ପାରାଦୀପରେ ବିଜେଡିର ଗଣଦୌଡ

ପାରାଦୀପରେ ବିଜେଡିର ଗଣଦୌଡ

Share :

  ପ୍ରବାଦ ପୁରଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ ପାଳନ ଅବସରରେ ପାରାଦୀପ ବିଜୁଜନତା ଦଳପକ୍ଷରୁ ବିଶାଳ ଗଣଦୌଡ ଆୟୋଜିତ ହୋଇଯାଇଛି। ପାରାଦୀପ ବିଜୁ ଜନତା ଦଳ ସଭାପତି ସୁମନ୍ତ ବିଶ୍ୱାଳ ସଭାପତିତ୍ୱରେ ଏହି ଗଣଦୌଡ ସକାଳ ୮.୩୦ ମିନିଟ‌୍‍ ଅଠରବାଙ୍କୀସ୍ଥିତ ବିଜୁବାବୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇ କଳିଙ୍ଗ ବାଲିଯାତ୍ରା ପଡିଆ ତଥା ବିଜୁ ମଇଦାନରେ ସମାପ୍ତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଥିଲେ ଅବକାରୀ ଓ ସମବାୟ ମନ୍ତ୍ରୀ ଡ.ଦାମୋଦର ରାଉତ ଓ ସାଂସଦ ଡ. କୁଳମଣୀ ସାମଲ।   ଏ ଉପଲକ୍ଷେ ପାରାଦୀପ ବନ୍ଦର ପ୍ରତିଷ୍ଠାତା ବିଜୁବାବୁଙ୍କ ସମ୍ପର୍କିତ ଉପରେ ଏକ ଆଲୋଚନା ସଭା ବିଜୁ ମେମୋରିଆଲ ଟ୍ରଷ୍ଟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରପାଳିକାର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ପାରାଦୀପ ବାସିନ୍ଦାଙ୍କ ପାଇଁ ନୂଆ ପଦକ୍ଷପ ମାନ ଚିନ୍ତାକରି ବିଜୁ ବାବୁ ଗଢିଯାଇଥିିବା ପାରାଦୀପକୁ ସହାୟକ ହୋଇ କିପରି ସ୍ମାର୍ଟ ବନ୍ଦରକୁ ସ୍ମାର୍ଟ ସହରରେ ପରିଣତ କରିବେ ବୋଲି ସଙ୍କଳ୍ପ ନେଇଥିଲେ। ଶେଷରେ ସମୁଦ୍ର କୂଳ ରାସ୍ତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାରାଦୀପ ନାଗରିକ ମଞ୍ଚର ସଭାପତି ତଥା ଯୁବ ପରିବେଶବିତ‌୍‍ ଅୟସକାନ୍ତ ରାୟଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ ମନ୍ତ୍ରୀ ଡ. ରାଉତ ଓ ସାସଂଦ ଶ୍ରୀ ସାମଲ ବୃକ୍ଷରୋପଣ କରିଥିଲେ।   ଏହି କାର୍ଯ୍ୟକ୍ରମରେ ବିରିଷ୍ଠ ନେତା କୁମରବର ନାୟକ, ଉଲ୍ଲାସ ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତୀ ନାୟକ, ପାରିଷଦ ଚିନ୍ମୟୀ ରାଉତରାୟ, ମନୋଜ ବେହେରା, ମଞ୍ଜୁଲତା ଜେନା, ଯୁବନେତା ସୁଶୀଲ ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ବିକ୍ରମ ମହାନ୍ତି, ସମେତ ପ୍ରତ୍ୟେକ ୱାର୍ଡର ପାରିଷଦ ଓ ଦଳୀୟ କର୍ମୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Share :