ବଦଳୁଛି ଭାରତର ଅର୍ଥ ବ୍ୟବସ୍ଥା

News Story - Posted on 2017-05-08

ଜି. ଶ୍ରୀନିବାସନ‌୍‍

 

ଏକ ଦଶନ୍ଧି ପରେ ଏନ‌୍‍ଡିଏ ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ଆଜି ଏକ ଅନୁକରଣୀୟ ପ୍ରସଂଗ ହୋଇଛି। କୌଣସି ପ୍ରଚାର ବିନା କିପରି ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିହେବ ତାହା ଦେଖାଇ ପାରିଛି। ଇତି ମଧ୍ୟରେ ସରକାର ତାଙ୍କର ତିନିବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ଏହି ସମୟ ମଧ୍ୟରେ ବେନାମୀ ଦେଣନେଣ (ନିଷେଧ) ସଂଶୋଧନ ଆଇନ ୨୦୧୬, ରିୟଲ ଇଷ୍ଟେଟ‌୍‍ ସେକ୍ଟର ଏବଂ ଗତ ନଭେମ୍ୱର ମାସରେ କଳାଧନ ଠୁଳକାରୀଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁନାନ ସ୍ୱରୂପ ପାଂଚଶହ ଏବଂ ଏକହଜାର ଟଙ୍କିଆ ନୋଟକୁ ଅଚଳ କରି ବିମୁଦ୍ରୀକରଣ ଜରିଆରେ ବ୍ୟାଙ୍କିଂ ଓ କର୍ପୋରେଟ କ୍ଷେତ୍ରରେ ବଡ ଧରଣର ଅର୍ଥନୈତିକ ସଂସ୍କାର ଆଣିବାରେ ସକ୍ଷମ ହୋଇ ପାରିଛନ୍ତି। ବିଶ୍ୱରେ ଭାରତ ସବୁଠୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଅର୍ଥ ବ୍ୟବସ୍ଥାର ଦେଶ ପାଲଟିଛି। ସାମୟିକ ଅନୁମାନରୁ ଜଣାଯାଇଛି ଯେ, ୨୦୧୫-୧୬ରେ ମୋଟ ଘରୋଇ ଉତ୍ପାଦନରେ ୭.୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୧୪-୧୫ରେ ଏହା ୭.୨ ପ୍ରତିଶତ ଥିଲା।

 

ଏହି ପରିପ୍ରେକ୍ଷୀରେ ୨୦୧୬-୧୭ର ଜିଡିପି ଅଭିବୃଦ୍ଧିରେ ଦ୍ୱିତୀୟ ଅଗ୍ରୀମ ଆକଳନକୁ ୭.୧ ପ୍ରତିଶତରେ ରଖାଯାଇଛି। ରିୟଲ ସେକ୍ଟର ଗତିବିଧି ସଂପର୍କିତ ମାମଲାରେ କିଛି ବିସ୍ଥାପନ ହୋଇପାରେ। କିନ୍ତୁ ମୁଦ୍ରା ସୁଧାର ପଦକ୍ଷେପ  ଦ୍ୱାରା ଭାରତୀୟ ଅର୍ଥ ବ୍ୟବସ୍ଥାରେ କମ‌୍‍ ନଗଦ ବିହୀନ ପ୍ରଣାଳୀ, କର ଅନୁପାଳନ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ନକଲି ନୋଟର କାରବାର ହ୍ରାସ କରିବା ଆଦି ପଦକ୍ଷେପ ଦ୍ୱାରା ବେଶ‌୍‍ ସଫଳତା ମିଳିପାରିଛି। ସରକାର ପ୍ରଥମ ଦୁଇ ବର୍ଷ ମରୁଡି କାରଣରୁ କୃଷି କ୍ଷେତ୍ରରେ ଗମ୍ଭୀର ସଂକଟର ସମ୍ମୁଖୀନ ହୋଇଥିଲେ।  ଏହି କାରଣରୁ ଗ୍ରାମୀଣ ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି। ପ୍ରଥମ ଦୁଇ ବର୍ଷରେ ଦୁର୍ବଳ କୃଷି ବିକାଶ ଏବଂ କ୍ରମାଗତ ତୃତୀୟ ବର୍ଷରେ ଶିଳ୍ପ କ୍ଷେତ୍ରରେ ଉତ୍ସାହହୀନ ଅଭିବୃଦ୍ଧି ଦ୍ୱାରା ମଧ୍ୟ ଅର୍ଥ ବ୍ୟବସ୍ଥାର ସାମଗ୍ରୀକ ବିକାଶ ଗତି ହ୍ରାସ ହୋଇନାହିଁ ବରଂ ଏହା ଏବେ ସେବା କ୍ଷେତ୍ର ଦ୍ୱାରା ସଂଚାଳିତ ୬୦ ପ୍ରତିଶତ ଅଧିକ ହୋଇପାରିଛି।

 

ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କଗୁଡିକର ବିଶ୍ୱ ବିପଦ ମାନଦଣ୍ଡ ଅନୁରୂପ ପୁଂଜି ଆବଶ୍ୟକତା ପୂରଣ କରିବା ଏବଂ କ୍ରେଡିଟ‌୍‍ ବୃଦ୍ଧିରେ ଅଭିବୃଦ୍ଧି ପାଇଁ ଏହି ସବୁ ବ୍ୟାଙ୍କରେ ସରକାର ପୁଂଜି ବିନିଯୋଗ କରିଛନ୍ତି। ଚାଷୀଙ୍କୁ ଖର୍ଚ୍ଚ ଭିତିକ ଋଣ ପ୍ରଦାନ ଏବଂ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ପାଇଁ ଋଣ ବୃଦ୍ଧି ସହିତ ଗରୀବଙ୍କୁ ଆବାସ ଋଣ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏବେ ନିକଟରେ ଘୋଷଣା କରାଯାଇଥିବା ଅର୍ଥ ବ୍ୟବସ୍ଥାରେ ଗରୀବଙ୍କୁ ସଂସ୍ଥାଗତ ଋଣ ପରିସରର ବିସ୍ତାର କରାଯାଇଛି। ଏଥି ସହ ଉତ୍ପାଦନ ଗତିବିଧି ପାଇଁ  ଲଘୁ ଉଦ୍ୟୋଗଗୁଡିକ ନିମନ୍ତେ ସଂରକ୍ଷିତ ମାଇକ୍ରୋ କ୍ରେଡିଟ‌୍‍ ସୁବିଧା ପାଇଁ ମାଇକ୍ରୋ ୟୁ‌୍‍ନିଟସ‌୍‍ ଡେଭଲପ‌୍‍ମେଂଟ ଆଣ୍ଡ‌୍‍ ରିଫାଇନ‌୍‍ନ୍ସ ଏଜେନ୍ସି ବା ମୁଦ୍ରାକୁ ସକ୍ରିୟ କରାଯାଇଛି। ଲୋକଙ୍କ ପାଇଁ ‘ଆଧାର’ ଦ୍ୱାରା ବାୟୋମେଟ୍ରିକ ଆଧାରିତ ସ୍ୱତନ୍ତ୍ର ପରିଚୟ ପ୍ରଣାଳୀ ଓ ଡିଜିଟାଲ ଦେଣନେଣକୁ ଅଧିକ ବ୍ୟାପକ କରିବା ପାଇଁ ମେସିନ ଯୋଗାଣ କାର୍ଯ୍ୟ ସରକାରଙ୍କ ପ୍ରୟାସକୁ ଅଧିକ ଗତିଶୀଳ କରିପାରିଛି।

 

ଏହି ବର୍ଷଗୁଡିକରେ ପ୍ରତ୍ୟେକ ବିଦେଶୀ ନିବେଶ (ଏଫଡିଆଇ ) ନୀତିକୁ  ବ୍ୟାପକ ଭାବେ ଉଦାର କରାଯିବା କାରଣରୁ ନିଯୁକ୍ତି ଓ ଚାକିରୀ କ୍ଷେତ୍ରରେ ଅଧିକ ସୁବିଧା ସୃଷ୍ଟି ହୋଇ ପାରିଛି। ଗୋଟିଏ ନକରାତ୍ମକ ଛୋଟ ତାଲିକାକୁ ବାଦ‌୍‍ ଦେଲେ ଅଧିକାଂଶ କ୍ଷେତ୍ରରେ ଏବେ ସ୍ୱୟଂଚାଳିତ ସ୍ୱୀକୃତି ମାର୍ଗ ଗ୍ରହଣ କରି ନିଆଯାଇଛି। ଏଫଡିଆଇ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତ ଅଧୁନା ସଂପୂର୍ଣ୍ଣ ମୁକ୍ତ ଅର୍ଥ ବ୍ୟବସ୍ଥା ପାଲଟି ଯାଇଛି। ୨୦୧୬-୧୭ ବର୍ଷରେ ଏପ୍ରିଲରୁ ଡିସେମ୍ୱର ମଧ୍ୟରେ ମୋଟ ଏଫଡିଆଇ ପ୍ରବାହ ବୃଦ୍ଧି ପାଇ ୩୧.୧୮ ଶହ କୋଟି ଆମେରିକୀୟ ଡଲାର ହୋଇପାରିଛି। ଗତବର୍ଷ ଏହି ସମୟ ମଧ୍ୟରେ ଏହା ୨୭-୨୨ ଶହ କୋଟି ଆମେରିକୀୟ ଡଲାର ଥିଲା। ଆର୍ଥିକ ମୂଳ ସିଦ୍ଧାନ୍ତରେ ବୃଦ୍ଧି ପାଉଥିବା ଶକ୍ତି ନିବେଶଙ୍କ ପାଇଁ ଭାରତ ଏକ ପ୍ରିୟ ଗନ୍ତବ୍ୟସ୍ଥଳ ପାଲଟିଯାଇଛି।

 

୨୦୧୭ ମାର୍ଚ୍ଚ ୨୪ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୩୬୭.୯୩ ଶହକୋଟି ଆମେରିକୀୟ ଡଲାର ଥିଲା। ୨୦୧୪-୧୫ ଏବଂ ୨୦୧୫-୧୬ ବର୍ଷରେ କରେଂଟ ଆକାଉଂଟ ଡେଫିସିଟ (ସିଏଡି) ଯଥାକ୍ରମେ ୧.୩ ପ୍ରତିଶତ ଓ ୧.୧ ପ୍ରତିଶତ ରହିବା ଯୁକ୍ତାତ୍ମକ ବିନ୍ଦୁ।

 

ଅର୍ଥ ବ୍ୟବସ୍ଥାରେ କୌଣସି ସାଲିସ ବିନା ସାର୍ବଜନୀନ ପୁଂଜି ନିବେଶର ଆବଶ୍ୟକତା ଓ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଯୋଗୁଁ ମୋଟ ଆର୍ଥିକ ନିଅଂଟ (ଜିଏଫଡି) ୨୦୧୬-୧୭ ବର୍ଷରେ ୩.୫ ପ୍ରତିଶତ ରହିଛି। ୨୦୧୭-୧୮ ବର୍ଷ  ପାଇଁ  ଏହା ୩.୨ ପ୍ରତିଶତ  ହେବା ଆଶା କରାଯାଉଛି। ଏଥି ସହ ଆଗାମୀ ବର୍ଷ ଏହାକୁ ୩ ପ୍ରତିଶତରେ ସୀମିତ ରଖିବା ପାଇଁ ଅଂଗୀକାରବଦ୍ଧତା ରଖାଯାଇଛି। ସୁସ୍ଥ ଘରୋଇ ନିବେଶ ଏବଂ କମ‌୍‍ ବିଶ୍ୱ ବିକାଶକୁ ଦୃଷ୍ଟିରେ ରଖି ଅଧିକ ସାର୍ବଜନୀୟ ବ୍ୟୟ ଏବଂ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ଦେଖି ସାର୍ବଜନୀନ ନିବେଶରେ ଅତ୍ୟଧିକ ହ୍ରାସକୁ ବନ୍ଦ କରିବା ପାଇଁ ଦୃଢ ଦୃଷ୍ଟି କୋଣକୁ ଯୁକ୍ତି ସଂଗତ ରୂପେ ଗ୍ରହଣ କରାଯାଉଛି।

 

୨୦୧୭-୧୮ ବର୍ଷର କେନ୍ଦ୍ରୀୟ ବଜେଟରେ ଭିତ୍ତିଭୂମି ସହ ଗ୍ରାମୀଣ, କୃଷି ଓ ତତ‌୍‍ ସଂପର୍କୀତ କ୍ଷେତ୍ରରେ ସମୂହର ଆବଂଟନରେ ଅଧିକ ବୃଦ୍ଧି କରାଯାଇଛି। ବିମୁଦ୍ରୀକରଣ ଯୋଗୁଁ ବ୍ୟାଙ୍କଗୁଡିକରେ ଜମା ହୋଇଥିବା ଅର୍ଥର ପ୍ରାପ୍ତ ଉଚ୍ଚ କର ଓ ଗୁଣବତା ଉପରେ ଅଧିକ ଦୃଷ୍ଟି ଦିଆଯିବା ସହ ଆର୍ଥିକ ନମନୀୟତାକୁ  କାଏମ ରଖାଯାଇଛି। ୨୦୧୭ ମସିହା ଜୁଲାଇ ପହିଲା ଠାରୁ ଦେଶରେ ବସ୍ତୁ ଓ ସେବାକର (ଜିଏସଟି) ଲାଗୁ ପାଇଁ ସରକାର ତତ୍ପରତା ପ୍ରକାଶ କରୁଛନ୍ତି। ଜିଏସଟି ଯୋଗୁଁ  କଳାଧନ କ୍ଷେତ୍ରରେ ସୁଧାର ଆସିବା ସୁନିଶ୍ଚିତ। ବ୍ୟବସାୟ କରିବା  ସହଜ ହେବା ସହ ଭାରତରେ ଏକ ବଡ ବଜାର ସୃଷ୍ଟି ହେବ।

 

ନିଜ ଆର୍ଥିକ ବ୍ୟବସ୍ଥାର କ୍ଷମତା ବୃଦ୍ଧି ସାଂଗକୁ ସୃଢ ସଂରଚନାତ୍ମକ ସୁଧାର କାର୍ଯ୍ୟକାରୀ କରିବା ପାଇଁ ଭାରତ ୨୦୧୪ ମସିହାଠାରୁ ବ୍ୟବସ୍ଥିତ ଓ ସ୍ଥିର ପ୍ରୟାସ ଆରମ୍ଭ କରିଛି। ବସ୍ତୁ ଓ ସେବାକର ଆଧାର ଜରିଆରେ ସବସିଡି ପ୍ରଦାନକୁ ଯୁକ୍ତିପୂର୍ଣ୍ଣ କରିବା ଏବଂ ନୂଆ କର୍ପୋରେଟ ଦେବାଳିଆପଣ ପାଇଁ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ ୨୦୧୭ ନିୟମ, ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ( ଏନସିଏଲଟି ) ଏବଂ ନ୍ୟାସନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ ( ଏନସିଏଲଏଟି) ଆଜି ପ୍ରଭାବଶୀଳୀ ସଂସ୍ଥାର ଆରମ୍ଭ କରାଯାଇଛି।

 

ଅନ୍ୟ ନୀତିଗତ ନିଷ୍ପତି କ୍ଷେତ୍ରରେ ପିପିପି ପାଇଁ ହାଇବ୍ରିଡ ବାର୍ଷିକ ମଡେଲ ଲାଗୁ କରିବା, ଖଣି, ଓ ଖଣିଜ  ସଂଶୋଧନ  ଆଇନ, ରାଷ୍ଟ୍ରୀୟ ପୁଂଜିଗତ ବସ୍ତୁନୀତିର ଘୋଷଣା ଏବଂ ନିର୍ମାଣ କ୍ଷେତ୍ରରେ ମଧ୍ୟସ୍ଥତାକୁ ତ୍ୱରାନ୍ୱିତ କରିବା ପାଇଁ ସାର୍ବଜନୀନ କ୍ଷେତ୍ରରେ ଉଦ୍ୟୋଗକୁ ନିର୍ଦ୍ଦେଶ ଦେବା ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ବ୍ୟବସାୟକୁ ସହଜ କରିବା ପାଇଁ ଭାରତର ରାକିଂରେ କ୍ରମାଗତ ପ୍ରଗତି, ସରକାରଙ୍କ ଫ୍ଲାଗସିପ‌୍‍ କାର୍ଯ୍ୟକ୍ରମ ମେକ ଇନ ଇଣ୍ଡିଆରେ ନୂଆ  ପ୍ରକ୍ରିୟା, ନୂଆ ଭିତ୍ତିଭୂମି ଏବଂ ନୂତନ କ୍ଷେତ୍ରରେ ଉତ୍ସାହ ବୃଦ୍ଧି କରିବା ପାଇଁ ନୂତନ ମାନସିକତାରେ କ୍ରମାଗତ ପ୍ରଗତି ହୋଇଛି। ଏହି ସବୁ ପଦକ୍ଷେପ ଦ୍ୱାରା ଭାରତ ନିଶ୍ଚିତ ରୂପେ ପ୍ରମୁଖ ପରିବର୍ତନର ଶୀର୍ଷ ଆଡକୁ ଅଗ୍ରସର ହେଉଛି।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top