ବାଜିଲା ନିର୍ବାଚନୀ ବିଗୁଲ

ବାଜିଲା ନିର୍ବାଚନୀ ବିଗୁଲ

Share :

ବାଜିଲା ନିର୍ବଚନୀ ବିଗୁଲ । ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପ୍ରେସମିଟ୍ ଯୋଗେ ସୂଚନା । ପ୍ରେସମିଟ୍ ରେ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା ହେଲା । ହିମାଚଳ ପ୍ରଦେଶରେ 67 ସିଟ ପାଇଁ ହେବ ନିର୍ବାଚନ । ନିରପେକ୍ଷ ଓ ସ୍ବଚ୍ଛ ନିର୍ବାଚନ କରିବାକୁ କମିଶନ ପ୍ରତିବଦ୍ଧ ଥିବା କହିଲେ । ଶାନ୍ତିପୂର୍ଣ୍ଣ ନିର୍ବାଚନ କରିବାକୁ ଅପିଲ୍ । କୋଭିଡ଼ ଗାଇଡଲାଇନ ଅନୁସାରେ ହେବ ନିର୍ବାଚନ । ବୟସ୍କ, ମହିଳା ଓ ଦିବ୍ୟାଙ୍ଗଙ୍କ ଭୋଟ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । 80 ରୁ ଉର୍ଦ୍ଧ୍ବ ବୟସ୍କ ଲୋକେ ଘରେ ରହି ଭୋଟ ଦେଇ ପାରିବେ । ନିଶା କାରବାର ଉପରେ ନଜର ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମତଦାନର ଭିଡ଼ିଓଗ୍ରାଫି ମଧ୍ୟ କରାଯିବ ବୋଲି କହିଛନ୍ତି କମିଶନର । ନାମାଙ୍କନ ଦାଖଲ ଯାଏଁ ନୂଆ ଭୋଟର ସାମିଲ ହୋଇ ପାରିବେ । ଜାନୁଆରୀ 8 ରେ ସରିବ ହିମାଚଳ ପ୍ରଦେଶର ବିଧାନସଭା କାର୍ଯ୍ୟକାଳ । ନଭେମ୍ବର 12 ରେ ହିମାଚଳ ପ୍ରଦେଶରେ ମତଦାନ ହେବ । ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ଡିସେମ୍ବର 8 ରେ ଭୋଟ ଗଣତି ହେବାକପ ଥିବା ବେଳେ ଫଳାଫଳ ମଧ୍ୟ ସମାନ ଦିନରେ ପ୍ରକାଶ ପାଇବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

Share :