ସନ୍ଦେହରେ ବେଦାନ୍ତ ମେଡିକାଲ କଲେଜ

ସନ୍ଦେହରେ ବେଦାନ୍ତ ମେଡିକାଲ କଲେଜ

Share :

କଳାହାଣ୍ଡି ଜିଲ୍ଲାବାସୀଙ୍କ ଦାବିକୁ ନଜରରେ ରଖି ରାଜ୍ୟ ସରକାର ଜାରିଙ୍ଗ ଠାରେ ପିପିପି ମୋଡରେ ସଦ୍ଦାର୍ର ରାଜା ମେଡିକାଲ କଲେଜ ପ୍ରତିଷ୍ଟା କରିଥିଲେ ହେଁ ଆବଶ୍ୟକ ଭିତ୍ତିଭୁମିର ଅଭାବ ଏବଂ ଦାୟିତ୍ୱରେ ଥିବା ସେଲଭମ ଚାରିଟେବୁଲ ଟ୍ରଷ୍ଟର ଅପାରଗତା ଯୋଗଁୁ ଏହି ମେଡିକାଲ ଆରମ୍ଭରୁ ହଁି ବନ୍ଦ ହୋଇ‌୍‍ାଯାଇଥିବା ବେଳେ ଏବେ ବେଦାନ୍ତ କଂପାନୀ ସହାୟତାରେ ରାଜ୍ୟ ସରକାର କାଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ଖୋଲିବା ଘୋଷଣାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।   ଦୀର୍ଘ ୧୩ ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ଲାଞିଗଡର ବେଦାନ୍ତ କଂପାନୀ ଚାଲିଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ମଧ୍ୟ କରିପାରି ନାହାନ୍ତି ଫଳରେ ବର୍ତ୍ତମାନ ଦୈନିକ ୩ କୋଟି ଟଙ୍କାର କ୍ଷତି ସହୁଛି ବେଦାନ୍ତ। ଏଭଳି ପରିସ୍ଥିତିରେ ସରକାରୀ ମେଡିକାଲ କଲେଜ ଭିତିଭୁମି ପ୍ରତିଷ୍ଠା ପାଇଁ ୧୦୦ କୋଟି ଟଙ୍କା ଦେବା ଘୋଷଣା ପ୍ରହସନ ଭଳି ମନେ ହେଉଛି ବୋଲି କିଛି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି। କାରଣ ଲାଞିଗଡର ବେଦାନ୍ତ ପ୍ଲାଣ୍ଟକୁ ନିୟମଗିରିର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ନିୟମଗିରି ହାତରୁ ଖସିଯିବା ପରେ କୌଣସି ସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରିବାରେ ବିଫଳ ହୋଇଛନ୍ତି।   ତେବେ ବେଦାନ୍ତ କଂପାନୀ କାହଁିକି ମେଡିକାଲ କଲେଜ ପାଇଁ ୧୦୦ କୋଟି ଟଙ୍କା ଦେବ ବୋଲି ମଧ୍ୟ ଅନେକ ଲୋକ ସଂଦେହ ପ୍ରକାଶ କରିଛନ୍ତି। କଳାହାଣ୍ଡି ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଅକ୍ଷକୁମାର ନନ୍ଦ କହିଛନ୍ତି ଯେ, ଏହା ଏକ ସ୍ୱାଗତ ଯୋଗ୍ୟ ପଦେକ୍ଷପ କିନ୍ତୁ ଷାଠିଏ ମାଣ ଘିଅ ହେବ ରାଧା ନାଚିବ ଭଳି ବେଦାନ୍ତ କଂପାନୀକୁ କଞ୍ଚାମାଲ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠାକୁ ଅନ୍ଧାରକୁ ଠେଲି ଦେଇଛନ୍ତି କାରଣ ଦୀର୍ଘ ୧୩ ବର୍ଷ ଧରି ଯେଉଁ ରାଜ୍ୟ ସରକାର ବେଦାନ୍ତ କଂପାନୀକୁ କଞ୍ଚାମାଲ ଯୋଗାଇବାରେ ବିଫଳ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟ ସରକାର କଞ୍ଚାମାଲ କେଉଁଠାରୁ ଯୋଗାଡ କରିବେ ବୋଲି ପ୍ରଶ୍ନ କରିଛନ୍ତି।   ଅଞ୍ଚଳର ବହୁ ବୁଦ୍ଧିଜୀବି ତଥା ରାଜନୈତି ଦଳର ନେତା କଂପାନୀ ତଥା ରାଜ୍ୟ ସରକାରଙ୍କ ଏଭଳି ପଦେକ୍ଷପକୁ ପ୍ରଶଂସା କରିଛନ୍ତି। ବେଦାନ୍ତ କଂପାନୀର ପାରଂପାରିକ ବିରୋଧୀ ତଥା କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ, ବେଦାନ୍ତ କଂପାନୀ ଆମର ବିରୋଧୀ ନୁହେଁ ଜିଲ୍ଲାର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବା ଜରୁରୀ ବୋଲି ପ୍ରକାଶ କରିଛନ୍ତି। କଳାହାଣ୍ଡି ଡେଭଲପମେଣ୍ଟ‌୍‍ ଫୋରମର ଅଧ୍ୟକ୍ଷ ଅଜୟ କୁମାର ମିଶ୍ର କହିଛନ୍ତ ଯେ, କଳାହାଣ୍ଡି ଜିଲ୍ଲାରେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଯେଭଳି ଭାବେ ଚର୍ଚ୍ଚା ହେଉଛି ଏଭଳି ପରିସ୍ଥତିରେ କଳାହାଣ୍ଡିରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବେଦାନ୍ତ କଂପାନୀ ଆଗେଇ ଆସିବା ସ୍ୱାଗତ ଯୋଗ୍ୟ ପଦେକ୍ଷପ।   ବେଦାନ୍ତ କଂପାନୀକୁ ଯଦି ରାଜ୍ୟ ସରକାର ଠିକ ଭାବେ କଞ୍ଚାମାଲ ଯୋଗାଇ ଦିଅନ୍ତି ତା ହେଲେ ଆଗାମୀ ଦିନରେ ବେଦାନ୍ତ କଂପାନୀ କାଳାହାଣ୍ଡିର ବିକାଶରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ତେବେ ପ୍ରସ୍ତାବିତ ମେଡିକାଲ କଲେଜର ବାସ୍ତବତା ଆଗାମୀ ଦିନରେ ସମୟ ହିଁ କହିବ।

Share :