ଅଧାଗଢା

ଅଧାଗଢା

Share :

ମାନିନୀ ମିଶ୍ର   ପଚାରନା, ପଚାରନା ୟାକୁ ତାକୁ କାହିଁକି ପୋଡାବାସ୍ନା ଏ ପବନର? କେ’ ଜାଣେ ଏଠି କିଏ ଭଅଁର ଆଉ କିଏ ଶଙ୍ଖଚିଲ?   ଯିଏ ଭୋଗିଛି ସେ ସିନା କହି ପାରିବ, ଗୋଟେ ଲମ୍ୱା ଶୀତ ରାତି   ବିଲରେ ଖେଳୁଥାଏ ଗୋଟେ ଚମ୍ପାଫୁଲିଆ କୁଆଁରୀ ଝିଅ, ହେଲେ କାହିଁକି ଅଜଣା ଗଛମୂଳେ ଡହ ଡହ ରଡ ନିଆଁରେ ରଦ୍ଦି କାଗଜ‌୍‍ ପରି ପୋଡିଯାଏ କେତେ ସୁନା ପକ୍ଷୀର ଦେହ?   ଭାଇ କେତେଦିନ‌୍‍ ଚାଲିବ ଏଠି ଛକିଶୂନର ଖେଳ? ତୁମ ଭାତହାଂଡ଼ିରୁ ଛିଟ‌୍‍କି ପଡୁଥିବ  ଆଞୁଳା ଆଞୁଳା ଆମ ରକ୍ତ, ଆଉ ତୁମେ କହୁଥିବ ଆମକୁ, ହେଇ ଦେଖ ଡ଼ବ‌୍‍ ଡ଼ବ‌୍‍ ଫୁଟୁଛି ଚାଉଳ?

Share :