ଏ କ’ଣ ମୋଫତ ଟଙ୍କା?

News Story - Posted on 2017-12-07

ମିଲ୍ ମାଲିକମାନେ ରାଜ୍ୟ ସରକାରଙ୍କୁ ପ୍ରାୟ ୧୭୫ କୋଟି ଟଙ୍କାର ଚାଉଳ ଫେରାଇ ନାହାନ୍ତି । ସେମାନଙ୍କଠାରୁ ଏହା ଆଦାୟ କରିବା ଲାଗି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତରରେ ଏହା ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ।

 

ସରକାରଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ୨୦୦୩-୦୪ରୁ ୨୦୧୫-୧୬ ଧାନ ସଂଗ୍ରହ ବର୍ଷ ମଧ୍ୟରେ ଯେତେ ମିଲର ସରକାରଙ୍କ ପକ୍ଷରୁ ଧାନ ସଂଗ୍ରହ କରୁଥିଲେ ସେମାନଙ୍କ ଭିତରୁ ୯୨ ଜଣ ମିଲର ସଂଗ୍ରହ କରିଥିବା ଧାନ ବାବଦରେ ଓଡ଼ିଶା ଯୋଗାଣ ନିଗମକୁ ୮୮,୦୫୩ ମେଟ୍ରିକ ଟନ ଚାଉଳ ଫେରାଇ ନାହାନ୍ତି । ଏହାର ମୂଲ୍ୟ ୧୭୪ କୋଟି ୮୬ ଲକ୍ଷ ଟଙ୍କା ।

 

ଖିଲାପୀ ମିଲରମାନଙ୍କର ସରକାରଙ୍କ ନିକଟରେ ଥିବା ଅମାନତ ରାଶିକୁ ମିଶାଇ ଓଡ଼ିଶା ଯୋଗାଣ ନିଗମ ମାତ୍ର ୪୦ କୋଟି ୨୮ ଲକ୍ଷ ଟଙ୍କା ଆଦାୟ କରିଛି । ଏହି ମିଲରମାନଙ୍କଠାରୁ ଆଉ ୧୩୪ କୋଟି ୫୮ ଲକ୍ଷ ଟଙ୍କା ପାଇବାକୁ ବାକି ଅଛି । ଏହି ଖିଲାପୀ ମିଲରମାନଙ୍କଠାରୁ ବକେୟା ଚାଉଳ ବାବଦ ଅର୍ଥ ଫେରି ପାଇବା ପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏ ସଂକ୍ରାନ୍ତରେ କେତେକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିବା ବେଳେ ସାର୍ଟିଫିକେଟ କେସ୍ ରୁଜୁ କରି ଅର୍ଥ ଆଦାୟ ଲାଗି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ସଂକ୍ରାନ୍ତରେ ମନ୍ତ୍ରୀ ସୂ·ଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top