ବ୍ରେନ‌୍‍ ଟ୍ୟୁମରରେ ଛଟପଟ‌୍‍ ୫ ମାସର ଶିଶୁ

ବ୍ରେନ‌୍‍ ଟ୍ୟୁମରରେ ଛଟପଟ‌୍‍ ୫ ମାସର ଶିଶୁ

Share :

  ବ୍ରେନ‌୍‍ ଟ୍ୟୁମରରେ ଛଟପଟ ହେଉଛି ୫ ମାସର ଶିଶୁ କନ୍ୟା। ଗରୀବ ବାପା ମା ନିଜ ସୀମିତ ସମ୍ୱଳ ମଧ୍ୟରେ ଅନେକ ଡାକ୍ତରଖାନା ଯାଇ ନିରାଶ ହେବା ପରେ ଶେଷରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଠାରେ ନିଜ ଝିଅର ଚିକିତ୍ସା ପାଇଁ ନିବେଦନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ‌୍‍ ଅନ୍ତର୍ଗତ ମେରିଆବନ୍ଧଲି ଗ୍ରାମ ପଞ୍ଚାୟତର ମାଣିକା ପଦର ଗାଁର ଲଳିତ ପାତ୍ରଙ୍କ ଏକମାତ୍ର ୫ ମାସର ଝିଅଙ୍କ କ୍ଷେତ୍ରରେ।   ଜୁନାଗଡ ବ୍ଲକ ମାଣିକା ପଦର ଗାଁର ଲଳିତ ପାତ୍ର ଏବଂ ପୁଷ୍ପାଞ୍ଜଳି ପାତ୍ରଙ୍କ ଦୁଃଖର କାହାଣୀ। ନିଜ ଝିଅ ଜନ୍ମରୁ ମୁଣ୍ଡରେ ବ୍ରେନ‌୍‍ଟ୍ୟୁମର ହୋଇଥିବା ବେଳେ ଏହା ଦିନକୁ ଦିନ ଅସ୍ୱାବାଭିକ ଭାବେ ବୃଦ୍ଧି ପାଉଛି। ଝିଅର ଚିକିତ୍ସା କିପରି ଏବଂ କେଉଁଠି କରିବେ ସେନେଇ ମୁଣ୍ଡକାମ କରୁନାହିଁ ଏହି ନବଦମ୍ପତିଙ୍କର। ଲଳିତ ପାତ୍ର ଏବଂ ପୁଷ୍ପାଞ୍ଜଳି ପାତ୍ର ଦୁହେଁ ଯାକ ଦିନ ମଜୁରିଆ ଭାବେ କାମ କରନ୍ତି।   ଏତିକିରେ ସେମାନେ ଚଲିଯାଉଥିବା ବେଳେ ୫ମାସ ତଳେ ଯେଉଁ ଝିଅ ଜନ୍ମହେଲା ତାକୁଦେଖି ଏହି ଦମ୍ପତିଙ୍କ ମୁଣ୍ଡ କାମ କରୁନାହିଁ। ନିଜେ ଦିଓଳା ଖାଇବା ଯୋଗାଡ କରିବା କଷ୍ଟକର ହୋଇ ପଡୁଥିବା ଏମାନଙ୍କ ପାଇଁ ଝିଅର ବ୍ରେନ‌୍‍ଟ୍ୟୁମର‌୍‍ ଅପରେସନ‌୍‍ କରିବା କଷ୍ଟକର ହୋଇ ପଡିଛି। ସୀମିତ ସମ୍ୱଳ ମଧ୍ୟରେ କିଛିଟା ଚିକିସିା କଲାପରେ ଡାକ୍ତର ଲକ୍ଷାଧିକ ଟଙ୍କାର ଅପରେସନ‌୍‍ କଥା କହିବା ପରେ ଲଳିତ ଓ ପୁଷ୍ପାଞ୍ଜଳୀଙ୍କ ହୋସ‌୍‍ ଉଡିଯାଇଛି।       ଏନେଇ ଝିଅର ଅପରେସନ‌୍‍ ପାଇଁ ଜିଲ୍ଲାପାଳ ଓ ଜିଲ୍ଲାମୁଖ୍ୟ ଚିକିସିା  ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ଦମ୍ପତି। ଏନେଇ ଜିଲ୍ଲା ପ୍ରଶାସନ ମଧ୍ୟ ଲଳିତ ଏବଂ ପୁଷ୍ପାଞ୍ଜଳୀକୁ ସହଯୋଗର ହାତ ବଢାଇ ଥିବାବେଳେ ରାଷ୍ଟ୍ରିୟ ବାଳ ସୁରକ୍ଷା ଯୋଜନାରେ ମାଗଣାରେ ଅପରେସନ‌୍‍ ପ୍ରତିଶୃତି ଦେଇଛନ୍ତି କଳାହାଣ୍ଡି ଜିଲ୍ଲାମୁଖ୍ୟ ଚିକିସିା ଅଧିକାରୀ ବ୍ରଜକିଶୋର ବ୍ରହ୍ମା।

Share :