ନିଆଁ ଜଳାଇବା ଶିକ୍ଷା

ନିଆଁ ଜଳାଇବା ଶିକ୍ଷା

Share :

  ୧. ଶିକ୍ଷା ହେଉଛି ସବୁଠୁଁ ଶକ୍ତିଶାଳୀ ଏକ ଅସ୍ତ୍ର ଯାହାକୁ ତୁମେ ବିଶ୍ବ ବଦଳାଇବାରେ ବ୍ୟବହାର କରିପାର। -ନେଲସନ୍ ମାଣ୍ଡେଲା   ୨. ଜଣଙ୍କୁ ସମାଲୋଚକର ଦୃଷ୍ଟିଭଙ୍ଗୀ ନେଇ ଗଭୀର ଭାବେ ଚିନ୍ତା କରିବାକୁ ଶିଖେଇବା ହେଉଛି ଶିକ୍ଷାର କାମ। ବୁଦ୍ଧି ଯୁକ୍ତ ଚରିତ୍ର-ଏହା ହେଉଛି ଶିକ୍ଷାର ପ୍ରକୃତ ଲକ୍ଷ୍ୟ। -ମାର୍ଟିନ ଲୁଥାର କିଙ୍ଗ   ୩. ଶିକ୍ଷାର ମୂଳ ହେଉଛି ପିତା, କିନ୍ତୁ ଏହାର ଫଳ ଭାରି ମିଠା। -ଆରିଷ୍ଟୋଟଲ୍   ୪. ଦର୍ପଣକୁ ଝରକାରେ ପରିଣତ କରିବା ହେଉଛି ଶିକ୍ଷାର ସଂପୂର୍ଣ୍ଣ ଉଦ୍ଦେଶ୍ୟ। ସିଡ୍‌ନି ଜେ ହ୍ୟାରିସ୍   ୫. ଶିକ୍ଷାର ମହାନ ଲକ୍ଷ୍ୟ ଜ୍ଞାନ ନୁହେଁ, କର୍ମ। ହର୍ବାଟ ସ୍ପେନ୍‌ସର୍   ୬. ଶିକ୍ଷା ହେଉଛି ଉତ୍ତମ ବନ୍ଧୁ। ଜଣେ ଶିକ୍ଷିତ ବ୍ୟକ୍ତି ସବୁଠାରେ ସମ୍ମାନ ପାଏ। ଶିକ୍ଷା ସୌନ୍ଦର୍ଯ୍ୟ ଓ ଯୌବନକୁ ମଧ୍ୟ ପରାସ୍ତ କରିଥାଏ। -ଚାଣକ୍ୟ   ୭. ମାଠିଆ ଭର୍ତ୍ତି କରିବା ନୁହେଁ, ନିଆଁ ଜଳେଇବା ହେଉଛି ଶିକ୍ଷା। ଉଇଲିୟମ୍ ବଟ୍‌ଲର୍ ୟିଟ୍‌ସ   ୮. ବିଶ୍ବ ବିରୋଧରେ ଏକମାତ୍ର ବାଡ଼ ହେଉଛି ଏହା ସଂପର୍କରେ ଟିକିନିଖି ଜ୍ଞାନ। - ଜନ୍ ଲକ୍   ୯. ଜ୍ଞାନରେ ପୁଂଜି ଖଟେଇଲେ ସବୁଠୁ ଅଧିକ ଲାଭ ମିଳିଥାଏ। -ବେଞ୍ଜାମିନ୍ ଫ୍ରାଙ୍କଲିନ୍   ୧୦. ଶିଶୁକୁ ତୁମ ନିଜ ଶିକ୍ଷା ପରିସରରେ ସଂକୁଚିତ କରନାହିଁ, କାରଣ ସେ ଅନ୍ୟ ଏକ ସମୟରେ ଜନ୍ମ ହୋଇଛି। -ରବୀନ୍ଦ୍ରନାଥ ଠାକୁର   ୧୧. ଜ୍ଞାନର ଅଗ୍ରଗତି ଓ ସତ୍ୟର ସଂପ୍ରସାରଣ ହେଉଛି ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। -ଜନ୍ ଏଫ. କେନେଡ଼ି   ୧୨. ତୁମେ ସବୁବେଳେ ଜଣେ ଶିଷ୍ୟ, କେବେ ବି ଗୁରୁ ନୁହଁ। ତୁମକୁ ସବୁବେଳେ ଆଗେଇବାକୁ ହେବ। କନ୍‌ରାଡ଼ ହଲ୍   ୧୩. ଜଣକୁ ଗୋଟିଏ ମାଛ ଦେଇ ତୁମେ ତାଙ୍କୁ ଦିନକ ପାଇଁ ଖୁଆଇ ପାରିବ, ତାଙ୍କୁ ମାଛ ଧରିବା ଶିଖେଇ ଦିଅ ସେ ସାରା ଜୀବନ ଖାଇ ପାରିବେ। -ମେମୋନାଇଡ୍‌ସ   ୧୪. ନିଜ ମାନସିକତା ଓ ଆତ୍ମପ୍ରତ୍ୟୟ ନହରାଇ ପ୍ରାୟ ସବୁ କିଛି ବିଷୟରେ ଶୁଣିବାର ଶକ୍ତି ହେଉଛି ଶିକ୍ଷା। - ରବର୍ଟ ଫ୍ରଷ୍ଟ   ୧୫. ଅନ୍ଧାରରୁ ଆଲୁଅକୁ ଗତି କରିବା ହେଉଛି ଶିକ୍ଷା। -ଆଲାନ ବ୍ଲୁମ

Share :