ନଡିଆ ଗଛ ଚଢ଼ା ପ୍ରଶିକ୍ଷଣ

News Story - Posted on 2017-06-03

ରାଜ୍ୟରେ ନଡ଼ିଆ ତୋଳାଳିଙ୍କ ଅଭାବ ଦେଖାଦେଇଅଛି। ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁଠି ଏହି ସମସ୍ୟା। ଫଳରେ ଚାଷୀଟିଏ ଗଛରେ ଫଳ ଥିଲେ ବି ଠିକ ସମୟରେ ତୋଳି ନପାରି ଆର୍ଥିକ କ୍ଷତି ତଥା ଅସୁବିଧାର ସମ୍ମୁଖୀନ ହେଉଛି। ଆଗପରି ଗଛରେ ଚଢ଼ି ନଡିଆ ତୋଳିବାରେ ଅଭ୍ୟସ୍ତ ଲୋକ ମିଳୁ ନାହାନ୍ତି। ଜୀବନ ପ୍ରତି ବିପଦ ଥିବାରୁ ଏହି ପେସା ନୂଆ ପିଢ଼ି ଆପଣାଉ ନାହାନ୍ତି।

 

ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଚାଷୀ ଓ ଚାଷର ହିତ ଲକ୍ଷ୍ୟରେ ନଡିଆ ଗଛ ଚଢ଼ା ପ୍ରଶିକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ତ ନାରୀକେଳ ଉନ୍ନୟନ ବୋର୍ଡ ପିତାପଲ୍ଲୀ ଖୋର୍ଦ୍ଧା ଏକ ଯୋଜନା ଗତ ୨୦୧୨ ମସିହାରୁ ଓଡ଼ିଶାରେ ଆରମ୍ଭ କରିଛନ୍ତି। ଏ ଯାବତ ୧୦୪୩ ଜଣ ବେରୋଜଗାର ଯୁବକ ଯୁବତୀ ଏହି ଯୋଜନାରେ ଅଂଶଗ୍ରହଣ କରିଛନ୍ତି। କିଛି ଚାଷୀ ଏହାକୁ ସାମୟିକ ପେସା ଭାବେ ଗ୍ରହଣ କରି ମାସିକ ଟ ୪୦୦୦/-ରୁ ଟ ୮୦୦୦/- ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ଏହା ଦ୍ୱାରା ରାଜ୍ୟରେ ନଡିଆ ତୋଳାଳିଙ୍କ ସମସ୍ୟା କିଛି ପରିମାଣରେ ଦୂର ହୋଇଛି।

 

ଏହି ପ୍ରଶିକ୍ଷଣ ୬ ଦିନିଆ ଆବାସିକ ଯୋଜନାର ଅନ୍ତର୍ଭୁକ୍ତ ଅଟେ। ୧୮ରୁ ୪୦ ବର୍ଷ ବୟସ୍କ ବେରୋଜଗାର ଯୁବକଯୁବତୀମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ।

 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଡିଆ ଗଛ ଚଢ଼ିବା ପାଇଁ ଯୁବକ ଯୁବତୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରୁଅଛି। ଏହି ଯୋଜନାରେ ଆଧୁନିକ ଜ୍ଞାନକୌଶଳ ପଦ୍ଧତିରେ ନଡିଆ ଚାଷ, ଯୋଗଶିକ୍ଷା, କମ୍ୟୁନିକେସନ ଦକ୍ଷତା, ବ୍ୟାଙ୍କିଙ୍ଗ‌୍‍ କ୍ଲାସର ସୁବିଧା ତଥା ମାଗଣାରେ ରହିବା, ଖାଇବାର ବ୍ୟବସ୍ଥା ରହିଛି। ଏଥିସହ ପ୍ରଶିକ୍ଷଣ ନେଉଥିବା ପ୍ରାର୍ଥୀଙ୍କ ପାଇଁ ଏକ ନଡିଆ ଗଛ ଚଢ଼ା ଯନ୍ତ୍ର ଯାହାର ମୂଲ୍ୟ ଟ. ୩୨୦୦ ଟଙ୍କା ଏବଂ ଏକ ବର୍ଷ ପାଇଁ ୨ ଲକ୍ଷ ଟଙ୍କାର ଜୀବନବୀମା ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଉଅଛି।

 

ଯୋଗ୍ୟ ଇଚ୍ଛୁକ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ସେମାନଙ୍କ ନାମ, ଗ୍ରାମ, ବୟସ ଓ ଠିକଣା ଅନୁଷ୍ଠାନର ଇ-ମେଲ ଅଥବା ଦେଇ ହଟିକଲଚର ଅଫିସରଙ୍କ ମାଧ୍ୟମରେ ପଂଜୀକରଣ କରିପାରିବେ।

ଏହି କାର୍ଯ୍ୟକ୍ରମରେ ନଡ଼ିଆ ଉତ୍ପାଦନକାରୀ ସଂସ୍ଥାର ସଭ୍ୟମାନେ ସିଧାସଳଖ ଭାବେ ସିଡିବି ମେଲରେ ପଂଜୀକରଣ କରିପାରିବେ।   


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top