ପ୍ରୀତିଗୀତି-୨

ପ୍ରୀତିଗୀତି-୨

Share :

ନିରଂଜନ ସେଠୀ   କହିଥିଲ ତମେ ଏକାନ୍ତରେ ଆଜି ଯିବା ପାଇଁ ତମ ଘର ଆଡ଼େ। ସଜବାଜ ହେଇ ବାହାରିଲା ବେଳେ ଶବଦ ଶୁଭିଲା ପଛ ଆଡ଼େ।   ଅନେଇ ଚାହିଁଲି ମୋବାଇଲ ରଡ଼ି ରହି ରହି ବାଜେ ଘନ ଘନ। ଉଠେଇ ଦେଖିଲି ତମର ସେ ରିଂ ଛାତିରେ ଉଠିଲା ଅପଘନ।   ସେ ପଟୁ କହିଲ ଆସ ନାହିଁ ଆଜି ମୋଅର ଗୋଟିଏ ପାର୍ଟି ଅଛି। ଆସିଲା ବେଳକୁ ରାତି ହେଇ ପାରେ ମନେ ଧରିବନି ଆନ କିଛି।   ବାଉଳା ବତାସ ପରାଏ ମୋ କାନ ଶବଦରେ ହେଲା ଘାଇଁ ଘାଇଁ। ପୀରତି କୁହୁଳା ନିଆଁ ଛାତି ସାରା ପାଣି ପଡି ହେଲା ସାଇଁ ସାଇଁ।   ଭାବିଲି ମୋ ପ୍ରେମ ଅପ୍ରେମ ହୋଇଲା ସମୟ ଗଲା ମୋ ବୃଥା। ଆଉ କେବେ ତମ ସାଥେ ମୁଁ ପୀରତି କରି ପାଇବିନି ବ୍ୟଥା।   ହେଲେ ତମେ ଗୋରି କୁହୁକ ଜାଣିଛ କୁହୁ କୁହୁ ଗୀତ ଗାଇ ପୁଣି, ମନ୍ତ୍ରରେ ମନ୍ତୁରି କୁରୁଳି ଉଜାଣି ମନକୁ ନେଉଛ ଟାଣି ଟାଣି।   ଭିଏ-୧୦/୧, ୟୁନିଟ-୨, ଭୁବନେଶ୍ବର

Share :