ଗଙ୍ଗା ସ୍ୱଚ୍ଛତା ପାଇଁ ଚ୍ୟାଲେଞ୍ଜ

News Story - Posted on 2017-07-05

କେ. ଏନ. ପାଠକ

 

ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନର ଶୁଭାରମ୍ଭ ପୂର୍ବରୁ ଦେଶର ସବୁଠୁ ପବିତ୍ର ତଥା ଜାତୀୟ ନଦୀ ଗଙ୍ଗା ନିଜର ଅସ୍ତିତ୍ୱ ରକ୍ଷା ପାଇଁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା। କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏବଂ ଉଦ୍ୟୋଗୀକରଣ ଦ୍ୱାରା ସୃଷ୍ଟି ଆବର୍ଜନା, ବ୍ୟାବସାୟିକ ପ୍ରଦୂଷଣ ଓ ଅନ୍ୟାନ୍ୟ ପ୍ରଦୂଷଣ ଯୋଗୁଁ ଗଙ୍ଗାର ଅସ୍ତିତ୍ୱ ପ୍ରତି ସଂକଟ ସୃଷ୍ଟି ହୋଇଛି। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଦି ପାଂଚଟି ରାଜ୍ୟର ୨୫୨୫ କିଲୋମିଟର ପଥ ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଛି। ଏହାର ଜଳଗ୍ରହଣ କ୍ଷେତ୍ର ହେଉଛି ୮,୬୧,୪୦୪ ବର୍ଗ କିଲୋମିଟର। ଯାହାକି ଦେଶର ମୋଟ କ୍ଷେତ୍ରଫଳର ଏକ ଚତୁର୍ଥାଂଶ। ଦେଶର ୪୬ ପ୍ରତିଶତ ଜନସଂଖ୍ୟା ଗଙ୍ଗାତଟବର୍ତୀ ଇଲାକାରେ ବସବାସ କରିଥାନ୍ତି। ମୋଟ ୫ଟି ରାଜ୍ୟର ୬୬ଟି ଜିଲ୍ଲାରେ ଥିବା ୧୧୮ଟି ସହର ଏବଂ ୧୬୫୭ ଗ୍ରାମ ପଂଚାୟତ ଦେଇ ଗଙ୍ଗା ନଦୀ ପ୍ରବାହିତ ହେଉଛି।

 

ଗଙ୍ଗା ସ୍ୱଚ୍ଛତା ରାଷ୍ଟ୍ରୀୟ ମିଶନର ଶୁଭାରମ୍ଭ ୨୦୧୪ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା। ଏହି ମିଶନକୁ ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟସ୍ତରୀୟ ପରିଚାଳନା ଗ୍ରୁପ ସହଯୋଗ କରୁଛନ୍ତି। ନମାମୀ ଗଙ୍ଗେ ଯୋଜନା କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଦୂଷଣ ପରିଚାଳନା, ନୂଆ ଏସଟିପିର ନିର୍ମାଣ ଏବଂ ପୁରୁଣା ଏସଟିପିର ପୁନର୍ବାସ ଗ୍ରାମ ପଂଚାୟତର ପୂର୍ଣ୍ଣ ସ୍ୱଚ୍ଛତା, ଆଦର୍ଶ ଶ୍ମଶାନ ହାଟ ଓ ଧୋବାଘାଟର ନିର୍ମାଣ ଜିଆଇଏମ ସ୍ତରରେ ନିର୍ଣ୍ଣୟ ନେବା ପ୍ରଣାଳୀର ବିକାଶ ଏବଂ ତଦାରଖ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଧାରିତ ତଦାରଖ କେନ୍ଦ୍ରର ସ୍ଥାପନା ଯଦ୍ୱାରା ଯଥା ସମୟରେ ପୂର୍ବାନୁମାନ ଓ ସତର୍କ ସୂଚନା ପ୍ରଦାନ ଆଦି କାର୍ଯ୍ୟକ୍ରମ କରୁଛି। ଏଥିପାଇଁ ଦୀର୍ଘ ମିଆଦୀ ସଂରକ୍ଷଣ, ପୁନର୍ଜୀଜୀବନ ଏବଂ ୧୦ ବର୍ଷ ପାଇଁ ସମ୍ପତି ନିର୍ମାଣ ନିମନ୍ତେ ଶତପ୍ରତିଶତ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଜୈବ ବିବିଧତା ଗୁରୁତ୍ୱ ଦିଆଯିବା ସହ ସଂରକ୍ଷଣ, ନଦୀର ପ୍ରବାହ, ନଦୀର ଦୁଇ ପାର୍ଶ୍ୱରେ ବିଭିନ୍ନ ଔଷଧୀୟ ଏବଂ ସ୍ଥାନୀୟ ବୃକ୍ଷରୋପଣ ତଥା ଜଳଜୀବମାନଙ୍କ ସଂରକ୍ଷଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

 

ନମାମୀ ଗଙ୍ଗେ ଯୋଜନାର ପ୍ରଥମ ତିନି ବର୍ଷ ଅର୍ଥାତ (୨୦୧୪-୧୫ ଏବଂ ୨୦୧୬-୧୭) ବର୍ଷରେ ମୋଟ ୩୬୭୩ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିପରି ଚଳିତ ଆର୍ଥିକ ବର୍ଷ (୨୦୧୭-୧୮)ରେ ୨୩୦୦ କୋଟି ଟଙ୍କାର ଧନରାଶିର ବ୍ୟବସ୍ଥା କରାଯାଇଛି। ତେବେ ଆବଂଟିତ ଧନରାଶିର ସଠିକ ଉପଯୋଗ ହୋଇନଥିବା ଦେଖାଯାଇଛି। ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା, ଟେଣ୍ଡରରେ ବିଳମ୍ୱ, ପୁନଃ ଟେଣ୍ଡର, ଜମି ମିଳିବାରେ ଅସୁବିଧା, ଆଇନଗତ ସମସ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ସଡକ କାଟିବା କ୍ଷେତ୍ରରେ ବିଳମ୍ୱରେ ଅନୁମତି, ସ୍ଥାନୀୟ ପର୍ବପର୍ବାଣୀ, ଅଧିକ ପାଣ୍ଠିର ଆବଶ୍ୟକତା, ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଅନୁସନ୍ଧାନରେ ବିଳମ୍ୱ ଆଦି ଘଟଣା ଏହି ଯୋଜନାର କ୍ରିୟାନ୍ୱୟନ କ୍ଷେତ୍ରରେ ମନ୍ଥରତାର ପ୍ରମୁଖ କାରଣ ବୋଲି ଦର୍ଶାଯାଇଛି। ରାଜ୍ୟମାନଙ୍କ ସହ ରାଷ୍ଟ୍ରୀୟ ଗଙ୍ଗା ସ୍ୱଚ୍ଛତା ମିଶନର ନିରନ୍ତର ତଦାରଖ ବୈଠକ ଦ୍ୱାରା ଏହି ଯୋଜନାର କ୍ରିୟାନ୍ୱୟନ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା କରାଯାଉଛି।

 

ଏଥି ନିମନ୍ତେ ଗେଜେଟ ଅଫ ଇଣ୍ଡିଆରେ ୨୦୧୬ ଅକ୍ଟୋବର ୭ରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଯଦ୍ୱାରା ପରିବେଶ ସଂରକ୍ଷଣ ଅଧିନିୟମ ୧୯୮୬ ଅନୁଯାୟୀ ଆଗାମୀ ଦିନରେ ଗଙ୍ଗା ନଦୀ (ପୁନର୍ଜୀବନ, ସଂରକ୍ଷଣ ଓ ପରିଚାଳନା) ପ୍ରାଧିକରଣର ନୀତି ନିର୍ଣ୍ଣୟ ଓ କ୍ରିୟାନ୍ୱୟନ ପାଇଁ ଏନଏମସିଜିକୁ ଫାଷ୍ଟଟ୍ରାକ କ୍ଷମତା ପ୍ରଦାନ ସହ ଏହାକୁ ସ୍ୱାଧୀନ ଓ ଉତ୍ତରଦାୟୀ କରାଯାଇପାରିବ। ଏହି ପ୍ରାଧିକରଣର ଅଧିକାର କ୍ଷେତ୍ର ଭିତରେ ୫ଟି ରାଜ୍ୟ, ରାଜଧାନୀ ଦିଲ୍ଲୀ ଏବଂ ଗଙ୍ଗା ନଦୀ ଓ ଏହାର ସହାୟକ ନଦୀଗୁଡିକୁ ସାମିଲ କରାଯାଇଛି। ୨୬୩ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଅଦ୍ୟାବଧି ପ୍ରାୟ ୧୧ ଲକ୍ଷ ପାଇଖାନାର ନିର୍ମାଣ କାର୍ଯ୍ୟ ଶେଷ ହୋଇଗଲାଣି। ସେହିପରି ଶ୍ମଶାନ ଘାଟର ନିର୍ମାଣ କିମ୍ୱା ଆଧୁନିକୀକରଣ ପାଇଁ ୨୦ ରୁ ୨୫ଟି ସହରାଂଚଳ ସ୍ୱାୟତ୍ତ ଶାସନ ଦ୍ୱାରା ବର୍ଷକୁ ଶହେଟି ଶ୍ମଶାନ ଘାଟର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

 

କେଦାରନାଥ, ହରିଦ୍ୱାର, ଦିଲ୍ଲୀ, ଆହ୍ଲାବାଦ, କାନପୁର, ବାରାଣାସୀ ଏବଂ ପାଟନା ପରି ନଦୀ ତଟବର୍ତ୍ତୀ ଘାଟଗୁଡିକର ବିକାଶ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅନୁଯାୟୀ ଘାଟୀଗୁଡିକର ନିର୍ମାଣ, ଆଧୁନିକୀକରଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଅତ୍ୟଧିକ ପ୍ରଦୂଷଣକାରୀ ୭୬୪ଟି ମଦ କାରଖାନା, କାଗଜ କଳ, ଚମଡା କାରଖାନା, ଟେକ୍ସଟାଇଲ ମିଲ ଓ ଚିନି କାରଖାନା ମଧ୍ୟରୁ ୫୦୮ଟି କାରଖାନା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିଜିଲାନ୍ସ ସ୍କ୍ବାଡ ଏହା ଉପରେ ନଜର ରଖିଛି। ମଦ କାରଖାନା ଦ୍ୱାରା ଶୂନ୍ୟ ଦ୍ରବ୍ୟ ନିର୍ବାହନ ପାଇଁ ୨୦୧୬ରେ କାର୍ଯ୍ୟ ଯୋଜନା ଆରମ୍ଭ ହୋଇଛି। ଏହି ନିର୍ଦ୍ଦେଶର ଅନୁପାଳନ ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭିଜିଲାନ୍ସ ସ୍କାଡ଼କୁ ଦାୟିତ୍ୱ ଦିଆଯାଇଛି।

 

ପ୍ରାଧିକରଣ ପାଇଁ ଚିହ୍ନଟ କରାଯାଇଥିବା ପ୍ରମୁଖ ନୀତି-

 

ଜଳ ପ୍ରବାହରେ ନିରନ୍ତରତା ବଜାୟ ରଖିବା

 

ଜମି ଉପରେ ପ୍ରବାହିତ ଜଳ ରାଶି ଓ ଭୂତଳ ଜଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା କରିବା

 

ସମ୍ପତି ଓ ପାଣିର ଗୁଣବତା ବଜାୟ ରଖିବା ନିମନ୍ତେ ସମୟବନ୍ଧ କାର୍ଯ୍ୟକ୍ରମ

 

ଜଳ ଗ୍ରହଣ କ୍ଷେତ୍ରରେ ଲୋପ ପାଇ ଯାଇଥିବା ବୃକ୍ଷର ସଂରକ୍ଷଣ ପୁନଃ ରୋପଣ

 

ଗଙ୍ଗା ବେସିନରେ ଜଳଜୀବ ଏବଂ ତଟୀୟ ବିବିଧତାର ସଂରକ୍ଷଣ

 

ଗଙ୍ଗା ତଟବର୍ତ୍ତୀ ଅଂଚଳରେ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ କରିବା। ଯଦ୍ୱାରା ପ୍ରଦୂଷଣର ମାତ୍ରା କମ କରାଯିବା ସହ ଭୂତ ଜଳର ସୁରକ୍ଷା କରାଯିବ।

 

ନଦୀର ପୁନର୍ଜୀଜୀବନ, ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ସାଧାରଣ ଲୋକ ଭାଗୀଦାର ସୁନିଶ୍ଚିତ କରିବ।

 

ବିଭିନ୍ନ କର୍ପୋରେଟ ତଥା ରାଷ୍ଟ୍ରାୟତ୍ତ ସଂସ୍ଥାର ସହଯୋଗରେ ଗଙ୍ଗା ସଫେଇ ଯୋଜନା ଆରମ୍ଭ ହୋଇଛି। ଗ୍ରାମ୍ୟ ପରିମଳ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଏନଏମସିଜି ପକ୍ଷରୁ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟକୁ ବନ୍ୟ ଜୀବନ ସଂରକ୍ଷଣର ସହଯୋଗରେ ଜୈବ ବିବିଧତା ସଂରକ୍ଷଣ ଲାଗୁ କରାଯାଇଛି। ଯଦ୍ୱାରା ସ୍ୱର୍ଣ୍ଣ ମନ୍ଦିର, ଡଲଫିନ, କୁମ୍ଭୀର, କଇଁଛ ଏବଂ ଓଟ ଆଦି ପ୍ରାଣୀଙ୍କ ସଂରକ୍ଷଣ କରାଯାଉଛି। ୩୦,୦୦୦ ହେକ୍ଟର ଜମିରେ ବନୀକରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଜଳର ଗୁଣବତ୍ତା ଉପରେ ଦୃଷ୍ଟି ରଖିବା ନିମନ୍ତେ ୫୭ଟି ମାନୁଆଲ ମନିଟରିଂ କେନ୍ଦ୍ର ବ୍ୟତୀତ ୧୧୩ଟି ବାସ୍ତବିକ ସମୟ ମନିଟରିଂ କେନ୍ଦ୍ର ସ୍ଥାପନ କରାଯାଇଛି। ପୋଷ୍ଟର, ପୁସ୍ତିକା, ପ୍ରଚାରପତ୍ର, ହୋର୍ଡିଂ ଆଦି ସାମଗ୍ରୀ ଜରିଆରେ ହିତଧାରକଙ୍କ ମଧ୍ୟରେ ପ୍ରଚାର ଓ ପ୍ରସାର କରାଯାଉଛି।

 

ଏହାଛଡା ପଦଯାତ୍ରା, ସ୍ୱଚ୍ଛତା ଅଭିଯାନ, ଅଙ୍କନ ପ୍ରତିଯୋଗିତା, ଶ୍ରମଦାନ ଆଲୋଚନା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି। ବିଭିନ୍ନ ସର୍ବସାଧାରଣ କାର୍ଯ୍ୟକ୍ରମ ସମୟରେ ଡିଜିଟାଲ ମିଡିଆରେ ନମାମୀ ଗଙ୍ଗେ ସଂଗୀତ ପରିବେଷଣ କରାଯାଉଛି। ଏହା ବ୍ୟତୀତ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଉଛି। ଫେସବୁକ, ଟ୍ୱିଟର ଏବଂ ୟୁଟ୍ୟୁବ ପରି ସୋସିଆଲ ମିଡିଆ ଜରିଆରେ ଏ ସମ୍ପର୍କୀତ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି। ଜନଜାଗରଣ ଅଭିଯାନ ପାଇଁ ଫଟୋ ପ୍ରଦର୍ଶନ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ମଣ୍ଡପ ଓ ଷ୍ଟଲ ମଧ୍ୟ କରାଯାଉଛି। ଜନଜାଗରଣ କ୍ଷେତ୍ରରେ ଜନତାଙ୍କୁ ସାମିଲ କରିବା ପାଇଁ ଭୁବନ ଗଙ୍ଗା େୱବ ଆପ ଏବଂ ମୋବାଇଲ ଆପର ମଧ୍ୟ ଆରମ୍ଭ କରାଯାଇଛି।

 

ଗଙ୍ଗା ପୁନର୍ଜଜନ୍ମ ଚ୍ୟାଲେଜକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ୭ଟି ମନ୍ତ୍ରଣାଳୟ ଏକତ୍ର ହୋଇ ୨୦୧୪ ଜୁନ‌୍‍ରୁ ଏକ କ୍ରିୟାନୁଷ୍ଠାନ ଯୋଜନା ଆରମ୍ଭ କରିଛନ୍ତି। ଗଙ୍ଗାର ସୁରକ୍ଷା ଓ ପୁନର୍ଜୀବନ ନିମନ୍ତେ ଏନଏମସିଜି ଏବଂ ୧୧ଟି ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଏହା ବ୍ୟତୀତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ନ୍ୟାସନାଲ ରିମୋଟ ସେନସିଙ୍ଗ କେନ୍ଦ୍ର ସହ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

 

ଗଙ୍ଗା ନଦୀରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଁ ସ୍ୱଚ୍ଛତା ଅଭିଯାନ ନିମନ୍ତେ ନୀତି ପ୍ରଣୟନ ପାଇଁ ଉଚ୍ଚସ୍ତରୀୟ ପ୍ରାଧିକରଣ ଦ୍ୱାରା ନିରୀକ୍ଷଣ କରିବା, ଆବର୍ଜନା କମ କରିବା ତଥା ପରିବେଶ ଅନୁକୂଳ ଆବର୍ଜନା ନିଷ୍କାସନ ଏବଂ ବୈଦ୍ୟୁତିକ ଚୁଲା ସହାୟତାରେ ଶବଦାହ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଅଯାଉଛି। ଗ୍ରହଣ କରାଯାଇଥିବା ଏହି ସବୁ ପଦକ୍ଷେପ ଫଳରେ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବା ସହ ନଦୀର ପ୍ରବାହ ନିରନ୍ତର ହେବା ଦିଗରେ କିଛିଟା ପ୍ରଗତି ହାସଲ ହୋଇପାରିବ। ଗଙ୍ଗାର ସଂରକ୍ଷଣ ଓ ପୁନର୍ଜୀବନ କ୍ଷେତ୍ରରେ ଜନତାଙ୍କ ଭାଗୀଦାରୀ ସୁନିଶ୍ଚିତ କରିବା ରାଜ୍ୟ ଗଙ୍ଗା କମିଟି ଓ ଜିଲ୍ଲା ଗଙ୍ଗା କମିଟି ଗଠନ କରାଯାଇଛି। ଏହି ଯୋଜନାକୁ ପ୍ରଭାବଶାଳୀ ଦିଗରେ କାର୍ଯ୍ୟକାରୀ କରାଯାଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top