ସ୍ୱାଧୀନତା ଦିବସ ପାଳିତ

ସ୍ୱାଧୀନତା ଦିବସ ପାଳିତ

Share :

  କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ପକ୍ଷରୁ ୭୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଗଷ୍ଟ ୧୫ ସୋମବାର ପ୍ରତ୍ୟୁଷରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଶ୍ରମ ସ୍କୁଲ ଓ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ପ୍ରଭାତଫେରୀ ଓ ରାମଧୂନ‌୍‍ କରିବା ସହ କୋଣାର୍କ ବଜାର ପରିକ୍ରମା କରିଥିଲେ। କୋଣାର୍କ ଏନଏସି ପଡିଆରେ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ପ୍ୟାରେଡ ପ୍ରତିଯୋଗିତାରେ ଭାଗ ନେଇଥିଲେ। କୋଣାର୍କ ପୌରାଧ୍ୟକ୍ଷା ଭାନୁମତୀ ରାଉତରାୟ ଏହି ଉତ୍ସବରେ ଅତିଥିଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ।   ଏହି ଅବସରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏନଏସି ପକ୍ଷରୁ କୋଣାର୍କର ‘ବରିଷ୍ଠ ନାଗରିକ ସମ୍ମାନ’ ଗୋପିନାଥ ପାତ୍ରଙ୍କୁ ପ୍ରଦାନକରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା। କୋଣାର୍କ ପୌରାଧ୍ୟକ୍ଷା ଭାନୁମତୀ ରାଉତରାୟ ଛାତ୍ରଛାତ୍ରୀମାନଙ୍କର ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନର ଅଭିବାଦନ ଗ୍ରହଣ କରିଥିଲେ। ଆୟୋଜିତ ପ୍ୟାରେଡ ପ୍ରତିଯୋଗିତାର ସିନିୟର ବାଳକ ବିଭାଗରେ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିନିୟର ଗୃପ ବାଳିକା ବିଭାଗରେ ଲାୟନ୍ସ ଦାମୋଦର ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜୁନିୟର ବାଳକ ବିଭାଗ, ବାଳିକା ବିଭାଗ, ସବଜୁନିୟର ବଳାକ ବିଭାଗ ଓ ବାଳିକା ବିଭାଗରେ କୋଣାର୍କର ଆଶମ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରି ଚଳିତ ବର୍ଷ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଫ୍ୟାନଶୀ ପ୍ରତିଯୋଗୀତାରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ଅଭିନୟ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।   ପ୍ୟାରେଡ ଏବଂ ପୂର୍ବରୁ ଆୟୋଜିତ ପ୍ରବନ୍ଧ, ତର୍କ, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ବିଭିନ୍ନ ସ୍କୁଲ ଓ ବିଦ୍ୟାର୍ଥୀମାନଙ୍କୁ ଏନଏସି ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ କୋଣାର୍କ ଏନଏସି ଅଞ୍ଚଳରୁ ଗତ ମାଟ୍ରିକ ପରୀକ୍ଷାରେ ସର୍ବୋଚ  ନମ୍ୱର ରଖିଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀ ଶୁଭଦର୍ଶିନୀ ପାତ୍ରଙ୍କୁ ମେଧାବୃତ୍ତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଏନଏସିର କର୍ମଚାରୀଙ୍କ ସମେତ ସମସ୍ତ କାଉନସିଲର ପରିଚାଳନା କରିଥିଲେ।   ଏତଦ ବ୍ୟତିତ କୋଣାର୍କ ଏନଏସି ବିଜେଡି ପକ୍ଷରୁ ସଭାପତି ଗୋପାଳ ବେହେରା, କକୋଣାର୍କ ଭଗବତୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡଃ ବନ୍ଦନା ରାୟ, ଦାମଦୋର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ  କଳ୍ପନା ପାତ୍ର, ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ନମିତା ଦାସ, କୋଣାର୍କ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବିଧ୍ୟାଧର ଜେନା, ଆଶ୍ରମ ସ୍କୁଲରେ ପ୍ରଧାନଶିକ୍ଷକ ବିଜୟ କୁମାର ସେଠୀ, କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ରୁକ୍ମିଣୀ ଦେବୀ, ଜବାହାର ନବଦୋୟ ବିଦ୍ୟାଳୟରେ ଡି. ମାଲେଶ୍ୱର ରାଓ, କୋଣାର୍କ ଗଣେଶ କମିଟରେ ନରେନ୍ଦ୍ର ପାତ୍ର, ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏତଦ ବ୍ୟତିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଭେଙ୍କଟେଶ୍ୱର ସ୍କୁଲ, ସରଶ୍ୱତୀ ଶିଶୁ ମନ୍ଦିର, ମା’ ରାମଚଣ୍ଡୀ ମିନିମୋଟର ଆସୋଶିଏସନ, ସୂର୍ଯ୍ୟମନ୍ଦିର ଫଟୋଗ୍ରାଫର ଆସୋସିଏସନଙ୍କ ସମେତ ସରକାରୀ, ବେସରକାରୀ, ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ସଂଗଠନର କାର୍ଯାଳୟ ପରିସରରେ  ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

Share :