ବ୍ୟାଙ୍କ ମ୍ୟାନେଜରଙ୍କ ଭାଉ!

News Story - Posted on 2017-01-10

କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାସ୍ଥିତ ପୁଷ୍ପା ଲଜ‌୍‍ ଗଳିରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ମ୍ୟାନେଜର ରଞ୍ଜିତ ସାହୁଙ୍କ ଦୁର୍ବ୍ୟବହାର ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଛି। କଥା କଥାରେ ମୁଁ ବ୍ୟାଙ୍କ ମ୍ୟାନେଜର, ଯାହା ଚାହିଁଲେ କରିବି ଏବଂ ମୋ ସମ୍ପର୍କୀୟ ପୋଲିସ ବିଭାଗର ସ୍ପେଶାଲ ବ୍ରାଞ୍ଚରେ ଅଛନ୍ତି, ଯାହାକୁ ଚାହିଁବି ଥାନାରେ ଭରି ଦେବି ଇତ୍ୟାଦି ଶବ୍ଦ ବୁଦ୍ଧିଜୀବୀ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏପରିକି ତାଙ୍କ ବିରୁଦ୍ଧରେ ପୋଲିସରେ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗମାନ ହୋଇଥିବା ଜଣାପଡିଛି।

 

ତାଙ୍କ ଦୁର୍ନୀତି ସମ୍ପର୍କରେ ମଧ୍ୟ ଅଭିଯୋଗମାନ ଦୃଷ୍ଟି ଗୋଚର ହୋଇଅଛି। ଏହିପରି ଏକ ଘଟଣାକ୍ରମେ ଗତ ୬ ତାରିଖରୁ ବ୍ୟାଙ୍କରୁ ପଇସା କାଢ଼ିବା ପାଇଁ ଜଗି ରହିଥିବା ଗ୍ରାହକମାନେ ୧୦ ତାରିଖ ପର୍ଯ୍ୟନ୍ତ ଏଥିରେ ସକ୍ଷମ ହୋଇ ପାରିନଥିଲେ। ଘଣ୍ଟାଏ ପରେ ଆସ, ସନ୍ଧ୍ୟାରେ ଆସ, କାଲି ଆସ, ଲିଙ୍କ ଫେଲ‌୍‍, ଟେକନିକାଲ ପ୍ରୋବ୍ଲେମ ଏପରି ଶୁଣି ଶୁଣି ବ୍ୟାଙ୍କର ଚକ୍କର କାଟିବା ହିଁ ସାର ହୋଇଥିଲା ଗ୍ରାହକଙ୍କ ପାଇଁ। କିନ୍ତୁ ମେଡିକାଲ କାର୍ଯ୍ୟ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଟଙ୍କା ପାଇ ପାରିନଥିଲେ ସେମାନେ।

 

ତେବେ ଏତେ ସବୁ ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀ ଗ୍ରାହକଙ୍କୁ ବୁଝାଇବା ପରିବର୍ତ୍ତେ କିମ୍ୱା କେଉଁ ସମୟରେ ସବୁ ଠିକ‌୍‍ ହେବ ତାହାର ସଠିକ ତଥ୍ୟ ଦେବା ପରିବର୍ତ୍ତେ ଆମ ବ୍ୟାଙ୍କରୁ ଏକାଉଣ୍ଟ ବନ୍ଦ କରିଦିଅ ଏବଂ ବ୍ୟାଙ୍କରୁ ବାହାରି ଯାଅ ବୋଲି କହିବା ଏବଂ ଶାନ୍ତି ପ୍ରିୟ ଗ୍ରାହକଙ୍କୁ ପୋଲିସ ଡକାଇ ଦମନ କରିବାର ମ୍ୟାନେଜରଙ୍କ ଅସଫଳ ପ୍ରୟାସ ଯୋଗୁଁ ଗ୍ରାହକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

 

ଏହା ପରେ ବ୍ୟାଙ୍କ ମ୍ୟାନେଜର ଗ୍ରାହକଙ୍କୁ ଥାନାରେ ପୁରାଇ ଦେବି, ଗୁଣ୍ଡା ଲଗାଇ ମାରି ଦେବି ଇତ୍ୟାଦି ଧମକ ଚମକ ମ୍ୟାନେଜରଙ୍କ ଅଭଦ୍ରାମି ତଥା ଅହଙ୍କାରୀ ରୂପକୁ ପଦାରେ ପକାଇଥିଲା। ଜନସାଧାରଣଙ୍କୁ ସେବା ଯୋଗେଇ ଦେବା ପାଇଁ ଚଉକିରେ ବସିଥିବା ଏହି ବ୍ୟକ୍ତିଜଣକ ବ୍ୟାଙ୍କୁ ନିଜର ପୈତୃକ ସମ୍ପତ୍ତି ଭାବି ନିଜର ଦମନଲୀଳା ତଥା ଆତଙ୍କରାଜ ଜାରୀ ରଖିଥିବା ଯୋଗୁଁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଅଛି। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ଅନୁସନ୍ଧାନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୃଢ଼ ଦାବି ହେଉଅଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top