରୋଇ ଓ ସରକାରୀ ଜମି ମିଶି ପ୍ରାୟ ୬୪୦୦ ଏକର ଅଧିଗ୍ରହଣ କରିଛି। ଏହି ସମୟ ମଧ୍ୟରେ ଏହା ହେଉଛି କୌଣସି ଘରୋଇ କମ୍ପାନୀ ଦ୍ୱାରା ଓଡ଼ିଶାରେ ସର୍ବାଧିକ ଜମି ଅଧିଗ୍ରହଣ। ଜମି ହରାଇଥିବା ଲୋକମାନଙ୍କୁ ଅଧିକ ଦରରେ କ୍ଷତିପୂରଣ ଓ ସମସ୍ତଙ୍କୁ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ଦିଆଗଲା। ତେଣୁ କେହି ପ୍ରତିବାଦ କଲେ ନାହିଁ। ଜିନ୍ଦଲ ପାଇଁ ୧୮ ଗାଁର ପ୍ରାୟ ୧୦ ହଜାର ଲୋକ ସେମାନଙ୍କର ଜମି ଓ ଜୀବିକା ହରାଇଲେ। କମ୍ପାନୀ ଜମି ହରାଇଥିବା ପ୍ରତି ପରିବାର ମଧ୍ୟରୁ କେବଳ ଜଣଙ୍କୁ ଅସ୍ଥାୟୀ ଭତ୍ତା ବାବଦରେ ମାସିକ ୨୭୦୦ ଟଙ୍କା ପ୍ରଦାନ କରୁଥିଲା। ସେମାନଙ୍କୁ କୁହାଯାଇଥିଲା କାରଖାନା କାମ ସରିଗଲେ ସେମାନଙ୍କୁ ଚାକିରି ମିଳିବ। ୨୦୧୧ ସେପ୍ଟେମ୍ୱର ମାସରେ କମ୍ପାନୀର ପାଚେରୀ କାମ ସରିଗଲା। ତା’ ସହିତ ଏ ଅସ୍ଥାୟୀ ଭତ୍ତା ଦିଆଯିବା ବି ବନ୍ଦ ହୋଇଗଲା। ୨୦୧୨ ଜାନୁଆରୀ ୨୫ ତାରିଖରେ ଏହାର ପ୍ରତିବାଦ କଲେ ଜିନ୍ଦଲ କାରଖାନା ନିକଟରେ ଥିବା ଗାଁର ଲୋକମାନେ। ଜିନ୍ଦଲ ଗେଟ୍ ନିକଟରେ ରୁଣ୍ଡ ହୋଇ କମ୍ପାନୀ ପ୍ରତାରଣାର ପ୍ରତିବାଦ କରୁଥିବା ପ୍ରାୟ ୧୦୦୦ ଲୋକଙ୍କ ଉପରେ ଜିନ୍ଦଲର ଘରୋଇ ନିରାପତ୍ତା ବାହିନୀ ଆକ୍ରମଣ କଲେ। ରାଜ୍ୟ ପୁଲିସ ଦେଖୁଥିଲା, କିଛି କଲା ନାହିଁ। ସେମାନଙ୍କ ମାଡ଼ରେ ୧୬୪ ଜଣ ଗ୍ରାମବାସୀ ଆହତ ହେଲେ। ସେମାନଙ୍କ ମଧ୍ୟରେ ଥିଲେ ଅନେକ ମହିଳା ଓ ବୃଦ୍ଧ। ଅନ୍ୟ ୧୪ ଜଣ ଲୋକ ଗୁରୁତର ଆହତ ହେଲେ। ସେମାନଙ୍କ ଗୋଡ଼, ହାତ ଭାଙ୍ଗି ଯାଇଥିଲା। ସେ ବର୍ଷ ସେମାନେ ସାଧାରଣତନ୍ତ୍ର ଦିବସ ପାଳନ କରିପାରିଲେ ନାହିଁ। ଏହାର ପ୍ରତିବାଦରେ ଗ୍ରାମବାସୀଙ୍କ ଆନ୍ଦୋଳନ ଅଧିକ ତୀବ୍ର ହେଲା। ସେମାନେ ଜିନ୍ଦଲ ଗେଟ୍ ଆଗରେ ଧାରଣା ଦେଲେ। ଗେଟ୍ ଭିତରକୁ କାହାକୁ ଛଡ଼ା ଗଲା ନାହିଁ। ଆନ୍ଦୋଳନ ହଟେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଚାପ ପଡ଼ିଲା। ତୁରନ୍ତ ହସ୍ତକ୍ଷେପ କରିବାକୁ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କଲେ। ଦୁଇ ସପ୍ତାହ ପରେ ଆନ୍ଦୋଳନ ବନ୍ଦ ହେଲା। ଆଦିବାସୀଙ୍କୁ ଟା ଟା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଶିଳ୍ପାଂଚଳ ବିକଶିତ କରିବାକୁ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ବା ଇଡ଼କୋକୁ ସରକାର ୩୦ ହଜାର ଏକର ଜମି ଦେଇଥିଲେ। ଏଥିମଧ୍ୟରୁ ଆଦିବାସୀଙ୍କ ଚାଷୀଙ୍କଠାରୁ ଆସିଥିଲା ୧୩ ହଜାର ଏକର ଜମି। ବାକି ଜମି ସରକାରଙ୍କର। କଳିଙ୍ଗନଗରରେ ଜମି ବାବଦ କ୍ଷତିପୂରଣ ନେଇ ସୃଷ୍ଟି ହୋଇଥିବା ବିବାଦ ଅନେକ ଦିନ ଧରି ଲାଗି ରହିଥିଲା। ଆଦିବାସୀମାନେ ଭାବୁଥିଲେ ସେମାନଙ୍କୁ ପ୍ରତାରିତ କରାଯାଇଛି। ଇଡ଼କୋ ପ୍ରାୟ ସମସ୍ତ ଜମିହରାଙ୍କୁ କ୍ଷତିପୂରଣ ଦେଇଥିଲେ ବି କେହି ଦଖଲ ଛାଡ଼ି ନଥିଲେ। ଇଡ଼କୋ ଜମି ନେଇ ଟାଟାକୁ ହସ୍ତାନ୍ତର କରିବା ଭିତରେ ୧୦ ବର୍ଷ ବିତି ଯାଇଥିଲା। ଏହା ମଧ୍ୟରେ ଜମି ଦର ଅନେକ ଗୁଣ ବଢ଼ି ଯାଇଥିଲା। ତେଣୁ ଆଦିବାସୀମାନେ ଅଧିକ କ୍ଷତିପୂରଣ ଦାବି କରୁଥିଲେ। ୧୯୯୪ ମସିହାରେ ଇଡ଼କୋ ଆଦିବାସୀଙ୍କଠାରୁ ଏକର ପିଛା ୩୭ ହଜାର ଟଙ୍କା ଦରରେ ଜମି ନେଇଥିଲା। ସେହି ଜମିକୁ ଟାଟାକୁ ଏକର ପିଛା ୩.୫ ଲକ୍ଷ ଟଙ୍କା ଦରରେ ବିକି ଇଡ଼କୋ ଏକର ପିଛା ପ୍ରାୟ ୩ ଲକ୍ଷ ଟଙ୍କା ଲାଭ କଲା। ଆଦିବାସୀମାନେ ଏହା ଜାଣିଥିଲେ। ତେଣୁ ଅଧିକ କ୍ଷତିପୂରଣ ଦାବିରେ ଜମି ଛାଡ଼ୁ ନଥିଲେ। ତେଣେ ଟାଟା କମ୍ପାନୀ ସେହି ଜମିରେ କିଛି କରିପାରୁ ନଥିଲା। ସେଠାରେ କମ୍ପାନୀ ବାର୍ଷିକ ୫ ନିୟୁତ ଟନ୍ ଉପିାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା କରିବାର ଥିଲା। ୨୦୦୬ ଜାନୁଆନୁଆରୀ ୨ ତାରିଖରେ କମ୍ପାନୀ ପାଚେରୀ କାମ ଆରମ୍ଭ କରିବ ବୋଲି ଜଣାପଡ଼ିଲା। ଆଦିବାସୀମାନେ ବିରୋଧ କରିବେ ବୋଲି ମଧ୍ୟ ସରକାରଙ୍କୁ ଜଣାଥିଲା। ତେଣୁ ଯାଜପୁର ଜିଲ୍ଲାପାଳ ଶାଶ୍ୱତ ମିଶ୍ର ଓ ଜିଲ୍ଲା ଏସପି ଘଟଣାସ୍ଥଳରେ ପହଂଚିଥିଲେ। ସେମାନଙ୍କ ସାଙ୍ଗରେ ଥିଲେ ୩୦୦ ସଶସ୍ତ୍ର ପୁଲିସ। ଜମି ଉପରେ ରୁଣ୍ଡ ହୋଇଥିଲେ ପ୍ରାୟ ୪୦୦ ଜମିହରା ଆଦିବାସୀ। ପ୍ରତିବାଦକାରୀ ଆଦିବାସୀମାନେ ସ୍ଲୋଗାନ ଦେଇ ଆଗକୁ ମାଡ଼ି ଚାଲିଲେ। ପୁଲିସ ଲାଠିଚାର୍ଜ କଲା। ମାଡ଼ଘାତରେ ଆଦିବାସୀ ଅଧିକ ଉତ୍ତ୍ୟକ୍ତ ହେଲେ। ଦୌଡ଼ାଦୌଡ଼ାରେ ତଳେ ପଡ଼ିଯାଇଥିଲେ ନିରସ୍ତ୍ର ହାବିଲଦାର ଗୋପବନ୍ଧୁ ମହାନ୍ତି। ଆଦିବାସୀମାନେ ତାଙ୍କୁ ମାରିଦେଲେ। ପୁଲିସ ଗୁଳି ଚଳାଇଲା। ଦେଖୁଦେଖୁ ଟଳିପଡ଼ିଲେ ୧୨ ଜଣ ଆଦିବାସୀ। ଏହି ସଂଘର୍ଷରେ ଆହତ ହୋଇଥିଲେ ୩୭ ଜଣ ଆଦିବାସୀ ଓ ମାତ୍ର ୪ ଜଣ ପୁଲିସ। ଆଦିବାସୀମାନେ ସେମାନଙ୍କର ସଂପର୍କୀୟଙ୍କ ମୃତଦେହ ଆଣିବାକୁ ଯାଇ ଦେଖିଲେ ଯେ କାହାରି ଡାହାଣ ହାତର ପାପୁଲି ନାହିଁ। ପୁଲିସ ତାହାକୁ ଚିହ୍ନଟ ପାଇଁ କାଟି ନେଇଥିଲା। ଏହି ଘଟଣା ପରେ ଉତ୍ତ୍ୟକ୍ତ ଆଦିବାସୀମାନେ ଦୈତାରୀ-ପାରାଦୀପ ଏକ୍ସପ୍ରେସ ହାଇେୱ ବନ୍ଦ କରିଦେଲେ। ଏହା ଫଳରେ ୧୪ ମାସ ଧରି ବନ୍ଦ ରହିଲା ଏହି ବ୍ୟସ୍ତ ରାଜପଥ। ୨୦୦୭ ଜାନୁଆରୀ ୫ ତାରିଖରେ ହାଇକୋର୍ଟ ରାସ୍ତା ଖୋଲିବାକୁ ସରକାରଙ୍କୁ ନିଦ୍ଦେର୍ଶ ଦେଲେ। ନବୀନ ପଟ୍ଟନାୟକ ସରକାର ପୁଣି ଥରେ ରକ୍ତପାତ କରିବାକୁ ଚାହୁଁ ନଥିଲେ। ତେବେ ବିସ୍ଥାପନ ବିରୋଧୀ ଜନମଂଚର ପତାକା ତଳେ ଏକଜୁଟ ହୋଇଥିବା ଆଦିବାସୀମାନେ କୋର୍ଟ ଆଦେଶକୁ ସମ୍ମାନ ଦେଇ ନିଜ ଆଡ଼ୁ ରାସ୍ତା ବନ୍ଦ ହଟାଇନେଲେ। ୨୦୦୭ ମାର୍ଚ୍ଚ ୯ ତାରିଖରେ ରାସ୍ତା ଖୋଲିଲା। କଳିଙ୍ଗନଗର ଗଣହତ୍ୟାର ତଦନ୍ତ କରିବାପାଇଁ ସରକାର ଏକ ତଦନ୍ତ କମିଶନ ଗଠନ କରିଥିଲେ। ୨୦୧୫ ସୁଦ୍ଧା କମିଶନ ବାବଦରେ ଖର୍ଚ୍ଚ ହୋଇଥିଲା ୧.୬୫ କୋଟି ଟଙ୍କା। ତଦନ୍ତ ସରି ନଥିଲା। ଆଦିବାସୀଙ୍କୁ କ୍ଷତିପୂରଣ ମିଳିଥିଲା ତା୩ର ପ୍ରାୟ ଅଧା, ୬୫ ଲକ୍ଷ ଟଙ୍କା। କଳିଙ୍ଗନଗର ଗଣହତ୍ୟା ଥିଲା କର୍ପୋରେଟ୍ ପରିଚାଳିତ ବିଜେଡି ସରକାରର ନିଷ୍ଠୁରତାର ଏକ ଜ୍ୱଳନ୍ତ ଉଦାହରଣ। ନବୀନ ପଟ୍ଟନାୟକଙ୍କ ରାଜନୀତିକ ଜୀବନର ଏକ ବଡ଼ କଳଙ୍କ, ଯାହା ଅନେକ ଦିନ ଯାଏଁ ଲିଭିବ ନାହିଁ। ସମ୍ୱଲପୁରର ବେଲପାହାଡ଼ରେ ମଧ୍ୟ ଏମିତି ଅନ୍ୟ ଏକ ଘଟଣା ଘଟିଥିଲା ଯାହା ରାଜ୍ୟ ସରକାରଙ୍କ ଉପରେ ଟାଟା କମ୍ପାନୀର ପ୍ରଭାବ ସୂଚେଇ ଦିଏ। ୨୦୦୬ ନଭେମ୍ୱର ମାସରେ ବେଲପାହାଡ଼ ବାସିନ୍ଦାମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ପାନୀୟ ଜଳରେ ଟାଟା ରିଫ୍ରାକ୍ଟୋରିଜ ଲିମିଟେଡ଼ରୁ ବାହାରୁଥିବା ବର୍ଜ୍ୟବସ୍ତୁର କ୍ଷତିକାରକ ଅଂଶ ରହିଛି। ଏହା ମଧ୍ୟ ସେମାନଙ୍କ ଚାଷ ଜମିକୁ ନଷ୍ଟ କରିଦେଉଛି। ଏ ସଂପର୍କରେ ଅଭିଯୋଗ ହେବାରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅଧିକାରୀମାନେ ୨୦୦୭ ଜୁନ ୨୦ ତାରିଖରେ ଘଟଣାସ୍ଥଳ ପରିଦର୍ଶନ କରି ଜଳ ମାନ ପରୀକ୍ଷା କଲେ। ସେମାନଙ୍କ ପରୀକ୍ଷାରୁ ଜଣାପଡ଼ିଲା ଯେ ଜାହାଜପଡ଼ା ଓ ଗୁମାଡେରା ଗାଁର ୭ ପରିବାରର କୂଅ ପାଣିରେ ଫେନୋଲ ଓ ସାୟାନାଇଡ଼ ଅଂଶ ରହିଛି, ଯାହା ଉଭୟ ମଣିଷ ଓ ପଶୁଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏ ଦୁଇଟି ହେଉଛି ବିଷାକ୍ତ ରସାୟନ। ଏହା ଜଣାପଡ଼ିବା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସଚିବ ଟାଟା ରିଫ୍ରାକ୍ଟୋରିଜ କାରଖାନାକୁ ୨୦୦୭ ଜୁନ ୨୮ ତାରିଖରେ ବନ୍ଦ ନୋଟିସ ଦେଲେ। ବନ୍ଦ ନୋଟିସର ନମ୍ୱର ଥିଲା ୧୫୧୮୦/ଆଇଏନଡି-ଆଇ-ସିଓଏନ-୨୯। ଏହି ନୋଟିସରୁ ଜଣାପଡ଼ିଲା ଯେ ଟାଟା ରିଫ୍ରାକ୍ଟୋରିଜର ଗ୍ୟାସିଫିକେସନ ପ୍ଲାଣ୍ଟରୁ ବାହାରୁଥିବା ଫେନୋଲ, ସାୟାନାଇଡ଼ ଓ କୋଇଲାରୁ ବାହାରୁଥିବା ଅନ୍ୟ ରସାୟନ ପରି ଉଚ୍ଚ ଅମ୍ଳୀୟ ରସାୟନକୁ କାରଖାନା ପରିସର ବାହାରେ ଖୋଲାରେ ଛାଡ଼ି ଦିଆଯାଉଛି ଯାହା ଆଖପାଖର ବାସିନ୍ଦା ଓ ପଶୁଙ୍କ ପାଇଁ କ୍ଷତିକାରକ। ଏହା ସେତ୍ତ୍ୱ ବେକାରୀ ସମସ୍ୟା ଦର୍ଶାଇ ରାଜ୍ୟ ସରକାର ତୁରନ୍ତ ଏହି କାରଖାନା ଖୋଲିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନିଦ୍ଦେର୍ଶ ଦେଲେ। କେଇ ମାସ ମଧ୍ୟରେ କାରଖାନାରୁ ପୁଣି ଉପିାଦନ ଆରମ୍ଭ ହେଲା। ଏ ବିଷୟରେ ଏଇ ଲେଖକ ୨୦୧୦ ଜୁନ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କଲେ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ। ଏଯାଏଁ ଏ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଟାଟା କର୍ତ୍ତୃପକ୍ଷ ଅପରାଧିକ ଦାୟ ଓ କ୍ଷତିପୂରଣ ପ୍ରଦାନରୁରକ୍ଷା ପାଇଗଲେ। ୨୦୦୭ ମସିହାରେ ଆମେରିକାର ବ୍ଲାକସ୍ମିଥ ଇନ୍ଷ୍ଟିଚ୍ୟୁଟ ଯାଜପୁର ଜିଲ୍ଲାର ସୁକିନ୍ଦାକୁ ପୃଥିବୀର ସର୍ବାଧିକ ପ୍ରଦୂଷିତ ଅଂଚଳ ତାଲିକାରେ ସ୍ଥାନ ଦେଲା। ସେମାନଙ୍କ ରିପୋର୍ଟ ଅନୁଯାୟୀ ଏହି ଅଂଚଳରେ କାର୍ଯ୍ୟ କରୁଥିବା ୧୨ଟି କ୍ରୋମ ଖଣିରୁ ବାହାରୁଥିିବା ହେକ୍ସାଭାଲେଣ୍ଟ କ୍ରୋମ ପରି କାର୍ସିନୋଜେନିକ ଉପାଦାନ ସ୍ଥାନୀୟ ଅଂଚଳର ମାଟି ଓ ପାଣିକୁ ବିଷାକ୍ତ କରିସାରିଛି। ଏଥିରେ ପ୍ରଭାବିତ ହୋଇଛନ୍ତି ୨.୬ ନିୟୁତ ଲୋକ। ସଂଯୋଗବଶତଃ ଏହି ଅଂଚଳରେ ରହିଛି ଟାଟା କମ୍ପାନୀର ଏକ ବଡ଼ ଧରଣର କ୍ରୋମ ଖଣି ଯାହା ୧,୮୧୪ ଏକର ପରିବ୍ୟାପ୍ତ। ଓଡ଼ିଶା ଭଲ୍ୟୁଣ୍ଟାରି ହେଲ୍ଥ ଆସୋସିଏନ ମଧ୍ୟ ଏ ନେଇ ଏକ ରିପୋର୍ଟ ପ୍ରକାଶ କଲା। ଏହି ରିପୋର୍ଟ ଅନୁସାରେ ଖଣି ଅଂଚଳର ୮୪.୭୫ ଏବଂ ନିକଟସ୍ଥ ଗାଁ ଗୁଡ଼ିକର ୮୬.୪୨ ପ୍ରତିଶତ ମୃତ୍ୟୁର କାରଣ ହେଉଛି କ୍ରୋମ ଖଣି ପ୍ରଦୂଷଣରୁ ସୃଷ୍ଟି ହେଉଥିବା ରୋଗବ୍ୟାଧି। ୨୦୦୮ ଏପ୍ରିଲ ମାସରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ବ୍ଲାକସ୍ମିଥ ଇନ୍ଷ୍ଟିଚ୍ୟୁଟ୍ ରିପୋର୍ଟକୁ ଅସ୍ୱୀକାର କଲା ଏବଂ ଦାବି କଲା ଯେ ସୁକିନ୍ଦା ଅଂଚଳରେ କ୍ରୋମ ସ୍ତର ଅନୁମୋଦିତ ହାର ସୀମା ଭିତରେ ରହିଛି ଏବଂ ଏହା ଲୋକଙ୍କ ପାଇଁ କ୍ଷତିକାରକ ନୁହେଁ। ଜୀବନ୍ତ ଦହନ ବିଜେଡି ଶାସନରେ ବିଭିନ୍ନ ଆଇନ ଉଲ୍ଲଙ୍ଘନରେ କୁଖ୍ୟାତି ଅର୍ଜନ କରିଥିବା ଅନେକ ବ୍ୟାବସାୟିକ ଗୋଷ୍ଠୀ ଓଡ଼ିଶାକୁ ନିଜର ଚରା ଭୂଇଁରେ ପରିଣତ କରିଛନ୍ତି। ବେଦାନ୍ତ, ଟାଟା ଓ ଜିନ୍ଦଲ ପରି ଅନେକ ବଡ଼ ବଡ଼ କମ୍ପାନୀ ଅନେକ ଆଇନ ଉଲ୍ଲଙ୍ଘନ କରିଥିଲେ ବି ଦଣ୍ଡ ପାଇ ନାହାନ୍ତି। ଢେଙ୍କାନାଳରେ ଭୂଷଣ ଗୋଷ୍ଠୀର ଏକ କାରଖାନା ରହିଛି। ଭୂଷଣ ଷ୍ଟିଲ ହେଉଛି ମୂଳତଃ ଦିଲ୍ଲୀର ଏକ ବ୍ୟାବସାୟିକ ଗୋଷ୍ଠୀ। ଏହି କମ୍ପାନୀ ବିଭିନ୍ନ ଆଇନ ଉଲ୍ଲଙ୍ଘନରେ ଅନେକ ଥର ବିବାଦ ଘେରକୁ ଆସିଛି। ୨୦୧୪ ସୁଦ୍ଧା ଏହି ସଂସ୍ଥା ବିରୋଧରେ ଶ୍ରମିକ ଆଇନ ଉଲ୍ଲଙ୍ଘନ ନେଇ ୯୬ ମାମଲା ହୋଇଛି। ଫ୍ୟାକ୍ଟ୍ରି ଓ ବଏଲର ବିଭାଗ ନିଦ୍ଦେର୍ଶାଳୟ ଏହି ଭୂଷଣ କାରଖାନା ବିରୋଧରେ ୭୦ଟି ଫୌଜଦାରୀ ମାମଲା ରୁଜୁ କରିଛି। କିନ୍ତୁ ଉଚ୍ଚ ସ୍ତରୀୟ ଚାପ ଯୋଗୁଁ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କାରଖାନାର ପରିବେଶ ମଂଜୁରୀ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଣ କରି ନାହାନ୍ତି। ଏଥିରୁ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରରେ ଏହି କମ୍ପାନୀର କିଭଳି ସଂପର୍କ ରହିଛି ତାହା ସ୍ପଷ୍ଟ। ଏ କମ୍ପାନୀର ଏତେ ପ୍ରଭାବ ଯେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅନୁମତି ବିନା ବି କାରଖାନାରେ ଆଉ ଗୋଟିଏ ଅଧିକ ବ୍ଲାଷ୍ଟ ଫଣ୍ଣେର୍ସ ସ୍ଥାପନ କରିଛି। ୨୦୧୩ ନଭେମ୍ୱର ୧୩ ତାରିଖରେ ଭୂଷଣ ଷ୍ଟିଲ କାରଖାନାରେ ଏକ ଭୟଙ୍କର ବିଲ୍ଫୋରଣ ହେଲା। ଖବର ପାଇ ଜିଲ୍ଲାପାଳ ଓ ଏସପି ପହଂଚିଲେ। କିନ୍ତୁ କାରଖାନା କର୍ତ୍ତୃପକ୍ଷ ସେମାନଙ୍କୁ ଦୁଇ ଘଣ୍ଟା ଯାଏ କାରଖାନା ଭିତରେ ପ୍ରବେଶ କରିବାକୁ ଅନୁମତି ଦେଲେ ନାହିଁ। ଏ ଦୁଇ ଘଣ୍ଟା ଭିତରେ ଅନେକ ପ୍ରମାଣ ନଷ୍ଟ କରିଦିଆଗଲା। କାରଖାନା ଭିତରେ ପଶିବାକୁ ପୁଲିସ ବି ବଳ ପ୍ରୟୋଗ କଲା ନାହିଁ। କାରଣ ସେମାନେ ଜାଣନ୍ତି ଯେ କମ୍ପାନୀ ପ୍ରତି ଉଚ୍ଚ ସ୍ତରର ଅନୁକମ୍ପା ରହିଛି। ଏହି ବିଲ୍ଫୋରଣରେ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ଏବଂ ଅନ୍ୟ ୨୯ ଜଣ ଆହତ ହୋଇଥିଲେ ବୋଲି କମ୍ପାନୀ ସ୍ୱୀକାର କଲା। କିନ୍ତୁ ବାସ୍ତବରେ କେତେ ଲୋକ ପ୍ରାଣ ହରାଇଥିଲେ? ଏହା ରହସ୍ୟ ହୋଇ ରହିଗଲା। କାରଣ ଓଡ଼ିଶା ବାହାରୁ ଆସି କାରଖାନାରେ କାମ କରୁଥିବା ଅନେକ ଶ୍ରମିକ ଓ କର୍ମଚାରୀଙ୍କର କାରଖାନା ଖାତାରେ ନାଁ ନଥିଲା। ଭୂଷଣ ଷ୍ଟିଲର ୮ ବର୍ଷର ଉପିାଦନ ଭିତରେ ୧୦୦ରୁ ଅଧିକ ଲୋକ କାରଖାନା ପରିସରରେ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏତେ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ମଧ୍ୟ କମ୍ପାନୀ ସତର୍କତା ଅବଲମ୍ୱନ କରି ନାହିଁ। ୨୦୧୪ ମାର୍ଚ୍ଚ ମାସରେ ପୁଣି ଦୁଇ ଜଣ ଲୋକ କାରଖାନା ଭିତରେ ପ୍ରାଣ ହରାଇଲେ। କାରଖାନା ୨୦୦୬ ଜୁଲାଇ ମାସରେ ଉପିାଦନ ଆରମ୍ଭ କଲା। ଫ୍ୟାକ୍ଟ୍ରି ଓ ବଏଲର ନିଦ୍ଦେର୍ଶାଳୟର ତଥ୍ୟ ଅନୁଯାୟୀ ୨୦୧୫ ଜୁନ ମାସ ମଧ୍ୟରେ କାରଖାନା ପରିସରରେ ୬୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ୨୦୧୩ ନଭେମ୍ୱର ଦୁର୍ଘଟଣା ସମୟରେ ତତ୍କାଳୀନ ଶ୍ରମ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦୃଢ଼ ଘୋଷଣା କରିଥିଲେ ଯେ ଯଦି ଏହା ପରେ କାରଖାନା ଭିତରେ ଆଉ କେହି ଶ୍ରମିକ ନିହତ ହୁଅନ୍ତି ତେବେ ଏହାର ମାଲିକଙ୍କୁ ଗିରଫ କରାଯିବ। ୨୦୧୪ ମାର୍ଚ୍ଚ ମାସରେ ପୁଣି ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କାରଖାନା ମାଲିକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ବିଜୟଶ୍ରୀଙ୍କୁ ବାରମ୍ୱାର ପଚାରିବାରେ ଲାଗିଲେ। ସେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ବାରମ୍ୱାର ପ୍ରଶ୍ନ ହେବାରୁ ବିଜୟଶ୍ରୀ ଉତ୍ତ୍ୟକ୍ତ ହୋଇ ଏ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ଭଊ ହୁଅନ୍ତା ବୋଲି କହିଲେ। ଏହାର କେଇ ଘଣ୍ଟା ପରେ ତାଙ୍କୁ ତୃତୀୟ ମହଲାକୁ ଡକାଯାଇ ତାଗିଦ କରାଗଲା। ପରଦିନ ବିଜୟଶ୍ରୀ ଗଣମାଧ୍ୟମକୁ କହିଲେ ଯେ ସେମାନେ ତାଙ୍କ କଥାକୁ ଭୁଲ ଭାବେ ଉପସ୍ଥାପନ କରିଛନ୍ତି। ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଅଭିଯୋଗ ଅନୁସାରେ ଏହି କର୍ପୋରେଟ ଗୋଷ୍ଠୀ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କ ରହିଛି। ସେହି ହେତୁ ୨୦୦୫ରୁ ୨୦୧୪ ମଧ୍ୟରେ କାରଖାନା ପରିସରରେ ୮୦ରୁ ଅଧିକ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଭୂଷଣ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଉଥିବା ଭୂଷଣର ବହପ ତଥାପି କମିନାହିଁ। ୨୦୧୫ ଜାନୁଆରୀ ୩୦ ତାରିଖରେ ନିକଟସ୍ଥ ଗାଁ ଲୋକେ ଜଣେ ଶ୍ରମିକ ମୃତ୍ୟୁର ପ୍ରତିବାଦ କରି କାରଖାନା ଗେଟ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାରଖାନାର ସୁରକ୍ଷା କର୍ମୀମାନେ ସେମାନଙ୍କ କଥା ଶୁଣିବେ କ’ଣ ଓଲଟି ସେମାନଙ୍କ ଉପରକୁ ଗୁଳି ଚଳେଇଲେ। ଏଥିରେ ତିନିଜଣ ନାବାଳକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ। ରୁପାର ଖୟରାତ ମାଛ ଭର୍ତ୍ତି ଓଜନଦାର ବାେସ୍କଟ ଉଠାଇବାକୁ ଅନେକ କଷ୍ଟ କରୁଥିଲା କାଳିଆ ବେହେରା। ତା’ ସାଙ୍ଗମାନେ ମାଛଗୁଡ଼ିକୁ ଗୋଟିଏ କଳା ପଲିଥିନ ଉପରେ ଢାଳି ମାଛଗୁଡ଼ିକୁ ପ୍ରକାର ଭେଦରେ ଅଲଗା କରୁଥିଲେ। ଇଂଜିନ ଲାଗିଥିବା ସେମାନଙ୍କର ନୀଳ ଫାଇବର ଡଙ୍ଗାଟି ପୁରୀ ଜିଲ୍ଲା ଦେବୀ ନଦୀର ନୀଳ-ସବୁଜ ଜଳରାଶି ଉପରେ ତଳ ଉପର ହେଉଥିଲା। ଡଙ୍ଗାର ଉପର ଭାଗ ପ୍ରାୟତ ପାଣିକୁ ଛୁଇଁ ଯାଉଥିଲା। ଡଙ୍ଗାରେ ଅନେକ ମାଛ ଥିଲେ। ରୂପା ପରି ଝଟକୁ ଥିବା ମାଛଙ୍କ ଲୋଭରେ ମୁଣ୍ଡ ଉପରେ ଚକÑର କାଟୁଥିଲେ ଅନେକ ସି ଗଲ୍। ସେମାନଙ୍କର କଳା ମୁହଁ ଓ କ୍ଷୀଣ ଶରୀର ସେମାନଙ୍କ ଅପପୁଷ୍ଟିର ସୂଚନା ଦେଉଥିଲା। ସେମାନେ ଧରିଥିବା ବିପୁଳ ପରିମାଣ ମାଛ ବି ସେମାନଙ୍କ ଦାରିଦ୍ର୍ୟକୁ ଲୁଚାଇ ପାରୁ ନଥିଲା। ‘ସବୁଦିନ ଏତେ ମାଛ ପଡ଼ନ୍ତି ନାହିଁ’, ସେମାନେ କହିଲେ। ‘ଆମେ ଆମର ଋଣ ପରିଶୋଧ ଏବଂ ମେସ୍ ଖର୍ଚ୍ଚ ଭରଣା କରିବା ପରେ ଆମ ପରିବାର ପାଇଁ ଆଉ ପ୍ରାୟ କିଛି ବଳେ ନାହିଁ। ଜୀବନ ଆମର ଅତ୍ୟନ୍ତ ସୁର୍ବିସହ।’ ଟ୍ରଲର ସେମାନଙ୍କ ଜାଲ ଚିରି ଦେବାରୁ ସେମାନଙ୍କର ଅନେକ କ୍ଷତି ହୋଇଥିଲା। ତେବେ ଦେବୀ ନଦୀ ମୁହାଁଣରେ ହେବାକୁ ଯାଉଥିବା ଅସ୍ତରଙ୍ଗ ବନ୍ଦର ଖବର କ’ଣ? ଏହା କ’ଣ ବିକାଶ ଆଣିବ ନାହିଁ? ସେମାନଙ୍କ ଲାଭରେ ଲାଗିବ ନାହିଁ? ଆମେ ଜାଣିବାକୁ ପ୍ରଶ୍ନ କଲୁ। ସାଙ୍ଗେସାଙ୍ଗେ ସେମାନେ ରାଗରେ ଫାଟି ପଡ଼ିଲେ। ‘ସରକାର କାହିଁକି ଆମ ପେଟକୁ ନାତ ମାରୁଛନ୍ତି? କାହାର ବନ୍ଦର ଦରକାର? ବନ୍ଦର ହେଲେ ଆମେ ଓ ଆମ ପରିବାର ଭୋକରେ ମରିଯିବୁ। ଆମେ ଲଢ଼େଇ କରି ମରିବୁ ବରଂ ଏ ଜାଗା ଛାଡ଼ିବୁ ନାହୁଁ।’ ସ୍ଥାନୀୟ ସୁଦିକେଶ୍ୱର ଗାଁର ନେତା ଶିବ ସ୍ୱାଇଁ ଗର୍ଜି ଉଠିଲେ, ‘ସରକାର ଯଦି ଚାହୁଁଛନ୍ତି ଏଠି ବନ୍ଦର କରନ୍ତୁ, କିନ୍ତୁ ଆମେ ଆମ ପୂର୍ବପୁରୁଷଙ୍କ ଭିଟାମାଟି ଛାଡ଼ିବୁ ନାହିଁ।’ ପୀର ଜାହାନିଆ ମସଜିଦ ସାମ୍ନାରେ ସମୁଦ୍ର ଆଡ଼କୁ ଲମ୍ୱିଥିବା ବିସ୍ତୀର୍ଣ୍ଣ ପଡ଼ିଆକୁ ଦେଖେଇ ସେ କହିଲେ, ‘ସରକାର ସ୍ତ୍ରୀ, ପୁରୁଷ, ବୁଢ଼ାବୁଢ଼ି, ଛୁଆପିଲା, ଯୁବକଯୁବତୀ ସମସ୍ତଙ୍କୁ ଆଣି ଏଠି ରୁଣ୍ଡ କରନ୍ତୁ ଓ ଗୁଳି ମାରି ଦିଅନ୍ତୁ। କେହି ହଟିବେ ନାହିଁ। ନବୀନ ପଟ୍ଟନାୟକ ଆମକୁ ଟଙ୍କିକିଆ ଚାଉଳ ଦଉଛି ମାନେ ସେ ସବୁ ବିକି ଦେଉ।’ ଦେବୀ ମୁହାଁଣରେ ସରକାର ଗୋଟେ ବନ୍ଦର ଓ ତାପଜ ବିଦ୍ୟୁତ କେନ୍ଦ୍ର କରିବାକୁ ନବଯୁଗ କନଷ୍ଟ୍ରକସନ କମ୍ପାନୀ ସହିତ ବୁଝାମଣା କରିଛନ୍ତି। ପୀର ଜାହାନିଆର କେୟାର ଟେକର ଫକରୁଦ୍ଦିନ ମିଆଁ ସାହେବ ସାଂପ୍ରଦାୟିକ ସଦଭାବର ଏହି ପୀଠର ଇତିହାସ ବିଷୟରେ ସୂଚନା ଦେଲେ, କହିଲେ, ‘ସରକାର ଆମକୁ ଯଦି ଗୋଟେ ସୁନାର ମସଜିଦ ଦିଅନ୍ତି ତେବେ ବି ଆମେ ପୀର ବାବାଙ୍କୁ ଏଠାରୁ ସ୍ଥାନାନ୍ତର କରିବୁ ନାହିଁ। ଆମେମାନେ ବରଂ ଦେହର ରକ୍ତ ବୁହାଇ ମରିଯିବୁ।’ ସେ କ୍ଷୋଭର ସହିତ କହିଲେ। ଆଗରେ ଦେଖାଯାଉଥିବା ସବୁଜ ପଡ଼ିଆକୁ ଦେଖେଇ ହାରାମଣି ଦେବୀ କହିଲେ, ‘ଏ ଫନିଆକୁ ଦେଖ, ଏଥିରୁ ଆମକୁ କ’ଣ ନମିଳୁଛି? ଚିନାବାଦାମ, ମୁଗ ଡାଲି, ଧାନ, ସୋରିଷ। ବାଡ଼ିରେ ଯଦି ୧୦ଟା ନଡ଼ିଆ ଗଛ ଅଛି ଅତି ଗରୀବଟିଏ ବି ଚଳି ଯାଉଛି।’ ପୋସ୍କୋ ବିରୋଧୀ ଆନ୍ଦୋଳନ ଭଳି ଏଠି ବି ଗୋଟେ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି। ଏଠି ସେଭଳି ଆନ୍ଦୋଳନ ହେଲେ ତାହା ହେବ ଆହୁରି ଭୟଙ୍କର, ଉଗ୍ର। କାରଣ ନବଯୁଗ ବନ୍ଦର ପାଇଁ ବିସ୍ଥାପିତ ହେବେ ୧୦ ହଜାର ଲୋକ। ବନ୍ଦର ପାଇଁ ଆବଶ୍ୟକ ୫ ହଜାର ଏକର ଜମିରୁ ୩ ହଜାର ଏକର ଜମି ହେଉଛି ଘରୋଇ। ପୁରୁଷ ପୁରୁଷ ଧରି ଲୋକମାନେ ଏହି ଜମିରେ ଚଳି ଆସିଛନ୍ତି। ଏବେ ସେମାନେ ତାହା ଛାଡ଼ିବାକୁ ଆଦୌ ରାଜି ନୁହନ୍ତି। ବନ୍ଦର ଯୋଗୁଁ ଜମି ନଥିବା ପ୍ରାୟ ୧୦ ହଜାର ଧୀବର ବି ଜୀବିକା ହରେଇ କ୍ଷତିଗ୍ରସ୍ତ ହେବେ। ଅତିକାୟ ବନାମ ଅତିକ୍ଷୁଦ୍ର ଆଠଗଡ଼ କଣ୍ଡରେଇ ଗାଁର ଅଶିତିପର ବୃଦ୍ଧ ନାରାୟଣ ସାହୁ। ସରକାରୀ ଚାକିରିରୁ ଅବସର ନେଇ ଗାଁରେ ରହୁଥିଲେ। ଏବେ କେଭିକେ ନୀଳାଚଳ ପ୍ରା.ଲି. କମ୍ପାନୀର ବେଆଇନ ଜମି ଅଧିଗ୍ରହଣ ବିରୋଧରେ ଚାଷୀଙ୍କୁ ସଂଗଠିତ କରି ଆନ୍ଦୋଳନ କରୁଥିଲେ। ଏହି କମ୍ପାନୀ ଆଠଗଡ଼ ଅଂଚଳରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରି ୧୪୦୦ ମେଗାୱାଟ ଉପିାଦନ କ୍ଷମତା ବିଶିଷ୍ଟ ଏକ ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କଠାରୁ ଅନୁମତି ପାଇଛି। ଜମି ଅଧିଗ୍ରହଣ ଆଇନ ଉଲ୍ଲଙ୍ଘନ, ବେଆଇନ ଭାବେ କୃଷି ଜମିକୁ ଶିଳ୍ପ ଜମି କିସମରେ ପରିବର୍ତ୍ତନ, ଏହି ଅଂଚଳକୁ ଶିଳ୍ପାଂଚଳ ଘୋଷଣା, ଜମି ସିଲିଂ ଆଇନର ଉଲ୍ଲଙ୍ଘନ ଓ ପରିବେଶ ଆଇନ ଉଲ୍ଲଙ୍ଘନ ଆଦି ସଂପର୍କରେ ସେ ପାଞ୍ଚଟି କେସ୍ ଦାଏର କରିଥିଲେ। ଶେଷରେ ୨୦୧୨ ମେ ୧୯ ତାରିଖରେ ଓଡ଼ିଶା ହାଇକୋର୍ଟରୁ ସ୍ଥଗିତାଦେଶ ଆଣିବାରେ ସଫଳ ହେଲେ ସାହୁ। କେଭିକେ ନୀଳାଚଳ ପ୍ରକଳ୍ପ ବନ୍ୟଜନ୍ତୁ ଅଭୟାରଣ୍ୟର ୧୦ କିଲୋମିଟର ଦୂରତା ଭିତରେ ଆସୁଥିବାରୁ ଜାତୀୟ ବନ୍ୟଜନ୍ତୁ ବୋର୍ଡ଼ର ଅନୁମୋଦନ ବାଧ୍ୟତାମୂଳକ ଥିଲା। ପ୍ରକଳ୍ପକୁ ସେହି ମଂଜୁରୀ ମିଳି ନଥିଲା। ସେହି ଭିତ୍ତିରେ ହାଇକୋର୍ଟ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିଥିଲେ। ଦୁଇ ବର୍ଷ ଧରି ଏହି ଆଦେଶ ବଳବତ୍ତର ରହିଲା। କିନ୍ତୁ ୨୦୧୪ ମେ ୧୬ ତାରିଖରେ ପ୍ରକଳ୍ପ ବିରୋଧରେ ଚାଷୀମାନେ ଦାଖଲ କରିଥିବା ୧୬ଟି ଯାକ କେସ୍ ଖାରଜ କରିଦେଲେ। ଗ୍ରାମବାସୀମାନେ ଭାଙ୍ଗି ପଡ଼ିଲେ ନାହିଁ। ସୁପ୍ରିମ କୋର୍ଟ ଗଲେ। ସୁପ୍ରିମ କୋର୍ଟରେ ବିଖ୍ୟାତ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସେମାନଙ୍କ ପାଇଁ ଲଢ଼ିଲେ। ୨୦୧୪ ଡିସେମ୍ୱର ୧୨ ତାରିଖରେ ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କଲେ। ତେବେ ୨୦୧୫ ମାର୍ଚ୍ଚ ମାସରେ ସୁପ୍ରିମ କୋର୍ଟ ବି ରହିତାଦେଶ ଉଠାଇଦେଲେ। ଗ୍ରାମବାସୀ ସୁପ୍ରିମ କୋର୍ଟରେ ପୁଣି ପିଟିସନ ପକାଇଲେ। ପୁଣି କେସ୍ ଚାଲିଲା। ଏହି ପରି ଆଇନଗତ ବିବାଦ ଭିତରେ ପ୍ରକଳ୍ପ ଛନ୍ଦି ହୋଇ ପଡ଼ିରହିଛି। ଧିମେଇଲା ରଥ ମୁଖ୍ୟମନ୍ତ୍ରୀଙ୍କ ଲମ୍ୱା ଚଉଡ଼ା ଦାବି ସେତ୍ତ୍ୱ ଆରମ୍ଭ ହୋଇଥିବା ଦ୍ରୁତ ଶିଳ୍ପାୟନ ଧିମେଇଗଲା। ୨୦୧୪ ନିର୍ବାଚନରେ ବିଧାନସଭାର ୧୪୭ରୁ ୧୧୭ ଆସନ ଜିତି ନବୀନ ପଟ୍ଟନାୟକ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରିପାରିଲେ ନାହିଁ। ଓଡ଼ିଶା ସରକାରଙ୍କ ଉପରେ ପୁଂଜିନିବେଶକାରୀଙ୍କ ଆସ୍ଥା ତୁଟି ଗଲା। ପ୍ରଥମେ ୨୦୧୩ ମସିହାରେ ସରକାରଙ୍କ କରାମତି ବିଷୟରେ ସୂଚନା ପାଇଲା ପୋସ୍କୋ। ପାରାଦୀପ ଅଂଚଳରେ ଘରୋଇ ଜମି ମାଲିକଙ୍କ ସହିତ ନିଜେ ବୁଝାମଣା କରିବାକୁ ପୋସ୍କୋକୁ କୁହାଗଲା। ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ଏଥିରେ ତାଜୁବ ହେଲା। ସ୍ଥାନୀୟ ସ୍ତ୍ରୀ ଓ ପୁରୁଷମାନେ ପ୍ରକଳ୍ପ ଅଂଚଳକୁ ରାସ୍ତା ବନ୍ଦ କରି ବସିଥିଲେ। କମ୍ପାନୀ ଆଗେଇ ପାରିଲା ନାହିଁ। ପାରାଦୀପ ନିକଟରେ ବାର୍ଷିକ ୧୨ ନିୟୁତ ଟନ ଉପିାଦନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ୨୦୦୫ ଜୁନ ୨୨ ତାରିଖରେ ଓଡ଼ିଶା ସରକାର ଓ ପୋସ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସରକାର କମ୍ପାନୀର ଦରକାର ଥିବା ୪୦୦୪ ଏକର ଜମି ଯୋଗାଇ ପାରିଲେ ନାହିଁ। ପରେ ପ୍ରକଳ୍ପକୁ ବାର୍ଷିକ ୮ ନିୟୁତ ଉପିାଦନ କ୍ଷମତାକୁ କମାଇ ଦିଆଗଲା। ଜମି ଆବଶ୍ୟକତା ୨୭୦୦ ଏକରକୁ ଖସିଲା। ତଥାପି ସରକାର ଜମି ଯୋଗେଇ ପାରିଲେ ନାହିଁ। ସରକାର ସ୍ଥାନୀୟ ପାନ ଚାଷୀଙ୍କ ବରଜ ଭାଙ୍ଗି ଜମି ନେବା ପରେ ମାତ୍ର ୧୮୮୦ ଏକର ଜମି ଅଧିଗ୍ରହଣ କଲେ। ଏସବୁ ସରକାର ଜମିକୁ ଲୋକେ ଦଖଲ କରି ପାନ ଚାଷ କରୁଥିଲେ। କିନ୍ତୁ ଘରୋଇ ଜମି ଅଧିଗ୍ରହଣ କରିପାରିଲେ ନାହିଁ ଓଡ଼ିଶା ସରକାର। ହାଇକୋର୍ଟ ଘରୋଇ ଜମି ଅଧିଗ୍ରହଣ ଉପରେ ରହିତାଦେଶ ଜାରି କରିଥିଲେ। ପୋସ୍କୋକୁ ଖଣ୍ଡାଧାର ଲୁହା ଖଣି ମଧ୍ୟ ମିଳିଲା ନାହିଁ। ସରକାର ଏହା ସପକ୍ଷରେ ଏହି ଖଣି ମଂଜୁର କରିଥିଲେ ବି ୨୦୧୦ ଜୁଲାଇ ୧୪ ତାରିଖରେ ହାଇକୋର୍ଟ ଏହାକୁ ରଦ୍ଦ କରିଦେଲେ। ଶେଷରେ ୨୦୧୫ ଜୁଲାଇ ୧୬ ତାରିଖରେ ପୋସ୍କୋ ଭାରତର ଏହି ସର୍ବାଧିକ ବିଦେଶୀ ପୁଂଜିନିବେଶ ପ୍ରକଳ୍ପରୁ ଓହରିଗଲା ବୋଲି ଘୋଷଣା କଲା। ମୂଳ ପ୍ରକଳ୍ପ ଅନୁସାରେ ଏଥିରେ ଖର୍ଚ୍ଚ ହୋଇଥାନ୍ତା ୫୧ ହଜାର କୋଟି ଟଙ୍କା। କମ୍ପାନୀ ୧୦ ବର୍ଷ ଅପେକ୍ଷା କରିବା ପରେ ବି ଜମି କି ଖଣି ପାଇଲା ନାହିଁ। ପୋସ୍କୋ ବିରୋଧୀ ଆନ୍ଦୋଳନ ଥିଲା ଓଡ଼ିଶାର ଅନ୍ୟତମ ଦୀର୍ଘକାଳୀନ ଆନ୍ଦୋଳନ। ଏହାର ନେତୃତ୍ୱ ନେଉଥିଲେ ବାମପନ୍ଥୀ ନେତା ଅଭୟ ସାହୁ। ଆନ୍ଦୋଳନ ପାଇଁ ସେ ଗଢ଼ିଥିଲେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି। ଏହି ସଂଗଠନର ନେତୃତ୍ୱରେ ଢିଙ୍କିଆର ଚାଷୀମାନେ ପୁଲିସ ଓ ଭଡ଼ାଟିଆ ଗୁଣ୍ଡାଙ୍କ ଆଗରେ ବି ମୁଣ୍ଡ ନଇଁଲେ ନାହିଁ କି ଜମି ଛାଡ଼ିଲେ ନାହିଁ। ଗାଁର ମାତ୍ର ୨ ହଜାର ବାସିନ୍ଦା ପୃଥିବୀର ଚତୁର୍ଥ ବୃହତ୍ତମ ଇସ୍ପାତ ନିର୍ମାତା ବିରୋଧରେ ଯେପରି ଭାବରେ ସାହସିକ ଆନ୍ଦୋଳନ ଚଳାଇଥିଲେ ତାହା ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଦୁଇ ବର୍ଷ ପୂର୍ବରୁ ୨୦୧୩ ଜୁଲାଇ ୧୮ ତାରିଖରେ ମଧ୍ୟ ପୃଥିବୀର ଅନ୍ୟତମ ବିଖ୍ୟାତ ଇସ୍ପାତ କମ୍ପାନୀ ଆର୍ସେଲର-ମିତ୍ତଲ କେନ୍ଦୁଝର ଜିଲ୍ଲା ଇସ୍ପାତ ପ୍ରକଳ୍ପରୁ ଓହରି ଯାଇଥିଲା। କମ୍ପାନୀକୁ ସରକାର ପ୍ରତିଶ୍ରୁତି ଦେଇଥିଲେ ବି ତିନି ବର୍ଷ ବିତିଗଲା ହେଲେ ଜିଲ୍ଲାର ପାଟଣାଠାରେ ୨୮୪୭ ଏକର ଜମି ଯୋଗାଡ଼ ହୋଇପାରିଲା ନାହିଁ। ନବୀନ ପଟ୍ଟନାୟକଙ୍କ ପ୍ରଥମ ୧୪ ବର୍ଷର କାର୍ଯ୍ୟକାଳ ଭିତରେ ସରକାର ୪୨୭ କମ୍ପାନୀଙ୍କଠାରୁ ୧୪.୦୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ପାଇଥିଲେ। ସରକାର ୨୦୧୪ ସୁଦ୍ଧା ୪.୫୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଥିବା ୯୩ଟି କମ୍ପାନୀଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ତେବେ ଏଥିରୁ ଅଧିକାଂଶ ବୁଝାମଣାପତ୍ର ପୂର୍ଣ୍ଣରୂପେ କାର୍ଯ୍ୟକାରୀ ନହୋଇ ଅଟକି ରହିଗଲା। ଥଇଥାନ ଭେଳିକି ରାଜ୍ୟ ସରକାର ଅତି ଗମ୍ଭୀରତାର ସହିତ ଥଇଥାନ ସମସ୍ୟାର ସମାଧାନ କରିବେ ବୋଲି ଦାବି କରୁଥିଲେ ମଧ୍ୟ ବାସ୍ତବରେ କିଛି ହୋଇନାହିଁ। ୨୦୦୬ ଜାନୁଆରୀରେ ହୋଇଥିବା କଳିଙ୍ଗନଗର ଗୁଳିକାଣ୍ଡ ପର୍ଯ୍ୟନ୍ତ ରାଜ୍ୟର କୌଣସି ଥଇଥାନ ଓ ପୁନର୍ବାସ ନୀତି ନଥିଲା। ଏହା ପରେ ଚାରି ଆଡ଼ୁ ସମାଲୋଚନାର ଶରବ୍ୟ ହେବା ପରେ ସରକାର ଏହି ନୀତି ପ୍ରଣୟନ କଲେ। କିନ୍ତୁ ଏହି ନୀତିକୁ ଠିକ ଭାବରେ କାର୍ଯ୍ୟକାରୀ କରାଗଲା ନାହିଁ। ସେଥିପାଇଁ ୨୦୧୪ ମାର୍ଚ୍ଚ ମାସରେ କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଭର୍ତ୍ସନା କଲେ। ଏ ବାବଦରେ ଉପଯୁକ୍ତ ଯୋଜନା ଓ ସର୍ଭେ କରାଯାଇ ନଥିବା ମନ୍ତବ୍ୟ ଦେଇଥିଲେ ସିଏଜି। ୧୯୯୨-୨୦୧୩ ମଧ୍ୟରେ ୩୨ଟି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ୬,୫୩୩ ପରିବାର ମଧ୍ୟରୁ ୭୯୮ ପରିବାରଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇ ନଥିିଲା। ବିଭିନ୍ନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ କିମ୍ୱା ପ୍ରଭାବିତ ହୋଇଥିବା ଲୋକମାନଙ୍କ ଥଇଥାନ ଓ ନିଯୁକ୍ତି ନେଇ ମଧ୍ୟ ରାଜ୍ୟ ସରକାର କୌଣସି ତଥ୍ୟଭିତ୍ତି ରଖି ନଥିବା ଅଧିକ ପରିତାପର ବିଷୟ। ଉଦାହରଣ ସ୍ୱରୂପ ଟାଟା ଷ୍ଟିଲର ଗୋପାଳପୁର ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ୧୯୯୫ ମସିହାରେ କମ୍ପାନୀକୁ ରାଜ୍ୟ ସରକାର ୩,୭୯୦ ଏକର ଜମି ଦେଇଥିଲେ। ଏହି ଜମି ଅଧିଗ୍ରହଣ ପାଇଁ ୧୫୫୯ ପରିବାର ବିସ୍ଥାପିତ ଏବଂ ୨୨୨୦ ପରିବାର ପ୍ରଭାବିତ ହୋଇଥିଲେ। ତେବେ ୧୮ ବର୍ଷ ବିତିଗଲା ପରେ ମଧ୍ୟ ଅଧିଗୃହୀତ ଜମିରେ ଇସ୍ପାତ କାରଖାନା ହୋଇ ନଥିବାରୁ ବିସ୍ଥାପିତ ଓ ପ୍ରଭାବିତଙ୍କୁ ଅତିରିକ୍ତ ଥଇଥାନ ପ୍ୟାକେଜ ଦେବାକୁ ୨୦୧୩ ଜୁଲାଇ ମାସରେ ରାଜ୍ୟ ସରକାର କମ୍ପାନୀକୁ ନିଦ୍ଦେର୍ଶ ଦେଲେ। ଟାଟା କିଛି ଦେଲା ନାହିଁ। ସରକାର ବି ତାଙ୍କ ନିଦ୍ଦେର୍ଶ କଥା ଭୁଲିଗଲେ। ଚୁକ୍ତି ଅନୁସାରେ ଟାଟା କମ୍ପାନୀ ବିସ୍ଥାପିତ ଓ ପ୍ରଭାବିତ ପରିବାରଙ୍କ ପାଇଁ ନିଯୁକ୍ତି ସୁଯୋଗ ଦେବା ଉଦ୍ଦେଶ୍ୟରେ ସ୍ଥାନୀୟ ଅଂଚଳରେ କିଆ ଲଗେଇବା କଥା। ଟାଟା କମ୍ପାନୀ କେତେ କିଆ ଲଗେଇଛି ଦେଖିବା ପାଇଁ ଅଡିଟ ଦଳ ୨୦୧୩ ମସିହାରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଅନେକ ଖୋଜିଲା ପରେ ବି ଗୋଟିଏ ହେଲେ କିଆବୁଦା ମିଳିଲା ନାହିଁ। ଟାଟା ଜମି ନେବାବେଳେ ପ୍ରାୟ ୩୦୦ ପରିବାର କିଆ ଫୁଲ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିଲେ। ସେମାନେ ଜୀବିକା ହରେଇ ସବୁଦିନ ପାଇଁ ଗରୀବ ହୋଇଗଲେ। ଥଇଥାନ ହୋଇଥିବା ଲୋକଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କୁ ମିଳିଥିବା ଜମିର ପଟ୍ଟା ଦୁଇରୁ ନଅ ବର୍ଷ ପର୍ଯ୍ୟନ୍ତ ମିଳି ନଥିବା ମଧ୍ୟ ଅଡିଟରୁ ଜଣାପଡ଼ିଲା। ଶିଳ୍ପ ପାଇଁ ଜମି ଅଧିଗ୍ରହଣ କଲାବେଳେ ସରକାର ନିଯୁକ୍ତି ସୃଷ୍ଟି ଓ ବେକାରୀ ସମସ୍ୟାର ସମାଧାନ କଥା କହିଥାନ୍ତି। କିନ୍ତୁ ସରକାର ଏହା ନିଶ୍ଚିତ କରି ନାହାନ୍ତି। ବତିଶଟି ଶିଳ୍ପରୁ ଦଶଟି ଶିଳ୍ପ କାହାକୁ ନିଯୁକ୍ତି ଦେଇନାହାନ୍ତି। ଏମିତି କି ୨୦୧୪ ସେପ୍ଟେମ୍ୱର ଯାଏଁ ୫୮୮ ବିସ୍ଥାପିତ ପରିବାରଙ୍କୁ ଦୈନିକ ୧୩୧.୯୨ ଟଙ୍କାର ମଜୁରୀ ହାରରେ ଏକକାଳୀନ କ୍ଷତିପୂରଣ ମିଳି ନାହିଁ। ରାଜ୍ୟରେ ଏହି ସମୟ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଶିଳ୍ପଗୁଡ଼ିକ ବିହାର, ହରିଆନା, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଆଦି ରାଜ୍ୟର ଲୋକଙ୍କୁ ଆଣି ନିଯୁକ୍ତ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ସେ ସୁଯୋଗ ମିଳି ନାହିଁ। ବିସ୍ଥାପିତ ପରିବାରଙ୍କ ପାଇଁ ମିଳିଥିବା ଅର୍ଥକୁ କେତେକ ଜିଲ୍ଲାପାଳ ନିଜ ବାସଭବନ ସାଜସଜାରେ ଖର୍ଚ୍ଚ କରିଥିବା ଖବର ପ୍ରକାଶ ପାଇଛି। ସମ୍ୱଲପୁରର ଜଣେ ଜିଲ୍ଲାପାଳ ବିସ୍ଥାପିତ ପରିବାରଙ୍କ ଥଇଥାନ ପାଣ୍ଠିରୁ ୧୧.୯୩ ଲକ୍ଷ ଟଙ୍କା ନିଜର ବିଦ୍ୟୁତ ବିଲ୍ ପ୍ରଦାନରେ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ବେଆଇନ ଅଧିଗ୍ରହଣ ୨୦୦୬ରୁ ୨୦୧୧ ମଧ୍ୟରେ ୩୫ଟି ଘଟଣାରେ ୧୬୨୦ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ଜମିହରାମାନଙ୍କୁ ୩୧୮.୩୮ କୋଟି ଟଙ୍କା ଦିଆଯାଇଥିଲା। କିନ୍ତୁ ଅଡିଟବେଳେ ଜଣାପଡ଼ିଲା ଯେ ବଜାର ମୂଲ୍ୟ ନିର୍ଦ୍ଧାରଣରେ ତ୍ରୁଟିପୂର୍ଣ୍ଣ ପଦ୍ଧତି ବ୍ୟବହାର କରାଯାଇଥିବାରୁ ଏସବୁ ଜମି ବାବଦରେ ୨୨୪.୨୯ କୋଟି ଟଙ୍କା କମ୍ ଦିଆଯାଇଛି। ନିରକ୍ଷର ପ୍ରଭାବହୀନ ଜମି ମାଲିକଙ୍କୁ ଠକି ଏହି ପରିମାଣର ଅର୍ଥ ବଂଚେଇଛନ୍ତି ପୋସ୍କୋ, ବେଦାନ୍ତ ଆଲୁମିନା, ଏସ୍ସାର ଷ୍ଟିଲ, ଆଦିତ୍ୟ ଆଲୁମିନିୟମ ଓ ଧାମରା ବନ୍ଦର ପରି ବଡ଼ବଡ଼ କମ୍ପାନୀ। ସରକାର ନିଜର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବା ସମୟରେ ଆଇନର ଜରୁରୀକାଳୀନ ବ୍ୟବସ୍ଥା ଲଗାଇ ନଥିଲେ। କିନ୍ତୁ କେତେକ ଘରୋଇ କମ୍ପାନୀ ପାଇଁ ତାହା ଲଗାଇଛନ୍ତି। ସିଏଜି ଅଡିଟରୁ ଏକଥା ମଧ୍ୟ ଧରା ପଡ଼ିଛି ଯେ କମ୍ପାନୀମାନେ ଅଧିକ ଜମି ନେଇ ବ୍ୟବହାର ନକରି ପକାଇ ରଖିଛନ୍ତି। ୨୦୧୧ ନଭେମ୍ୱର ସୁଦ୍ଧା ଲିଜ୍ ଦିଆଯାଇଥିିବା ୪୬୨ ହେକ୍ଟରର ସରକାରୀ ଜମି ଓ ଅଧିଗୃହୀତ ହୋଇଥିବା ୧୬୮୦ ହେକ୍ଟରର ଘରୋଇ ଜମିକୁ ସଂପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକ ବ୍ୟବହାର ନକରି ପକାଇ ରଖିଛନ୍ତି। ବଜାର ଦର ହିସାବରରେ ଏହି ଜମିର ମୂଲ୍ୟ ୨,୬୩୧ କୋଟି ଟଙ୍କା। ଏଇ ଲେଖକଙ୍କର ଆରଟିଆଇ ଦରଖାସ୍ତର ଉତ୍ତର ଦେଇ କଟକ ଓ ସମ୍ୱଲପୁରର ଆରଡିସି ଶିଳ୍ପସଂସ୍ଥାଙ୍କ ନିଯୁକ୍ତି ନେଇ ନିଜର ଅଜ୍ଞତା ପ୍ରକାଶ କରିଥିଲେ। କଳିଙ୍ଗନଗରରେ ଆଦିବାସୀଙ୍କ ଗଣହତ୍ୟା କରିଥିବା ଟାଟା ଷ୍ଟିଲ ଓଡ଼ିଶାର କେତେକ ଆଦିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ। ସାହିତ୍ୟ ସଭା, ସଂଗୀତ ଆସର, ନୃତ୍ୟ କାର୍ଯ୍ୟକ୍ରମ, ପୁରସ୍କାର ପ୍ରଦାନ ଉତ୍ସବ ଆଦି ଅନୁଷ୍ଠାନକୁ ଆଥିର୍କ ସହାୟତା ଦେଇ ଲୋକଙ୍କ ସଦିଚ୍ଛା ହାସଲ କରିବା ହେଉଛି ଏହିପରି କମ୍ପାନୀଙ୍କର ଏକ ଶସ୍ତା କୌଶଳ। ଆଦିବାସୀଙ୍କୁ ଜୋରଜବରଦସ୍ତ ବିସ୍ଥାପିତ ଏବଂ ପ୍ରଦୂଷଣ ପାଇଁ କୁଖ୍ୟାତି ଅର୍ଜନ କରିଥିବା ଅନେକ ଶିଳ୍ପସଂସ୍ଥା ମଧ୍ୟ ଆଦିବାସୀ ଅଧିକାର, ମାନବାଧିକାର ଓ ପରିବେଶ ସୁରକ୍ଷା ସଂପର୍କୀତ କେତେକ କାର୍ଯ୍ୟକ୍ରମକୁ ପ୍ରାୟୋଜିତ କରିଥାନ୍ତି। ଏହା ବିଡ଼ମ୍ୱନା ବ୍ୟତିତ ଅନ୍ୟ କିଛି ନୁହେଁ। ପିପିପି- ଭଲ ଓ ଭେଲ ୨୦୦୫ ମସିହା ପରେ ରାଜ୍ୟରେ ପିପିପି ବା ପ୍ରାଇଭେଟ ପବ୍ଲିକ ପାର୍ଟନରସିପ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି। ସରକାର ଏହି ପରିକଳ୍ପନା ପଛରେ ପଡ଼ିବା ପରେ ଚିଟ ଫଣ୍ଡ ଦୁର୍ନୀତିଗ୍ରସ୍ତଙ୍କଠାରୁ ଆରମ୍ଭ କରି ବହୁ ଛୋଟବଡ଼ କମ୍ପାନୀ ଓଡ଼ିଶାରେ ଆସି ଡେରା ପକାଇଲେ। ମୁକ୍ତ ହସ୍ତରରେ ଲାଂଚ କାରବାର ଚାଲିବାରୁ ଫାଇଲଗୁଡ଼ିକ ବିଦ୍ୟୁତ ବେଗରେ ଦୌଡ଼ିଲେ। ତେଣୁ ୨୦୧୫ ସେପ୍ଟେମ୍ୱର ସୁଦ୍ଧା ୨୨,୧୪୨ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ମଂଜୁରୀ ପାଇଲା ଓ ସେଥିରୁ ୫,୫୮୯ କୋଟି ଟଙ୍କାର ୪୧ଟି ପ୍ରକଳ୍ପ କାର୍ଯ୍ୟାରମ୍ଭ କଲା। ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ତିନିଟି କମ୍ପାନୀ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ପାଳନ କରିବାରେ ସଂପୂର୍ଣ୍ଣ ବିଫଳ ହେଲେ। ତିନିଟି ଯାକ କମ୍ପାନୀ ଉପରେ ଗ୍ରୀଡ଼କୋର ବହୁତ ଟଙ୍କା ବାକିଆ ରହିଲା। ଗ୍ରୀଡ଼କୋ ଏସବୁ କମ୍ପାନୀଙ୍କୁ ବିଦ୍ୟୁତ ଯୋଗାଇଥାଏ। ରିଲାଏନ୍ସ କମ୍ପାନୀଗୁଡ଼ିକ ଗ୍ରୀଡ଼କୋର ଦେୟ ପଇଠ ନକରି ଦାୟିତ୍ୱରୁ ଓହରି ଗଲେ। ୨୦୧୫ ମସିହାରେ ସେଗୁଡ଼ିକର ଲାଇସେନ୍ସ ରଦ୍ଦ ହେଲା। ରାଜ୍ୟ ସରକାର ପିପିପି ପଦ୍ଧତିରେ ରାଜ୍ୟରେ ବନ୍ଦର ବିକାଶ କରିବାକୁ ଚାହିଁଲେ। ବିନା ଟେଣ୍ଡରରେ ଏଥିପାଇଁ ଘରୋଇ କମ୍ପାନୀଙ୍କ ସହିତ ଚୁକ୍ତି ସଂପାଦିତ ହେଲା। କୋର୍ଟରେ ଏହା ବିରୋଧରେ ମକଦ୍ଦମା ହେଲା। ୨୦୧୧ ମସିହାରେ ଏ ପ୍ରକ୍ରିୟା ଉପରେ ରହିତାଦେଶ ଜାରି ହେଲା। ତେବେ ସବୁ ପିପିପି ପ୍ରକଳ୍ପ ବିଫଳ ହୋଇନାହିଁ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପିପିପି ପଦ୍ଧତିରେ ଚାଲିଥିବା ଆମ୍ୱୁଲାନ୍ସ ସେବା ଅପେ୪ାକୃତ ସଫଳ ଭାବେ ଚାଲିଛି। ଜବାହରଲାଲ ନେହରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ବା ଜେନୁର୍ମ ପ୍ରକଳ୍ପରେ ଚାଲିଥିବା ବସ୍ ସେବା ଯୋଗୁଁ ସହର ପରିବହନ ବ୍ୟବସ୍ଥା ଉନ୍ନତ ହେଲା। ସେହିପରି ଅଶୋକ ଲେଲାଣ୍ଡ କମପ୍ାନୀ ଦ୍ୱାରା ୨୦୧୩ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ଡ୍ରାଇଭିଂ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ପ୍ରତିବର୍ଷ ୨୪୦୦ ବେକାରଙ୍କୁ ଡ୍ରାଇଭିଂ ତାଲିମ ଦେଇ ରୋଜଗାରକ୍ଷମ କରିଛି। ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଆରମ୍ଭ ହୋଇଥିବା ଇଲେକ୍ଟ୍ରୋନିକ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ମଧ୍ୟ ସଫଳତାର ସହିତ କାର୍ଯ୍ୟ କରୁଛି। ଏହି ବ୍ୟବସ୍ଥାରେ ରାଜ୍ୟର ୧୮୨ ରେଜିଷ୍ଟ୍ରେସନ ଅଫିସ ସାମିଲ ହୋଇଛି। ଏହି ବ୍ୟବସ୍ଥାରେ ଜମି ବିକ୍ରି ଦଲିଲ, ଲିଜ୍ ଦଲିଲ, ବିବାହ ଓ ପାୱାର ଅଫ ଆଟର୍ଣ୍ଣି ଆଦିର ପଂଜୀକରଣ ସୁବିଧାରେ ହୋଇପାରୁଛି। ଏହି ସଫଳତା ପାଇଁ ୨୦୧୧ ମସିହାରେ ଏହି କାର୍ଯ୍ୟକ୍ରମକୁ ବେଷ୍ଟ ଇଲେକ୍ଟ୍ରୋନିକ ଡେଲିଭରି ଅଫ୍ ସର୍ଭିସେସ ପୁରସ୍କାର ମିଳିଥିଲାଟ୍ରାଜ୍ୟରେ ଥିବା ସାତଟି ଆନ୍ତଃ ରାଜ୍ୟ ବାଣିଜ୍ୟିକ ଚେକ୍ଗେଟ୍କୁ ଇଲେକ୍ଟ୍ରୋନିକ ପଦ୍ଧତିରେ ନେଟୱାର୍କ ସଂଯୁକ୍ତ କରାଗଲା। ଏହା ଫଳରେ ଭାଟ୍ ଲିକେଜ୍ ବନ୍ଦ ହେଲା ଓ ରାଜ୍ୟର ରାଜସ୍ୱ ଆଦାୟ ବଢ଼ିଲା।