କୃତି ସାନନଙ୍କ ଡାର୍ଟି ଡ୍ୟାନ୍ସ

News Story - Posted on 2017-01-06

 

ସାଜିଦ‌୍‍ ନାଡ଼ିଆଡ଼ାୱାଲାଙ୍କ ହଟ‌୍‍ ଫିଲ୍ମ ‘ବାଗୀ’ ଜରିଆରେ ବଲିଉଡ‌୍‍ ପ୍ରବେଶ କରିଥିବା କୃତି ସାନନ‌୍‍ ଏବେ ପୁଣି ଚର୍ଚ୍ଚାରେ। ଏବେ ସେ ଜଣେ ସହ ଅଭିନେତାଙ୍କ ସହିତ ଡାର୍ଟି ଡ୍ୟାନ୍ସ କରି ବଲିଉଡ‌୍‍ ସର୍କଲରେ ବେଶ‌୍‍ ଖବରରେ ଥିବାବେଳେ ଜଣେ ଟପ‌୍‍ ଷ୍ଟାର‌୍‍ଙ୍କ ସହ ତାଙ୍କର ଆଫେୟାରକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଇ ନିକଟରେ କୃତି ପ୍ରଖ୍ୟାତ ଫ୍ୟାସନ ଡିଜାଇନର ମନୀଷ ମାଲହୋତ୍ରାଙ୍କ ୫୦ତମ ଜନ୍ମଦିନ ପାର୍ଟିରେ ସୁଶାନ୍ତ ସିଂହ ରାଜପୁତ‌୍‍ଙ୍କ ସହିତ ଡାର୍ଟି ଡ୍ୟାନ୍ସ କରି ଉପସ୍ଥିତ ସମସ୍ତ ସେଲିବ୍ରିଟିଙ୍କୁ ଚକିତ କରିଥିଲେ।

 

ଏହାପରେ ପାର୍ଟିରେ ସେ ସୁପରଷ୍ଟାର‌୍‍ ହ୍ରିତିକ‌୍‍ ରୋଶନ‌୍‍ଙ୍କ ସହ ଛାଇପରି ଲାଗି ରହିଥିଲେ। କୃତି ହ୍ରିତିକ‌୍‍ଙ୍କ ସହ ବୁଲୁଥିବାର ଦେଖିବାକୁ ମିଳିଥିଲା। ତେବେ ସେ ଦୁହେଁ ପାର୍ଟିରୁ ଅଲଗା ଅଲଗା ବାହାରି ନିଜ ଗାଡ଼ିରେ ଚାଲିଯାଇଥିଲେ। ଏହାକୁ ନେଇ ବଲିଉଡ‌୍‍ରେ ଜୋରସୋରରେ ଟୁପୁରୁ ଟାପୁରୁ ଚାଲିଛି ଯେ କୃତି କାଳେ ଆକ୍ଟର ହ୍ରିତିକ‌୍‍ ରୋଶନ‌୍‍ଙ୍କ ସହ ବନ୍ଧୁତା କରି ତାଙ୍କର ସାନ୍ନିଧ୍ୟ ଲାଭ କରିବା ସାଙ୍ଗକୁ ରାକେଶ ରୋଶନଙ୍କ ଆଗାମୀ ଚଳଚିତ୍ର ‘କ୍ରିସ‌୍‍ ୪’ରେ ନାୟିକା ଭୂମିକା ହାତେଇବା ଚକ୍କରରେ ଅଛନ୍ତି।

 

ବଲିଉଡ‌୍‍ରେ ଏବେ ସେକ୍ସି କୃତି ସାନନ‌୍‍ଙ୍କର ଚାହିଦା ବଢ଼ିଯାଇଛି। ଏଥିପାଇଁ ସେ କେତେକ ସିନେମା ଛାଡ଼ୁଛନ୍ତି ତ ଆଉ ନୂଆ ସିନେମା ସାଇନ‌୍‍ କରୁଛନ୍ତି। ଏଇ ନିକଟରେ ସେ ଏକ ଫିଲ୍ମ ଛାଡ଼ି ଚର୍ଚ୍ଚାକୁ ଆସିଛନ୍ତି। କୃତି ଡେଟସ‌୍‍ ପ୍ରୋବ୍ଲେମ‌୍‍ ଦଶାର୍ଇ ଏହି ସିନେମାରୁ ଆଉଟ‌୍‍ ହୋଇଛନ୍ତି। ଏହାପରେ ନିଖିଲ ତାଙ୍କ ଜାଗାରେ ସୟାମୀ ଖେରଙ୍କୁ ସାଇନ‌୍‍ କରିଥିବା ଜଣାଯାଇଛି। ଏଠାରେ କୁହାଯାଇପାରେ ଯେ ସୟାମୀଙ୍କୁ ଦର୍ଶକେ ଆଗରୁ ରାକେଶ ଓମ‌୍‍ ପ୍ରକାଶ ମେହେରାଙ୍କ ‘ମିର୍ଜିୟା’ରେ ନାୟିକା ଭାବେ ଦେଖିବାକୁ ପାଇଥିଲେ । ‘ଲକ୍ଷ୍ନୌ ସେଣ୍ଟ୍ରାଲ‌୍‍’ରେ ସେ ପ୍ରଥମ ଥର ଲାଗି ଫରହାନ‌୍‍ ଅଖତରଙ୍କ ସହ ଯୋଡ଼ି ବନାଇବେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top