ସ୍କୁଲରେ ତାଲାମାରି ଧାରଣା

ସ୍କୁଲରେ ତାଲାମାରି ଧାରଣା

Share :

  ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ନିମନ୍ତେ ସରକାର ଯୋଜନାମାନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍କୁଲମାନଙ୍କର ଉକ୍ତ ଯୋଜନାମାନ ସଠିକ ଭାବରେ ସୁପରିଚାଳିତ ହେଉନଥିବାରୁ ତାହା ସବୁ ବାଟବଣା ହୋଇଯାଉଛି। କେତେକ ସ୍ଥାନରେ ଶିକ୍ଷକମାନଙ୍କ ଖାମଖିଆଲି ନୀତି ଯୋଗୁଁ ଏପରି ବହୁ ଯୋଜନା ବାଟମାରଣା ହେଉଥିବାରୁ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଦେଉଛନ୍ତି। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ପଂଚାୟତର କାଳିପୁର ପ୍ରାଥମିକ ବିଦ୍ୟାଳୟରେ। ପ୍ରଧାନ ଶିକ୍ଷକ ସ୍କୁଲରେ ନିଯୁକ୍ତ ହେଉନଥିବାରୁଗ୍ରାମବାସୀ ସ୍କୁଲରେ ତାଲାପକାଇ ଧାରଣରେ ବସିଛନ୍ତି।   ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଗତ ଜୁନ ୩୦ ତାରିଖରୁ ଶିକ୍ଷକମାନଙ୍କ ବଦଲି ବିଜ୍ଞପ୍ତି ଅନୁସାରେ କାଲିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବା ଚିତ୍ତରଞ୍ଜନ ମାଝୀଙ୍କୁ ଟେମରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରି ସେଠାରେ ଥିବା ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମୁଣ୍ଡଙ୍କୁ କାଳିପୁରକୁ ବଦଳି କରିଥିଲେ। କିନ୍ତୁ ଚିତ୍ତରଞ୍ଜନ ମାଝୀ ଟେମରି ସ୍କୁଲରେ ନିଯୁକ୍ତି ପାଇସାରିଥିବାବେଳେ ଦିଲ୍ଲୀପ କୁମାର ମୁଣ୍ଡ କାଳିପୁର ସ୍କୁଲରେ ଆଜି ପର୍ଯ୍ୟନ୍ତ ନିଯୁକ୍ତି ପାଇପାରି ନାହନ୍ତି। ଏସଂକ୍ରାନ୍ତରେ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷାଅଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛିନ୍ତି।   ଏସଂକ୍ରାନ୍ତରେବ୍ଲକ ଶିକ୍ଷା ଅଧିକାରୀ ଜୀବନ୍ତ ମୁଣ୍ଡଙ୍କୁ ପଚାରିବାରୁ ସ୍କୁଲରେ ଯଥାଶୀଘ୍ର ଏକ ପ୍ରଧାନ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କହିଥିଲେ।

Share :