ବିଦ୍ୟୁତ୍ ବିଲ୍ ବାକି ୭୨୦୭ କୋଟି ଟଙ୍କା

News Story - Posted on 2017-09-12

ରାଜ୍ୟରେ ଗ୍ରାହକମାନଙ୍କ ଉପରେ ୭୨୦୭ କୋଟି ୩୬ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡ଼ିଛି । ଏଥିରୁ ବିଭିନ୍ନ ସରକାରୀ ବିଭାଗ ଓ ସଂସ୍ଥା ଉପରେ ବକେୟା ବିଦ୍ୟୁତ୍ ବିଲ୍ର ପରିମାଣ ୧୪୩ କୋଟି ଟଙ୍କାରୁ ଅଧିକ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାନସଭାରେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

 

ବିଦ୍ୟୁତ୍ ବିତରଣକାରୀ ସଂସ୍ଥାମାନଙ୍କ ମଧ୍ୟରୁ ୱେସ୍କୋ ସର୍ବାଧିକ ୨୭୦୩ କୋଟି ୮୨ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍ ପାଇବାକୁ ଥିବା ବେଳେ ନେସ୍କୋର ବାକି ରହିଛି ୧୯୬୧ କୋଟି ୬୩ ଲକ୍ଷ ଟଙ୍କା । ସେହିପରି ସେସୁର ୧୬୭୮ କୋଟି ୧୬ ଲକ୍ଷ ଟଙ୍କା ଓ ସାଉଥ୍କୋର ୮୬୩କୋଟି ୭୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡ଼ିଛି ।

 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଘରୋଇ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ଉପରେ ୪୫୬୭ କୋଟି ୧୭ ଲକ୍ଷ ଟଙ୍କା, ବିପିଏଲ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ଉପରେ ୨୮୧ କୋଟି ୯୬ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରହିଛି । ତେବେ କଳକାରଖାନାଗୁଡ଼ିକ ଉପରେ ୧୨୫୮ କୋଟି ୪୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡ଼ିଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ବକେୟା ରହିଛି ୬୫୦ କୋଟି ଟଙ୍କା । ଏହି ବକେୟା ଅର୍ଥ ଆଦାୟ ପାଇଁ ବିଦ୍ୟୁତ୍ ବିଚ୍ଛିନ୍ନ ସୂଚନା ଦେଇ ବିଦ୍ୟୁତ୍ ଦେୟ ଅସୁଲ କରାଯାଉଛି ଏବଂ କେତେକ ପରିସ୍ଥିତିରେ ସାର୍ଟିଫିକେଟ୍ କେସ୍ ରୁଜୁ କରାଯାଇ ବିଦ୍ୟୁତ୍ ବିଲ୍ ଆଦାୟ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ସୂ·ଇଛନ୍ତି ।

 

ଗତ ଜୁଲାଇ ମାସ ସୁଦ୍ଧା ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକ ଉପରେ ୧୪୩ କୋଟି ୧୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବିଦ୍ୟୁତ୍ ବିଲ୍ ବାକି ପଡ଼ିଥିଲା । ଏଥିମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ୧୫ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ୧୯ କୋଟି, ନଗର ଉନ୍ନୟନ ବିଭାଗ ଉପରେ ପ୍ରାୟ ୧୨ କୋଟି, ବିଭିନ୍ନ ପୌରପରିଷଦ ଉପରେ ୪୫ କୋଟି, ଏନ୍ଏସିଗୁଡ଼ିକ ଉପରେ ୧୬ କୋଟି, ପଞ୍ଚାୟତିରାଜ ବିଭାଗ ଉପରେ ୯ କୋଟି, ଉଚ୍ଚଶିକ୍ଷା ବିଭାଗ ଉପରେ ୩ କୋଟି, ସ୍ୱାସ୍ଥ୍ୟ ବିଭାଗ ଉପରେ ୪ କୋଟି, ଆଇନ୍ ବିଭାଗ ଉପରେ ୪ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବାକିଥିବା ଜଣାପଡ଼ିଛି । ଅନ୍ୟ ପ୍ରାୟ ସବୁ ବିଭାଗ ଉପରେ ମୋଟା ଅଙ୍କର ବିଦ୍ୟୁତ୍ ବିଲ୍ ମଧ୍ୟ ବକେୟା ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top