ମୁନାଫା ବିରୋଧୀ ରାଷ୍ଟ୍ରୀୟ ପ୍ରାଧିକରଣ

News Story - Posted on 2017-11-16

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଜିଏସ୍ଟି ଅଧୀନରେ ଜାତୀୟ ମୁନାଫା ବିରୋଧୀ ରାଷ୍ଟ୍ରୀୟ ପ୍ରାଧିକରଣ (ଏନ୍ଏଏ)ର ଅଧ୍ୟକ୍ଷ ଓ ବୈଷୟିକ ସଦସ୍ୟ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସାଧାରଣ ଲୋକଙ୍କ ଦ୍ୱାରା ଉପଯୋଗ ବହୁ ସଂଖ୍ୟକ ନିତ୍ୟବ୍ୟବହାରର୍ଯ୍ୟ ସାମଗ୍ରୀ ଉପରେ ଜିଏସ୍ଟି ଦର ହ୍ରାସର ଠିକ୍ ପରେ ଏହି ପଦବୀ ସୃଷ୍ଟି ପାଇଁ କ୍ୟାବିନେଟ୍ ଅନୁମତି ଦେଇଛନ୍ତି । ଏହି ମଞ୍ଜୁରି ଦ୍ୱାରା ଉକ୍ତ ଶୀର୍ଷ ପ୍ରାଧିକରଣର ତକ୍ରାଳ ସ୍ଥାପନ ଲାଗି ମାର୍ଗ ପ୍ରଶସ୍ତ ହେବ । ବସ୍ତୁ ଓ ସେବା ଉପରେ ଜିଏସ୍ଟି ଦରରେ ହ୍ରାସର ଲାଭ ଶେଷ ଖାଉଟି ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ମାଧ୍ୟମରେ ଉପଲବ୍ଧ ଯେପରି ହୋଇପାରିବ ତାହା ସୁନିଶ୍ଚିତ କରିବା ହେଉଛି ଏହି ପ୍ରାଧିକରଣ ଗଠନର ମୂଳ ଉଦ୍ଦେଶ୍ୟ ।

 

ଭାରତ ସରକାରଙ୍କ ସଚିବ ସ୍ତରୀୟ ଜଣେ ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ଅବା ରାଜ୍ୟରୁ ୪ ଜଣ ବୈଷୟିକ ସଦସ୍ୟ ବିଶିଷ୍ଟ ଏହି ଜାତୀୟ ମୁନାଫା ବିରୋଧୀ ରାଷ୍ଟ୍ରୀୟ ପ୍ରାଧିକରଣର ସ୍ଥାପନ ମାଧ୍ୟମରେ, ନିକଟରେ ସରକାରଙ୍କ ଦ୍ୱାରା ଜିଏସ୍ଟି ଦର ହ୍ରାସ ଦିଗରେ ଓ ଜିଏସ୍ଟି କାର୍ଯ୍ୟକାରିତାର ଲାଭ ଖାଉଟିଙ୍କ ନିକଟରେ ପହଂଚାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବା ନିମନ୍ତେ ପୂର୍ଣ୍ଣତଃ ପ୍ରତିଶ୍ରୁତିବଦ୍ଧ । ସୂଚନାଯୋଗ୍ୟ ଯେ ୨୦୧୭ ନଭେମ୍ବର ୧୪ ତାରିଖ ମଧ୍ୟରାତ୍ରିରୁ ୧୭୮ଟି ସାମଗ୍ରୀ ଉପରେ ଜିଏସ୍ଟି ଦରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଦିଆଯାଇଛି । ଏବେ କେବଳ ଏଭଳି ୫୦ଟି ସାମଗ୍ରୀ ରହିଛି ଯାହା ଉପରେ ୨୮ ପ୍ରତିଶତ ଜିଏସ୍ଟି ଲାଗିବ । ସେହିଭଳି ଅନେକ ସାମଗ୍ରୀରେ ମଧ୍ୟ ଜିଏସ୍ଟି ଦରରେ ୧୮ରୁ ୧୨ ପ୍ରତିଶତକୁ ହ୍ରାସ ହୋଇଛି । ଏପରିକି କିଛି ସାମଗ୍ରକୁ ୫ ପ୍ରତିଶତରୁ ହଟାଇ ଜିଏସ୍ଟି ପରିସରରୁ ସମ୍ପୂର୍ଣ୍ଣ ମୁକ୍ତ କରିଦିଆଯାଇଛି ।

 

ଜିଏସ୍ଟି ଆଇନରେ ଦର୍ଶାଯାଇଥିବା ମୁନାଫା ନିରୋଧୀ ଉପାୟ ଏହା ସୁନିଶ୍ଚିତ କରିବା ପାଇଁ ସଂସ୍ଥାଗତ ଢାଂଚାର ବ୍ୟବସ୍ଥା କରାଯାଉଛି । ଯାହାଫଳରେ ସାମଗ୍ରୀ ଓ ସେବାର ଯୋଗାଣ ଉପରେ ଇନ୍ପୁଟ ଟିକସ କ୍ରେଡିଟ୍ ଓ ଜିଏସ୍ଟି ହ୍ରାସ ହୋଇଥିବା ଦରର ସମ୍ପୂର୍ଣ୍ଣ ଲାଭ ଖାଉଟିଙ୍କ ପାଖରେ ପହଂଚିବ । ଏହି ସଂସ୍ଥାଗତ ଢାଂଚାରେ ଏନ୍ଏଏ, ଏକ ସ୍ଥାୟୀ ସମିତି, ପ୍ରତ୍ୟେକ ରାଜ୍ୟରେ ସ୍କ୍ରିନିଂ କମିଟି ଓ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବୋର୍ଡ(ସିବିଇସି)ରେ ସେଫ୍ ଗାର୍ଡସ୍ ମହାନିର୍ଦ୍ଦେଶାଳୟ ସାମିଲ ଅଛି ।

 

ବସ୍ତୁ ଅବା ସେବା କ୍ରୟ ଉପରେ ସେମାନଙ୍କୁ ଜିଏସ୍ଟି ଦରର ହ୍ରାସର ଲାଭ ମିଳୁନି ବୋଲି ଯେଉଁ ଖାଉଟି ଅନୁଭବ କରିବେ ସେମାନେ ନିଜର ସମ୍ବନ୍ଧିତ ରାଜ୍ୟରେ ଥିବା ସ୍କ୍ରିନିଂ କମିଟି ପାଖରେ ଏଥିପାଇଁ ଆବେଦନ କରିପାରିବେ । ଅବଶ୍ୟ ମୁନାଫାଖୋର ସ୍ଥିତି ସର୍ବଭାରତୀୟ ସ୍ତରରେ ପ୍ରଭାବ ପକାଉଥିବା ସାମଗ୍ରୀ ସମ୍ବନ୍ଧିତ ଆବେଦନକୁ ସିଧାସଳଖ ସ୍ଥାୟୀ ସମିତି ନିକଟକୁ ପଠାଯାଇପାରିବ । ଯଦି ବେଆଇନ ଲାଭର ଫାଇଦା ଉପଭୋକ୍ତାଙ୍କୁ ନମିଳିପାରୁଛି ତା’ହେଲେ ତାହା ଖାଉଟି କଲ୍ୟାଣ ପାଣ୍ଠିରେ ଜମା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ । ଅତି ଜରୁରୀ କ୍ଷେତ୍ରରେ ତ୍ରୁଟି କରିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏନ୍ଏଏ ଜରିମାନା ଲାଗୁ କରିପାରିବେ ଓ ଏହାର ଜିଏସ୍ଟି ପଞ୍ଜିକରଣ ମଧ୍ୟ ରଦ୍ଦ କରିପାରିବେ । ଏନ୍ଏଏର ଗଠନ ଖାଉଟିଙ୍କ ବିଶ୍ୱାସ ବୃଦ୍ଧି କରିବ କାରଣ ବିଶେଷକରି ଜିଏସ୍ଟି ଦରରେ ନିକଟରେ ହୋଇଥିବା ହ୍ରାସ ଓ ସାଧାରଣତଃ ଜିଏସ୍ଟିର ଲାଭ ସେମାନଙ୍କ ପାଖରେ ପହଂଚି ପାରିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top