ଦାୟିତ୍ୱ ନେଲେ ଆଶିଷ ସିଂହ

News Story - Posted on 2018-03-27

ବରିଷ୍ଠ ଆଇପିଏସ୍ ଅଫିସର ଆଶିଷ କୁମାର ସିଂହ ରାମ ନବମୀରେ ଦକ୍ଷିଣାଂଚଳ ପୋଲିସ୍ ଡି.ଆ.ଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀ ଏବଂ ନୂତନ ଭାବେ ଦାୟିତ୍ୱ ନେଇଥିବା ଗଞ୍ଜାମ ଜିଲ୍ଲା ଏସପି ପିକେ ରାୟଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ପ୍ରେମଚାନ୍ଦ୍ ଚୌଧୁରୀ ଯୋଗ ଦେଇଥିଲେ ।

 

ଏଠାରେ ସୂଚନା ଥାଉ ଯେ, ଆଶିଷ କୁମାର ସିଂହ ଏଥିପୂର୍ବରୁ ଦୁଇଟି ପୋଲିସ୍ ଜିଲ୍ଲା ତଥା ଗଞ୍ଜାମ ଏବଂ ବ୍ରହ୍ମପୁର ଏସପି ଭାବରେ ଦୀର୍ଘ ଦୁଇବର୍ଷରୁ ଉଦ୍ଧ୍ୱର୍କାଳ କାର୍ଯ୍ୟ ନିଭାଇ ଆସୁଥିଲେ ଯାହାକି ଗଞ୍ଜାମ ତଥା ବ୍ରହ୍ମପୁରରେ ଅପରାଧୀମାନଙ୍କର ଏକରକମ ମୂଳପୋଛ ହୋଇଯାଇଥିବା ଦେଖିବାକୁ ମିଳିଛି । ଦୁଇ ଦୁଇଟି ସ୍ପର୍ଶକାତର ଜିଲ୍ଲାରେ ଏକ କର୍ତ୍ତବ୍ୟନିଷ୍ଠ ଅଫିସର ଭାବରେ ନିଜର କାର୍ଯ୍ୟ ତୁଲାଇବା ସହିତ ପୋଲିସ୍ ଏବଂ ସାଧାରଣ ଲୋକଙ୍କ ସହ ଏକ ମଧୁର ସଂପର୍କ ଗଢ଼ିବା ପାଇଁ ସେ ସବୁ ସମୟରେ ଚେଷ୍ଟା କରିଛନ୍ତି ।

 

ସେ ଦକ୍ଷିଣାଂଚଳ ପୋଲିସ ଡିଆଇଜି ଭାବରେ ଏକ ନୂତନ ଦାୟିତ୍ୱ ଆପଣେଇଛନ୍ତି । ପ୍ରଥମ ଦିନରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ- ଜିଲ୍ଲା ତଥା ଦକ୍ଷିଣାଂଚଳର ପ୍ରତ୍ୟେକ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବା ସଙ୍ଗେ ସଙ୍ଗେ ମାଓବାଦୀଙ୍କ ଦମନ ଦିଗରେ ପ୍ରାଥମିକ ଦିଆଯିବ । ଆଗାମୀ ଦିନରେ ମାଓ ମୁକାବଲା କଡ଼ାକଡ଼ି କରିବା ସଙ୍ଗେ ସଙ୍ଗେ ଅପରାଧୀମାନଙ୍କୁ କୌଣସି ପରିପ୍ରେକ୍ଷୀରେ ଛଡାଯିବ ନାହିଁ ବୋଲି ସେ କହିଛନ୍ତି । ଏଥିସହ ଜନସାଧାରଣ ଓ ପୋଲିସ ମଧ୍ୟରେ ସଂପର୍କକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ସେ ବୁଦ୍ଧିଜୀବୀ ତଥା ଜନସାଧାରଣ ଏବଂ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top