କ୍ରାନ୍ତି, ମୁକ୍ତି ଓ ସ୍ୱାଧୀନତାର ସଂଘର୍ଷ

News Story - Posted on 2017-11-13

ସୂର୍ଯ୍ୟମଣି ମିଶ୍ର

 

ଯୁଦ୍ଧ ଶେଷ, କୃଷକଙ୍କୁ ଜମି, ଶ୍ରମିକଙ୍କୁ ଖାଦ୍ୟ ଦେବାର ନାରା ନେଇ ଆଜକୁ ୧୦୦ ବର୍ଷ ପୂର୍ବେ ରୁଷର ବଲସେଭିକ ବିପ୍ଳବୀମାନେ ପିତ୍ରୋଗାଦର ଶୀତମହଲରେ ଆଧୁନିକ ମାନବ ସମାଜ ପାଇଁ ଏକ ନୂଆ ଇତିହାସ ରଚନା କରିଥିଲେ । ଏହି ବିପ୍ଳବ ସେଦିନ ଥିଲା ଗୁରୁତ୍ୱପୂର୍ଣ୍ଣ । ଆଜି ଦିନରେ ବିଶ୍ୱ ପାଇଁ ଅତୀବ ଗୁୁରୁତ୍ୱପୂର୍ଣ୍ଣ । ଏହି ବିପ୍ଳବ ଯେଭଳି ସ୍ମରଣୀୟ, ଅନୁସରଣୀୟ, ସେହିପରି ଅନୁକରଣୀୟ ମଧ୍ୟ । ସେଦିନର ବଲସେଭିକ ବିପ୍ଳବୀମାନେ କୃଷକ ଏବଂ ଶ୍ରମିକଙ୍କ ହାତରେ କ୍ଷମତା ଦେଇ ଯେଉଁ ସ୍ମରଣୀୟ ଏବଂ ମହତ୍ୱପୂର୍ଣ୍ଣ ଅଧ୍ୟାୟ ଲେଖିଥିଲେ, ତାହାକୁ ଅକ୍ଟୋବର ବିପ୍ଳବ ଭାବେ ବିଶ୍ୱ ଇତିହାସରେ ଲିପିବଦ୍ଧ ।

 

ସମାନତା ଏବଂ ନ୍ୟାୟର ସାମ୍ୟବାଦୀ ସ୍ୱପ୍ନକୁ ସାକାର କରିବା ଏବଂ ବାସ୍ତବ ରୂପ ଦେବା ପାଇଁ ରୁଷରେ ସଂଗଠିତ ହୋଇଥିଲା ଏହି ବିପ୍ଳବ । ଏହି ବିପ୍ଳବ ପରେ ରୁଷ ଜନତାଙ୍କ ଜୀବନର ମାନ ଯେ ଉଚ୍ଚରୁ ଉଚ୍ଚତର ସ୍ତରରେ ପହଞ୍ôଚଥିଲା, ତାହାକୁ ସେଦିନ ଏବଂ ଆଜିର ବିପ୍ଳବୀ ବିରୋଧୀମାନେ ଅସ୍ୱୀକାର କରିପାରିନଥିଲେ ଏବଂ କରିପାରିନାହାନ୍ତି । ସେଦିନର ବିପ୍ଳବୀମାନେ ଶେଷ ବିଶ୍ୱକୁ ସମାନ ଭାବେ ଗଢ଼ିତୋଳିବାର ଆକାଙ୍‍କ୍ଷାକୁ ପ୍ରୋତ୍ସାହିତ କରିବାରେ ବଡ଼ ଭୂମିକା ନିର୍ବାହ କରିଥିଲେ । ଆଜିର ବିଶ୍ୱ ବ୍ୟବସ୍ଥା ସଂଘର୍ଷ ମଧ୍ୟଦେଇ ଗତିକରୁଛି । ସେଦିନର ଯେଉଁ ବଲସେଭିକ ବିପ୍ଳବର ସହଭାଗିତାକୁ ଆଜିଦିନରେ ସ୍ମରଣ କରାଯାଉଛି ।

 

ଏହି ବିପ୍ଳବ ସଂପର୍କରେ ସେଦିନ ପ୍ରଖ୍ୟାତ ସମାଜଶାସ୍ତ୍ରୀ ପ୍ରସନଜିତ ବୋଷ ନିଜ ପୁସ୍ତକ ‘ଟେନ୍‍ ଡେଜ୍‍ ଦ୍ୟାଟ୍‍ ମୁଭ୍‍ ଦ ୱାର୍ଲ୍ଡ’ (ଦଶଦିନ ଯାହା ବିଶ୍ୱକୁ ଥରାଇ ଦେଇଥିଲା)ରେ ସେ ଉଲ୍ଲେଖ କରିଥିଲେ ଯେ, ସେଦିନର ବିପ୍ଳବ କେତେ ଶକ୍ତିଶାଳୀ ଥିଲା ଏବଂ ଶୋଷିତ ମଣିଷକୁ କିପରି ମୁକ୍ତି ଦେଇଥିଲା । ଆମେରିକାର ସମାଜଶାସ୍ତ୍ରୀ ଜନ୍‍ ରିଡ୍ ଉଲ୍ଲେଖ କରିଛନ୍ତି ଯେ ରୁଷର ସମୃଦ୍ଧ ବର୍ଗ କେବଳ ଏକ ରାଜନୈତିକ କ୍ରାନ୍ତି ଚାହୁଁଥିଲେ, ଯାହାକୁ ଜାର୍‍ ସରକାର ଛଡ଼ାଇ ନେଇଥିଲେ । ବଲସେଭିକ ବିପ୍ଳବୀମାନେ ଜାର୍‍ ଶାସନଠାରୁ ଏହି କ୍ଷମତାକୁ ଛଡ଼ାଇ ଆଣି ଶୋଷିତବର୍ଗଙ୍କ ହାତରେ ସମର୍ପି ଦେଇଥିଲେ । ସାଧାରଣ ନାଗରିକଙ୍କ ଇଚ୍ଛା ଥିଲା- ଏକ ବାସ୍ତବିକ ଔଦ୍ୟୋଗିକ, ସମତାଭିତ୍ତିକ ସମାଜ ପ୍ରତିଷ୍ଠା ହେଉ । ଏହି ପ୍ରକ୍ରିୟା ଦେଇ ବଲସେଭିକମାନେ ବିପ୍ଳବକୁ ଆଗକୁ ବଢ଼ାଇଥିଲେ । ରାଜନୈତିକ କ୍ରାନ୍ତିର ଶୀର୍ଷରେ ସାମାଜିକ କ୍ରାନ୍ତି ବିକଶିତ ହୋଇଥିଲା । ଯାହାର ଚିତ୍ର ବଲସେଭିକର ବିଜୟ ଯାଏଁ ପହଞ୍ôଚଥିଲା ।

 

ସାମାଜିକ କ୍ରାନ୍ତି ପରେ ୧୯୨୨ରେ ସୋଭିଏତ ସଂଘ (ୟୁଏସଏସଆର) ରୂପରେ ବିଶ୍ୱରେ ସମାଜବାଦୀ ସରକାର ପ୍ରଥମକରି ପ୍ରତିଷ୍ଠା ହେଲା । ସୋଭିଏତ ସଂଘ ବଲସେଭିକ କ୍ରାନ୍ତିର ରାଜନୈତିକ ଏବଂ ବୌଦ୍ଧିକ ପ୍ରଭାବ ସହ ସମଗ୍ର ବିଶ୍ୱରେ ନିଜର ସାମାଜିକ, ଆର୍ଥିକ ଏବଂ ନିଜ ମାଟିର ରାଜନୈତିକ ଘଟଣାକ୍ରମକୁ ନେଇ ପ୍ରମୁଖ ରୂପକାର ଭାବେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ପ୍ରଶ୍ନ ହେଉଛି- ସୋଭିଏତ ସଂଘ ପତନର ୨୬ ବର୍ଷ ପରେ କ’ଣ ବଲସେଭିକ ବିପ୍ଳବର ପ୍ରାସଙ୍ଗିକତା ନାହିଁ କି? ବଲସେଭିକ କ୍ରାନ୍ତି ଏବଂ ସୋଭିଏତ ସରକାରର ବୌଦ୍ଧିକ ପ୍ରେରଣା ଥିଲା ମାର୍କ୍ସବାଦ । ଏକ ବୈଜ୍ଞାନିକ ସିଦ୍ଧାନ୍ତଭିତ୍ତିକ ବିଚାର ଥିଲା ଏହି ବିପ୍ଳବ । ମାର୍କ୍ସ ଏହି ବୌଦ୍ଧିକ ବିକାଶ ନେଇ ଆଶା ବ୍ୟକ୍ତ କରିଥିଲେ ଯେ, ବିଶ୍ୱର ପ୍ରଥମ ସର୍ବହରା କ୍ରାନ୍ତି ରୁଷରେ ପ୍ରତିଷ୍ଠା ହେବ । ଔଦ୍ୟୋଗିକ ଭାବରେ ବିକଶିତ କୌଣସି ପାଶ୍ଚାତ୍ୟ ଦେଶ ପରିବର୍ତ୍ତେ ରୁଷ ଭଳି ଔଦ୍ୟୋଗିକ କ୍ଷେତ୍ରରେ ପଛୁଆପଣର ଶିକାର ହୋଇଥିବା ଦେଶ ବିକଶିତ ହୋଇପାରିବ । ବଲସେଭିକରେ ନିଜ କ୍ରାନ୍ତିର ରୁଷ ସଂସ୍କରଣରେ ମାର୍କ୍ସଙ୍କ ଦ୍ୱାରା ପୁଞ୍ଜିବାଦ ଏବଂ ବୁର୍ଜୁଆ କ୍ଷମତାର ସମୀକ୍ଷାର ସାରତତ୍ତ୍ୱ ନିର୍ଣ୍ଣୟ କରିଥିଲେ ମାର୍କ୍ସ । ଏହା ଉପରେ ସମକାଳୀନ ବିଶ୍ୱ ଏବଂ ରୁଷ ପରିସ୍ଥିତି ନିଜର ବ୍ୟବହାରିକ ବୁଝାମଣାର ସମୀକ୍ଷା ହୋଇଥିଲା । ରୁଷର ଏହି କ୍ରାନ୍ତିକାରୀ ବିପ୍ଳବର ପ୍ରଭାବ ଚୀନ୍‍, କ୍ୟୁବା ଏବଂ ଭିଏତନାମ୍‍ ଭଳି ଦେଶରେ ପଡ଼ିଥିଲା । ମାର୍କ୍ସବାଦକୁ ନିଜ ନିଜ ରାଷ୍ଟ୍ରରେ ପ୍ରୟୋଗ କରିଥିଲେ ଏହିସବୁ ଦେଶ ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ ରାଜନୈତିକ, ସାମାଜିକ ଏବଂ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହେବାକୁ ଲାଗିଲା, ସେତେବେଳେ ସମାଜବାଦୀ ରୁଷ ସରକାର ସେହି ଅନୁସାରେ ପରିବର୍ତ୍ତନକୁ ଆପଣେଇଥିଲେ । ଏହି ଉଦ୍ୟମରେ ରୁଷ ସଂଘର୍ଷ ବିଫଳ ହେଲା ଅଥବା ଚୀନ୍‍ ଭିଏତନାମ ଭଳି ମାର୍କ୍ସବାଦ ଉତ୍ତରଣର ଶିଖରରେ ପହଞ୍ôଚ ପାରିଲା ।

 

ଗତ ଦଶନ୍ଧିରେ ଏହି ଦେଶରେ ଯେଉଁଠି ଉଦାରବାଦୀ ଗଣତନ୍ତ୍ର ନଥିଲା, ଏହାର ବିପ୍ଳବୀସ୍ୱରୂପ ନା ଏକଛତ୍ରବାଦୀ ନା ସାମ୍ରାଜ୍ୟବାଦୀ ଆକ୍ରୋଶର ବିରୋଧରେ ଥିଲା? କ୍ଷମତାକୁ ଆସିବା ପରେ ଏହିସବୁ ସମାଜବାଦୀ ଦେଶରେ ଏକ ଦଳୀୟ, ଏକଛତ୍ରବାଦୀ ସ୍ୱରୂପକୁ ଗ୍ରହଣ କରି କମ୍ୟୁନିଷ୍ଟ୍‍ ପାର୍ଟି ଏବଂ ଦେଶକୁ ଏହି ରାସ୍ତାରୁ ଦୂରେଇ ରଖିବାରେ ସଫଳ ହୋଇଥିଲା । ଗଣତନ୍ତ୍ରରେ ଅସହମତିର ବା ଅସହିଷ୍ଣୁତାର ବିଦ୍ରୂପସ୍ୱରୂପ ଆଜିଦିନରେ ଭାରତ ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଦେଖିବାକୁ ମିଳୁଛି । ଯଦିଓ ମାର୍କ୍ସଙ୍କ ସମାଜବାଦୀ ବିଚାର ସଂପର୍କରେ ଅଧ୍ୟୟନ କରାଯାଉଛି ଓ ବିତର୍କ କରାଯାଉଛି, ତେବେ ପୁଞ୍ଜିବାଦ ରାସ୍ତାକୁ ପରିହାର କରିବା ଦିଗରେ ପଛଘୁଞ୍ଚା ଦେଉଛନ୍ତି ପୁଞ୍ଜିବାଦୀ ରାଷ୍ଟ୍ର । ଫଳରେ ଆର୍ଥିକ ଓ ସାମାଜିକ ଅସମାନତା ଆକାଶ ଛୁଇଁଲାଣି । ବିଦ୍ରୋହ ଯଦିଓ ପ୍ରକାଶ୍ୟରେ ନିଜ ସ୍ୱରୂପକୁ ପ୍ରକଟ କରିପାରି ନାହିଁ, କିନ୍ତୁ ବିଦ୍ରୋହ ଅପରିବର୍ତ୍ତିତ ରହିଛି । ସମାନତା ଓ ସମାଜବାଦ ପ୍ରତିଷ୍ଠା ଦାବି ନେଇ ସେଦିନ ଅର୍ଥାତ ୧୦୦ ବର୍ଷ ତଳେ ରୁଷରେ ଯେଉଁ ବିପ୍ଳବ ଇତିହାସ ରଚନା କରିଥିଲା, ଆଜି ୧୦୦ ବର୍ଷ ପରେ ଏହି ବିପ୍ଳବକୁ ଶୋଷିତ ଓ ନିର୍ଯାତିତ ମଣିଷମାନେ ମନେପକାଉଛନ୍ତି ।

 

ସେଦିନ ଯୁଦ୍ଧ ପରିବର୍ତ୍ତେ ଶାନ୍ତି ପ୍ରତିଷ୍ଠା ପାଇଁ ବିପ୍ଳବୀମାନେ ଯେଉଁ ନାରା ଦେଇଥିଲେ, ଆଜି ଦିନରେ ସେହି ନାରା ଶୁଣିବାକୁ ମିଳୁଛି । ଆଉ ସାଧାରଣ ନାଗରିକଙ୍କ ଅଭିବ୍ୟକ୍ତର ସ୍ୱରକୁ ଚାପିଦେବା ପାଇଁ ଗଳାକଟା ଅଭିଯାନ ଚାଲିଛି । ଶୋଷକ ଶ୍ରେଣୀ ସଂଖ୍ୟାରେ ଅତି କମରୁ କମ୍‍ ସଂଖ୍ୟକ ଥିଲେ ମଧ୍ୟ ପୁଞ୍ଜିବାଦୀ ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରି ଶୋଷଣର ପାରାବାର ତିଆରି କରୁଛନ୍ତି । ଏହା ଫଳରେ ସଂପଦର ସମତାଭିତ୍ତିକ ବିତରଣ ବାଧାପ୍ରାପ୍ତ ହୋଇଛି । ଦ୍ରୁତ ଆର୍ଥିକ ବିକାଶ ହାସଲ କରିବା ପାଇଁ ଆର୍ଥିକ ବ୍ୟବସ୍ଥାକୁ କେନ୍ଦ୍ରୀକୃତ ଶ୍ରମିକ ରୂପରେ ଏକ ଅକର୍ମଣ୍ୟ, ପ୍ରଶାସନିକ ଓ ଅମଲାତାନ୍ତ୍ରିକ ବିକାଶ ଧାରାରେ ନିର୍ମାଣ କରାଯାଉଛି । ସେଦିନ ଏହିପରି ଦୃଶ୍ୟ ରୁଷରେ ଦେଖିବାକୁ ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ପଶ୍ଚାତରେ ଉପନିବେଶବାଦ ସମାପ୍ତିର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

 

୧୯୭୦ ପ୍ରାରମ୍ଭରେ ଆର୍ଥିକ ଜଗତୀକରଣ ସମାଜବାଦୀ ବ୍ୟବସ୍ଥା ପାଇଁ ଅଧିକ ଜଟିଳତାକୁ ଜନ୍ମ ଦେଲା । ଜଗତୀକରଣ ଅନ୍ତର୍ଗତ ଅର୍ଥ ବ୍ୟବସ୍ଥାରେ ପୁଞ୍ଜିବାଦୀ ବିକାଶ ଦ୍ରୁତଭାବେ ଆଗକୁ ବଢ଼ିଲା । ଏହି କ୍ରମରେ ବିକାଶଶୀଳ ବର୍ଗ ପ୍ରକ୍ରିୟା ଦେଇ ପୁଞ୍ଜିପତିମାନେ ଏବଂ ଔଦ୍ୟୋଗିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ଏକ ସରଳ ଧ୍ରୁବୀକରଣ ହୋଇପାରିଛି । ମାର୍କ୍ସ ଇତିହାସର କଥା ଦେଇ ସୂଚାଇଥିଲେ ଯେ, ପୁଞ୍ଜିବାଦୀ ବ୍ୟବସ୍ଥାରେ ଶୋଷକ ସ୍ୱରୂପ ଉପରେ ଆର୍ଥିକ ଆଧାରିତ ଚରିତ୍ର ବିଶ୍ଳେଷଣ ଉପରେ ନିଜ ଜୀବନକୁ ସମର୍ପି ଦେଇଥିଲେ । ବିଶ୍ୱର ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାରେ ଆଧୁନିକ ଅଧ୍ୟୟନ ଅନୁସାରେ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଥିଲା । ପୁନଶ୍ଚ ସୂଚନା ଏବଂ ପ୍ରାଦ୍ୟୋଗିକ ପରିବର୍ତ୍ତନର ପ୍ରାକୃତିକ ରୂପାୟନ ହେଲା । ରୁଷ୍‍ ମହାନ କ୍ରାନ୍ତିକାରୀ ବିପ୍ଳବୀ ଲେନିନଙ୍କ ନେତୃତ୍ୱରେ ସେଦିନ ଏକ ସମତାଭିତ୍ତିିକ ସମାଜ ପ୍ରତିଷ୍ଠା ପାଇଁ ମାର୍କ୍ସବାଦର ପ୍ରୟୋଗ ହୋଇଥିଲା । ସାମାଜିକ କ୍ରାନ୍ତି ପାଇଁ ରାସ୍ତା ତିଆରି ହୋଇଥିଲା । ଏବେ ନୂଆ ନୂଆ ରୂପ ଏବଂ ଅର୍ଥ ବିସ୍ତାରର ସମ୍ଭାବୀ ଚିତ୍ର ଶେଷ ହୋଇଯାଇଛି । ମାନବୀୟ ଶ୍ରମକୁ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍‍ସିରେ ବିସ୍ଥାପିତ କରିବାର ବିପଦ ସୃଷ୍ଟି କରାଯାଉଛି । ମାର୍କ୍ସଙ୍କ ବିଶ୍ଳେଷଣର ସମୀକ୍ଷାକୁ ଦୂରେଇ ଦିଆଯାଇପାରୁନି କି ଆପଣାଯାଇ ପାରୁନି । ଫଳରେ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ଅସମାନତାର ପାଚେରି ଆକାଶ ଛୁଉଁଛି ।

 

ଗାଁରୁ ସହର ଯାଏ ଏହି ଅସମାନତାକୁ ନେଇ ବିଦ୍ରୋହ ମୁଣ୍ଡ ଟେକୁଛି । ପୁଞ୍ଜିବାଦୀ ଅର୍ଥନୀତିର ସମର୍ଥକ ଓ ଘୋଷକ ଉଦାରବାଦ ସପକ୍ଷରେ ଯେତେ ଯୁକ୍ତ ଉପସ୍ଥାପନ କରୁଥିଲେ ହେଁ ଅସମାନତାର ପାଚେରି ଆକାଶକୁ ଛୁଉଁଛି! ନବ ଉଦାରବାଦୀ ପୁଞ୍ଜିବାଦୀ ବ୍ୟବସ୍ଥା ଆମର ପରିବେଶକୁ ସନ୍ତୁଳନ ନୁହେଁ ଅସନ୍ତୁଳନ ମାର୍ଗକୁ ଆପଣେଇଛି । ଆମର ବିକାଶକୁ ଶାସକ ଶ୍ରେଣୀର ମନୋମାନୀ କାର୍ଯ୍ୟଧାରାରେ ବିନାଶ ଆଡ଼କୁ ବଢ଼ାଉଛି । ଏହାଫଳରେ ଜଳବାୟୁ ପରିବର୍ତ୍ତନ ବା ପରିବେଶ ଅସନ୍ତୁଳନ ସହ ମାନବ ଜାତି ପାଇଁ ସଂକଟ ସୃଷ୍ଟି କରୁଛି । ସେଦିନ ଅର୍ଥାତ ୧୦୦ ବର୍ଷ ତଳେ ମହାନ ଦାର୍ଶନିକ କାର୍ଲ ମାର୍କ୍ସ ଯେଉଁ ବୈଜ୍ଞାନିକ ସିଦ୍ଧାନ୍ତ ଆଧାରରେ ପୁଞ୍ଜିବାଦୀ ବ୍ୟବସ୍ଥାର କୁପରିଣତି ସଂପର୍କରେ ସୂଚାଇଥିଲେ, ଆଜି ୧୦୦ ବର୍ଷ ପରେ ଏହା ସତ୍ୟ ସାବ୍ୟସ୍ତ ହୋଇଛି । ମାର୍କ୍ସର୍ବାଦ ତଥା ସମାଜବାଦ ଏହି ଅସମାନତାର ସଂକଟରୁ ଉଦ୍ଧାର ପାଇବା ପାଇଁ ଏବଂ ଭବିଷ୍ୟତ ପାଇଁ ଏକ ଠିକଣା ସାମାଜିକ ବ୍ୟବସ୍ଥାର ଅନ୍ୱେଷଣରେ ରହିଛି ।

 

ବିଶ୍ୱରେ ଏବଂ ବୈପ୍ଳବିକ ବ୍ୟବସ୍ଥାର ପତିଆରାରେ ପ୍ରଥମେ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା ପ୍ରୟାସ ଭାବରେ ବଲସେଭିକ ବିପ୍ଳବ ସର୍ବଦା ଏକ ପ୍ରେରଣାର ଉତ୍ସ ହୋଇ ରହିଛି । ରୁଷର ଏହି ବଲସେଭିକ ପ୍ରେରଣାରେ ଜର୍ମାନୀ, ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ଭିଏତନାମ୍‍, କୋରିଆ ଏବଂ କ୍ୱିବା ଭଳି ଦେଶ ଅନୁପ୍ରାଣିତ ହୋଇ ମାନବୀୟ ଏକତାର ସ୍ୱର ସୃଷ୍ଟି କରିଥିଲା ଏବଂ ଏହାର ଉଦାହରଣ ସୃଷ୍ଟି କରିଥିଲା । ଆଜିଦିନରେ ଏହି ବିପ୍ଳବ ଏଇଥିପାଇଁ ପ୍ରେରଣାଦାୟକ ଯେ ବଢ଼ିଚାଲିଛି ପୁଞ୍ଜିବାଦୀ ଶୋଷଣ ଓ ଅତ୍ୟାଚାର । ବଢ଼ିଚାଲିଛି ଆର୍ଥିକ ଅସମାନତା ।

 

ଲେନିନ୍‍ ଓ ଷ୍ଟାଲିନଙ୍କ ମାର୍କ୍ସଙ୍କ ବିଚାର ଆଜିଦିନରେ କେବଳ ପ୍ରାସଙ୍ଗିକ ନୁହେଁ, ଅତୀବ ଭାବେ ଅନୁସରଣୀୟ ଓ ଅନୁକରଣୀୟ ହୋଇଛି । ଲେନିନ୍‍, ଷ୍ଟାଲିନ୍‍, କୁଶ୍ଚେଭ୍‍, ବ୍ରେଜ୍‍ନେଭ୍‍ ଏବଂ ଶେଷରେ ଗୋର୍ବାଚୋଭ୍‍ଙ୍କ ଗ୍ଲାସ୍‍ନସ୍ତ (ରାଜନୈତିକ ଖୋଲାପଣ) ଏବଂ ପେରେସ୍ତ୍ରୋଇକା (ଅର୍ଥନୈତିକ ପୁନର୍ବିନ୍ୟାସ) ଏହି ନୀତି ସୋଭିଏତ୍‍ ଦେଶ ଏବଂ କମ୍ୟୁନିଷ୍ଟ୍‍ ଶାସନର ପତନ ଆଣିଦେଲା । ସୃଜନର ଦୁଃଖ ଦିଶାରେ ଏକ ବିପରୀତ ସ୍ୱରୂପକୁ ପ୍ରକଟ କଲା ।

 

୧୦୦ ବର୍ଷ ତଳ ବଲ୍‍ସେଭିକ୍‍ ବିପ୍ଳବର ସେଦିନର କଳାରାତ୍ରି ଆଜି ଆଉ ନାହିଁ । ବିପ୍ଳବର ସ୍ୱରୂପ ବଦଳି ଯାଇଛି । ବିପ୍ଳବୀ ଆଜି ଅତି ବିପ୍ଳବୀ ଏବଂ ପ୍ରତିବିପ୍ଳବୀ ଭାବେ ନିଜକୁ ପରିଚିତ କରାଉଛନ୍ତି । ସେଦିନର ବଲସେଭିକ ବିପ୍ଳବୀଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନକୁ ଅନୁଧ୍ୟାନ ଓ ଅନୁସରଣ ନକରିବା ଯୋଗୁଁ ବିପ୍ଳବ ସାକାର ହେଉନି । ବଢ଼ିଚାଲିଛି ଅସମାନତା ଓ ଅମାନବୀୟ କାର୍ଯ୍ୟଧାରା । ଆଜିଦିନରେ ଏହି ୧୦୦ ବର୍ଷ ତଳର ବଲସେଭିକ୍‍ ବିପ୍ଳବ ପ୍ରାସଙ୍ଗିକ ଏଇଥିପାଇଁ ଯେ, ବଢ଼ିଚାଲିଛି ଅସମାନତା ଓ ଶୋଷଣ ।

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top