ପାରାଦୀପରେ ସ୍ୱାୟତ୍ତ ଶାସନ ଦିବସ

ପାରାଦୀପରେ ସ୍ୱାୟତ୍ତ ଶାସନ ଦିବସ

Share :

ପାରାଦୀପ ପୌରପାଳିକା ତରଫରୁ ସ୍ୱାୟତ୍ତ ଶାସନ ଦିବସକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଅଛି। ଏହି ଅବସରରେ ସମଗ୍ର ପାରାଦୀପ ଅଞ୍ଚଳରେ ରାମଧୁନ ପ୍ରଚାର ଗାଡି ପରିକ୍ରମା କରିଥିଲା। ପୌରାଞ୍ଚଳରେ ଥିବା ମହାପୁରଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା, ପୌର କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ, ବାର୍ଦ୍ଧକ୍ୟ ଭର୍ତ୍ତା ବଣ୍ଟନ, ବୃକ୍ଷରୋପଣ ନୂତନ ପ୍ରକଳ୍ପ ଉଦ‌୍‍ଘାଟନ ଓ ଶିଳାନ୍ୟାସ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।   ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ସଦନଠାରେ ଏକ ସଭା ଓ ପୁରସ୍କାର ବିତ୍ତରଣ ଉସିବ ଅନୁଷ୍ଠିତ ହୋଇଥିଲା ଏବଂ ଶେଷରେ ସାଂାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ସମବାୟ ଓ ଅବକାରୀ ମନ୍ତ୍ରୀ ଡ. ଦାଦୋଦର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୌର ପରିଷଦର ଏହି ସବୁ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଅନ୍ୟାନ୍ୟ ସମ୍ମାନୀୟ ଅତିଥିଭାବେ ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବିଶ୍ୱାଳ, ରାଜ୍ୟ ନଗର ବିକାଶ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସନ ପଣ୍ଡା, ପିପିଏଲ ଉପସଭାପତି ନିତିନ‌୍‍ କଣ୍ଟକ, ଇଫକୋ ମାନବସମ୍ୱଳ ମୁଖ୍ୟ ପରିଚାଳକ ଜ୍ଞାନଚାନ୍ଦ ଆଚାର୍ଯ୍ୟ୍ୟ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ନାୟକ ଓ ସମସ୍ତ ପାରିଷଦ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ।   ଏହି ସଭାରେ କବି ପିତାମ୍ୱର ତରାଇ, ଗାଳ୍ପିକ ରବି ପଣ୍ଡା, ଖେଳ ପାଇଁ କୁମାରୀ ଲୋମୀ ସ୍ୱାଇଁ, ବରିଷ୍ଠ ନାଗରିକ ପରିକ୍ଷୀତ ଚୁଳି, ସମାଜସେବୀ ଜଳଧର ପାଇକରାୟଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଉଲ୍ଳେଖନୀୟ ଓ ପ୍ରସଂସନୀୟ କାର୍ଯ୍ୟପାଇଁ ପାରାଦୀପ ନାଗରିକ ମଞ୍ଚ, ଆହ୍ୱାନ କମ୍ୱାଇନସ‌୍‍, ଆଦର୍ଶ ପ୍ରୟାସ, ଭରସା, ଅଭିଜିତ ସହଯୋଗ ସମିତି, କାନ‌୍‍ମାସ, ସମ୍ରାଟ କ୍ଳବ, ପାରଦୀପ ସାକ୍ଷରତା ସମିତି, ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ, ଜନସମ୍ପର୍କ, ମୈନାକ ସାହିତ୍ୟ ସଂସଦ, ସୂର୍ଯ୍ୟମୂଖୀ, ବିବେକାନନ୍ଦ ୟୁଥ‌୍‍କ୍ଳବ, ପୋର୍ଟ କ୍ଳବ ମହିଳା ଶାଖା, ବିଜୁ ମେମୋରିଆଲ ଟ୍ରଷ୍ଟଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

Share :