ଏ ସହରରେ ମରିବା ମନା!

News Story - Posted on 2018-03-22

ନରୱେର ଏହି ସହରରେ ମୃତ୍ୟୁକୁ ନିଷିଦ୍ଧ କରାଯାଇଛି । ସହରରେ ମରିବା ବେଆଇନ ଘୋଷିତ ହୋଇଛି । ସହରଟିର ନାଁ ହେଉଛି ଲୋଙ୍ଗେରବେୟନ । ଏହା ହେଉଛି ନରୱେର ସ୍ୱାଲବାର୍ଡ଼ ଦ୍ୱୀପରାଜ୍ୟର ରାଜଧାନୀ ।

 

ଏ ସହରରେ ମୃତ୍ୟୁକୁ ବେଆଇନ ଘୋଷଣା କରିବାର କାରଣ ହେଲା ଶୀତ । ଏଠାରେ ଏତେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ ଓ ବରଫ ପଡ଼େ ଯେ ମୃତଦେହଗୁଡ଼ିକ ପଚେ ନାହିଁ, ସତେଜ ରହେ ।

 

ଲୋଙ୍ଗେରବେୟନ ସହର ପୃଥିବୀର ଉତ୍ତରତମ ଭାଗରେ ଅବସ୍ଥିତ । ଏଠାକାର ଲୋକମାନେ ବର୍ଷର ଅଧିକାଂଶ ସମୟ ସୂର୍ଯ୍ୟାଲୋକ ଦେଖନ୍ତି ନାହିଁ । ସହରର ତାପମାତ୍ରା ବର୍ଷ ସାରା ବିଯୁକ୍ତ ୪୬.୩ ଡିଗ୍ରୀରୁ ବିଯୁକ୍ତ ୧୭ ଡିଗ୍ରୀ ମଧ୍ୟରେ ରହେ । ଏ ସହରର ବାସିନ୍ଦାଙ୍କ ସଂଖ୍ୟା ହେଲା ମାତ୍ର ୨ ହଜାର ।

 

୧୯୫୦ ମସିହା ବେଳକୁ ଦେଖାଗଲା ଯେ ଏଠାରେ ମୃତଦେହଗୁଡ଼ିକ ପଚୁ ନାହିଁ । ଏଠାକା ଲୋକେ ଖୀରସ୍ତାନ ଧର୍ମ ଅନୁଯାୟୀ ମୃତଦେହକୁ ସମାଧି ଦେଇଥାନ୍ତି । ମୃତଦେହ ନପଚିବା ଫଳରେ ସରକାରଙ୍କୁ ଚେତା ପଶିଲା । ଯଦି କେହି ରୋଗରେ ମଲେ ତେବେ ତାଙ୍କ ଦେହରେ ଥିବା ଜୀବାଣୁ ସଂକ୍ରମଣ ହୋଇ ଅନ୍ୟମାନେ ବ୍ୟାଧିଗ୍ରସ୍ତ ହେବେ । ସହରରେ ଥିôବା କବରଖାନାରେ ୧୯୧୮ ମସିହାରେ ମୃତ୍ୟୁବରଣ କରିଥିବା କିଛି ଲୋକଙ୍କ ମୃତଦେହ ପୋତା ଯାଇଥିଲା । ସେହିବର୍ଷ ସ୍ପାନିଶ ଫ୍ଲୁରେ ବିଶ୍ୱରେ ପ୍ରାୟ ୧୦ କୋଟି ଲୋକଙ୍କର ମୃତ୍ୟୁ ହୋଇଥିଲା । ସେହି ରୋଗର ଜୀବାଣୁ ସେଠାରେ ଥିôବା ସନ୍ଦେହ କରାଯାଏ ।

 

ତେଣୁ ସରକାର ଏ ସହରରେ ମୃତ୍ୟୁକୁ ନିଷିଦ୍ଧ କରିଛନ୍ତି । କାହାର ମୃତ୍ୟୁବେଳ ଆଖର ହୋଇଗଲେ ତାଙ୍କୁ ଅନ୍ୟତ୍ର ପଠାଇଦିଆଯାଏ ।

 

ସେହିପରି ଏ ସହରରେ ଜନ୍ମ ମଧ୍ୟ ଏକ ସମସ୍ୟା । ଏଠାରେ ଡାକ୍ତରଖାନା ନାହିଁ । ତେଣୁ କୌଣସି ମହିଳାଙ୍କର ପ୍ରସବ ସମୟ ଆସିଲେ ତାଙ୍କୁ ବିମାନ ଯୋଗେ ନରୱେର ମୂଳ ଭୂଖଣ୍ଡକୁ ପଠାଇ ଦିଆଯାଏ । ସେଠାରେ ସେ ପିଲା ଜନ୍ମ କରନ୍ତି । ପିଲାକୁ କେଇ ସପ୍ତାହ ହୋଇଗଲେ ଉଭୟ ମା’ ଓ ଶିଶୁଙ୍କୁ ପୁଣି ଥରେ ସହରକୁ ଫେରାଇ ଅଣାଯାଏ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top