ଆତ୍ମନିର୍ଭରତାଠାରୁ ରିଲାଏନ୍ସ ପର୍ଯ୍ୟନ୍ତ

Jun 28, 2020 - 06:10
 1162
ଆତ୍ମନିର୍ଭରତାଠାରୁ ରିଲାଏନ୍ସ ପର୍ଯ୍ୟନ୍ତ
ଏ ପର୍ଯ୍ୟନ୍ତ ଭାରତୀୟ ସ୍ଵାଧୀନତା ଆନ୍ଦାଳନର ଆକାଶକୁ ସବୁଠାରୁ ଅଧିକ ଆଚ୍ଛାଦିତ କରିଥିବା ସ୍ଲୋଗାନା ହେଲା ଆତ୍ମନିର୍ଭର ଭାରତ ବା ସ୍ଵଦେଶୀ ଭାରତ। ଏହି ଆତ୍ମନିର୍ଭରତାକୁ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତିବିଶଷ ଭିନ୍ନ ଭିନ୍ନ ଭାବେ ବ୍ୟାଖ୍ୟା କରି ଆସିଛନ୍ତି। ସାଧାରଣ ଲୋକ କିନ୍ତୁ ଆତ୍ମନିର୍ଭରତାର ଅର୍ଥ କହିଲେ ସାମନ୍ତବାଦର ସଂପୂର୍ଣ୍ଣ ଉଚ୍ଛେଦ ସାଙ୍ଗକୁ ସମାଜର ସମସ୍ତ ସମ୍ପଦର ଗଣତାନ୍ତ୍ରିକ ଉପାୟରେ ପୁନଃବିଭାଜନ ଓ ତାହାକୁ ଚିରସ୍ଥାୟୀ କରିବା ଲାଗି ଆବଶ୍ୟକୀୟ ଉତ୍ପାଦନ ଶୈଳୀରେ ପରିବର୍ତ୍ତନକୁ ବୁଝୁଥାଏ। ଏଥିଲାଗି ସେମାନେ ସ୍ଵାଧୀନତା ଆନ୍ଦୋଳନ ସମୟରେ ବ୍ରିଟିଶ ସରକାର ସମେତ ସମସ୍ତ ରାଜା, ମହାରାଜା, ଜମିଦାର ଓ କମ୍ପାନୀମାନଙ୍କୁ ବିରୋଧ କରୁଥିଲେ। କିନ୍ତୁ ପ୍ରକୃତରେ ହେଲା କ’ଣ? ୧. ସ୍ଵାଧୀନତା ପରବର୍ତ୍ତୀ ଭାରତୀୟ ଶିଳ୍ପ ନୀତି (ଉଭୟ ୧୯୪୮ ଓ ୧୯୫୬ ମସିହାରେ ଘୋଷିତ) ମୁଖ୍ୟତଃ ପି.ସି. ମହାଲୋନୋବିଷଙ୍କ ଦ୍ଵାରା ଦିଆଯାଇଥିବା ‘ଭାରତୀୟକରଣ’ ପ୍ରସ୍ତାବକୁ ଅବଲମ୍ବନ କରୁଥିଲା। ଏହା ମୁଖ୍ୟତଃ ଭାରତୀୟ ଅର୍ଥନୀତିର ମୂଳଦୁଆ ତିଆରି କରିବା ଲାଗି ମୁଖ୍ୟ କ୍ଷେତ୍ରମାନଙ୍କରେ (ଯଥା ଯୋଗାଯୋଗ, ଖଣି, ଶକ୍ତି ଇତ୍ୟାଦି) ସରକାରୀ ଉଦ୍ୟୋଗ ସ୍ଥାପନ ପ୍ରସ୍ତାବ ଥିଲା। ଏ ସବୁ କ୍ଷେତ୍ର ସରକାରଙ୍କ ଏକଚାଟିଆ ଅଧିକାର ସାବ୍ୟସ୍ତ ଲାଗି ୨୭୭ଟି ସରକାରୀ ଉଦ୍ୟୋଗ ସ୍ଥାପନ ହୋଇଥିଲା ଯାହାା ମଧ୍ୟରେ ଏଚପିସିଏଲ, ବିପିସିଏଲ ଓ ଓଏନଜିସି ଇତ୍ୟାଦି ପ୍ରମୁଖ। ଏହା ସହିତ ଉପଭୋକ୍ତା ଶିଳ୍ପକୁ ନିଜସ୍ଵ କମ୍ପାନୀଙ୍କ ଲାଗି ଛାଡିଦିଆଯାଇଥିଲା। ୨. ଜି. ଡ଼ି. ବିରଳା (ବିରଳା ଶିଳ୍ପର ପ୍ରମୁଖ) ଓ ଜେଡି ଟାଟା (ଟାଟା ଷ୍ଟିଲ ମୁଖ୍ୟ) ପ୍ରମୁଖଙ୍କ ଭଳି ଧନୀ ଉଦ୍ୟୋଗପତିଙ୍କ ନେତୃତ୍ୱରେ ଗଠିତ ପ୍ରସିଦ୍ଧ ‘ବମ୍ବେ ପ୍ଲାନ ପ୍ଳାନ’ର ସଦସ୍ୟମାନେ କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତିକୁ ଅନୁମୋଦନ କରିଥିଲେ। ନେହରୁ-ମହାଲୋନୋବିଷ ପ୍ରଣୀତ ମିଶ୍ର ଅର୍ଥନୀତିକୁ ଭାରତୀୟ ଜନସଂଘ ଓ ସ୍ୱତନ୍ତ୍ର ପାର୍ଟି ସଂପୂର୍ଣ୍ଣ ସମର୍ଥନ ଦେଇଥିଲେ। ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମାପ୍ରସାଦ ମୁଖାର୍ଜୀ ନେହରୁ ମନ୍ତ୍ରୀମଣ୍ଡଳରେ ଶିଳ୍ପ ମନ୍ତ୍ରୀ ରହିଥିଲେ। ପରେ ସେ ନେହରୁଙ୍କ ସହିତ ଅନ୍ୟ ବିଷୟରେ ମତ ପାର୍ଥକ୍ୟ ହେଲାରୁ ଇସ୍ତଫା ଦେଇତିଲେ। ୩. ଭାରତୀୟ ଅର୍ଥନୀତିରେ ସମାନ୍ତରାଳ ଭାବରେ ନିଜସ୍ଵ କମ୍ପାନୀମାନେ ମଧ୍ୟ ସରକାରଙ୍କ ଦ୍ଵାରା ଋଣ, ସବସିଡି, ବ୍ୟାଙ୍କ ଗ୍ୟାରେଣ୍ଟି, ଟିକସ ଛାଡ ନୀତି, ରପ୍ତାନୀ ଓ ଆମଦାନୀ ନୀତିରେ ସହଯୋଗ ଇତ୍ୟାଦି ପାଇବା ଦ୍ଵାରା ଦୃତ ଗତିରେ ବିକାଶ କରିଥିଲେ। ୧୯୯୦ ଦଶକ ପରବର୍ତ୍ତୀ ଥଭନୀତିରେ ନିଜସ୍ଵ ଉଦ୍ୟୋଗଗୁଡିକର ବିକାଶ ଦ୍ଵିଗୁଣିତ ହେଲା ଓ ସରକାରୀ ଉଦ୍ୟୋଗଗୁଡିକ କ୍ରମଶଃ ମୃତ୍ୟୁମୁଖୀ ହେଲା। କ୍ଷମତାସୀନ ସମସ୍ତ ରାଜନୈତିକ ଦଳର ଆଭିମୁଖ୍ୟ ନିଜସ୍ଵ ଉଦ୍ୟୋଗ ପ୍ରତି ସମାନ ରହିଲା। ୪. ୧୯୯୦ ଦଶକରେ ଟାଟା, ଷ୍ଟେରଲାଇଟ-ବେଦାନ୍ତ ଓ ରିଲାଏନ୍ସ ଭଳି କମ୍ପାନୀକୁ ସେସହଯୋଗ କରିବା ଲାଗି ପ୍ରାଥମିକ ଭାବରେ ୩୧ଟି ସରକାରୀ ଉଦ୍ୟୋଗରୁ (ଆଇଓସିଏଲ, ଭିଏସଏନଏଲ, ବିପିସିଏଲ ଓ ବାଲ୍‌କୋ ଇତ୍ୟାଦି) ପୁଞ୍ଜି ପ୍ରତ୍ୟାହାର କରାଯାଇଥିଲା। ଇତିମଧ୍ୟରେ ରିଲାଏନ୍ସ କମ୍ପାନୀ ଉଭୟ ଇନ୍ଦିରା ଗାନ୍ଧୀ ଓ ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ଭାରତ ସରକାରଙ୍କ ସମସ୍ତ ପୃଷ୍ଠପୋଷକତା ପାଇଥିଲା। ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ହେତୁ ଏଥିରୁ ସୁବିଧା ନେଇଥିବା ସମସ୍ତ ଭାରତୀୟ ନିଜସ୍ଵ ଉଦ୍ୟୋଗ ପରେ ବିନ୍ଦଶୀ ପୁଞ୍ଜି ସହିତ ଅନୁବନ୍ଧିତ ହେବାରେ ଲାଗିଲେ। ଅର୍ଥନୀତିର ‘ଭାରତୀୟକରଣ’ର ଏହା ଥିଲା ଏକ ଆତ୍ମନିର୍ଭରତା ଯୋଜଜନା। ୫. ବର୍ତ୍ତମାନର କୋଭିଡ- ୧୯ ସଂକ୍ରମଣ ସମୟରେ ଭାରତର ଅର୍ଥନୀତିରେ ଜିଡ଼ିପି ହୁଏତ ଶୂନ ବା ବିଯୁକ୍ତ ଦିଗରେ ଗତି କରିବାର ଆଶଙ୍କା ରହିଛି। ବହୁ କମ୍ପାନୀ ନିଜର ହାତ ଟେକି ଦେଇସାରିଲେଣି। ଏଭଳି ସମୟରେ ରିଲାଏନ୍ସ ଜିଓ ସବୁଠାରୁ ଅଧିକ ଦରରେ ନିଜର ଅଂଶଧନ ବିକ୍ରି କରିବା ଏକ ଆଶ୍ଚର୍ଯ୍ୟର ବିଷୟ। ଏହାର କାରଣ; କ) ଆମେରିକୀୟ କମ୍ପାନୀ ଫେସବୁକ ସହିତ ସିଲଭର ନ୍ଲକ, ଜେନେରାଲ ଆଟଲାଣ୍ଟିକ ଇତ୍ୟାଦି ଅନ୍ୟ ସାତଟି କମ୍ପାନୀ ରିଲାଏନ୍ସ ଜିଓର ଅଂଶଧନ କିଣି ନେଇଛନ୍ତି। କେବଳ ଫେସବୁକ ଜିଓର ୯.୯% ଅଂଶଧନ ୪୩,୫୭୪ କୋଟି ଟଙ୍କାରେ କିଣିଛି। ଏହା କିଣାବିକା ୨୦୨୦ ଏପ୍ରିଲ ୨୨-ଜୁନ ୧୮ ମଧ୍ୟରେ ହୋଇଛି। ଖ) ସାଉଦି ଆରବର ତିନୋଟି କମ୍ପାନୀ ସେହି ସମାନ ସମୟରେ ଜିଓର ଏକ ବିରାଟ ଅଂଶ କିଣିଛନ୍ତି। ସେଥି ମଧ୍ୟରେ ଆବୁଧାବୀ ପୁଞ୍ଜିନିନ୍ବଶ ସଂସ୍ଥା ପ୍ରମୁଖ। ଗ) ରିଲାଏନ୍ସ ଜିଓର ବର୍ତ୍ତମାନ ମଧ୍ୟରେ ୨୪.୭ % ଅଂଶଧନ ବିଦେଶର ୧୧ଟି ବୃହତ କମ୍ପାନୀ ହାତକୁ ଯାଇସାରିଲାଣି। ଏହା ଦ୍ଵାରା ରିଲାଏନ୍ସ ୧.୧ ଲକ୍ଷ କୋଟି ଟଙ୍କା ପାଇଛି। ଏହା ବଦଳରେ ଜିଓ ନିଜର ବ୍ୟବହାରକାରୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ, ସରକାରୀ ସଂସ୍ଥା ଏସବିଆଇର ଉପଭୋକ୍ତାଙ୍କ ତଥ୍ୟ ବିଶ୍ଵର ସବୁଠାରୁ ଅବିଶ୍ଵସନୀୟ ଆମେରିକୀୟ କମ୍ପାନୀ ଫେସବୁକ ଓ ଅନ୍ୟମାନଙ୍କ ହାତକୁ ଦେଇଦେଇଛି। (ଫେସବୁକ ବ୍ୟବହାରକାରୀମାନେ ଜାଣନ୍ତି ଯେ ସେମାନଙ୍କୁ କେଉଁ ଭଳି ନିଜ ଡାଟା, ଫଟୋ ଇତ୍ୟାଦିକୁ ଫେସବୁକକୁ ବ୍ୟବହାର ନକରିବା ଲାଗି ନୋଟିସ ଦବାକୁ ପଡିଥାଏ। କାରଣ ଅନ୍ୟର ଡାଟା ଚୋରିରେ ଫେସବୁକ ଧୁରନ୍ଧର।) ଘ) ଟେଲି ଯୋଗାଯୋଗ କ୍ଷେତ୍ର ଭାରତର ଏକ ସଂମ୍ବେଦନଶୀଳ କ୍ଷେତ୍ର ଠିକ ଆଣବିକ ଓ ପ୍ରତିରକ୍ଷା କ୍ଷେତ୍ର ଭଳି। ଅଥଚ କେନ୍ଦ୍ର ସରକାର ରିଲାଏନ୍ସ ଜିଓକୁ ବିଦେଶ କମ୍ପାନୀକୁ ନିଜ ଅଂଶଧନ ବିକ୍ରି ଲାଗି ଅନୁମତି ଦେଲେ କିପରି ତାହା ପୁଣି ରିଲାଏନ୍ସର ଏସବିଆଇ ସହିତ ଚୁକ୍ତି ହେବା ପରେ? ଙ) କୋଭିଡ ସମୟରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ଭାରତର ସୀମାକୁ ଲାଗି ଥିବା ଦେଶର କୌଣସି କମ୍ପାନୀ ସହିତ ଭାରତୀୟ କମ୍ପାନୀ ଚୁକ୍ତି କରିବାକୁ ଚାହିଁଲେ ସରକାରଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ। ଏହା ଚୀନ, ପାକିସ୍ତାନ ଓ ବଙ୍ଗଳାଦେଶକୁ ଆଖିରେ ରଖିି କରାଯାଇଥିଲା। ଆମେରିକୀୟ ଓ ସାଉଦି ଆରବୀୟ କମ୍ପାନୀ ଏହି ନିର୍ଦ୍ଦେଶନାମାରୁ ବାଦ ପଡିଗଲେ। ରିଲାଏନ୍ସ ଜିଓ ଗଲା ସାତ ସପ୍ତାହ ମଧ୍ୟରେ ନିଜର ୨୪.୦୭ % ଅଂଶଧନକୁ ୧.୧ ଲକ୍ଷ କୋଟି ଟଙ୍କାରେ ବିକ୍ରି କରିଥିଲା ବେଳେ କୋଟିକୋଟି ଭାରତୀୟ ଓ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ବ୍ୟକ୍ତିଗତ ତଥ୍ୟ ଆମେରିକୀୟ କମ୍ପାନୀଙ୍କୁ ବିକ୍ରି କରିସାରିଲେଣି। ଏହି ବିକ୍ରି କରିବା ହେଲା କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଯୋଜନର ପ୍ରକୃତ ରୂପାୟନ। ୬ . ପୂର୍ବ ସରକାରମାନେ ଯେଉଁ ଯୋଜନା କରିଥିଲେ ଯେ ସରକାରୀ ଉଦ୍ୟୋଗଗୁଡିକୁ ଜାଣି ଜାଣି ମୃତ୍ୟୁର ରାସ୍ତା ଦେଖାଇଦେଇଥିଲେ ଯାହା ଦ୍ଵାରା ରିଲାଏନ୍ସ ସମେତ ଅନ୍ୟ ବହୁ କମ୍ପାନୀ ଏକଚାଟିଆ ଅଧିକାର ପାଇବା ସହିତ ନିର୍ବିଘ୍ନରେ ନିଜର ସାମ୍ରାଜ୍ୟ ବଢାଇପାରିଛନ୍ତି। ଗଲା ପାଞ୍ଚ ବର୍ଷ ମଧ୍ୟରେ (୨୦୧୪- ୨୦୧୯) ରିଲାଏନ୍ସ ଜିଓର ମାଲିକ ମୁକେଶ ଆମ୍ବାନୀ ନିଜର ସମ୍ପତ୍ତିିକୁ ଦୁଇଗୁଣା ବଢ଼େଇ ସାରିଲେଣି। ୨୦୧୪ରେ ତାଙ୍କ ସଂପତ୍ତି ପରିମାଣ ୨୨୦୦ କୋଟି ଡଲାର ସମ୍ପତ୍ତିି ଥିଲା ତାହା ଏବେ ୫୫୦୦ କୋଟି ଡଲାରରେ ପହଞ୍ଚିଲାଣି ଓ ସେ ଏସିଆ ମହାଦେଶର ସର୍ବ ବୃହତ ଧନୀ ବ୍ୟକ୍ତି ହୋଇଇସାରିଲେଣି। ଏହି କଥା କରୋନା ଲକ ଡାଉନ ସମୟରେ ଯତେବେଳେ ଲକ୍ଷଲକ୍ଷ ଭାରତୀୟ ନିଜ ଗାଁକୁ ଚାଲି ଚାଲି ଫେରୁଥିଲେ। ସେତେବେଳେ ବିଶ୍ଵାସ ହେଉଉନଥିଲା ଯେ ଦେଶରେ ମୁକେଶ ଆମ୍ବାନୀଙ୍କ ଭଳି ଧନୀ ଲୋକ ମଧ୍ୟ ଅଛନ୍ତି! କିନ୍ତୁ ଏହି ଆତ୍ମନିର୍ଭର ଯୋଜନା ଓ ଜାତୀୟତାର ସ୍ଲୋଗାନ ମଧ୍ୟରେ ରିଲାଏନ୍ସ ଓ ଏସବିଆଇର କୋଟି କୋଟି ଭାରତୀୟ ଉପଭୋକ୍ତା ଯଥାର୍ଥରେ ଆମେରିକା ସରକାର ଓ ଆମେରିକୀୟ କମ୍ପାନୀର ଭର୍ଚୁଆଲ୍‌ ନାଗରିକ (ପ୍ରକୃତ ନାଗରିକ ନହେଲେ ବି ) ପାଲଟିଗଲେ। ଏହେ କେନ୍ଦ୍ର ସରକାରଙ୍କ ‘ଆତ୍ମନିର୍ଭର ଯୋଜନାର’ ରିଲାଏନ୍ସକରଣ। ଏହା ଯେତିକି ମଜାଳିଆ ସେତିକି ବେଦନାଦାୟକ। ପ୍ରସ୍ତୁତି : ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା ଯୋଗାଯୋଗ : gassbhubaneswara@gmail.com