ଶିକ୍ଷାର ମାନ ସୁନିଶ୍ଚିତ କରିବା

News Story - Posted on 2017-05-26

ଘନଶ୍ୟାମ ଗୋଏଲ

 

ସ୍କୁଲ ଶିକ୍ଷାକୁ ରୋଜଗାରକ୍ଷମ ଏବଂ ଗୁଣବତ୍ତାପୂର୍ଣ୍ଣ କରିବା ଲକ୍ଷ୍ୟରେ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ଆର୍ଥିକ କ୍ଷେତ୍ର ଏବଂ ବିଶ୍ୱ ବଜାର ପାଇଁ ଯୁବବର୍ଗଙ୍କୁ ଶିକ୍ଷିତ, ରୋଜଗାରକ୍ଷମ ଏବଂ ପ୍ରତିଯୋଗୀତାମୂଳକ କରିବା ପାଇଁ କେନ୍ଦ୍ର ପ୍ରାୟୋଜିତ ଜାତୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ( ଆରଏମ‌୍‍ଏସ‌୍‍ଏ) ଯୋଜନା ଅନୁଯାୟୀ ମାଧ୍ୟମିକ ଉଚ୍ଚ ମାଧ୍ୟମିକ ଶିକ୍ଷାର ବ୍ୟବସାୟିକ ହ୍ରାସ ପାଇଁ ଉଦ୍ୟମ କରୁଛି। ଏହା ଦ୍ୱାରା ଶିକ୍ଷିତ ଓ ରୋଜଗାରକ୍ଷମ ଯୁବବର୍ଗଙ୍କ ମଧ୍ୟରେ ତାରତମ୍ୟ ହ୍ରାସ ଏବଂ ମାଧ୍ୟମିକ ସ୍ତରରେ ଅଧାରୁ ପାଠପଢା ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ଏବଂ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଚାପ  ହ୍ରାସ ପାଇଁ ଦୃଷ୍ଟି ଦିଆଯାଉଛି। ଏହି ଯୋଜନାରେ ନବମ ଓ ଦ୍ୱାଦଶ ଶ୍ରେଣୀ  ପଯ୍ର୍ୟନ୍ତ ଖୁଚୁରା ବ୍ୟବସାୟ, ଅଟୋମୋବାଇଲ, କୃଷି, ଟେଲିଯୋଗଯୋଗ, ସ୍ୱାସ୍ଥ୍ୟଯତ୍ନ, ବିୟୁଟି ଏବଂ େୱଲନେସ, ଆଇଟି, ଇଲେକଟ୍ରୋନିକ୍ସ, ସୁରକ୍ଷା, ମିଡିଆ ଓ ମନୋରଂଜନ ଆଦି ରୋଜଗାରକ୍ଷମ  ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

 

ରାଷ୍ଟ୍ରୀୟ ବ୍ୟବସାୟିକ ପ୍ରଶିକ୍ଷଣ ପରିଷଦ (ଏନସିଭିଟି)ସହ ସଂଶ୍ଳିଷ୍ଟ  ଶିଳ୍ପ ପ୍ରଶିକ୍ଷଣ ସଂସ୍ଥାନ ( ଆଇଟିଆଇ) ଛାତ୍ରମାନଙ୍କ ଶୈକ୍ଷିକ ସମାନତା ପ୍ରଦାନ ପାଇଁ ଜୁଲାଇ ୧୫, ୨୦୧୬ରେ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର ସ୍ୱାୟତ ସଂଗଠନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓପନ ସ୍କୁଲିଂ (ଏନ‌୍‍ ଆଇଓଏସ‌୍‍) କୌଶଳ ବିକାଶ ଓ ଓୗଦ୍ୟୋଗିକ ମନ୍ତ୍ରଣାଳୟର ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ ସହ ବୁଝାମଣାପତ୍ର (ଏମ‌୍‍ଓୟୁ) ସ୍ୱାକ୍ଷର କରାଯାଇଛି। ଫଳରେ ଅଷ୍ଟମ ଓ ଦଶମ ଶ୍ରେଣୀ ପରେ ଦୁଇ ବର୍ଷ ଆଇଟିଆଇ ପାଠ୍ୟକ୍ରମ କରିଥିବା ଆଇଟିଆଇ ଛାତ୍ର ପାସଆଉଟ ପାଇଁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇଛି।

 

ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଛାତ୍ରମାନଙ୍କ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ଆରଏମଏସ‌୍‍ଏ ଅନ୍ତର୍ଗତ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ଦିଆଯାଉଛି। ସେଥିରେ  ନିମ୍ନଲିଖିତ ବିଷୟ ରହିଛି।

 

୧. ଛାତ୍ର-ଶିକ୍ଷକ ଅନୁପାତରେ ସୁଧାର ଆଣିବା ନିମନ୍ତେ ଅତିରିକ୍ତ ଶିକ୍ଷକ ନିୟୋଜନ।

 

୨.  ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ ପାଇଁ ନେତୃତ୍ୱ ପ୍ରଶିକ୍ଷଣ ସହ ଇଣ୍ଡିକେସନ ଓ ଇନସର୍ଭିସ  ଟ୍ରେନିଂ। 

 

୩. ଗଣିତ ଓ ବିଜ୍ଞାନ କିଟ‌୍‍ ଯୋଗାଣ

 

୪. ସ୍କୁଲରେ ଆଇସିଟି ସୁବିଧା

 

୫. ପରୀକ୍ଷାଗାର ଯନ୍ତ୍ରାଂଶର ଉପଲବ୍ଧ

 

୬. ସ୍ୱତନ୍ତ୍ର ପ୍ରଶିକ୍ଷଣର ବ୍ୟବସ୍ଥା

 

ସର୍ବଶିକ୍ଷା ଅଭିଯାନ (ଏସ‌୍‍ଏସ‌୍‍ଏ ) ଅନୁଯାୟୀ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଶାସନ ଅନ୍ତର୍ଗତ ଶିକ୍ଷକମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରେ ନିୟମିତ ଇନ-ସର୍ଭିସ ଶିକ୍ଷକ, ପ୍ରଶିକ୍ଷଣ, ନୂତନ ନିଯୁକ୍ତି ଶିକ୍ଷକଙ୍କ ପାଇଁ ଇଣ୍ଡକ୍ସନ ତାଲିମ, ବ୍ୟବସାୟିକ ଯୋଗ୍ୟତା ହାସଲ ନିମନ୍ତେ ଅଣ ପ୍ରଶିକ୍ଷିତ ଶିକ୍ଷକଙ୍କୁ ପ୍ରଶିକ୍ଷଣ, ଛାତ୍ର ଶିକ୍ଷକ ଅନୁପାତରେ ଉନ୍ନତି ପାଇଁ ଅତିରିକ୍ତ ଶିକ୍ଷକ ବ୍ଲକ ଓ କ୍ଲଷ୍ଟର ସମ୍ୱଳ କେନ୍ଦ୍ର ଜରିଆରେ ଶିକ୍ଷକଙ୍କ ପାଇଁ ଶୈକ୍ଷିକ ସହାୟତା,  ଛାତ୍ରଛାତ୍ରୀଙ୍କ ଦକ୍ଷତା ମାପିବା ନିମନ୍ତେ ଶିକ୍ଷକଙ୍କ ସକ୍ଷମ କରିବା ପାଇଁ ଲଗାତର ଓ ବ୍ୟାପକ ମୂଲ୍ୟାଙ୍କନ ଓ ଆବଶ୍ୟକ ଅନୁଯାୟୀ ସୁଧାର ଏବଂ ଉଚିତ ଶିଖିବା ଏବଂ ଶିଖେଇବା ସାମଗ୍ରୀ ବିକଶିତ କରିବା ନିମନ୍ତେ ଶିକ୍ଷକ ଓ ବିଦ୍ୟାଳୟ ପାଇଁ ଅନୁଦାନ ପରି ବ୍ୟବସ୍ଥା ସାମିଲ କରାଯାଇଛି। ପିଲାଙ୍କ ପାଇଁ ମାଗଣା ଓ ଅନିବାର୍ଯ୍ୟ ଶିକ୍ଷା  ଅଧିକାର ଅଧିନିୟମ (ଆରଟିଇ) ୨୦୦୯ରେ ଶିକ୍ଷକଙ୍କ ବୈଧାନିକ କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରାଯାଇଛି। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ସର୍ବ ଶିକ୍ଷା ଅଭିଯାନ ଅନୁଯାୟୀ ସବୁ ସରକାରୀ/ ସ୍ୱାୟତ୍ତ ଶାସନ ଅନ୍ତର୍ଗତ ସ୍କୁଲ, ସବୁ ସରକାରୀ ସହାୟତାପ୍ରାପ୍ତ ସ୍କୁଲ ମାଦ୍ରାସାଗୁଡିକୁ ପ୍ରାଥମିକ ସ୍ତରରେ ପ୍ରତି ପିଲାଙ୍କ ୧୫୦ ଟଙ୍କା ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୨୫୦ ବିନା ମୂଲ୍ୟରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉଛି। ସର୍ବଶିକ୍ଷା ଅଭିଯାନ ଅନୁଯାୟୀ ବଂଚିତ ବର୍ଗର ପିଲା ଅର୍ଥାତ‌୍‍ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କୁ ୪୦୦ ଟଙ୍କାର ଦୁଇ ଯୋଡା ୟୁନିଫର୍ମ  ମଧ୍ୟ ଯୋଗାଇ ଦିଆଯାଉଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢେ ଭାରତ, ବଢେ ଭାରତ (ପିବିବିବି) ନାମକ କାର୍ଯ୍ୟକ୍ରମ ଜରିଆରେ ପଢିବା ଲେଖିବା ଏବଂ ପ୍ରାରମ୍ଭିକ ଗଣିତ କାର୍ଯ୍ୟକ୍ରମ ପାଇଁ ମଧ୍ୟ ରାଜ୍ୟ କେନ୍ଦ୍ରଶାସିତାଂଚଳକୁ ସହାୟତା ଯୋଗାଇ ଦିଆଯାଉଛି। 

 

ଏହା ଛଡା ସର୍ବ ଶିକ୍ଷା ଅଭିଯାନ ଏବଂ ଆରଏମ‌୍‍ଏସ‌୍‍ ଏ ଅନୁଯାୟୀ ୨୦୧୫ ମସିହା ଜୁଲାଇ ୯ ତାରିଖଠାରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ (ଆରଏସ‌୍‍)ର ଶୁଭାରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ଶ୍ରେଣୀ ଭିତରେ ଓ ବାହାରେ ୬ ରୁ ୧୮ ବର୍ଷ ବୟସର ପିଲାଙ୍କୁ ମଡେଲ ନିର୍ମାଣ  ଜରିଆରେ ବିଜ୍ଞାନ, ଗଣିତ ଓ ବୈଷୟିକ କ୍ଷେତ୍ରରେ ଅବଲୋକନ, ନିଷ୍କର୍ଷ ବାହାର କରିବା ବ୍ୟବସ୍ଥା କରାଯାଇଛି।

 

ସ୍କୁଲ ଶିକ୍ଷାର ମାନବୃଦ୍ଧି ସାଂଗକୁ ନିଜ ପ୍ରଦର୍ଶନର ମୂଲ୍ୟାଙ୍କନ ପାଇଁ  ଜାତୀୟ ବିଶ୍ୱବିଦ୍ୟାଳୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ (ଏନ‌୍‍ୟୁଇପିଏ) ଅନୁଯାୟୀ ଶାଳାସିଦ୍ଧି ନାମକ  ମାନଦଣ୍ଡ ଓ ମୂଲ୍ୟାଙ୍କ ଢାଂଚା ବିକଶିତ କରାଯାଇଛି।

 

ଶିକ୍ଷା ଓ ଗୁଣବତ୍ତାରେ ସୁଧାର ନିମନ୍ତେ ଜାତୀୟ ଶୈକ୍ଷିକ ଅନୁସଂଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ‌୍‍ସିଇଆରଟି) ବିଭିନ୍ନ ସମୟରେ ତୃତୀୟ, ପଂଚମ, ଅଷ୍ଟମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀମାନଙ୍କୁ  ସଫଳତା ଓ ଉପଲବ୍ଧର ମୂଲ୍ୟାଙ୍କନ କରୁଛି। ଏଯାବତ‌୍‍ ଜାତୀୟ ଉପଲବ୍ଧ ସର୍ବେକ୍ଷଣ (ଏନ‌୍‍ଏଏସ‌୍‍)  ପକ୍ଷରୁ ତୃତୀୟ, ଚତୁର୍ଥ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ତିନି ପର୍ଯ୍ୟାୟ କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରଥମରୁ ପଂଚମ ପର୍ଯ୍ୟାୟ ପର୍ଯ୍ୟନ୍ତ ଚିହ୍ନଟ ବିଷୟଗୁଡିକରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି। ଚଳିତ ବର୍ଷଠାରୁ ସମସ୍ତ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଯ୍ର୍ୟନ୍ତ ସବୁ ଛାତ୍ର ଛାତ୍ରୀଙ୍କର ବାର୍ଷିକ ଜାତୀୟ ଉପଲବ୍ଧ ସର୍ବେକ୍ଷଣ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି। ପ୍ରାରମ୍ଭିକ ପଯ୍ର୍ୟାୟରେ ସବୁ ଶ୍ରେଣୀରେ ସବୁ ବିଷୟ ପାଇଁ ଏନ‌୍‍ସିଇଆଇଟି ଦ୍ୱାରା ବିକଶିତ ଶିକ୍ଷା ବ୍ୟବସ୍ଥା ଅନୁଯାୟୀ ଶିଖିବାର କ୍ଷମତାର ମୂଲ୍ୟାଙ୍କନ କରାଯିବ।

 

 (ଲେଖକ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟରେ ମହା ନିର୍ଦ୍ଦେଶକ (ମିଡିଆ ଓ ସଂଚାର) ପଦରେ କାର୍ଯ୍ୟରତ।) 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top