ବ୍ଲକରେ ମିଳିବ ଜନ ଔଷଧି!

News Story - Posted on 2017-05-13

ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମବିଜେପି) ସମସ୍ତଙ୍କ ପାଇଁ ଉତମ ଗୁଣବତ୍ତା ଏବଂ କମ ଦରରେ ଔଷଧ ପ୍ରଦାନ କରି ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଛି ବୋଲି କେନ୍ଦ୍ର ସାର ଓ ରସାୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି। ଗଣମାଧ୍ୟମକୁ ସମ୍ୱୋଧନ କରି ସେ କହିଥିଲେ ଯେ, ବର୍ତମାନ ଭାରତ ଫାମାର୍ସୀ ଏବଂ ଫାମାର୍କ୍ଷେତ୍ର ୨୦ ରୁ ୨୧ ପ୍ରତିଶତ ହାରରେ ବୃଦ୍ଧି ପାଉଛି। ଭାରତରୁ ଉତ୍ତମ ଗୁଣବତ୍ତା ଥିବା ଜେନେରିକ ଔଷଧ ୨୧୫ଟି ଦେଶକୁ ରପ୍ତାନୀ ହେଉଛି। ସେ କହିଥିଲେ ଯେ, ସମସ୍ତଙ୍କ ପାଇଁ ଶସ୍ତା, ଉତ୍ତମ ଗୁଣବତ୍ତା ଥିବା ଔଷଧ ଉପଲବ୍ଧ କରାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ରହିଛି ଯାହା ଜନ ଔଷଧୀ ପରିଯୋଜନା ଜରିଆରେ ପୂରଣ କରାଯାଇପାରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟ ଭବିଷ୍ୟତରେ ଦେଶର ପ୍ରତ୍ୟେକ ବ୍ଲକରେ ଶସ୍ତା ଦରରେ ଔଷଧ ଉପଲବ୍ଧ କରାଇବା ପାଇଁ ସରକାର ଯୋଜନା କରିଛନ୍ତି।

 

 

ଶ୍ର୍ରୀ କୁମାର କହିଥିଲେ ଯେ, ଦେଶର ୩୦ ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୪୨୬ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୩୨୦ଟି ପିଏମବିଜେପି କେନ୍ଦ୍ର କାର୍ଯ୍ୟ କରୁଛି । ୨୦୦୮ ଏବଂ ୨୦୧୪ ମଧ୍ୟରେ କେବଳ ୮୦ଟି କେନ୍ଦ୍ର ଖୋଲାଯାଇଥିଲା । ପ୍ରାରମ୍ଭରେ ୩ କୋଟି ଟଙ୍କାର କାରବାର ହୋଇଥିଲା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ୬୦ କୋଟି ଟଙ୍କାର କାରବାର ହୋଇଥିଲା।

ମନ୍ତ୍ରୀ କହିଥିଲେ ଯେ, ପିଏମବିଜେକେ ଖୋଲିବା ପାଇଁ କେନ୍ଦ୍ର ସରକାର ୧୯ଟି ରାଜ୍ୟ ସରକାର ଏବଂ ଅନ୍ୟ ସଂସ୍ଥା/ ଏନଜିଓମାନଙ୍କ ସହିତ ବୁଝାମଣାପତ୍ର ହସ୍ତାକ୍ଷର କରିଛନ୍ତି। ୩୨,୨୨୫ଟି ଆବେଦନ ପତ୍ର ପ୍ରାପ୍ତ କରାଯାଇଛି ଯାହା ମଧ୍ୟରୁ ୩୦,୩୦୦ ଆବେଦନ ପତ୍ର ନିୟାମାନୁସାରେ ମଂଜୁର କରାଯାଇଛି। ଏହା ଜରିଆରେ ବହୁ ବେରୋଜଗାର ଯୁବକମାନଙ୍କୁ ସ୍ୱ-ରୋଜଗାର ଉପଲବ୍ଧ କରାଇବା କ୍ଷେତ୍ରରେ ଭରପୂର ସୁଯୋଗ ପ୍ରଦାନ କରିବ।

 

ଔଷଧର ମୂଲ୍ୟରେ ବାସ୍ତବିକ ହ୍ରାସ ବିଷୟରେ ମନ୍ତ୍ରୀ କହିଥିଲେ ଯେ, ପିଏମବିଜିକେ ଅଧୀନରେ ଜେନେରିକ ଔଷଧର ଦର ଖୋଲା ବଜାରରେ ଉପଲବ୍ଧ ବ୍ରାଣ୍ଡେଡ ଔଷଧ ତୁଳନାରେ ୫୦ରୁ ୯୦ ପ୍ରତିଶତ କମ ରହିଛି। ଉଦାହରଣ ସ୍ୱରୁପ ଆମଲୋଡିପାଇନ ୫ ମିଲିଗ୍ରାମର ୧୦ଟି ବଟିକାର ଦର ୩.୨୫ ପଇସା ଜନ ଔଷଧିରେ ଥିବାବେଳେ ଖୋଲା ବଜାରରେ ବ୍ରାଣ୍ଡେଡ ଔଷଧ ପାଇଁ ଏହାର ଦର ୨୦ ଟଙ୍କା ରହିଛି। ଏହାବ୍ୟତୀତ ପିଏମବିଜିକେ ଅଧିନରେ ୬୦୦ ରୁ ଅଧିକ ଔଷଧ ଏବଂ ୧୫୪ ସର୍ଜିକାଲ ଏବଂ ବ୍ୟବହାର ଯୋଗ୍ୟ ଚିକିତ୍ସା ସମ୍ୱନ୍ଧୀତ ସାମଗ୍ରୀ ଶ୍ରେଣୀର। ଯାହା ମଧ୍ୟରେ ଆଂଟି-ଇନଫେକଟିଭ, ଆଂଟି-ଡାଇବେଟିକ୍ସ, କାର୍ଡିଓଭାସକୁଲାର, ଆଂଟି-କ୍ୟାନସର, ଗ୍ୟାସ୍ଟ୍ରୋ-ଇନ୍ଟେଷ୍ଟିନାଲ ମେଡିସିନ ଆଦି ରହିଛି।

 

ଗୁଣବତ୍ତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ମନ୍ତ୍ରୀ କହିଥିଲେ ଯେ, ପିଏମବିଜିକେରେ ପ୍ରଦାନ କରାଯାଉଥିବା ପ୍ରତ୍ୟେକ ବ୍ୟାଚ ଔଷଧର ଗୁଣବତ୍ତା ପରୀକ୍ଷା ରାଷ୍ଟ୍ରୀୟ ଆକ୍ରିଡେସନ ବୋର୍ଡଲାବ୍ରୋଟାରୀ (ଏନଏବିଏଲ) ଏବଂ ଡବ୍ଲଏଚଓ ଜିଏମପି (ଉତ୍ତମ ବିନିମାର୍ଣ ପ୍ରଥା) ଦ୍ୱାରା ପରୀକ୍ଷା କରାଯାଉଛି। ଭାରତରେ ମୋଟ ୧୦ ହଜାର ଫାମାର୍ସ୍ୟୁଟିକାଲ କଂପାନୀ ମଧ୍ୟରୁ ୧୪୦୦ ଡବ୍ଲୁଏଚଓ ପିଏମପି ଅନୁରୂପ ଏବଂ ପିଏମବିଜେପି ଅଧୀନରେ ଡ୍ରଗ୍ସ କେବଳ ୧୪୦୦ କଂପାନୀଗୁଡିକରୁ କ୍ରୟ କରାଯାଇଥାଏ।

 

ଡାକ୍ତରମାନଙ୍କ ଦ୍ୱାରା ଜେନେରିକ ଔଷଧ ଉପରେ ପ୍ରେସକ୍ରିପ୍ସନ ଲେଖିବାନେଇ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ମନ୍ତ୍ରଣାଳୟର ନିରନ୍ତର ପ୍ରଚେଷ୍ଟା ଯୋଗୁ ଭାରତୀୟ ଚିକିତ୍ସା ପରିଷଦ (ଏମସିଆଇ) ନିକଟରେ, ମେଡିକାଲ କଲେଜ ଓ ହସ୍ପିଟାଲ ତଥା ଦେଶର ସମସ୍ତ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଜାରୀ କରି ବ୍ରାଣ୍ଡେଡ ଔଷଧ ସହ ଜେନେରିକ ଔଷଧ ଲେଖିବାକୁ ବାଧ୍ୟତାମୂଳକ କରିଛି। ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି କଠୋର ଅନୁଶାସନାତ୍ମକ ଦଣ୍ଡ ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମସ୍ତ ବ୍ରାଣ୍ଡେଡ ଔଷଧ, ଆମଦାନୀ ହୋଇଥିବା କିମ୍ୱା ଘରୋଇ ଭାବେ ନିର୍ମିତ ହୋଇଥିବା ଔଷଧ ପ୍ୟାକେଟ କଲାବେଳେ ତାହା ଉପରେ ବଡ ଅକ୍ଷରରେ ଜେନେରିକ ନାମ ଲେଖିବା ବାଧ୍ୟତାମୂଳକ।

 

ଦେଶରେ ପିଏମବିଜେକେର ଆଗାମୀ ଭବିଷ୍ୟତ ବିଷୟରେ ନିଆଯାଉଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ କୁମାର କହିଥିଲେ ଯେ, ରେଳ ମନ୍ତ୍ରଣାଳୟ ଦ୍ୱାରା ସାର ଓ ରସାୟନ ମନ୍ତ୍ରଣାଳୟ ମିଳିତଭାବେ ଦେଶର ୧ ହଜାରରୁ ଅଧିକ ରେଳ ଷ୍ଟେସନରେ ଜନ ଔଷଧି କେନ୍ଦ୍ର ଖୋଲିବାର ଯୋଜନା କରିଛି। ଦେଶର ସମସ୍ତ ଆର୍ଥିକ ଅନଗ୍ରସର ଏବଂ କମ ସୁବିଧା ସୁଯୋଗ ପାଉଥିବା ଲୋକମାନଙ୍କୁ କମ ଦରରେ ଔଷଧ ଯୋଗାଇଦେବା ପାଇଁ ଜିଲା ମୁଖ୍ୟାଳୟ, ତହସିଲ/ ବ୍ଲକ ସ୍ତରରେ, ବସଷ୍ଟାଣ୍ଡ ଆଦି ସ୍ଥାନରେ ପିଏମବିଜେକେ କେନ୍ଦ୍ର ଖୋଲିବା ପାଇଁ ରାସାୟନିକ ଏବଂ ଉର୍ବରକ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top