କୃଷି ସଂସ୍କାର କ୍ଷେତ୍ରରେ ଓଡ଼ିଶା ୨୧

News Story - Posted on 2017-02-05

କୃଷି ବିପଣନ ଓ କୃଷକ ବନ୍ଧୁ ସଂସ୍କାର କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ହେଉଛି ୨୧। ନିତି ଆୟୋଗ ଏହି ତାଲିକା ପ୍ରକାଶ କରିଛି। ଓଡ଼ିଶା ସରକାର ରାଜ୍ୟରେ କୃଷି ଓ କୃଷକ ବିକାଶ କ୍ଷେତ୍ରରେ ଆବଶ୍ୟକ ସଂସ୍କାର କରି ନଥିବା ଏହି ତାଲିକାରୁ ସ୍ପଷ୍ଟ ହୋଇଯାଇଛି।

 

ଦେଶରେ କୃଷି ବିପଣନ ଓ କୃଷକମିତ୍ର ସଂସ୍କାର କ୍ଷେତ୍ରରେ ରାଜ୍ୟଗୁଡ଼ିକର ସ୍ଥିତି ଜାଣିବା ପାଇଁ ପୂର୍ବରୁ ଯୋଜନା କମିଶନ ନାମରେ ପରିଚିତ ନିତି ଆୟୋଗ ତରଫରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ ମହାରାଷ୍ଟ୍ର ଏକ ନମ୍ୱର ସ୍ଥାନରେ ଥିଲାବେଳେ ଗୁଜରାଟକୁ ମିଳିଛି ଦ୍ୱିତୀୟ ସ୍ଥାନ। ଦେଶର ୩୦ ରାଜ୍ୟ ମଧ୍ୟରେ ଓଡ଼ିଶା ୧୦୦ ମାର୍କରୁ ୨୭.୯ ମାର୍କ ପାଇ ତାଲିକାର ୨୧ ନମ୍ୱର ସ୍ଥାନରେ ରହିଛି।

 

ଏହି କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଦର୍ଶନ ମାପିବା ପାଇଁ ନିତି ଆୟୋଗ ତରଫରୁ କେତେକ ମାନକ ସ୍ଥିର କରାଯାଇଥିଲା। ସେଗୁଡ଼ିକ ହେଲା କୃଷିଜାତ ସାମଗ୍ରୀର ବିପଣନ, ଜମି ଲିଜ, ଘରୋଇ ଜମିରେ ଜଙ୍ଗଲଚାଷ, ଠିକା ଚାଷ, ଘରୋଇ ମଣ୍ଡି ସ୍ଥାପନ, ଇ-ବାଣିଜ୍ୟ ବ୍ୟବସ୍ଥା ଓ କୃଷି ଉପିାଦ ବିପଣନ କମିଟି ବା ଏପିଏମସି ଅଧୀନରେ ଟିକସ ସଂସ୍କାର ଆଦି ଅନ୍ତର୍ଭୁକ୍ତ।

ନିଟି ଆୟୋଗର ଦୁଇ ଜଣ ସଦସ୍ୟ ରମେଶ ଚାନ୍ଦା ଓ ଯଶପାଲ ସିଂହ ଏସବୁ କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଦର୍ଶନ ମୂଲ୍ୟାୟନ କରିଥିଲେ।

 

୨୦୧୬ ଅକ୍ଟୋବର ମାସରେ ହୋଇଥିବା ଏହି ମୂଲ୍ୟାୟନ ନେଇ ଚୂଡ଼ାନ୍ତ ରିପୋର୍ଟ ଏବେ ପ୍ରକାଶ ପାଇଛି। ମୂଲ୍ୟାୟନ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ୮୧.୭ ନମ୍ୱର ପାଇ ତାଲିକାର ପ୍ରଥମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଗୁଜରାଟ ୭୧.୫ ନମ୍ୱର ପାଇଛି। ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନ। ତାଲିକାର ତଳକୁ ତଳକୁ ଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଲେ ମଧ୍ୟ ପ୍ରଦେଶ, ହରିଆନା, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଗୋଆ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ପଞ୍ଜାବ, ଆସାମ, ମିଜୋରାମ, ନାଗାଲାଣ୍ଡ, ସିକÑିମ, ପଶ୍ଚିମ ବଙ୍ଗ ଓ ତ୍ରିପୁରା। ଓଡ଼ିଶା ତଳକୁ ଥିବା ରାଜ୍ୟଗୁଡ଼ିକ ହେଲେ ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ତାମିଲନାଡ଼ୁ, ମେଘାଳୟ, ଜାମ୍ମୁକାଶ୍ମୀର ଓ ପୁଡୁଚେରୀ।

 

ଏହି ସର୍ଭେକ୍ଷଣରେ ବିହାର, କେରଳ ଏବଂ ତିନିଟି କେନ୍ଦ୍ର ଶାସିତ ଅଂଚଳ ଭାଗ ନେଇ ନଥିଲେ। କାରଣ ଏହି ଦୁଇ ରାଜ୍ୟ ଓ ତିନି କେନ୍ଦ୍ର ଶାସିତ ଅଂଚଳରେ କୃଷି ଉପିାଦ ବିପଣନ କମିଟି ବୋଲି କିଛି ନାହିଁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top