ଆନ୍ଧ୍ରବସ‌୍‍ ପାଇଁ ବ୍ରହ୍ମପୁରରେ ପାର୍କିଂ ନାହିଁ

News Story - Posted on 2017-07-08

ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ବ୍ରହ୍ମପୁର ଆସୁଥିବା ଆନ୍ଧ୍ର ଆର.ଟି.ସି ବସ‌୍‍ଗୁଡ଼ିକ ପାଇଁ ବ୍ରହ୍ମପୁର ସିଟି ବସ‌୍‍ଷ୍ଟାଣ୍ଡରେ ସ୍ଥାନ ମିଳୁନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସିଟି ବସ‌୍‍ଷ୍ଟାଣ୍ଡରେ ଓଡ଼ିଶା ସରକାରଙ୍କ ଓ.ଏସ‌୍‍.ଆର.ଟି.ସି ବସ‌୍‍ ଏବଂ ସ୍ଥାନୀୟ ତଥା ଲୋକାଲ‌୍‍ ବସ‌୍‍ଗୁଡ଼ିକ ପାଇଁ ଉତ୍ତମ ପାର୍କିଂ ବ୍ୟବସ୍ଥା ଥିଲାବେଳେ ଆନ୍ଧ୍ର ପ୍ରଦେଶରୁ ଯେଉଁ ଅଳ୍ପ ସଂଖ୍ୟକ ବସ‌୍‍ ଆସୁଛି। ସେହି ବସ‌୍‍ ଗୁଡ଼ିକୁ ପାର୍କିଂ ପାଇଁ ଏଠାରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଜଣାପଡ଼ୁନାହିଁ। ଯାହାଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

ଦକ୍ଷିଣ ଓଡ଼ିଶାର ଲୋକମାନେ ବ୍ୟବସାୟ ହେଉ ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଉପରେ ନିର୍ଭରଶୀଳ। ପଡ଼ୋଶୀ ରାଜ୍ୟ ନେଇ ଆସୁଥିବା ବସ‌୍‍ ଗୁଡ଼ିକ ଉକ୍ତ ବସଷ୍ଯାଣ୍ଡରେ ପାର୍କିଂ କରିବା ପାଇଁ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନଙ୍କ ସହ ଉକ୍ତ ବସ‌୍‍ ରେ ଆସିଥିବା ଷ୍ଟାଫ‌୍‍ମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଦୁର୍ଭାଗ୍ୟର ବିଷୟ ଏହିକି ଯେ ଓଡ଼ିଶାର ସରକାରୀ ବସ‌୍‍ ଏବଂ ବେସରକାରୀ ବସ‌୍‍ ପ୍ରତ୍ୟେକ ଦିନ ଆନ୍ଧ୍ର ଦେଇ ଯାତାୟତ କରୁଥିବା ବେଳେ ଆନ୍ଧ୍ର ସରକାର ଏହି ବସ‌୍‍ଗୁଡ଼ିକୁ ସହଯୋଗ ଏବଂ ସୁବିଧା ଯୋଗାଇ ଦେଇ ଆସୁଥିବା ସ୍ଥଳେ ଏଠାରେ ସେମାନଙ୍କର ପ୍ରତି ବୈମାତୃକ ମନୋଭାବ ନେଇ ଅସନ୍ତୋଷ ପ୍ରକାଶ ପାଉଛି।

 

ପ୍ରକାଶଥାଉକି ସି.ଟି ବସ‌୍‍ଷ୍ଟାଣ୍ଡରେ ଓ.ଏସ‌୍‍.ଆର.ଟି.ସି ବସ‌୍‍ଗୁଡିକ ପାଇଁ ଏବଂ ବିଭିନ୍ନ ବେସରକାରୀ ବସ‌୍‍ ଏବଂ ଲୋକାଲ‌୍‍ ବସ‌୍‍ଗୁଡ଼ିକ ପାଇଁ ସତନ୍ତ୍ର ସ୍ଥାନ ରହିଥିବା ବେଳେ ଏହି ବସ‌୍‍ ଗୁଡ଼ିକ ସମଗ୍ର ବସ‌୍‍ଷ୍ଟାଣ୍ଡ ଟିକୁ ନିଜ କବ‌୍‍ଜାରେ ରଖିଛନ୍ତି। ଏମାନେ ସରକାରୀ ନିୟମଠୁ ଉର୍ଦ୍ଧ୍ୱରେ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଯେତେବେଳେ ଯେଉଁଠାରେ ଇଚ୍ଛା ସେଠାରେ ପାର୍କିଂ କରୁଛନ୍ତି ଯାହାକି ନାନା ଅସୂୁବିଧା ର ସମ୍ମୁଖୀନ ସାଧାରଣ ଲୋକଙ୍କୁ ହେବାକୁ ପଡ଼ୁଅଛି। ଏହି ସିଟି ବସ‌୍‍ଷ୍ଟାଣ୍ଡରେ ଶାନ୍ତି ଶୃଙ୍ଖଳା ବସ‌୍‍ ପାର୍କିଂ ଏବଂ ଯାତ୍ରୀମାନଙ୍କ ସୁବିଧା ସକାଶେ ଗୋଟାଏ ପୋଲିସ‌୍‍ ଫାଣ୍ଡି ରହିଥିଲେ ସୁଦ୍ଧା ସେମାନେ ମଧ୍ୟ ଏହି କ୍ଷେତ୍ରରେ ଧ୍ୟାନ ନ ଦେଉଥିବା ଅସନ୍ତୋଷ ପ୍ରକାଶପାଉଛି।

 

ଆନ୍ଧ୍ର ସରକାର ସମସ୍ତ କ୍ଷେତ୍ର ଯେପରିକି ପାର୍କିଂ ବସ‌୍‍ଯିବା ଆସିବା କ୍ଷେତ୍ରରେ ଓଡ଼ିଶାକୁ ସମସ୍ତ ସହଯୋଗ କରୁଥିବା ବେଳେ ଏଠାରେ ଓଡ଼ିଶା ସରକାରଙ୍କର ଆନ୍ଧ୍ର ବସ‌୍‍ଗୁଡ଼ିକ ପ୍ରତି ଆନ୍ତରିକତା ଥିବାଭଳି ମନେ ହେଉନଥିବା ଜଣାପଡ଼ୁଛି। ଯାହାକି ଯାତ୍ରୀ ଓ ଜନସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଆନ୍ଧ୍ରରୁ ଆସୁଥିବା ବସ‌୍‍ ଡ଼୍ରାଇଭର ଏବଂ ଯାତ୍ରୀମାନଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ସମ୍ପର୍କରେ ବିଶାଖାପାଟଣା ସ୍ଥିତ ଆର.ଟି.ସି.ର ପରିଚାଳନା ନିର୍ଦ୍ଦେଶକକ ବାରମ୍ୱାର ଗଂଜାମ ଜିଲ୍ଲା ପ୍ରଶାସନକୁ ଅଭିଯୋଗ ଜଣାଉଥିବା ବେଳେ ଜିଲ୍ଲା ପ୍ରଶାସନଙ୍କ ତରଫରୁ କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

 

ଏଠାରେ ପ୍ରକାଶଯୋଗ୍ୟ ଯେ ଜୟପୁର ଠାରେ ଆନ୍ଧ୍ରବସ‌୍‍ ଗୁଡ଼ିକପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ଏବଂ ସ୍ଥାନୀୟ ଜୟପୁର ଡ଼ି.ଟି.ଏମ‌୍‍ ଙ୍କ ଦ୍ୱାରା ସ୍ୱତନ୍ତ୍ର ଦୃଷ୍ଟି କରାଯାଇଥିବା ସ୍ଥଳେ ବ୍ରହ୍ମପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏଥିପ୍ରତି ଜିଲ୍ଲାପ୍ରଶାସନ ଆନ୍ତରିକତା ନଥିବା ପରିଲକ୍ଷିତ ହେଉଛି।  ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମପୁର ଓ.ଏସ‌୍‍.ଆର.ଟି.ସି,  ଡ଼ି.ଟି.ଏମ‌୍‍ ସ୍ୱତନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top