ପରଂବ୍ରହ୍ମ ତ୍ରିପାଠୀଙ୍କ କିଛି କହିବାର ଅଛି

ପରଂବ୍ରହ୍ମ ତ୍ରିପାଠୀଙ୍କ କିଛି କହିବାର ଅଛି

Share :

  ଉନ୍ମୋଚିତ ହୋଇଯାଇଛି ଲେଖକ ପରଂବ୍ରହ୍ମ ତ୍ରିପାଠୀଙ୍କ ପୁସ୍ତକ ‘କିଛି କହିବାର ଅଛି’। ବର୍ତ୍ତମାନ ସମାଜରେ ଦେଖାଯାଉଥିବା ବିଭିନ୍ନ ବିଲକ୍ଷଣ ଓ ଜଟିଳତାର ସରଳ ଉପସ୍ଥାପନା ବହିଟିର ବିଶେଷତ୍ବ। ବିଭିନ୍ନ ଜଟିଳ ପ୍ରସଙ୍ଗକୁ ଅତି ସରଳ ଭାବେ ଉପସ୍ଥାପିତ କରିଛନ୍ତି ଲେଖକ। ହୋଟେଲ କେଶରୀଠାରେ ଏହାକୁ ଉନ୍ମୋଚିତ କରି ଏପରି ମନ୍ତବ୍ୟ ଦେଇଛନ୍ତି ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସ। ବହିଟି ପ୍ରକାଶ କରିଛନ୍ତି ଟାଇମ ପାସ୍ ପ୍ରକାଶନୀ।   ଏହି ଉତ୍ସବର ଅନ୍ୟତମ ଅତିଥି ଥିଲେ ବିଶିଷ୍ଟ କଥାକାର ତଥା ସାମ୍ବାଦିକତାର ପ୍ରାଧ୍ୟାପକ ମୃଣାଳ ଚାଟାର୍ଜୀ। ସେ କହିଥିଲେ ଯେ ବହିଟି ସମାଜର ବାସ୍ତବତାକୁ ନେଇ ଲେଖାଯାଇଛି। ଏହା ପାଠକମାନଙ୍କୁ ଛୁଇଁବ। ସେହିପରି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଥିଲେ ଯେ ବର୍ତ୍ତମାନର ଯୁବଲେଖକମାନେ ନିଜ ଲେଖାର ପ୍ରସାରଣ ଓ ମାନ ପରୀକ୍ଷା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିବା ଏକ ଶୁଭ ଲକ୍ଷଣ।   ବିଶିଷ୍ଟ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ ନଡ଼ିଆ ଭାଙ୍ଗି ଏକ ନିଆରା ଢଙ୍ଗରେ ଏହି ଉତ୍ସବର ଉଦଘାଟନ କରିଥିଲେ। ପରିଚୟ ପ୍ରଦାନ କରିଥିଲେ ଟାଇମ ପାସ୍‌ର ମୁଖ୍ୟ ତଥା ବିଶିଷ୍ଟ କବି ସରୋଜ ବଳ। ସଂଯୋଜନା କରିଥିଲେ କବି ଜ୍ଞାନୀ ଦେବାଶିଷ ମିଶ୍ର ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ନେଜାତୀ ଅଭିନନ୍ଦନ।

Share :