ତିଥି ବାର ବେଳା- ମାର୍ଚ୍ଚ ୨୬-ଏପ୍ରିଲ ୧, ୨୦୧୮

News Story - Posted on 2018-03-27

୨୬.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୨ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୬ ତାରିଖ, ସୋମବାର, ଚୈତ୍ର ଶୁକ୍ଳପକ୍ଷ, ନବମୀ (ଦଶମୀ କ୍ଷୟ) ତିଥି, ମିଥୁନ ଚନ୍ଦ୍ର, ପୁନର୍ବସୁ ନକ୍ଷତ୍ର । ଅଦ୍ୟ ବାସନ୍ତିକ ଦଶହରା । ତିଥ୍ୟମୃତ ଯୋଗ-ବ୍ରତ, ଗୃହପ୍ରତିଷ୍ଠା ଓ ଦେବତାପ୍ରତିଷ୍ଠାଦି ଶୁଭ । ଚନ୍ଦ୍ରଶୁଦ୍ଧି -ମିଥୁନ, ସିଂହ, କନ୍ୟା, ଧନୁ, ମକର ଓ ମେଷ ରାଶି । ମିଥୁନ ଓ ଧନୁ ରାଶିର ଘାତବାର, କୁମ୍ଭ ରାଶିର ଘାତଚନ୍ଦ୍ର । ଦିବା ଘ୭ା୩୩ ଗତେ କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶିର ଚନ୍ଦ୍ରଶୁଦ୍ଧି । ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୨/୩୮ରୁ ଘ୪/୩୧, କାଳବେଳା -ଦିବା ଘ୭/୩୧ରୁ ଘ୮ା୩୮, କାଳରାତ୍ରି -ରା.ଘ୧୦/୪୪ରୁ ଘ୧୧ା୫୧ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୩୮ରୁ ଘ୧୦ା୪୪, ରାତ୍ରି ଘ୧୧ା୫୧ରୁ ଘ୧ା୪୪, ଘ୨ା୨୪ରୁ ଘ୩ା୪୧ । ଅମୃତ ସୂର୍ଯ୍ୟୋଦୟରୁ ଘ୭ା୩୧, ଦିବା ଘ୧୨ା୧୮ରୁ ଘ୨ା୩୮, ଘ୪ା୩୧ରୁ ଘ୭ା୫୧, ରାତ୍ରି ଘ୪ା୩୧ରୁ ନିଶାନ୍ତ ।

 

୨୭.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୩ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୭ ତାରିଖ, ମଙ୍ଗଳବାର, ଚୈତ୍ର ଶୁକ୍ଳପକ୍ଷ, ଏକାଦଶୀ ତିଥି, କର୍କଟ ଚନ୍ଦ୍ର, ପୁଷ୍ୟା ନକ୍ଷତ୍ର । ଅଦ୍ୟ ସର୍ବସମ୍ମତ କାମଦା ଏକାଦଶୀ । ପାପାଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । ମକର ରାଶିର ଘାତବାର, ସିଂହ ରାଶିର ଘାତଚନ୍ଦ୍ର । ବାରବେଳା - ପ୍ରାତଃ ଘ୬/୪୩ରୁ ଘ୭/୨୩, କାଳବେଳା -ଦିବା ଘ୧/୧୭ରୁ ଘ୨ା୨୩, କାଳରାତ୍ରି -ରା.ଘ୬/୫୩ରୁ ଘ୭ା୫୦ । ମୃତେ ପୁଷ୍କର ୧ପାଦ, ରାତ୍ରି ଗ୧୧ା୨୭ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଅଦ୍ୟ କାମଦା ଏକାଦଶୀ । ଗୃହସ୍ଥ ଓ ସଧବା ସ୍ତ୍ରୀମାନେ ବ୍ରତ କରିବା ନିଷେଧ । ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୨ା୨୩ରୁ ଘ୪ା୩୦, ରାତ୍ରି ଘ୧୦ା୨୩ରୁ ଘ୧୨ା୩୦ । ଅମୃତ ଦିବା ଘ୭ା୨୩ରୁ ଘ୯ା୪୩, ଘ୧୧ା୩୭ରୁ ଘ୧ା୧୭, ରାତ୍ରି ଘ୧୨ା୩୦ରୁ ଘ୪ା୩୦ ।

 

୨୮.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୪ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୮ ବୁଧବାର, ଚୈତ୍ର ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, କର୍କଟ ଚନ୍ଦ୍ର, ଅଶ୍ଳେଷା ନକ୍ଷତ୍ର । ସିଦ୍ଧିଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କର୍କଟ, କନ୍ୟା, ତୁଳା, ମକର, କୁମ୍ଭ ଓ ବୃଷ ରାଶି । କର୍କଟ ରାଶିର ଘାତବାର, ତୁଳା, ମକର ଓ ମୀନ ରାଶିର ଘାତତିଥି, ମୀନ ରାଶିର ଘାତନକ୍ଷତ୍ର, ସିଂହ ରାଶିର ଘାତଚନ୍ଦ୍ର । ଦିବା ଘ୮ା୩୨ ଗତେ ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶିର ଚନ୍ଦ୍ରଶୁଦ୍ଧି । ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୩୭ରୁ ଘ୧/୩୦, କାଳବେଳା -ଦିବା ଘ୯/୨୩ରୁ ଘ୧୦ା୩୦, କାଳରାତ୍ରି -ରା.ଘ୩/୨୩ରୁ ଘ୪ା୩୦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୪୩, ଦିବା ଘ୪ା୩୦ରୁ ଘ୭ା୪୩, ରାତ୍ରି ଘ୮ା୨୩ରୁ ଘ୧୦ା୩୦, ଘ୪ା୩୦ରୁ ନିଶାନ୍ତ । ଅମୃତ ଦିବା ଘ୭ା୪୩ରୁ ଘ୯ା୨୩, ଘ୨ା୧୦ରୁ ଘ୪ା୩୦, ରାତ୍ରି ଘ୧୨ା୧୦ରୁ ଘ୨ା୩୦ ।

 

୨୯.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୫ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୨୯ ତାରିଖ, ଗୁରୁବାର, ଚୈତ୍ର ଶୁକ୍ଳପକ୍ଷ, ତ୍ରୟୋଦଶୀ ସିଂହ, ମଘା ଚନ୍ଦ୍ର, କୃତ୍ତିକା ନକ୍ଷତ୍ର । ଅଦ୍ୟ ଅନଙ୍ଗ ତ୍ରୟୋଦଶୀ । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ତୁଳା ଓ କୁମ୍ଭ ରାଶିର ଘାତବାର, ମେଷ ରାଶିର ଘାତନକ୍ଷତ୍ର, ମକର ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୪/୨୮ରୁ ଘ୫/୪୮, କାଳବେଳା -ଦିବା ଘ୩/୨୧ରୁ ଘ୪ା୨୮, କାଳରାତ୍ରି -ରା.ଘ୧୨/୪୮ରୁ ଘ୧ା୫୫ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ସ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) । ଶୁଭବେଳା-ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭ା୫୫, ଦିବା ଘ୧୧ା୪୮ରୁ ଘ୧ା୪୧, ସଂଧ୍ୟା ଘ୫ା୪୮ରୁ ଘ୭ା୫୫, ରାତ୍ରି ଘ୧ା୫୫ରୁ ଘ୩ା୪୮, ଘ୪ା୩୦ରୁ ନିଶାନ୍ତ । ଅମୃତ ଦିବା ଘ୧ା୪୧ରୁ ଘ୩ା୨୧, ରାତ୍ରି ଘ୭ା୫୫ରୁ ଘ୧୧ା୫୫ ।

 

୩୦.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୬ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୩୦ ତାରିଖ, ଶୁକ୍ରବାର, ଚୈତ୍ର ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, ସିଂହ ଚନ୍ଦ୍ର, ପୂର୍ବାଫାଃ ନକ୍ଷତ୍ର । ଅଦ୍ୟ ଗୁଡ୍ ଫ୍ରାଇଡେ, ଦମନକ ଓ ସ୍ନୁହୀ ଚତୁର୍ଦ୍ଦଶୀ । ଗଳଗ୍ରହ ତିଥି ଓ ତିଥ୍ୟମୃତ ଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -ସିଂହ, ତୁଳା, ବିଛା, କୁମ୍ଭ, ମୀନ ଓ ମିଥୁନ ରାଶି । ବିଛା ଓ ମୀନ ରାଶିର ଘାତବାର, ମକର ରାଶିର ଘାତଚନ୍ଦ୍ର । ଦିବା ଘ୧ା୨୪ ଗତେ କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶିର ଚନ୍ଦ୍ରଶୁଦ୍ଧି । ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୦ରୁ ଘ୧୧/୪୦, କାଳବେଳା -ଦିବା ଘ୧୧/୪୦ରୁ ଘ୨ା୦, କାଳରାତ୍ରି -ରା.ଘ୯/୦ରୁ ଘ୧୦ା୭ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଉକ୍ତଦିନ ହରିହରଙ୍କ ପୂଜାକଲେ ପରିବାରରେ ସୁଖଶାନ୍ତି ବିରାଜମାନ କରେ । ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୮ରୁ ଘ୧୦ା୧,ି ଘ୧୨ା୪୮ରୁ ଘ୨ା୫୫ । ଅମୃତ ସୂର୍ଯ୍ୟୋଦୟରୁ ଘ୮ା୮, ସଂଧ୍ୟା ଘ୫ା୪୮ରୁ ଘ୯ା୨୮, ରାତ୍ରି ଘ୨ା୪୮ରୁ ନିଶାନ୍ତ ।

 

୩୧.୩.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୭ନ, ଇଂରାଜୀ ୨୦୧୮ ମସିହା, ମାର୍ଚ୍ଚ ୩୧ ତାରିଖ, ଶନିବାର, ଚୈତ୍ର ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, କନ୍ୟା ଚନ୍ଦ୍ର, ଉତ୍ତରାଫାଃ ନକ୍ଷତ୍ର । ଅଦ୍ୟ ଚୈତ୍ରପୂର୍ଣ୍ଣିମା, ହିଙ୍ଗୁଳା ଯାତ୍ରା, ନାବପୂଜା । ପାପଯୋଗ-ଯାତ୍ରାଦି ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ମିଥୁନ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୨/୫୩ରୁ ଘ୨/୪୬, କାଳବେଳା -ସୂର୍ଯ୍ୟୋଦୟରୁ ଘ୬ା୫୩, ଦିବା ଘ୪/୨୬ରୁ ଘ୬ା୫୩, କାଳରାତ୍ରି -ରା.ଘ୪/୨୬ରୁ ନିଶାନ୍ତ । ମୃତେ ପୁଷ୍କର ୨ପାଦ, ପ୍ରାତଃ ଘ୬ା୩୪ ଗତେ ୧ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ମନ୍ୱାବ୍ଦ ନିତ୍ୟଶ୍ରାଦ୍ଧ । କୈବର୍ତ୍ତମାନେ ନାବପୂଜା କରି ଫଳାଶ୍ରୟୀ ହୋଇଥାନ୍ତି । ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ (ଆମ ଓ ହେମଶ୍ରାଦ୍ଧ ପାଳକ ସମାଚାରରେ ଦ୍ରଷ୍ଟବ୍ୟ) । ଶୁଭବେଳା-ମାହେନ୍ଦ୍ର ସଂଧ୍ୟା ଘ୬ା୫୩ରୁ ଘ୮ା୪୬ । ଅମୃତ ଦିବା ଘ୧୦ା୩୩ରୁ ଘ୧୨ା୫୩, ଘ୨ା୪୬ରୁ ଘ୪ା୨୬, ରାତ୍ରି ଘ୧୧ା୩୩ରୁ ଘ୩ା୩୩ ।

 

୧.୪.୨୦୧୮

ଶ୍ରୀ ସମ୍ବତ୍ ୨୦୭୪, ଶକାବ୍ଦ ୧୯୩୯, ଯୁଗାବ୍ଦ ୧୮, ସ୍ୱାଧୀନାବ୍ଦ ୭୧, ଶ୍ରୀଶ୍ରୀ ଦିବ୍ୟସିଂହଦେବ ମହାରାଜାଙ୍କ ଅ୫୯ଙ୍କ, ସନ୧୪୨୫ସାଲ, ବିରୋଧୀକୃତ ସମ୍ବତ୍ସର ମୀନ ଦି୧୮ନ, ଇଂରାଜୀ ୨୦୧୮ ମସିହା, ଅପ୍ରେଲ୍ ୧ ତାରିଖ, ରବିବାର, ବୈଶାଖ କୃଷ୍ଣପକ୍ଷ, ପ୍ରତିପଦ ତିଥି, କନ୍ୟା ଚନ୍ଦ୍ର, ହସ୍ତା ନକ୍ଷତ୍ର । ଅଦ୍ୟ ବୈଶାଖ ବ୍ରତାରମ୍ଭ, ଉକ୍ରଳ ଦିବସ । ଗଳଗ୍ରହ ତିଥି ଓ ପାପଯୋଗ-ମାଙ୍ଗଳିକ ଶୁଭକର୍ମ ନାସ୍ତି । ଚନ୍ଦ୍ରଶୁଦ୍ଧି -କନ୍ୟା, ବିଛା, ଧନୁ, ମୀନ, ମେଷ ଓ କର୍କଟ ରାଶି । ମେଷ ରାଶିର ଘାତବାର, ବୃଷ ରାଶିର ଘାତନକ୍ଷତ୍ର, ମିଥୁନ ରାଶିର ଘାତଚନ୍ଦ୍ର । ସଂଧ୍ୟା ଘ୬ା୨୧ ଗତେ ତୁଳା, ମକର, ମେଷ, ବୃଷ ଓ ସିଂହ ରାଶିର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । ବାରବେଳା - ଦିବା ଘ୧୦/୩୮ରୁ ଘ୧୨/୧୮, କାଳବେଳା -ଦିବା ଘ୧୨/୧୮ରୁ ଘ୧ା୨୫, କାଳରାତ୍ରି -ରା.ଘ୧/୨୫ରୁ ଘ୨ା୩୨ । ମୃତେ ପୁଷ୍କର ୧ପାଦ, ଦିବା ଘ୪ା୫୭ ଗତେ ୨ପାଦ । ପୂଜାବ୍ରତ ଓ ପ୍ରତ୍ୟାବ୍ଦିକ ଶ୍ରାଦ୍ଧ-ଆଜିଠାରୁ ବୈଶାଖବ୍ରତ ଆଚରଣ ପୂର୍ବକ ଏକମାସ ହବିଷାନ୍ନ ଭୋଜନ କଲେ ଶରୀର ସୁସ୍ଥ ତଥା ଗୃହରେ ସୁଖଶାନ୍ତି ବୃଦ୍ଧିଘଟେ । ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶୁଭବେଳା-ମାହେନ୍ଦ୍ର ଦିବା ଘ୮ା୪୫ରୁ ଘ୧୦ା୩୮, ଘ୧ା୨୫ରୁ ଘ୩ା୩୨, ସଂଧ୍ୟା ଘ୬ା୨୫ରୁ ଘ୮ା୩୨, ରାତ୍ରି ଘ୨ା୩୨ରୁ ଘ୪ା୨୫ । ଅମୃତ ପ୍ରାତଃ ଘ୬ା୨୫ରୁ ଘ୮ା୪୫, ରାତ୍ରି ଘ୮ା୩୨ରୁ ଘ୧୦ା୧୨ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top