କଳିଙ୍ଗ କାଲସିନର ବନ୍ଦ ଚକ୍ରାନ୍ତ ଭଣ୍ଡୁର

କଳିଙ୍ଗ କାଲସିନର ବନ୍ଦ ଚକ୍ରାନ୍ତ ଭଣ୍ଡୁର

Share :

ଜାତୀୟ ଗ୍ରୀନ‌୍‍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୧୧ ତାରିଖ ପୂର୍ବାହ୍ନରେ ୧୦ଟାରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ଚିଠି ମୁତାବକ ମିଳିତ ତଦନ୍ତ କରିବାକୁ ଆସିଥିଲେ। ଏହି ମିଳିତ ତଦନ୍ତରେ କମ୍ପାନୀ ପ୍ରତିନିଧି, ସ୍ଥାନୀୟ ଅଧିବାସୀ ୫ ଜଣ ଓ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ପ୍ରତିନିଧି ସାମିଲ ଥିଲେ। ନିର୍ଦ୍ଧାରିତ ସମୟରେ ପ୍ରତିନିଧଦ ଦଳ ପହଞ୍ଚିଥିବାବେଳେ ଉଦୟବିହାର ବସ୍ତିର ଅଭିଯୋଗକାରୀ ବହୁବିଳମ୍ୱରେ ପହଁଞ୍ଚିଥିଲେ। କିନ୍ତୁ ୫ ଜଣ ପରିବର୍ତ୍ତେ ଦୁଇରୁ ତିନି ଗୁଣ ଅଧିକ ଲୋକ ଆସି ପ୍ଳାଣ୍ଟରେ ପହଁଞ୍ଚି ଭିତରକୁ ଯିବାକୁ ଜିଦ କରିଲେ। କିନ୍ତୁ ଜଣଙ୍କ ବ୍ୟତିତ ଅନ୍ୟ କେହି ପରିଚୟ ପତ୍ର ଆଣି ନଥିବା ହେତୁ ପ୍ଳଣ୍ଟ ଭିତକୁ ଯିବାରେ କାରଖାନା କର୍ତ୍ତୃପକ୍ଷ ବାରଣ କରିଥିଲେ। ପ୍ଳଣ୍ଟ ପରିସରକୁ ପ୍ରବେଶ ପୂର୍ବରୁ ନିଜ ନିଜର ପରିଚୟ ପତ୍ର ଦେଖେଇବା ପାଇଁ ପୂର୍ବରୁ ଚିଠି କରାଯାଇଥିଲା।   ପ୍ରତିନିଧି ଦଳରେ ଥିବା ଆରଓଙ୍କ ଅନୁରୋଧ କ୍ରମେ ପ୍ରଥମେ ୫ ଜଣ, ତା’ପରେ ୮ ଜଣ, ତା’ପରେ ୧୦ ଜଣଙ୍କୁ ଅନୁମତି ଦିଆଯାଇଥିଲା। ତଥାପି କାରଖାନା ପରିସରରେ ବିଭ୍ରାଟ ସୃଷ୍ଟି କରିବା ପାଇଁ ଯୋଜନାବଦ୍ଧ ଭାବରେ ଆସିଥିବା ବସ୍ତିବାସିନ୍ଦା ପଶିବାକୁ ବଳପ୍ରୟୋଗ କରିଥିଲେ। କାରଖାନା କର୍ତ୍ତୃପକ୍ଷ ଶେଷରେ ଫାଟକ ବନ୍ଦ କରିଦେବାକୁ ବାଧ୍ୟ ହୋଇଥିଲେ।   ଯୋଜନା ସଫଳ ନ ହେବା ନେଇ କାରଖାନା କର୍ତ୍ତୃପକ୍ଷଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ କାରଖାନା ବନ୍ଦ ନହେବା ପର୍ଯ୍ୟନ୍ତ ବିକ୍ଷେଭ ଜାରି ରହିବ ବୋଲି କମିଟିର ସଦସ୍ୟ ନଥିବା ବି ଦାସ ବିଏ ଓରଫ ବୃନ୍ଦାବନ ଦାସ ଧମକ ଦେବା ସହ ଜଙ ଙ୍କୁ ୧୫ ଦିନ ମଧ୍ୟରେ ଅନ୍ୟତ୍ର ବଦଳି କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ ଓ କାରଖାନା ବନ୍ଦ କରିଦେବାକୁ ଯାଇଥିବା ବସ୍ତିବାସିନ୍ଦାଙ୍କ ବିରୁଦ୍ଧରେ କାରଖାନା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।   ଏଦିଗରେ ଜିଲ୍ଲା ତଥା ପୋଲିସ‌୍‍ ପ୍ରଶାସନ ସୁରକ୍ଷା ଯୋଗାଇ ଦେବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି। ଅପର ପକ୍ଷେ କାରାଖାନା କତ୍ତୃର୍ପକ୍ଷଙ୍କୁ ପଚାରିଲେ କୁହନ୍ତି ଏମାନେ ବସ୍ତିବାସିନ୍ଦା ନୁହଁନ୍ତି ବରଂ ପ୍ରଭାବ ଶାଳୀ ବ୍ୟକ୍ତି, କେହିଜଣେ ହେଲେ ସ୍ଥାନୀୟ ଅଧିବାସୀ ନୁହଁନ୍ତି। ତ୍ରିତଳ ପ୍ରସାଦ ବନାଇ କମ୍ପାନୀ ଅଧିକାରୀଙ୍କୁ ଭଡା ଦେବା ଉଦେଶ୍ୟରେ ବସ୍ତିବାସିନ୍ଦାଙ୍କ ନାଁ ନେଉଛନ୍ତି। କମ୍ପାନୀର ପ୍ରତିଦ୍ୱନ୍ଦୀ କମ୍ପାନୀର ପ୍ରଲୋଭନର ବଶବର୍ତ୍ତୀ ହୋଇ କଳିଙ୍ଗ କାଲସିନର କାରଖାନା ବନ୍ଦ କରିବାକୁ ବର୍ଷାଧିକ କାଳ ଧରି ଏଭଳି ମସୁଧା ଜାରି ରଖିଛନ୍ତି।           

Share :