ସହରୀ ବିସ୍ଥାପିତଙ୍କ ସାମାବେଶ

ସହରୀ ବିସ୍ଥାପିତଙ୍କ ସାମାବେଶ

Share :

            କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ ଚାଲିଥିବା ଜବରଦଖଲ ଉଚ୍ଛେଦକୁ ନେଇ ପ୍ରତିବାଦର ସ୍ୱର ଉଠାଇଛି ଜନମ‌୍‍ ମାଟି ସୁରକ୍ଷା ସଂଗ୍ରାମ ସମିତି। ଏ ନେଇ ହଜାର ହଜାର ବିସ୍ଥାପିତ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଅଫିସ ଆଗରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।   ପିସିସି ସମ୍ପାଦକ ସାମନ୍ତ ଖମାରୀ, ବିଜେପି ସାଧାରଣ ସମ୍ପାଦକ ବଦ୍ରିନାରାୟଣ ପଟ୍ଟନାୟକ, ବଣିକ ସଂଘ ସଭାପତି ବିଜୟ ସାହୁ, ଆଇନଜୀବୀ ସତ୍ୟବାଦୀ ନାଏକ, ନିୟମଗିରି ଅନ୍ଦୋଳନ ନେତା ସତ୍ୟ ମାହାର, ତ୍ରିଲୋଚନ ପାଣିଗ୍ରାହୀ, ସାଗର ପଟ୍ଟନାୟକ, କଂଗ୍ରେସ ନଗର ସଭାପତି ଅଜୟ ମାଥୁର, କାଳିଆ ସରାଫ, ସମାଜସେବୀ ସରୋଜ ବାଗ, ଗିରିଧାରୀ ପାତ୍ର, ସୁଶାନ୍ତ ପଟ୍ଟନାୟକ, ଭବେନ୍ଦ୍ର ପଣ୍ଡା, ମନୀନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଭବାନୀପାଟଣା ସହରର ଆମ୍ୱଗଛ ପଡା, ବାହାଦୁରବଗିଚା ପଡା, ରାମସାଗର ପଡା, ଇରିଗେସନ କଲୋନି, ଟିଭି ସେଣ୍ଟର ପଡା, ଦେୱାନସାହେବ ପଡା, ମହାବୀର ପଡା, କାଳୀମନ୍ଦିର ପଡା, ସୀତାବୋର୍ଡି ପଡା, କୁମ୍ଭାର ପଡା, ନକଟିଗୁଡାର ହଜାର ହଜାର ବିସ୍ଥାପିତ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ବିରୋଧ କରିଛନ୍ତି।   ଗତ କିଛି ମାସହେଲା ଜିଲ୍ଲା ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ଦ୍ୱାରା ଶହ ଶହ ପରିବାର ବିସ୍ଥାପିତ ହେବା ସହ ଜୀବିକା ହରାଇଛନ୍ତି। ଆଗାମୀ ଦିନରେ ଯଦି ଜିଲ୍ଲା ପ୍ରଶାସନ ଜବରଦଖଲ ପ୍ରକ୍ରିୟା ବନ୍ଦ ନ କରେ ତେବେ ଭବାନୀପାଟଣା ସହରକୁ ଅଚଳ କରାଯିବ ବୋଲି ଜନମ‌୍‍ ମାଟି ସୁରକ୍ଷା ସଂଗ୍ରାମ ସମିତି ଚେତାବନୀ ଦେଇଛି।

Share :