କଳାହାଣ୍ଡିରେ ସ୍ୱାଧୀନତା ଦିବସ

କଳାହାଣ୍ଡିରେ ସ୍ୱାଧୀନତା ଦିବସ

Share :

  କଳାହାଣ୍ଡି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ତା.୧୪.ଠ୮.୨ଠ୧୬ ମଧ୍ୟରାତ୍ରରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଗାନ୍ଧିଛକଠାରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିବା ବେଳେ ତା.୧୫.୦୮.୨୦୧୬ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ରରେ ରାମଧୂନ ପରିବେଷଣ କରାଯାଇଥିଲା। ସକାଳ ୭ ଘଣ୍ଟାରୁ ପ୍ରଭାତଫେରି, ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।   ଏହି ଦିବସର ଶୁଭ ଅବସରରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ମନ୍ତ୍ରୀ ଖଣି ଓ ଇସ୍ପାତ, ଶ୍ରମ ଓ ରାଜ୍ୟ ର୍କମାଚରୀ ବୀମା ବିଭାଗ ଓଡ଼ିଶା ଯୋଗଦାନ କରି ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡ଼ିୟମ‌୍‍ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ‌୍‍ରେ ଅଭିବାଦନ ଗ୍ରହଣ କରିଥିଲେ ଏବଂ ସମବେତ ଜନତାଙ୍କୁ ଉଦ‌୍‍ବୋଧନ ଦେଇ କହିଲେ ଯେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜୀବନକୁ ଉତ୍ସର୍ଗୀକୃତ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଆହ୍ୱାନ କରିଥିଲେ। ଏହି ସ୍ୱାଧୀନତା ସଂଗ୍ରାମରେ କଳାହାଣ୍ଡିର ଅବଦାନ ଅତୁଳନୀୟ ଏବଂ ଜିଲ୍ଲାର ବୀର ସନ୍ତାନଙ୍କ ବଳିଦାନ ଦେଶଭକ୍ତି ଓ ବୀରତ୍ୱର ପରାକାଷ୍ଠା ଆଗାମୀ ବଂଶଧରଙ୍କୁ ଜାତୀୟତାର ମହାମନ୍ତ୍ରରେ ଉଦ‌୍‍ବୋଧ କରିବ ବୋଲି କହିଥିଲେ। କଳାହାଣ୍ଡି ସମ୍ପର୍କରେ କହିବାକୁ ଯାଇ ମନ୍ତ୍ରୀ କହିଲେ ଯେ, କଳାହାଣ୍ଡି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଗମନାଗମନ ଆଦି କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି।   ଏହାପରେ ପ୍ୟାରେଡ‌୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୩୯ଟି ଦଳ ଭାଗ ନେଇଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପରେ ହାଇସ୍କୁଲ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖିଥିବା ସୁଶ୍ରୀ ନିହାରିକା ଲହଜଲଙ୍କୁ ଜିଲ୍ଲାପାଳଙ୍କର ରନିଂ ସିଲ୍ଡ ପ୍ରଦାନ କରାଯାଇଥିବା ବେଳେ ଆଇ.ସି.ଏସ‌୍‍.ଇ. ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା ବିମଳା କନ‌୍‍ଭେଣ୍ଟ ସ୍କୁଲର ଛାତ୍ର ଶ୍ରୀମାନ ଅମନ ରଥଙ୍କୁ ସ୍ୱର୍ଗତ ମହେଶ୍ୱର ନାଏକଙ୍କ ରନିଂ ସିଲ୍ଡ ପ୍ରଦାନ କରାଯାଇଥିଲା। ସେହିପରି ସି.ବି.ଏସ‌୍‍.ଇ. ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା କେନ୍ଦ୍ରୀୟ ବିଦ୍ୟାଳୟର ନଅଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖିଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ପ୍ରଗତି ବଂଶଲଙ୍କୁ ସ୍ୱର୍ଗତ ବୃନ୍ଦାବନ ମିଶ୍ର ରନିଂସିଲ୍ଡ ପ୍ରଦାନ କରାଯାଇଥିଲା।   ସେହିପରି ମାତୃଭାଷା ଓଡ଼ିଆରେ ସର୍ବୋଚ୍ଚ ମାର୍କ ରଖିଥିବା ଛଅଜଣ ଛାତ୍ରଛାତ୍ରୀଙ୍କୁ ସୁପର‌୍‍ ଗ୍ୟାସ‌୍‍ ତରଫରୁ ୧ଠଠଠ/- ଟଙ୍କା ଲେଖାଏଁ ଆଥିର୍କ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ପ୍ୟାରେଡ‌୍‍ ପ୍ରତିଯୋଗିତାରେ ବରିଷ୍ଠ ସମର ଶିକ୍ଷାର୍ଥୀ ବାହିନୀରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆର୍ମି ବାହିନୀକୁ ଜିଲ୍ଲାପାଳଙ୍କର ରନିଂ ସିଲ୍ଡ, ସର୍ବଶ୍ରେଷ୍ଠ କନିଷ୍ଠ ଏନ‌୍‍.ସି.ସି.ରେ ବି.ଏମ‌୍‍.ହାଇସ୍କୁଲକୁ ଡଃ ଅଜୟ ମିଶ୍ର ପ୍ରଦତ୍ତ ରନିଂ ସିଲ୍ଡ, ସର୍ବଶ୍ରେଷ୍ଠ ସ୍କାଉଟ‌୍‍ରେ ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟକୁ ସମାଜ କଲ୍ୟାଣ ଅନୁଷ୍ଠାନ ରନିଂ ସିଲ୍ଡ, ସର୍ବଶ୍ରେଷ୍ଠ ସ୍କାଉଟ‌୍‍ରେ ସରସ୍ୱତୀ ଶିଶୁ ମନ୍ଦିର ବାଲାଜୀ ବିହାର, ସର୍ବଶ୍ରେଷ୍ଠ ଗାଇଡ‌୍‍ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରନିଂ ସିଲ୍ଡ, ସର୍ବଶ୍ରେଷ୍ଠ ଜୁନିୟର‌୍‍ ରେଡ‌୍‍କ୍ରସ‌୍‍ ଭାବେ ସିଟିଜନ‌୍‍ ମଡେଲ ଇଂଲିଶ ମିଡ଼ିୟମ‌୍‍ ଏକାଡେ଼ମୀ, ସର୍ବଶ୍ରେଷ୍ଠ ବରିଷ୍ଠ ସାଧା ପୋଷାକ ଦଳ ଭାବେ ବିମଳା କନ‌୍‍ଭେଣ୍ଟ ସ୍କୁଲକୁ ସ୍ୱର୍ଗତ ଅଚ୍ୟୁତାନନ୍ଦ ମୁଣ୍ଡ ସ୍ମାରକୀ ରନିଂ ସିଲ୍ଡ, ସର୍ବଶ୍ରେଷ୍ଠ ଜୁନିୟର‌୍‍ ସିଭିଲିଆନ‌୍‍ ଭାବେ ଟାଇମ୍ସ ଏକାଡେ଼ମୀ ଗୁରୁକୁଳକୁ ଜୁନିୟର‌୍‍ ମାଣିକେଶ୍ୱରୀ କ୍ଲବ ସ୍ମାରକୀ ରନିଂ ସିଲ୍ଡ ଏବଂ ଶ୍ରେଷ୍ଠ ପ୍ଲାଟୁନ‌୍‍ କମାଣ୍ଡର‌୍‍ ଭାବେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନୌବାହିନୀକୁ ସ୍ୱର୍ଗତ ଦୈତାରୀ ପଣ୍ଡା ସ୍ମାରକୀ ରନିଂ ସିଲ୍ଡ ପ୍ରଦାନ କରାଯାଇଥିଲା।   ଏହାପରେ ପରମାନନ୍ଦପୁର ସ୍ଥିତ ଦୃଷ୍ଟିହୀନ ମୂକ ବଧିର ବିଦ୍ୟାଳୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ମିଷ୍ଟାନ୍ନ ଓ ଫଳ, ସେହିପରି ଶିଶୁ ଭାରତୀ ଅନାଥ ଆଶ୍ରମରେ ରୋଟାରୀ କ୍ଲବ ଦ୍ୱାରା ପ୍ରଦତ୍ତ ଫଳବଣ୍ଟନ କରିଥିଲେ। ଏହାପରେ ଜିଲ୍ଲା କାରାଗାର ଯାଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ, ସଦର ଡାକ୍ତରଖାନାର କେନେରାଲ‌୍‍ ୱାର୍ଡ଼ରେ ସେବା ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଫଳ ଏବଂ ଶିଶୁ ୱାର୍ଡ଼ରେ ଜୟପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଫଳବଣ୍ଟନ କରିଥିଲେ। ସେହିପରି ଅନରାହ୍ନ ୩ ଘଣ୍ଟା ସମୟରେ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡ଼ିୟମ‌୍‍ଠାରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ‌୍‍ବଲ ମ୍ୟାଚ‌୍‍ କଳାହାଣ୍ଡି ପୋଲିସ ଓ କ୍ରଡ଼ା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ। ଏଥିରେ ସଦର ବିଧାୟକ ଅନାମ ନାଏକ ମୁଖ୍ୟ ଅତିଥି ଏବଂ ଜଗମୋହନ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ।

Share :