କଳିଙ୍ଗ ବାଲିଯାତ୍ରା ହେବ ୮ ଦିନ

କଳିଙ୍ଗ ବାଲିଯାତ୍ରା ହେବ ୮ ଦିନ

Share :

  ପାରାଦୀପ ଅଫିସର କ୍ଳବଠାରେ ଅପରାହ୍ନ ୩ଟା ସମୟରେ ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୧୬ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ତଥା କଳିଙ୍ଗ ବାଲିଯାତ୍ରାର ରୌପ୍ୟ ଜୟନ୍ତୀ ଅବସରରେ ୭ ଦିନ ପରିବର୍ତ୍ତେ ଏଥର ୮ ଦିନ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ସଂାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଧୁମ‌୍‍ଧାମରେ ବାଲିଯାତ୍ରା ଆୟୋଜିତ ହେବ ବୋଲି ବାଲିଯାତ୍ରା କମିଟ ତରଫରୁ ନିଷ୍ପତ୍ତି ନିଆଯାଇଛି।      ଏଥିରେ ଜଗତସିଂହପୁର ଜିଲ୍ଲାର ଜିଲ୍ଳାପାଳ ତଥା ବାଲିଯାତ୍ରା କମିଟିର ଅଧ୍ୟକ୍ଷା ଶ୍ରୀମତୀ ଯାମିନି ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ପାରାଦୀପର ଏଡିଏମ‌୍‍ ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ବିଶ୍ୱଜିତ ବିଶ୍ୱାଳ ଏହି ସଭାକୁ ସଂଯୋଜନା କରଥିଲେ। ପାରଦୀପର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅବକାରୀ ଓ ସମବାୟ ମନ୍ତ୍ରୀ ଡ଼ା ଦାମୋଦର ରାଉତ ମୁଖ୍ୟ ଅତିଥିରୂପେ ଯୋଗଦେଇ ଆଗାମୀ ବାଲିଯାତ୍ରା କିପରି ଭାବେ ଶାନ୍ତି ଶୃଙ୍ଖଳାର ସହ ହେବ ଓ କଳିଙ୍ଗ ବାଲିଯାତ୍ର ରୌପ୍ୟ ଜୟନ୍ତୀ କିପରି ମନରୋମ ଓ ବହୁଳ ପ୍ରଚାର ହୋଇପାରିବ ସେ ବିଷୟରେ ନିଜର ମତାମତ ଓ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଏକ ମନ ଏକ ପ୍ରାଣରେ ଲାଗିଲେ ପାରାଦୀପର ଗୌରବ ବୃଦ୍ଧି ପାଇବା ନିଶ୍ଚତ ବୋଲି ସେ ଉପସ୍ଥିତ କମିଟିର ସଭ୍ୟମାନଙ୍କୁ କହିଥିଲେ।   ଜଗତସିଂହପୁର ଏମ‌୍‍.ପି ଡା. କୁଳମଣୀ ସାମଲ, ପାରାଦୀପ ମୁନିସିପାଲିଟ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ କାର୍ଯ୍ୟନିର୍ବାହୀ ଅଧିକାରି ଦିଲ୍ଲିପ ମହାନ୍ତି, ଜଗତସିଂହପୁର ଏସ‌୍‍ପି ଗଦାଧର ପଢିଆରୀଙ୍କ ସମେତ ପାରାଦୀପ ବନ୍ଦରର ଉଚ୍ଚପଦସ୍ଥ ଅଧିକାରୀ, ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ଓ ବାଲିଯାତ୍ରା କମିଟିର ବହୁ ପ୍ରତିନଧି ଉପସ୍ଥିତ ରହି ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ତଥା କଳିଙ୍ଗ ବାଲିଯାତ୍ରାର ରୌପ୍ୟ ଜୟନ୍ତୀ ଅବସରରେ ୭ଦିନ ପରିବତ୍ତେର୍ ଏଥର ୮ ଦିନ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯିବା ସହିତ ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ସଂାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଧୁମ‌୍‍ଧାମରେ ବାଲିଯାତ୍ରା ଆୟୋଜିତ ହେବ ବୋଲି ବାଲିଯାତ୍ରା କମିଟ ତରଫରୁ ନିଷ୍ପତ୍ତି ନିଆଯାଇଥିଲା।

Share :