କେତେ ପାଣି ପିଇବେ?

News Story - Posted on 2017-03-07

ଡ଼କ୍ଟର ସଂଜୟ କୁମାର ଶତପଥୀ

 

ପୃଥିବୀର ୭୦ ଭାଗ ହଉଚି ଜଳ। ବାକି ଅଂଶ ସ୍ଥଳ! ସୀମିତି ଆମ ଶରୀରର ସତୁରୁ ଭାଗରୁ ଅଧିକାଂଶ ହଉଚି ପାଣି ! ବହୁତ ଡାକ୍ତରଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ପାଣିପିଆ ନେଇ ନିଜନିଜର ଧାରଣା ରଖିଥାନ୍ତି !

 

ଦେହର ଅଧିକା ପାଣି ପରିସ୍ରା ଓ ଝାଳ ଭାବରେ ବାହାରି ଯାଇଥାଏ ! ପାଣି ପିଇବାଟା ସ୍ଥାନ ଓ ପାତ୍ର ଉପରେ ନିର୍ଭର କରେ! ଯିମିତି ଥଣ୍ଡା ଜାଗାରେ ପାଣିର କମ ଦରକାର ପନିଥାଏ ଓ ଗରମ ସ୍ଥାନରେ ବେଶି ! ଶାରୀରିକ ପରିଶ୍ରମ କଲେ ବେଶୀ ପାଣିର ଦରକାର ପଡ଼େ। କିଛିଲୋକ ଅଛନ୍ତି ଶରୀରର ଦରକାର ନଥିଲେ ମଧ୍ୟ ପାଣି ବୋତଲ ପରେ ବୋତଲ ପିଇ  ଚାଲିଥାନ୍ତି, ଯଉଁଟାକି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ !

 

ଯିମିତି ଝାଳ ସହିତ ନୁଣ ମଧ୍ୟ ବାହାରିଯାଇ ଥାଏ ସେଇ କ୍ଷେତ୍ରରେ ଯଦି କେବଳ ପାଣି ପିଇବେ ତାହେଲେ ନୁଣ ଅଂଶ ରକ୍ତରେ କମିଯିବ ଏବଂ ମାଂସପେଶୀ ଓ ମସ୍ତିଷ୍କକୁ ଦୁର୍ବଳ କରିଦେବ! ବହୁତ ପାଣି ପିଇଲେ ଯେ ଭଲ, ଏଇଟା ଭୁଲ ଧାରଣା! 60 ରୁ 70 କେଜି ମଣିଷ ପାଇଁ ଦିନକୁ 1500 ରୁ 2000 ମିଲିଲିଟର ସଫା ପାଣି ଦରକାର! ମନେ ରଖନ୍ତୁ ଭାତ, ଡାଲି, ତରକାରି ଓ ଫଳରେ ମଧ୍ୟ ପ୍ରଚୁର ପରିମାଣରେ ପାଣି ଥାଏ! ମଣିଷ ପାଣି ନ ପିଇ ସାତ ଦିନ ଆରାମରେ ବଞ୍ଚିଯିବ, ଖାଦ୍ୟ ନଖାଇ ମାସେ !

 

ହାର୍ଟ, କିଡ୍ନୀ, ଯକୃତ ଓ ବ୍ଲଡ଼ ପ୍ରେସର ରୋଗୀ  ତାଙ୍କର ଡାକ୍ତରଙ୍କୁ ପଚାରି ପାଣି ପରିମାଣ ସ୍ଥିର କରନ୍ତୁ ! କିଏ  କିଏ ମାନସିକ ବିକୃତିପାଇଁ ଅଯଥାରେ ପାଣି ପିଇ ଚାଲିଥାନ୍ତି! ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ! ଯଦି ଭୋକ ମାରିବାର ଇଚ୍ଛା ତା’ ହେଲେ ପାଣି ପିଇ ଖାଇବାକୁ ବସନ୍ତୁ ! ଝାଳ ବେଶି ବାହାରିଲେ ପାଣି ସହିତ ଲେମ୍ବୁ ଓ ଲୁଣ ମିଶାଇ ପିଅନ୍ତୁ!

 

ଦେଖିବେ ଇଣ୍ଟେର୍ନେଟରେ ଦଶ ଗ୍ଲାସରୁ କୋଡ଼ିଏ ଗ୍ଲାସ ପାଣି ପିଇବାର ଉପଦେଶ ମିଳିଥାଏ। ଏହା ଏକ ଭୁଲ ଶିକ୍ଷା?

 

ହଁ, ଯଦି ଖରାରେ ବାହାରକୁ ଯାଉଛନ୍ତି କିମ୍ବା ଖେଳୁଛନ୍ତି ତାହାଲେ ବେଶି ପାଣି ପିଇଲେ କ୍ଷତି ନାହିଁ! ବହୁତ ଖରାରେ ବିଲ ବାଡ଼ିରେ କାମ କରୁଥିବା ଚାଷୀ କେବଳ ତୋରାଣି ପିଇ କାମକରେ, ଦେଖିଛନ୍ତି କେବେ ବୋତଲ ବୋତଲ ପାଣି ପିଇବାର? ସାଧାରଣ ଜ୍ଞାନ ବାହାର କରନ୍ତୁ ଏବଂ ଯେତିକି ଦରକାର ସେତିକି ପାଣି ପିଅନ୍ତୁ! ଶରୀରଟା କମୋଡ଼ ନୁହେଁ ଯେ ବେଶି ପାଣି ଢାଳି ସଫା କରିବେ! କିଡ୍ନୀ ବା ବୃକକ ଅଧିକ ପାଣି ହେଲେ କାଢି ଦିଅନ୍ତି। ପାଣି ଦର୍କାର ଥିଲେ ଶୋଷ ଲାଗିବ!

 

ଖରାଦିନେ ଅତି ଥଣ୍ଡା ପାଣି କିମ୍ବା ମିଠା ପାଣି ପିଅନ୍ତୁ ନାହିଁ। ଏହା ସ୍ବାସ୍ଥ୍ୟ ପକ୍ଷରେ ହାନିକାରକ! ଲେମ୍ବୁ ପାଣି, ଅଳ୍ପ ଚିନି ଓ ଲୁଣ ମିଶାଇ ପିଅନ୍ତୁ ଏବଂ ଆତ୍ମାକୁ ଶାନ୍ତି ଦିଅନ୍ତୁ!

 

ପୂର୍ବତନ ଯୁଗ୍ମ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ସେଲ୍‌, ରାଉରକେଲା

ଫୋନ : ୯୬୫୮୧ ୬୫୨୪୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top