ଆୟକୁ ବ୍ୟୟ ବଳି ଗଲାଣି!

News Story - Posted on 2018-01-10

ଓଡ଼ଶାର ନିଜର ବାର୍ଷିକ ରାଜସ୍ୱ ସଂଗ୍ରହ ପରିମାଣ ଯେତେ ତାହାଠାରୁ ଢେର ଅଧିକ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି ସରକାରଙ୍କ ଋଣ ବାବଦ ସମୂଳ ସୁଧ ପରିଶୋଧ, କର୍ମଚାରୀମାନଙ୍କ ବେତନ, ଭତ୍ତା, ପେନସନ୍ ଏବଂ ଦପ୍ତର ପରିଚାଳନାରେ । ଏହା ଋଣଂ କୃତ୍ୱା ଘୃତମ ପିବେତ କରି କଥା ।

 

ବିଧାନସଭାରେ ସରକାର ପ୍ରଦାନ କରିଥିବା ହିସାବ ଅନୁଯାୟୀ ୨୦୧୭-୧୮ ଆର୍ôଥକ ବର୍ଷ ପାଇଁ ୧,୧୦,୨୦୦ କୋଟି ୧ ଲକ୍ଷ ଟଙ୍କାର ବଜେଟ୍ ଅଟକଳ ଥିବା ବେଳେ ଏହି ବର୍ଷରେ ନିଜର ଟିକସ ଓ ଅଣଟିକସ ରାଜସ୍ୱ ବାବଦରେ ରାଜକୋଷକୁ ୩୬,୩୦୦ କୋଟି ଟଙ୍କା ଆସିବ ବୋଲି ଆଶା ରଖାଯାଇଛି । ଉକ୍ତ ବର୍ଷରେ କର୍ମ·ରୀମାନଙ୍କ ବେତନ ଓ ଭତ୍ତା ବାବଦରେ ୨୩,୫୦୦ କୋଟି, ପେନସନ୍ ବାଦରେ ୧୧,୩୧୨.୫୦ କୋଟି, ଦପ୍ତର ପରିଚାଳନା ବାବଦରେ ୫୫୧. ୩୪ କୋଟି, ଋଣ ପରିଶୋଧ ବାବଦରେ ୩,୪୧୪.୬୪ କୋଟି ଓ ସୁଧ ଦେୟ ବାବଦରେ ୫ ହଜାର କୋଟି ଟଙ୍କା ରାଜକୋଷରୁ ବ୍ୟୟ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଅର୍ଥାତ ଏହି ବର୍ଷରେ ରାଜ୍ୟ ସରକାରଙ୍କର ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ଯେତେ ରାଜସ୍ୱ ସଂଗ୍ରହ ହେବାର ଅଛି ତାହାଠାରୁ ଅଧିକ ୭୪୭୮.୪୮ କୋଟି ଟଙ୍କା ଋଣ, ସୁଧ, ଦରମା, ଭତ୍ତା, ପେନସନ୍ ଓ ଦପ୍ତର ପରିଚାଳନା ବାବଦରେ ବ୍ୟୟ ହେବ ।

 

ସରକାରଙ୍କ ହିସାବ ଅନୁଯାୟୀ ୨୦୦୯-୧୦ ବର୍ଷ ତୁଳନାରେ ୨୦୧୭-୧୮ ବର୍ଷରେ ରାଜ୍ୟର ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ଆୟ ପ୍ରାୟ ତିନିଗୁଣ ବଢ଼ୁଛି । ୨୦୦୯-୧୦ ବର୍ଷରେ ରାଜ୍ୟ ସରକାର ଏ ବାବଦରେ ୧୨,୧୯୪.୫୪ କୋଟି ଟଙ୍କା ଓ ୨୦୧୬-୧୭ ବର୍ଷରେ ୩୦,୮୯୫.୫୮ କୋଟି ଟଙ୍କା ସଂଗ୍ରହ କରିଛି । ତେବେ ଏହି ଦୁଇ ବର୍ଷରେ ବେତନ ଓ ଭତ୍ତା ବାବଦରେ ଯଥାକ୍ରମେ ୯,୨୮୮.୯୮ କୋଟି ଓ ୧୮,୬୪୬.୬୧ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ପେନସନ୍ ବାବଦରେ ଏହି ଦୁଇ ବର୍ଷରେ ଯଥାକ୍ରମେ ୩୨୮୩. ୪୧ ଓ ୬୮୪୨.୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

 

ସେହିପରି ଦପ୍ତର ପରିଚାଳନା ବାଦରେ ୨୦୦୯-୧୦ ବର୍ଷରେ ୧୮୧.୪୫ କୋଟି, ୨୦୧୬-୧୭ ବର୍ଷରେ ୫୫୭.୩୪ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ୨୦୧୭-୧୮ ବର୍ଷରେ ୫୫୧.୩୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ରହିଛି । ୨୦୦୯-୧୦ ବର୍ଷରେ ଋଣ ଓ ସୁଧ ଦେୟ ବାବଦରେ ୪୫୩୨.୮୬ କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିଥିବା ବେଳେ ୨୦୧୬-୧୭ ବର୍ଷରେ ଏ ବାବଦରେ ୬୯୯୭.୪୮ କୋଟି ଟଙ୍କା ଦେଇଛନ୍ତି । ତେବେ ୨୦୧୭-୧୭ ଆର୍ôଥକ ବର୍ଷରେ ମୂଳ ଓ ସୁଧ ପରିଶୋଧ ଲାଗି ବଜେଟରେ ୮୪୧୪.୬୪ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top