କୋଣାର୍କରେ ନୂଆ ସୁବିଧା

News Story - Posted on 2018-03-28

କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଏପ୍ରିଲ୍ ୧ ତାରିଖ ଦିନ, କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଦ୍ୱାରା ବିକଶିତ ହୋଇଥିବା ବିଶ୍ୱ ଐତିହ୍ୟ ସ୍ଥଳ ପାଇଁ ବିଶ୍ୱମାନର ପର୍ଯ୍ୟଟନ ସୁବିଧାର ଶୁଭ ଉଦଘାଟନ କରିବେ । ଏପ୍ରିଲ ୧, ୧୯୩୬ ମସିହାରେ ଓଡ଼ିଶା ଏକ ନୂତନ ରାଜ୍ୟ ଭାବେ ପରିଗଣିତ ହେବା ପରଠାରୁ ସବୁ ବର୍ଷ ଏହି ଦିନ ଉକ୍ରଳ ଦିବସ ଭାବେ ପାଳନ କରାଯାଏ ।

 

ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, ତୈଳ ଏବଂ ପ୍ରାକୃତିକ ଗ୍ୟାସ ଅଧୀନସ୍ଥ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ସଂପୂର୍ଣ ଅର୍ଥ ବିନିଯୋଗରେ ଗଠିତ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ହେଉଛି ଏକ ଅଣ ଲାଭଦାୟକ ସଂସ୍ଥା ଯାହାକି ପର୍ଯ୍ୟଟକ ଅନୁକୂଳ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧା ଯେପରିକି ଅଭିନବ ସ୍ଥାପତ୍ୟ ସମ୍ପନ୍ନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳକୁ ପ୍ରଦର୍ଶିତ କରିବା ନିମନ୍ତେ ୪୫ କୋଟି ଟଙ୍କା ବିନିମୟରେ କୋଣାର୍କ ସୂର୍ଯ୍ୟ ମନ୍ଦିରଠାରେ ବିଶ୍ୱମାନର ପର୍ଯ୍ୟଟନ ସୁବିଧାର ବିକଶିତ କରିଛି । ଏଠାରେ କାର୍, ତିନି ଚକିଆ ଯାନ ଏବଂ ୨ ଚକିଆ ଯାନଗୁଡ଼ିକର ପାର୍କିଂ ବ୍ୟବସ୍ଥା ସହିତ ଶୌଚାଳୟ ଗୃହ, ପ୍ରତୀକ୍ଷା ଗୃହ, ପାନୀୟଜଳ ସୁବିଧା, ବର୍ଷା ଆଶ୍ରୟସ୍ଥଳ ଗୁଡ଼ିକର ନିର୍ମାଣ କରାଯାଇଛି । ଏହି ରାସ୍ତାରେ ସୁବ୍ୟବସ୍ଥିତ ଉଦ୍ୟାନ, ଜଳ ଉତ୍ସ, ପକ୍କା ସଡ଼କ, ପର୍ଯ୍ୟାପ୍ତ ଆଲୋକିକରଣ ଏବଂ ଅତ୍ୟାଧୁନିକ ହାଇମାଷ୍ଟ ଲାଇଟ୍ ସ୍ଥାପନା କରାଯାଇ ଏକ ଭିନ୍ନସ୍ପର୍ଶ ଦିଆଯାଇଛି ।

 

ଇଣ୍ଡିଆନ ଅଏଲ କର୍ପୋରେସନ୍ ଲିମିଟେଡ୍, ଓଡ଼ିଶାର ସିଜିଏମ୍ ପ୍ରିତିଶ୍ ଭରତ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

 

ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ପୂର୍ବ ଭାରତର ସ୍ଥାପତ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ତଥା ଭାରତର ଗୌରବାନ୍ୱିତ ଐତିହ୍ୟର ପ୍ରତୀକ । ଏହା ଭାରତ ତଥା ବିଶ୍ୱର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଅନ୍ୟତମ । ୧୩୦୦ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରକୁ ସୂର୍ଯ୍ୟ ଦେବତାଙ୍କର ବିଶାଳ ରଥ ଭାବେ କଲ୍ପନା କରାଯାଇଥିଲା ଯେଉଁଥିରେ ୧୨ ଯୋଡା ଅଳଙ୍କାରିକୃତ ସ୍ଥାପତ୍ୟ ସମ୍ପନ୍ନ ଚକ ସାତୋଟି ଘୋଡା ସହିତ ଯୋଚା ଯାଇଥିଲା । ଅଦ୍ଭୁତପୂର୍ଣ୍ଣ କଳ୍ପନା ସହିତ ବାସ୍ତବ ଭାବେ ଏହି ଐତିହ୍ୟ ସମ୍ପନ୍ନ ମନ୍ଦିର ଭାରତର ସମସ୍ତ ସ୍ମାରକ ମଧ୍ୟରୁ ଅନ୍ୟତମ । ସ୍ଥାପତ୍ୟ କ୍ଷେତ୍ରରେ ନିଖୁଣ କଳାକୃତି, ଉଚ୍ଚତା, ସୁକ୍ଷ୍ମ କାରୁକାର୍ଯ୍ୟ ତଥା ସୌନ୍ଦର୍ଯ୍ୟ ପାଇଁ ଏହା ବେଶ୍ ପ୍ରସିଦ୍ଧ ।

 

ଯେହେତୁ ସୂର୍ଯ୍ୟ ମନ୍ଦିର ସର୍ବ ପୁରାତନ ଐତିହ୍ୟ ଭାବେ ପ୍ରତୀୟମାନ, ପର୍ଯ୍ୟଟକ – ସାଧାରଣତଃ ଯୁବଗୋଷ୍ଠୀଙ୍କୁ ଓଡ଼ିଶାର ଉଚ୍ଚକୋଟିର ସଂସ୍କୃତି ଏବଂ ଇତିହାସ ସହିତ ସଂଯୋଗକରିବା ନିତାନ୍ତ ଆବଶ୍ୟକ । ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳକୁ ବିକଶିତ କରିବା ନିମନ୍ତେ ଏହା ଆବଶ୍ୟକ ଯାହାଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକ ଏହି ସ୍ଥଳକୁ ବିସ୍ତୃତଭାବେ ଜାଣିପାରିବେ ଏବଂ ସୂଚନା ପାଇପାରିବା ସହିତ ଏଠାକୁ ଅଧିକ ସଂଖ୍ୟାରେ ଆସିପାରିବେ ।

 

ଭାରତ ତଥା ବିଦେଶରୁ ଆସୁଥିବା ପର୍ଯଟକମାନଙ୍କ ନିମନ୍ତେ ବିଶ୍ୱମାନର ପର୍ଯ୍ୟଟନ ସୁବିଧା ଯୋଗାଇବା ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଦ୍ୱାରା ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଗଠନ କରାଯାଇଛି । ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତତ୍ୱାବଧାନରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଅଗ୍ରଣୀ ଭାବରେ ଏହି ଦିଗରେ କାର୍ଯ୍ୟକରି ଏକ ସଂସ୍କାର ଆଣିପାରିଛି । ଇଞ୍ଜିନିୟରିଂ ଇଣ୍ଡିଆନ୍ ଲିମିଟେଡ୍, ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସମାଜ ସହଯୋଗରେ ଏହାର ସଂରଚନା କରାଯାଇଛି ଯାହାକି ବହୁମୁଖୀ ପର୍ଯଟନ ପେଂଠସ୍ଥଳି ଭାବେ ବିକଶିତ ହେଉଛି ।

 

କୋଣାର୍କ ବାହାରେ ଥିବା ରିଂ ରୋଡ୍ ଠାରୁ ଆରମ୍ଭ କରି ସୂର୍ଯ୍ୟମନ୍ଦିର ପର୍ଯ୍ୟନ୍ତ କଳାତ୍ମକ କାରୁକାର୍ଯ୍ୟ ସହିତ ସୌନ୍ଦର୍ଯୀକରଣ କରାଯାଇଛି । ଏହି ରାସ୍ତାରେ ସୁବ୍ୟବସ୍ଥିତ ଉଦ୍ୟାନ, ଜଳ ଉତ୍ସ, ପକ୍କା ସଡ଼କ, ପର୍ଯ୍ୟାପ୍ତ ଆଲୋକିକରଣ ଏବଂ ଅତ୍ୟାଧୁନିକ ହାଇମାଷ୍ଟଲାଇଟ୍ ସ୍ଥାପନା କରାଯାଇ ଏକ ଭିନ୍ନ ସ୍ପର୍ଶ ଦିଆଯାଇଛି । କୋଣାର୍କ ପରିଦର୍ଶନକୁ ଅଧିକ ସୁବିଧାଜନକ କରିବା ପାଇଁ ଇଣ୍ଡିଆନ ଅଏଲ ଫାଉଣ୍ଡେସନ୍ ପର୍ଯ୍ୟଟନ ବସ୍ ଗୁଡ଼ିକ ନିମନ୍ତେ ୫ ଏକର ବ୍ୟାପ୍ତ ସ୍ଥାନରେ ମୁଖ୍ୟ ପାର୍କିଂର ବ୍ୟବସ୍ଥା କରିଛି । ଏହି ସୁବିଧାରେ ୬୦ଟି ବସ ଏବଂ ଆଧୁନିକ ଶୌଚାଳୟ, ବିଶ୍ରାମଗାର, ବସ୍ ଚାଳକ ତଥା ଯାତ୍ରୀମାନଙ୍କ ନିମନ୍ତେ ସ୍ନାକ୍ସ କାଉଣ୍ଟର ଉପଲବ୍ଧ ଅଛି ।

 

ମୁକୁଟ ମଣ୍ଡିତ ଐତିହ୍ୟ ହେଉଛି ବିଶ୍ୱସ୍ତରୀୟ ସୁବିଧା କେନ୍ଦ୍ର, ଯାହାକି ୮ ଏକର ସ୍ଥାନରେ ବ୍ୟାପ୍ତ ହୋଇଛି । ନୂତନ-ପିଢି ସଂଗ୍ରହାଳୟ ବିକାଶ କରାଯାଇଛି । ଏହି ସୁବିଧା କେନ୍ଦ୍ରରେ ଆଗନ୍ତୁକଙ୍କର ବୌଦ୍ଧିକ ଏବଂ ଭାବନାତ୍ମକ ସମ୍ପର୍କକୁ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ଉପଯୋଗ କରାଯାଇଛି । ଏହି ସୁବିଧା କେନ୍ଦ୍ର ଅନେକ ପ୍ରକାର ପ୍ରଦର୍ଶନୀ ଏବଂ ମଲ୍ଟିମିଡ଼ିଆ ଡିସପ୍ଲେ ସହ ଉପଯୋଗକର୍ତ୍ତାର ସୁବିଧା ନିମନ୍ତେ ସଂରଚନା କରାଯାଇଛି । ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ସ୍ଥାପତ୍ୟକୁ ଦର୍ଶାଉଥିବା ୫ଟି ଗ୍ୟାଲେରୀ ନିର୍ମାଣ କରାଯାଇଛି । ଏହି ସୁବିଧା କେନ୍ଦ୍ର ଭାରତ ତଥା ବିଶ୍ୱରେ ଥିବା ଅନ୍ୟାନ୍ୟ ସୂର୍ଯ୍ୟ ମନ୍ଦିରକୁ ସମର୍ପିତ କରାଯାଇଛି । ଏହି ୫ଟି ଗ୍ୟାଲେରୀରେ ଥିବା ମୂର୍ତି, ମଡେଲ ଏବଂ କଳାକୃତିକୁ ଶୋଭନୀୟ କରିବା ପାଇଁ ଅତ୍ୟାଧୁନିକ ଟଚ୍-ସ୍କ୍ରିନ କିଓସ୍କ ଏବଂ ମଲ୍ଟି ମିଡ଼ିଆ ଚିତ୍ରଣର ବ୍ୟବସ୍ଥା କରାଯାଇଛି ।

 

ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ୬୦ ଆସନ ବିଶିଷ୍ଟ ଏହି ଅଡିଟୋରିୟମରେ ଦୃଶ୍ୟ ଏବଂ ଧ୍ୱନିର ଫ୍ୟୁଜନ (ସମନ୍ୱୟ)ରେ ଅନୁଭବ କରିବା ସହ ରାଜ୍ୟର କଳା-ଧ୍ୱନି ପ୍ରଣାଳୀ ସମ୍ପର୍କରେ ଜାଣିବାକୁ ପାଇପାରିବେ । ଏଠାରେ କୋଣାର୍କ ସୂର୍ଯ୍ୟମନ୍ଦିରର ମୂଳ ଇତିହାସକୁ ଚିତ୍ରିତ କରିବା ଭଳି ଆନିମେଟେଡ୍ ଫିଲ୍ମ ହେଉଛି ଏହାର ବିଶେଷ ଆକର୍ଷଣ । ଏକ ଭିଆଇପି ଲାଉଞ୍ଜ, ଏକ କାଫେ ଏରିଆ ଏବଂ ଟିକେଟ କାଉଣ୍ଟର ସହିତ ସ୍ୱାଗତକକ୍ଷ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥାଏ । ସମସ୍ତ ସୁବିଧା ଗୁଡ଼ିକ ସିସିଟିଭି କ୍ୟାମେରା ମଧ୍ୟରେ ଆବଦ୍ଧ ହେବ ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥାର ମଧ୍ୟ ସୁବିଧା କରାଯାଇଛି ।

 

ପୁରାତନ ଏବଂ ନୂତନ ସ୍ଥାପତ୍ୟର ଏକ ବିରଳ ମିଶ୍ରଣ ଏଠାରେ ପ୍ରଦର୍ଶିତ ହେବାକୁ ଯାଉଛି । ବିଶ୍ୱ ପରିଚିତ ଓଡ଼ିଶା ମୂର୍ତ୍ତିକାର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଭାରତର ପ୍ରାଚୀନ ସ୍ଥାପତ୍ୟକୁ ଆଧୁନିକ କଳାକାରମାନଙ୍କ ଦ୍ୱାରା ନିର୍ମାଣ କରାଯାଇଛି, ଯାହା ଫଳରେ ଯାତ୍ରୀମାନଙ୍କୁ ଏକ ବାସ୍ତବ ଅବିସ୍ମରଣୀୟ ଅନୁଭବ ଆଣିଦେବ ।

 

ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଭାରତ ତଥା ବିଦେଶରୁ କୋଣାର୍କ ଆସୁଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ବିଶ୍ୱମାନର ପର୍ଯ୍ୟଟନସୁବିଧା ଯୋଗାଇବା ପାଇଁ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ପ୍ରତିଶ୍ରୁତିବଦ୍ଧ ।

 

ବର୍ତମାନ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଭାରତର ପ୍ରମୁଖ ଚାରୋଟି ସ୍ଥାନର ଐତିହ୍ୟ ପର୍ଯ୍ୟଟନ ସ୍ଥଳୀଠାରେ ଯେପରିକି ମଧ୍ୟ ପ୍ରଦେଶର ଖଜୁରାହୋ ମନ୍ଦିରମାଳିନୀ, ବିହାରର ବୈଶାଳୀ ନିକଟସ୍ଥ କୋଲୁହା, ମହାରାଷ୍ଟ୍ରର କନହେରୀ ଗୁମ୍ଫା (ବୌଦ୍ଧ ସ୍ଥଳ) ଏବଂ କର୍ଣ୍ଣାଟକର ଭୋଗନାନ୍ଦିଶ୍ୱର ମନ୍ଦିର (ନନ୍ଦି ହିଲ୍ସ) ଆଦି ସ୍ଥାନରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ସୁବିଧାମାନ ବିକଶିତ କରୁଛି । ଆହୁରି ତିନୋଟି ସ୍ଥାନ ଚିହ୍ନ ନିରୂପଣ କରାଯାଇଛି । ସେଗୁଡିକ ହେଲା ରାଜସ୍ଥାନର ଚିତ୍ତୋରଗଡ଼ ଦୁର୍ଗ, ଗୁଜରାଟର ଧୋଲବିରା ଏବଂ ବିହାରର ଖାଜି କଲନସ୍ଥିତ ଗଙ୍ଗା ଘାଟ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top