ଚୀନ କବ୍ଚାରେ ଡୋକଲାମ!

News Story - Posted on 2017-12-12

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡରରେ ଚୀନ ସେନା ଡୋକଲାମ ଛାଡ଼ି ପଳାଇଲା ବୋଲି କେଇ ମାସ ତଳେ ଯେଉଁ ପ୍ରଚାର କରାଯାଇଥିଲା ତାହା ମିଛ ଥିଲା ବୋଲି ଜଣାପଡ଼ିଛି । ସତ କଥା ହେଉଛି ଗତ ୧୩ ମାସ ମଧ୍ୟରେ ଡୋକଲାମ ଅଂଚଳରେ ଚୀନ ସୈନିକଙ୍କ ସଂଖ୍ୟା ବଢ଼ିଛି ଓ ରାସ୍ତା ଲମ୍ବା ହୋଇଛି । ଏବେ ସେଠାରେ ଚୀନର ପିପୁଲସ ଲିବରେସନ ଆର୍ମି ବା ପିଏଲଏର ୧୮୦୦ ସୈନିକ ଡେରା ପକାଇଥିବା ଜଣାପଡ଼ିଛି । ସେହିପରି ଏହି ସମୟ ମଧ୍ୟରେ ଚୀନ ସେଠାରେ ପୂର୍ବରୁ ତିଆରି କରିଥିବା ସଡ଼କକୁ ଅଧିକ ଲମ୍ବା କରିଛି । ଏହି ରାସ୍ତା ଡୋକଲାମ ଦଖଲ କରିବାରେ ଚୀନକୁ ସହାୟକ ହେବ ।

 

ସଂପ୍ରତି ଡୋକ ଲା ବା ଡୋକଲାମ ଅଂଚଳରେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଭୁଟାନ ସୀମାରୁ ଭୁଟାନୀ ସୈନିକମାନେ ଫେରି ଯାଇଛନ୍ତି । ସେହିପରି ଗତ ଅଗଷ୍ଟ ବୁଝାମଣା ପରେ ଚୀନ ସେନା ଡୋକଲାମ ଛାଡ଼ି ପଳେଇଲେ ବୋଲି ବିଶ୍ୱାସ କରି ଭାରତୀୟ ସେନା ବି ମାନ୍ଦା ପଡ଼ିଯାଇଥିଲା । ଏଇ ସୁଯୋଗରେ ଚୀନର ୧୮୦୦ ସୈନିକ ସେଠାରେ ଆସି ଡେରା ପକାଇଛନ୍ତି । ଡୋକଲାମ ଅଂଚଳରେ ଏବେ ୪୦୬ଟି ତମ୍ବୁ ପଡ଼ିଥିବା ଦେଖାଯାଇଛି । ସିଞ୍ଚେ ଲା ଡୋକ ଲା ଅଂଚଳର ଏକାଧିକ ସ୍ଥାନରେ ଚୀନ ସୈନିକମାନେ ଏକାଧିକ ଚୀନା ପତାକା ଉଡ଼ାଇଛନ୍ତି । ଉପଗ୍ରହ ଯୋଗାଯୋଗ ପାଇଁ ଟାୱାର ନିର୍ମାଣ କରିଛନ୍ତି ।

 

ସେନା ବାହିନୀ ଓ ଯୁଦ୍ଧାସ୍ତ୍ର ପରିବହନ ପାଇଁ ଏହି ଅଂଚଳରେ ରାସ୍ତାକୁ ଅଧିକ ଚଉଡ଼ା କରାଯାଇଛି । ରାସ୍ତାକୁ ମଧ୍ୟ ଅଧିକ ବାଟ ଲମ୍ବାଇ ଦିଆଯାଇଛି । ଏହି ରାସ୍ତା ଦେଇ ସହଜରେ ଚୀନର ଯୁଦ୍ଦ ଟ୍ୟାଙ୍କ ଓ ଅନ୍ୟ ମାରଣାସ୍ତ୍ର ଭାରତ-ଭୁଟାନ ସୀମାରେ ପହଂଚାଇ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top