ବୋଉ

News Story - Posted on 2016-05-08

ବିରଜା ମହାପାତ୍ର

 

ଆଉ ଟିକେ କରୁଣାର ହାତ ବଢେଇଦେ ବୋଉ
ମୁଁ ଲଙ୍ଘିଯିବି ସବୁ ସ୍ଵପ୍ନିଳ ଆକାଶ
ଏମିତି ସମ୍ପତି ହୋଇ ପୁଣି ଫେରିବି 
ତୋ ପାଦ ତଳେ ନିତିଦିନ
ହସି ପାରୁଥିବି |

କରୁଣାର ରଙ୍ଗ ନାହିଁ, ବର୍ଣ୍ଣ ନାହିଁ , ଆକାର ବି ନାହିଁ...

ପରଲୋକରେ ଯଦି ଭାବିବାର ସାମର୍ଥ୍ୟ ଥାଏ ତୋର 
ତୁ ବୋଧେ ଝୁରୁଥିବୁ ମୋତେ 
ମୁଁ ଯେମତି ତତେ ଝୁରୁଥାଏ ||

ତୁ ମୋ କାନ୍ଥର ଛାୟାଛବି ଏବେ

ପୋଛୁ ପୋଛୁ ମନେ ପଡେ 
ଧୁଳି ମଖା ଚିରା କନା
ଦିନେ ତୋର କାନିର ପଣତ ଥିଲା 
କେତେ ବେଳେ ମୋ ଆଖିରୁ 
ଲୁହ ପୋଛିଥିଲା ||


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top