ଝୁଲଣ ଉତ୍ସବ ଉଦଯାପିତ

ଝୁଲଣ ଉତ୍ସବ ଉଦଯାପିତ

Share :

  ପାଞ୍ଚ ଦିନ ବ୍ୟାପୀ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଆୟୋଜିତ ଝୁଲଣ ଉତ୍ସବ-୨୦୧୬ ରାଙ୍ଗାରଙ୍ଗ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟାକ୍ରମ ଅଗଷ୍ଟ ୧୮ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ପୁରୀ ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ଗୁରୁ ଗଙ୍ଗାଧର ଫାଉଣ୍ଡେସନର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱପ୍ନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇଥିଲେ।   ଝୁଲଣ ଉତ୍ସବର ଶେଷ ସନ୍ଧ୍ୟାର ପ୍ରଥମ ଆକର୍ଷଣ ଥିଲା ଭୁବନେଶ୍ୱରର ବଂଶୀବାଦକ ରୁଦ୍ରପ୍ରସାଦ ପରିଡା। ତାଙ୍କ ବଂଶୀବାଦନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିବା ବେଳେ ନିମାପଡାର ନୃତ୍ୟାଙ୍ଗନା ଶ୍ରେୟାଶ୍ରୀ ପଟ୍ଟନାୟକ ଓ ଇତିଶ୍ରୀ ରାୟ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ନୃତ୍ୟଶିଳ୍ପୀ ଅଭିନୟରେ ବସନ୍ତର ଆଗମନରେ ଶ୍ରୀକୃଷ୍ଣ ଓ ରାଧାଙ୍କ ରାସଲୀଳାକୁ ନେଇ ଓଡିଶୀ ନୃତ୍ୟ ‘ମାନିନୀ’ ପ୍ରଦର୍ଶନ କରିଥିଲେ। ଅନ୍ତିମ ସନ୍ଧ୍ୟାର ଦ୍ୱିତୀୟ ଚରଣରେ କରି ଝୁଲଣ ଉତ୍ସବର ଶେଷ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଣାର୍କ ନାଟ୍ୟମଣ୍ଡପର ଗୁରୁ ବାସୁଦେବ ବିଶ୍ୱାଳ ଓ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟମାଧ୍ୟମରେ ବୈଠକି ସଂଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ପୁରାତନ ରଚନାର କଣ୍ଠଶିଳ୍ପୀ ବାସୁଦେବ ବିଶ୍ୱାଳଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା।   ପାଞ୍ଚ ଦିନ ବ୍ୟାପୀ ଝୁଲଣ ଉତ୍ସବ ୨୦୧୬ର ପ୍ରତ୍ୟହ ସନ୍ଧ୍ୟାରେ ଶାତ୍ସ୍ରୀୟ ନୃତ୍ୟ, ସଂଗୀତ ଓ ଜନ୍ତ୍ର ସଂଗୀତ ପରିବେଷଣ କରିଥିବା କଳାକାରମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ପ୍ରଦାନକରି ଉତ୍ସାହିତ କରାଯାଇଥିଲ। ଦୀର୍ଘ ୨୯ ବର୍ଷ ଧରି ନିରବଛନ୍ନ ଭାବରେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ଆୟୋଜିତ ହୋଇ ଆସୁଛି ଝୁଲଣ ଉତ୍ସବ। ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାକୁ ବଜାୟୀ ରଖିବା ଦିଗରେ କୋଣାର୍କ ନାଟ୍ୟମଣ୍ଡପର ଏହି ଉଦ୍ୟମ ପ୍ରଶଂସା ଯୋଗ୍ୟ ହୋଇଥିବା ବେଳେ କଳାକାର ମାନେ ମତପୋଷଣ କରିଥିଲେ। ପାଞ୍ଚଦିନ ବ୍ୟାପି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟମଣ୍ଡପର ସହ ସଂପାଦକ ପ୍ରତାପ ରାଉତ କାର୍ଯ୍ୟକ୍ରମ ସଂଯୋଜନା ଓ ଉପସ୍ଥାପନା କରିଥିବାବେଳେ ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ ଓ ସୁଲୋଚନା ପ୍ରଧାନ, ଗୁରୁ ଜୟକୃଷ୍ଣ ନାୟକ, ବାମଦେବ ଆଳୁକ ଓ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share :