ରଙ୍ଗ ୨୦ ବର୍ଷ ତଳର

News Story - Posted on 2018-03-02

ସମରେନ୍ଦ୍ର ବଳିଆରସିଂହ

 

ମାଡାମ‌୍‍ କ’ଣ ଖବର?

 

-ଭଲ ଆଉ ତୁମର! ଆଉ ପିଲାମାନେ?

 

ଭଲ ସବୁ।

 

-ତୁମ ସମସ୍ତଂକୁ ହୋଲିର ଆଗୁଆ ଅଭିନନ୍ଦନ।

 

କ’ଣ କରୁଚ?

 

-୨୦ ବର୍ଷ ତଳର ହୋଲି କଥା ଭାବୁଚି।

 

କ’ଣ ଭାବୁଚ?

 

-ଗୋଟେ ଝିଅ କଥା ଭାବୁଚି, ଯାହା ଗାଲରେ ମୁଁ ଦେଇଥିଲି ଗୋଟେ ଚୁମ୍ମା ଆଉ ଲଗେଇଥିଲି ଗୋଲାପୀ ରଂଗ। ଓଃ, କି ଶିହରଣ, କି ଅନୁଭବ। ହେଲେ ପର ମୁହୂର୍ତରେ ତା’ ଚାପୁଡ଼ାରେ ସବୁ ଶିହରଣ, ସବୁ ଅନୁଭବ ଫିକା ପଡ଼ିଗଲା। ତଥାପି ଭଲ ଲାଗୁଥିଲା। ହାରିଗଲେ ବି ଜିତିବାର ଉଲ୍ଲାସ..ଓଃ ଭାରି ଅଭୁଲା।

 

ତା’ହେଲେ ମନେଅଛି ସେଇକଥା?

 

-ହଁ, ଭୁଲିବି କେମିତି? ମତେ ଲାଗୁଥିଲା, ବୋଧେ ତୁମେ ମାଉସୀଂକୁ ଜଣେଇଦବ, ତା’ପରେ ମୋ ଅବସ୍ଥା ବାର ବାଜିଯିବ।

 

ସରି, ସେଇ ଚାପୁଡ଼ା ପାଇଁ। ମୁଁ ପରେ ଭୁଲ ବୁଝିଥିଲି, ମୋର ତୁମକୁ ଚାପୁଡ଼ା ମାରିବାର ନ ଥିଲା।

 

-ଚାପୁଡ଼ା ପାଇଁ ସରି, ଆଉ ଚୁମ୍ମା ପାଇଁ କ’ଣ ଦବ? ସେଇଟା ବାକିଆ ଅଛି, ସେଇଦିନରୁ। ମୂଳ ସାଂଗରେ ସୁଧ..ଚକ୍ରବୃଦ୍ଧି ସୁଧରେ ହିସାବ ହବ।

 

ହଉ ଦେବି।

 

-କ’ଣ ଦବ?

 

ତୁମ ଠାରୁ ବହୁ ଦୂରରେ ମୁଁ ଅଛି। କେବେ ଯିବି କିଛି ଠିକଣା ନାହିଁ। ଚାରି ଛ’ ବର୍ଷରେ ଥରେ ଇଣ୍ଡିଆ ଯାଉଚି। ତୁମ ସହ କେବେ ଦେଖାହବ, ମୁଁ କିଛି ଭାବିପାରୁନି। ତେଣୁ ଏଇଠୁ ପଠେଇଦଉଚି ତୁମ ଚୁମ୍ମାର ମୂଳ ଆଉ ଚକ୍ରବୃଦ୍ଧି ସୁଧ।

 

-କ’ଣ ପଠେଇବ? ଡଲାର?

 

ହାଃ ହାଃ, ତୁମ ଚୁମ୍ମାକୁ କ’ଣ ଏତେ ଶସ୍ତା ବୋଲି ଭାବିଦେଲ? ଡଲାର ସାଂଗରେ ତୁଳନା କରୁଚ! ତୁମକୁ ମୁଁ ପଠଉଚି, ସେଇ ଭାବର ରଂଗ, ଯାହା ତୁମ ପାଇଁ ମୁଁ ହୃଦୟରେ ସେଇଦିନଠୁ ସାଇତି ରଖିଚ।

 

-ସତରେ ! ତୁମେ ମତେ ଏତେ ଭଲ ପାଉଥିଲ?

 

କହିବାକୁ ତ ଅନେକ କଥା। ହେଲେ ସବୁକଥା କହିହୁଏନି, ଯେମିତି ସବୁ ସଂପର୍କକୁ କିଛି ନାଁ ଦେଇହୁଏନି। ତୁମର ଆଉ ମୋର ଭଲପାଇବା ସେଇ ବେନାମ ସଂପର୍କର ପରିଧି ଭିତରେ ସୁରକ୍ଷିତ ଯୁଗ ଯୁଗ, ଜନ୍ମ ଜନ୍ମାନ୍ତର ପାଇଁ। ତୁମେ ଭଲରେ ଥାଅ। ବାଏ...ଟେକ‌୍‍ କେଆର..।..ହାପି ହୋଲି।

 

 ‘ବିଶ୍ୱାତ୍ମା’, ଏମ‌୍‍-୨୩, ଖୋର୍ଦ୍ଧା ବିଡିଏ କଲୋନୀ, ଖୋର୍ଦ୍ଧା-୭୫୨୦୫୫

ଶୂନ୍ୟଭାଷ-୦୯୪୩୭୨୩୨୮୯୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top