କଳାହାଣ୍ଡିରେ ୨୦ ହଜାର ମ୍ୟାଲେରିଆ ରୋଗୀ!

କଳାହାଣ୍ଡିରେ ୨୦ ହଜାର ମ୍ୟାଲେରିଆ ରୋଗୀ!

Share :

  କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ମ୍ୟାଲେରିଆ ରୋଗର ପ୍ରାଦୁର୍ଭାଭ ବୃଦ୍ଧି ପାଉଛି। ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି। ଜିଲ୍ଲାରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ୧ ଲକ୍ଷ ୮୯ ହଜାର ୮୩୬ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି ଯେ ୧୮୩୭୫ ଜଣ ପିଏଫ ମ୍ୟାଲେରିଆ ଓ ୨୩୮୪ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବାବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବେସରକାରୀ ଭାବରେ ଏହି ପରିସଂଖ୍ୟନ ବହୁତ ଅଧିକ ବୋଲି କୁହାଯାଉଛି।   ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଖିଦୃଶିଆ ପ୍ରତିଷେଧକ ବ୍ୟବସ୍ଥା ନିଆଯାଉ ନ ଥିବା ଯୋଗୁ ଏବେ ମ୍ୟାଲେରିଆ ପଞ୍ଝାରେ ଏବେ ସମଗ୍ର କଳାହାଣ୍ଡିଜିଲ୍ଲା କବଳିତ ହୋଇଥିବାନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାସାରା ରାଜ୍ୟରେ ମ୍ୟାଲେରିଆ ଆକ୍ରାନ୍ତରେ ତୃତୀୟ ସ୍ଥାନରେ ଅଛି। କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ଓ ସହରାଞ୍ଚଳରେ ମ୍ୟାଲେରିଆ ଏବେ ଉତ୍କଟରୂପ ଧାରଣ କରିଛି। ଗତ ଦୁଇ ମାସ ମଧ୍ୟରେ ମ୍ୟାଲେରିଆର ପ୍ରଦୁର୍ଭାବ ସମ୍ୱେଦନଶୀଳ ପରିସ୍ଥିତ ସୃଷ୍ଟି କରିଛି। ଜିଲ୍ଲାର ପାଷ୍ଟିକୁଡି ସିଏଚସିରେ ୧୬୨୨୪ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୭୩୬ ଜଣଙ୍କ ପଜିଟିଭ ଥିବାବେଳେ ୬୩୫ ଜଣ ପିଏଫ ଓ ୧୦୧ ଜଣ ପିଭି ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଥୂଆମୁଲ ରାମପୁର ସିଏଚସିରେ ୧୧୪୧୯ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୮୬୪ ଜଣଙ୍କ ପଜିଟିଭ ଥିବା ବେଳେ ୭୯୩ ଜଣ ପିଏଫ ଓ ୭୧ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି।   ମଦନପୁର ରାମପୁର ସିଏଚସିରେ ୧୬୧୯୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୨୩୯୯ ଜଣଙ୍କ ପଜିଟିଭଥିବା ବେଳେ ୨୧୪୫ ଜଣ ପିଏଫ ଓ ୨୫୪ ଜଣପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଶ୍ୱନାଥପୁର ସିଏଚସିରେ ୧୪୨୮୬ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୪୦୦୦ ଜଣଙ୍କ ପଜିଟିଭଥିବା ବେଳେ ୩୬୧୬ ଜଣ ପିଏଫ ଓ ୩୮୪ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ବୋର୍ଡା ସିଏଚସି ରେ ୧୬୧୬୯ ଜଣଙ୍କ ରକ୍ତ ପରୀକ୍ଷାକରାଯାଇ ୧୩୫୪ ଜଣଙ୍କ ପଜିଟିଭ ଥିବାବେଳେ ୧୧୭୪ ଜଣ ପିଏଫ ୧୮୦ ପିଭି ମ୍ୟାଲେରିଆ ରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଚପ୍ରିଆ ସିଏଚସିରେ ୧୨୬୩୧ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୧୦୮୮ ଜଣଙ୍କ ପଜିଟିଭ ଥିବାବେଳେ ୯୩୭ ଜଣ ପିଏଫ ଓ ୧୫୧ ଜଣଙ୍କ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ଥିବା ଧରାପଡ଼ିଚି। କୋକସରା ସିଏଚସିରେ ୧୨୫୬୬ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୭୫୧ ଜଣଙ୍କ ପଜିଟି ଥିବା ବେଳେ ୭୧୫ ଜଣ ପିଏଫ ଓ ୩୬ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାଯାଇଚି।   ଜୟପାଟଣା ସିଏଚସି ରେ ୧୨୨୨୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ଜଣାପଡ଼ିଛି ଯେ ୧୩୦୫ ଜଣଙ୍କ ପଜିଟିଭଥିବା ବେଳେ ୧୧୪୪ ଜଣ ପିଏଫ ଓ ୧୬୧ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ଚିଲଗୁଡା ସିଏଚସିରେ ୧୬୦୬୮ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁସାରେ ୭୧୨ ଜଣ ପଜିଟିଭ ଥିବା ବେଳେ ୬୧୮ ଜଣ ପିଏଫ ଓ ୯୪ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। କଲମପୁର ସିଏଚସିରେ ୮୫୧୫ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁସାରେ  ୮୭୦ ଜଣ ପଜିଟିଭ ଥିବା ବେଳେ ୭୭୯ ଜଣ ପିଏଫ ଓ ୯୧ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। କର୍ଲାମୁଣ୍ଡା ସିଏଚସିରେ ୮୬୮୮ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ଥିଲା। ସେଥିରୁ ୧୨୧ ଜଣ ପଜିଟିଭ ଥିବା ବେଳେ ୮୨ ଜଣ ପିଏଫ ଓ ୩୯ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ନର୍ଲା ସିଏଚସିରେ ୧୪୬୦୬ ଜଣଙ୍କ ରକ୍ତପରୀକ୍ଷା କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଛି ଯେ ୧୬୭୨ ପଜିଟିଭ ଥିବାବେଳେ ୧୩୦୦ ଜଣ ପିଏଫ ଓ ୩୭୨ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ପର୍ଲା ସିଏଚସିରେ ୧୧୧୧୨ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୬୫୦ ଜଣଙ୍କ ପଜିଟିଭ ଥିବାବେଳେ ୬୦୦ ଜଣ ପିଏଫଓ ୫୦ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।   ସମଗ୍ର ଜିଲ୍ଲାରେ ସମୁଦାୟ ୧୭୦୬୯୪ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୧୬୫୨୨ ପଜିଟିଭ, ୧୪୫୩୮ ଜଣ ପିଏଫ ଓ ୧୯୮୪ ଜଣ ପିଭି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିଭଳି ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇ କଲମପୁର ବ୍ଲକର ପୋଟେସ ଗ୍ରାମର ଶିବାନୀ ରାଉତ(୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ ବ୍ଲକର ମାଲିଗୁଡା ଗ୍ରାମର ଅମୃତମାଝୀ (୩୨), ଭବାନୀପାଟଣା ସଦର ବ୍ଲକର ରଜନାଗୁଡାର ଝରଣା ଶବର(୧୦) ଓ ଲାଞ୍ଜିଗଡ ବ୍ଲକର ଆମପଦର ଗ୍ରାମର ଦୁଇ ମାସର ଶିଶୁର ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି। କିନ୍ତୁ ବେସରକାରୀ ଭାବରେ ମ୍ୟାଲେରିଆ ମୃତ୍ୟୁ ପରିସଂଖ୍ୟନ ସରକାରୀ ରିପୋର୍ଟଠାରୁ ଅଧିକ।   କଳାହାଣ୍ଡି ଜିଲ୍ଲାର ଥୂଆମୁଳ ରାମପୁର, ଲାଞ୍ଜିଗଡଓ ମଦନପୁର ରାମପୁର ବ୍ଲକରେ ମ୍ୟାଲେରିଆର ପ୍ରକୋପ ଅତି ସମ୍ୱେଦନଶୀଳ ଅଟେ। ଜିଲ୍ଲାର ଥୂଆମୁଲରାମପୁର ଠାରେ ବେସରକାରୀ ସଂଗଠନ ସ୍ୱାସ୍ଥ୍ୟ ସ୍ୱରାଜ, ବିଶ୍ୱନାଥପୁରଠାରେ ଦାପ୍ତା, ଥୂଆମୁଲରାମପୁର ବ୍ଲକର ଅଡ୍ରୀଠାରେ ଓଭାଓ ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁରଠାରେ ଶାନ୍ତିମୈତ୍ରି ବେସରକାରୀ ସଂଗଠନକୁ ମ୍ୟାଲେରିଆ ନିରାକରଣ ପାଇଁ ଦାୟିତ୍ୱ ଦିଆଯାଇଛି। ଦୁର୍ଗମ ଅଞ୍ଚଳରେ ଆଦିବାସୀ ଲୋକେ ମ୍ୟାଲେରିଆ ଆକ୍ରାନ୍ତ ହେବା ପରେ ସଡକ ଯୋଗାଯୋଗ ଅସୁବିଧା ଯୋଗୁଁ ୧୦୮ ଆମ୍ୱୁଲାନ୍ସ ପହଞ୍ଚି ପାରେନାହିଁ। ଫଳରେ ଲୋକେ ସେମାନେ ଗୁଣିଗାରେଡି ଓ କ୍ୱାକ ଭରସାରେ ରହନ୍ତି। ବହୁ ରୋଗୀ ଚିକିତ୍ସାରେ ବିଳମ୍ୱ ଯୋଗୁଁ ମୃତ୍ୟୁ ମୁଖରେ ପଡିଥାନ୍ତି। ଗତ ଜୁନ ଓ ଜୁଲାଇ ୨ ମାସ ଧରି ମ୍ୟାଲେରିଆ ଉତ୍କଟ ରୂପଧାରଣ କରିଥିଲା। ଏ ନେଇ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ଏମ.ଡି ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜିଲ୍ଲାରେ ଡିଡିଟି ସିଞ୍ଚନ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି, ଇଡିସିଟି କାର୍ଯ୍ୟକ୍ରମରେ ସଚେତନତା କରାଯାଉଛି, ଆଇଟିଏନ ଯୋଜନାରେ ଔଷଧ ବୁଡାମଶାରୀ ବଣ୍ଟନ ଚାଲିଛି ଏବଂ ଆଇଇସି କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନ କରାଯିବା ସହିତ ଆବଶ୍ୟକ ହେଲେ ଫୋକାଲ ସ୍ପ୍ରେର ବ୍ୟବସ୍ଥା କରାଯିବ।

Share :