ହତ୍ୟା ଉଦ୍ୟମରୁ ୪ ବର୍ଷ ଜେଲ୍

News Story - Posted on 2018-02-02

ନବରଙ୍ଗପୁର ସିଜେଏମ ଶୁକ୍ରବାର ଏକ ହତ୍ୟା ଉଦ୍ୟମ ଘଟଣାର ବିଚାର କରି ଅଭିଯୁକ୍ତକୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସିଜେଏମ ସିଟି କେସ ନମ୍ବର ୨୨୪/୧୭ର ବିଚାର କରି ଅଭିଯୁକ୍ତ ରଘୁନାଥ କୁମ୍ଭାରକୁ ଏହି ଦଣ୍ଡ ଶୁଣାଇଛନ୍ତି ।

 

ମାମଲା ଅନୁଯାୟୀ,୧୪/୮/୨୦୧୭ ଦିନ ଭୋର ସାଢ଼େ ପାଂଚଟା ସମୟରେ ସାଗରମୁଣ୍ଡା ଗ୍ରାମର ଚିତ୍ରସେନ ମାଝୀ ଓ ରମେଶ ନାୟକ ଗାଧୁଆ ସାରି ଫେରୁଥିଲେ । ଏହି ସମୟରେ ଗ୍ରାମର ସ୍କୁଲ ନିକଟରେ ଉକ୍ତ ଗ୍ରାମର ରଘୁନାଥ କୁମ୍ଭାର ଛପି ରହି ଚିତ୍ରସେନ ମାଝୀ ଉପରେ ମରାଣନ୍ତକ ଆକ୍ରମଣ କରିଥିଲା । ନିକଟରେ ଥିବା ରମେଶ ନାୟକଙ୍କ ଯୋଗୁଁ ଚିତ୍ରସେନ ରକ୍ଷା ପାଇଥିଲେ ।

 

ଏହାପରେ ଚିତ୍ରସେନଙ୍କ ଭାଇ ଭଗତ ମାଝୀ ନବରଙ୍ଗପୁର ଥାନାରେ ଏହି ସମ୍ପର୍କରେ ଏତଲା ଦାୟର କରିଥିଲେ । ନବରଙ୍ଗପୁର ଥାନା କେସ ନମ୍ବର ୨୨୫/୧୭ ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଶୁକ୍ରବାର ସିଜେଏମ ରଘୁରାମକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦୦୦ ଟଙ୍କା ଜରିମାନା ଓ ଜରିମାନା ଅନାଦେୟେ ଦୁଇ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ କରିଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏଡିସିନାଲ ପିପି ସନ୍ତୋଷ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top