ସେକାଳ ପଖାଳ ଏକାଳେ କାହିଁ!

News Story - Posted on 2016-04-14

ଦେବଦତ୍ତ ପତି

 

ଗତକାଲି ମୋ ଜେଜେମା ଆସିଲେ- ଗାଁ ରୁ ସହରକୁ ତାଙ୍କର ଏଇ ଯାତ୍ରା। ଏଠାରେ ରହଣୀ ସେତେ ଭଲ ଲଗେନୀ ତାଙ୍କୁ। ତଥାପି ବୟସ ଭାରରେ ରୋଗ କିଛି ଧରି ଥିବାରୁ ବେଳେ ବେଳେ ତାଙ୍କୁ ଆସିବାକୁ ପଡେ ଇଚ୍ଛା ନ ଥିଲେ ବି। ବୟସ ୪ କୋଡି ପାଂଚ ମାନେ ପାଂଚ କୋଡିକୁ ପନ୍ଦର କମ। ସରଳ ଭାଷାରେ କହିଲେ ପଂଚାଅଶି। କିନ୍ତୁ ଜେଜେମା ଏମିତି କହେ, ମୋ ଝିଅ ହସି ହସି ଗଡି ଯାଏ ତା’ର ସେଇ ପୁରୁଣ କାଳିଆ କଥା ଶୁଣି। ଗାଁ ରୁ ଆସିଲା ବେଳକୁ ନେଇକି ଆସିଥିବ କେତେ ପ୍ରକାରର ଶାଗ, ବଡ଼ି, ଆମ୍ବୁଲ, ତେନ୍ତୁଳି, କୋଳଥ ଡାଲି, ଆଚାର, ଗାଁରେ ମିଳୁଥିବା ଛୋଟ ଛୋଟ ବିକୁଟ ପ୍ୟାକେଟ - ଏମିତି କେତେ କ’ଣ। ମୋ ଝିଅ ତା’ ମୁଣାକୁ ଖୋଲିଲା ମାତ୍ରେ ହସି ହସି କହେ, ମଲୋ ଦେରୀ ମିଲ୍କକ ଚକୋଲାତ୍ କାହିଁ ? ମ୍ୟାଗୀ କାହିଁ, ଚାଓମିନ୍ କାହିଁ ?

ମା ବୁଝି ପରେନି, ଏ ସବୁ ଖାଇବା କଥା କହେ, ହେ ଏ ଗୁଡ କି ଖାଇବା ହେ, ଏଇ ନେ ବାଡି ପିଜୁଳି, ଆମ୍ବ, ଅଁଳା କୋଳି- ଏମିତି କେତେ କ’ଣ। ଝିଅ ଖୁସି ହୋଇ ଯାଏ। ପିଲାମାନେ ଅଳ୍ପରେ ସଂତୁଷ୍ଟ ହୋଇ ଯାଆନ୍ତି।

ତ’ ଆଜି ଖରାବେଳେ ମୁଁ ଅଫିସରୁ ଆସି କି ଖାଇସାରି ଶୋଇଚି ମୋ ସାନ ଭାଇ ଯିଏ କି ବାହାରକୁ ଗୋଟେ ଇଣ୍ଟରଭିଉ ଦବାକୁ ଯାଇ ଥିଲା ଖରେ ଖରେ ଆସିକି ପହଂଚିଲା। ଆଜିକାଲି ତ ତାପମାତ୍ରା କାହିଁରେ କ’ଣ! ସବୁଦିନେ ପୁରୁଣା ରେକର୍ଡ଼ ଭାଙ୍ଗୁଚି। ଆଜି ୪୨ ତ କାଲି ୪୩, ଆଉ ତା ପରଦିନ ୪୪। ଆଜି ତ ସୁରୁଜ ବର୍ଷି ଯିବେ ଜାଣ। ତାତିରୁ ଆଜି ତ୍ରାହି ନାହିଁ। ଏମିତି ବୁରୁବୁରୁ ହେଉଥାଏ ଗୁଲୁଗୁଲି ଆଉ ଗରମରେ ଝାଳନାଳ ହୋଇକି ଆସି ଫ୍ରିଜରୁ ଥଣ୍ଡା ପାଣି ବୋତଲ ବାହାର କରି  ଗଳଗଳ କିରି ପି ଗଲା। ହାଁ ହାଁ କରି ମାଡିଆସି ଜେଜେମା ତା ହାତରୁ ପାଣି ବୋତଲ ଛଡ଼ାଇନେଲା ଆଉ ତା’ର ସେଇ ଶାସନ କରିବା ଢଙ୍ଗରେ କହିଲା, ଆରେ ଟିକେ ବସିପଡ, ମୁଁ ବିଞ୍ଚି ଦୌଚି, ଝାଳନାଳକୁ ଟିକେ ପୋଛି ପକା, ତା’ପରେ ପାଣି ପିଇବୁ। ନହେଲେ ବାବୁ ଥଣ୍ଡା ଧରି ପକାଇବ।

ହେଲେ ଟୋକା ଆଜି କାଲିକା ପିଲା, ଶୁଣିବ କିଆଁ? ଜେଜେମା ହାତରୁ ପାଣି ବୋତଲଟା ଛଡ଼ାଇ ନେଇ ଗଳଗଳ କରି ପି ଚାଲିଲା, ଏକ ଥରକେ ଶେଷ। ତାକୁ ଜେଜେମା କଥା ଭଲ ଲାଗେନି। ସବୁ ବେଳେ ଉପଦେଶ- ଘରୁ ବାହାରିବା ପୁର୍ବରୁ ଦହି ଖାଇକି ଯା, ଭଲ କରି ପାଣି ପିଇକି ଯା, ଓଦା ଗାମୁଛା ମୁଣ୍ଡରେ ପକା, ଏମିତି କି କଂଚା ଆମ୍ବପତ୍ର ମିଶା ପାଣି ବି ସାଂଗରେ ନେଇକି ଯା, ବାଟରେ ଖରା ବା ଝାଞ୍ଜି ବଢିଲେ ଏଇ ପାଣି ପିଇ ଦବୁ- ଏମିତି କେତେ କ’ଣ କହେ।

କେବଳ ମୋ ଜେଜେମା ନୁହେଁ ଏମିତି ସଭିଂକ ଘରେ ବୋଧହୁଏ ସବୁ ପୁରୁଣା କାଳିଆ ଲୋକମାନେ, ଆମର ଜେଜେବା ଜେଜେମା’ମାନେ ଏମିତି ଅନେକ ଦେଶୀ ଚିକିତ୍ସା ବା ଉପକାର କଥା ଜାଣିଥିଲେ। ସେମାନେ କୋଉ ବିଦ୍ୟାଳୟ ବା ଚାଟଶାଳୀରେ ଏ ସବୁ ପଢି ନଥିଲେ। କାଳକ୍ରମେ ପୁରୁଷ ପୁରୁଷ ଧରି ସେମାନେ ଏସବୁ ଜାଣି ଆସିଥିଲେ। ଆଜି ବି ଗାଁରେ କୌଣସି ପର୍ବପର୍ବାଣୀ ହେଲେ ଖୋଜାପଡେ ପାଖ ପଡିଶାରେ ଥିବା ସବୁଠୁ ବୟସ୍କ ମହିଳା ବା ପୁରୁଷଙ୍କୁ ଯେ କି ବତାଇଦେବେ ପରମ୍ପରା କେମିତି ପାଳନ କରାଯାଏ। ଥଣ୍ଡା ବା ସେମିତି କିଛି ଦେହ ଅସୁସ୍ଥ ହେଲେ ସେମାନେ ଘରୋଇ ଭାବରେ ଚିକିତ୍ସା କରୁଥିଲେ। ମହଂଗା ଡାକ୍ତରୀ ଓଷଦର ଅବଶ୍ୟକତା ପଡୁ ନଥିଲା। ହେଲେ ଆଜିକାଲି ତ ଏସି, ଫ୍ରିଜ, ଟିଭିର ଯୁଗ। ଆଉ ତା’ ଛଡା ବଡ ଡାକ୍ତର ବହୁତ ମେଡିସିନ୍।

ଆଗେ ବି ପ୍ରକୃତି ଏମିତି ଦାଉ ସାଧୁ ଥିଲା। କେତେବେଳେ ପ୍ରଚଣ୍ଡ ଖରା ତ କେତେବେଳେ ପ୍ରବଳ ବର୍ଷା। ଲୋକମାନେ ମାସ ମାସ ଧରି ବର୍ଷାରେ ଘରୁ ବାହାରି ପାରୁ ନଥିଲେ। ମାତ୍ର ସେମାନଙ୍କ ପାଖରେ ପ୍ରତିରୋଧ କରିବାର ଶକ୍ତି ଥିଲା। ସେମାନେ ନିଜର ସମସ୍ତ ସାମର୍ଥ୍ୟ ଲଗାଇ ଲଢ଼ୁଥିଲେ ପ୍ରକୃତି ବିରୁଦ୍ଧରେ। ହଁ, ପ୍ରକୃତିର ଯତ୍ନ ନେଉଥିଲେ ବୋଲି ହୁଏତ ପ୍ରକୃତି ବି ସେମାନଙ୍କୁ ସାହାଯ୍ୟ କରୁଥିଲା। ହେଲେ ଆଜି ସେ କଥା ଚିନ୍ତା କରିବା ସ୍ବପ୍ନ ପରି। ଏବେ ତ କଂକ୍ରିଟର ଜଂଗଲ ସବୁ ଆଡ଼େ। ଏତେ ଗରମରେ ଡହଳବିକଳ ହେଉଛନ୍ତି, ମାତ୍ରା କେତେ ଗଛ ଲାଗୁଚି? ସହରରେ ସଭିଏଁ ଏସି ରୁମରେ ଶୋଇ ଶୋଇ ବସି ବସି କାଟିଦେଲେ ଖରା ଦିନକୁ, ତା’ ପରେ ମୌସୁମୀ ଆସିବନି କି?? ଆଉ ଖାଲି କହିବେ, ସେକାଳ ପଖାଳ ଏକାଳେ କାହିଁ ??


ପ୍ରତିକ୍ରିୟା

pramod kumar dash - Email: promoddash12@gmail.com - Posted on 2016-04-14 12:29:59

bilkul thik

satyabrata - Email: satyabrata.pati500@gmail.com - Posted on 2016-04-14 12:38:33

Excellent

BIJAY kUMAR DASH - Email: bijay.dash@bsmail.in - Posted on 2016-04-14 12:41:10

Appropriate & we have learn from the past.exlent write up.

Manoj Kumar Mahapatra - Email: manoj.mahapatra@bsmail.in - Posted on 2016-04-14 12:44:46

Now we are missing the old traditional messages which gives amusement at the same time lesion for what to do what not do.

Asim Basu - Email: asimbasu82@gmail.com - Posted on 2016-04-14 12:54:53

Khub Sundar Katha

Amaresh Biswal - Email: amareshbiswal72@gmail.com - Posted on 2016-04-14 14:06:32

vala heichi deba

Chakradhar Patra - Email: chakradhar.agri@gmail.com - Posted on 2016-04-14 22:20:05

Ati sundar ebam marmika

Tapan Kumar Lenka - Email: lenkatapan@gmail.com - Posted on 2016-04-15 10:31:13

Very good article. This article is very necessary to Odia People.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top