ଚମ୍ପାଫୁଲ

Jul 19, 2020 - 04:01
 1269
ଚମ୍ପାଫୁଲ
ଗୁରୁ ପ୍ରସାଦ ମହାନ୍ତି ଚମ୍ପାଫୁଲ ମହକରେ ବାଟଭୁଲି ସମୁଦ୍ରର ଢେଉ ଆସିଥିଲା କୂଳ ଡେଇଁ ଶୁଖିଥିଲା ଭରାନଈ ଛାତି ପଥର ତରଳି ଥିଲା, ମଶାଣିର ଭୂତପ୍ରେତ ଛାଡ଼ି ରଜବତୀ କନ୍ୟା ଲାଗି ଯୋଗୀ ଥିଲା ମଦନରେ ମାତି। ଚମ୍ପାଫୁଲ ହାତେ ଧରି ମନାସିଲା ଯାଦୁକରୀ ଥରେ ପଥର ପାଲଟି ହେଲା ରଜାପୁଅ, ହାଡ଼ସବୁ ହେଲା ମୁକ୍ତାଫୁଲ ରାଜାଝିଅ ବେଣୀଫୁଲ ଖସିଗଲା ସୁଏ ସୁଏ ଭାସି ଗୋଟିଏ ଫୁଲରେ ପୁଣି ହେଲା କୋଟି ମଣିଷର ମୂଲ। ଚମ୍ପାଫୁଲ ମହକରେ ପଡ଼େ ସେ ଯେ ଦାରୁଣ କୁହୁକ ରକ୍ତେ ଯାଏ ନିଆଁ ଲାଗି, ଛାତି ଆଉ ନିଃଶ୍ୱାସରେ ନିଆଁ ଛାତି ଆଉ ନିଃଶ୍ୱାସରେ ନିଆଁ ସେ ଯେ ଦେହେ ଦେହେ ବିଜୁଳି ଚମକ ବିଜୁଳି ଚମକ ସେ ଯେ ବଣନିଆଁ, ସବୁ ଯାଏ ଚ୍ଛିନ୍ନଭିନ୍ନ ହୋଇ, ପୃଥିବୀ ଛାତିରେ ଲୋଟି ପୋଡ଼ିଯାଏ ଜଣାଯାଏ ସବୁ ମାଂସ ଫୁଟେ ଫୁଲ ହୋଇ ମନ ପଡ଼େ ରୋମାଞ୍ଚରେ ଶୋଇ।