କୋଣାର୍କ ଝୁଲଣ ଉତ୍ସବ ଉଦଘାଟିତ

କୋଣାର୍କ ଝୁଲଣ ଉତ୍ସବ ଉଦଘାଟିତ

Share :

  ଅଗଷ୍ଟ ୧୪ ତାରିଖ ରବିବାର କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ଆୟୋଜିତ ଝୁଲଣ ଉତ୍ସବ-୨୦୧୬ ଉଦଘାଟିତ ହୋଇଯାଇଛି। ନୃତ୍ୟଗୁରୁ ଏସ. ରାୟ, ତବଲାବାଦକ କୁଳମଣୀ ସାହୁ, ଛଉ ନୃତ୍ୟଗୁରୁ ଡଃ ରମଣୀରଞ୍ଜନ ଜେନା ଓ କୋଣାର୍କ ନାଟ୍ୟମଣ୍ଡପର ସଂପାଦକ ପ୍ରମୁଖ ଉପସ୍ଥିତ ରହି ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ।   କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ଆୟୋଜିତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ଅପୂର୍ବ ସମାରୋହରେ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଭୁବନେଶ୍ୱରର ବିଦ୍ୟାଧର ଶତପଥୀଙ୍କ ଦ୍ୱାରା ହୀନ୍ଦୁସ୍ଥାନୀ କଣ୍ଠ ସଂଗୀତ ପରିବେଷଣ କରାଯାଇଥିଲେ। ଦ୍ୱିତୀୟ ଚରଣରେ କୋଲକତାର ନୃତ୍ୟାଙ୍ଗନା ମୋହୁଲ ମୁଖାର୍ଜୀ ଭାରତନାଟ୍ଟ୍ୟମ ପରିବେଷଣ କରିଥିବା ବେଳେ ଉଦଘାଟନୀ ଦିବସର ଶେଷ କାର୍ଯ୍ୟକ୍ରମରେ କୋଣାର୍କ ନାଟ୍ୟମଣ୍ଡପର ନୃତ୍ୟଶିଳ୍ପୀମାନେ ଚିତ୍ତାକର୍ଷକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶିକ୍ଷକ ପ୍ରତାପ ରାଉତ କାର୍ଯ୍ୟକ୍ରମ ସଂଯୋଜନା ଓ ଉପସ୍ଥାପନା କରିଥିବାବେଳେ କୋଣାର୍କ ନାଟ୍ୟମଣ୍ଡପର ସଂପାଦକ ଶିବାଶିଷ ପ୍ରଧାନ ଓ ଅନ୍ତେବାସୀ ଗୁରୁ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।   କୋଣାର୍କ ନାଟ୍ୟମଣ୍ଡପ ପକ୍ଷରୁ ଆୟୋଜିତ ଝୁଲଣ ଉତ୍ସବର ସଂାସ୍କୃତିକ କାର୍ଯ୍ୟକ୍ରମ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଚାଲିବ। ଏହି ଅବସରରେ ରାଧାକୃଷ୍ଣଙ୍କର ରାସଲୀଳାର ଝୁଲଣ ଝାଙ୍କି ପ୍ରଦର୍ଶିତ ହେବା ସହ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି। କୋଣାର୍କ ନାଟ୍ୟମଣ୍ଡପର ମୁଖ୍ୟମଞ୍ଚ ପାର୍ଶ୍ୱରେ ଥିବା ଅନ୍ୟଏକ ଛୋଟ ମୁକ୍ତାକାଶ ରଙ୍ଗମଞ୍ଚରେ  ପ୍ରତ୍ୟହ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଶାସ୍ତ୍ରୀୟ ନୃତ୍ୟ ସଂଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।   ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ସତ୍ୟବାନ ସେଠୀ ସୀତାର ବାଦନ, ରାଉରକେଲାର ନୃତ୍ୟାଙ୍ଗନା ବି. ଗାୟତ୍ରୀ ଓଡିଶୀ ନୃତ୍ୟ, ବାଙ୍ଗାଲୋରର ନୃତ୍ୟଶିଳ୍ପୀ ଅଞ୍ଜନ ରମେଶ ଭାରତ ନାଟ୍ଟ୍ୟମ ନୃତ୍ୟ, ରାୟପୁରର ନୃତ୍ୟାଙ୍ଗନା ରୁଚି କ୍ରିଷ୍ଣା କୁଚିପୁଡି ନୃତ୍ୟ ଓ କୋଳକତାର ନୃତ୍ୟାଙ୍ଗନା ଶ୍ରେୟା ଭଟ୍ଟାଚାର୍ଜ୍ୟ କଥକ ନୃତ୍ୟ, ୧୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ସୌମ୍ୟରଞ୍ଜନ ନାୟକ ମର୍ଦ୍ଦଳ ବାଦନ, ବାଙ୍ଗାଲୋରର ନୃତ୍ୟଶିଳ୍ପୀ ଜୟୀତା ଦତ୍ତ କଥକ ନୃତ୍ୟ, ଭୁବନେଶ୍ୱରର ନୃତ୍ୟଶିଳ୍ପୀ ଗୋକୁଲଶ୍ରୀ ଦାଶ ଓଡିଶୀ ନୃତ୍ୟ, ଭିଲ୍ଲାଇର ନୃତ୍ୟଶୀଳ୍ପି ତନୟା ରେଡ୍ଡି କୁଚ୍ଚିପୁଡି ନୃତ୍ୟ, ୧୭ ତାରିଖ ସନ୍ଧ୍ୟାରେ ବଲାଙ୍ଗିରର ଦିପାଲୀ ମିଶ୍ର ତବଲା ବାଦନ, ଭୁବନେଶ୍ୱରର କଣ୍ଠଶିଳ୍ପୀ ଯାଜ୍ଞସେନୀ ବିଶ୍ୱାଳ ଓଡିଶୀ କଣ୍ଠ ସଂଗୀତ, କୋଣାର୍କର ନୃତ୍ୟାଙ୍ଗନା କଳ୍ପନା ଛାେଟ୍ଟାଇ ଓ ଭକ୍ତିପୂଷ୍ପା ନାୟକ ଓଡିଶୀ ନୃତ୍ୟ, ୧୮ତାରିଖ ସନ୍ଧ୍ୟାରେ ନିମାପଡାର ନୃତ୍ୟାଙ୍ଗନା ସେୟାଶ୍ରୀ ପଟ୍ଟନାୟକ ଓ ଇତିଶ୍ରୀ ରାୟଙ୍କ ଜୁଗଳ ବନ୍ଦିରେ ଓଡିଶୀ ନୃତ୍ୟ, ଭୁବନେଶ୍ୱରର ବଂଶୀବାଦକ ଋଦ୍ରପ୍ରସାଦ ପରିଡା ବଂଶୀବାଦନ ଓ ଝୁଲଣ ଉତ୍ସବର ଶେଷ କାର୍ଯ୍ୟକ୍ରମରେ କୋଣାର୍କ ନାଟ୍ୟମଣ୍ଡପର ଗୁରୁ ବାସୁଦେବ ବିଶ୍ୱାଳ ଓ ସାଥୀଙ୍କ ଦ୍ୱାରା ବୈଠକି ସଂଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିରହୋଇଛି।   ଏହି କାର୍ଯ୍ୟକମରେ ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ସମେତ ରାଜ୍ୟ ବାହାରୁ ବିଶିଷ୍ଟ ନୃତ୍ୟ ଶିଳ୍ପୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିବେ। ବିଗତ ୨୯ ବର୍ଷ ଧରି କୋଣାର୍କ ନାଟ୍ୟମଣ୍ଡପରେ ଆୟୋଜିତ ହୋଇ ଆସୁଥିବା ଏହି ଝୁଲଣ ଉତ୍ସବ ପୂର୍ବାପେକ୍ଷା  ଚଳିତବର୍ଷ ଅଧିକ ଆକର୍ଷଣୀୟ  ହୋଇଛି ଝୁଲଣ ଉତ୍ସବ।

Share :